Nibedita Mishra

Abstract

4.0  

Nibedita Mishra

Abstract

ମଣିଷ ପଣିଆ

ମଣିଷ ପଣିଆ

2 mins
261


    ମାନିନୀ ସ୍ବାମୀ ଓ ଦୁଇ ଛୁଆଙ୍କ ସହିତ ପାଖ ସହରରେ ଥିିବା ଗୋଟିଏ ମନ୍ଦିର ଦର୍ଶନ ପାଇଁ ଯାଉଥାଏ।ସେଦିନ କାର୍ତ୍ତିକ ପୂର୍ଣ୍ଣିମା ଥାଏ।ତେଣୁ ବସରେ ଭାରି ଭିଡ ଥାଏ।ତଥାପି ସୌଭାଗ୍ଯ ବଶତଃ ସେମାନେ ସିଟ୍ ପାଇଯାଇଥାନ୍ତି। ତେଣୁ ମାନିନୀ ଚୁପ୍ ଚାପ୍ ନିଜ ସିଟ୍ ରେ ବସି ଝରକା ବାଟେ ବାହାରକୁ ଚାହିଁଥାଏ।ବସଟି ତା'ର ଅବିରାମ ଗତିରେ ଗଡି ଚାଲିଥାଏ।

   ଟିକିଏ ସମୟ ପରେ ବସଟି ଗୋଟିଏ ଗାଁର ଛକ ପାଖେ ଅଟକିଲା। କିଛି ଗାଉଁଲି ଶ୍ରମିକ ଶ୍ରେଣୀର ସ୍ତ୍ରୀ ଲୋକ ସେହି ବସରେ ଚଢିଲେ।ସେଥିରେ ଜଣେ ବୁଢୀ ମାଉସୀ ଟିଏ ବି ଚଢି ଥାଆନ୍ତି। ସେମାନେ କିଛି ଦୂର ଗଲା ପରେ ସେହି ବସରେ ଦଳେ ପିଲା ଚଢିଲେ। ପୋଷାକ ଓ ହାବ ଭାବରୁ ଭାରି ଅଡୁଆ ଅଡୁଆ ଲାଗୁଥିଲେ ସେମାନେ।

କିଛି ଦୂର ଗଲା ପରେ ମାନିନୀ ଲକ୍ଷ୍ଯ କଲାଯେ ସେ ପିଲାମାନେ ପରସ୍ପର ଭିତରେ ଠରାଠରି ହୋଇ କିଛି ଗୋଟେ ଦେଖିକି ହସୁଛନ୍ତି।

   ପ୍ରଥମେ ପ୍ରଥମେ ମାନିନୀ ଥରେ ଦିଥର ଦେଖିକି ଅଣଦେଖା କରିବାକୁ ଚେଷ୍ଟା କଲା ,ହେଲେ ସେମାନଙ୍କ ବ୍ଯବହାର କିଛି ଠିକ ଲାଗିଲାନି ତା'କୁ।ସେ ପ୍ରଥମେ ନିଜକୁ ଦେଖିଲା କାଳେ ତା'କୁ ଦେଖି ସେମାନେ ହସୁନାହାନ୍ତି ତ?କାରଣ କୋଳରେ ଛୋଟ ଛୁଆଟିକୁ ଧରିଚି।କାଳେ ଶାଢୀ ଖସି ଖୁସା ଯାଇଥିବ କି କ'ଣ?ହେଲେ ତାର ସବୁଠିକ ଠାକ୍ ଥିବାର ଦେଖି ନିଜକୁ ନିଜେ ଟିକିଏ ଆଶ୍ବସ୍ତ ହେଲା।ତଥାପି ସେ ପିଲାମାନଙ୍କର ହସିବାଟା ମାନିନୀ କୁ ଭଲ ଲାଗୁ ନ ଥାଏ।

  ଟିକିଏ ସମୟ ପରେ ମାନିନୀ ଲକ୍ଷ୍ଯ କଲା ଯେ-"ତା' ପାଖେ ଠିଆ ହେଇଥିବା ସେଇ ବୁଢୀ ମାଉସୀ ଜଣକ ସାଧା ଶାଢୀ ପିନ୍ଧିଥାନ୍ତି(ବିନା ବ୍ଲାଉଜରେ) ,ତେଣୁ ସେ ପିଲାମାନେ ତାଙ୍କୁ ହିଁ ଦେଖିକି ହସୁଥାନ୍ତି।" 

  ପ୍ରଥମେ ତ ମାନିନୀ ଭାବିଲା ଚୁପ ରହିଯିବ। ହେଲେ ପୁଣି ପର ମୁହୂର୍ତ୍ତରେ ଭାବିଲା ଯେ -"ଆଜି ଯଦି ସେ ଜାଗାରେ ତା' ମା ହେଇଥାନ୍ତେ? ତେବେ ସେ କ'ଣ ଏମିତି ଚୁପ ବସିଥାଆନ୍ତା?" ତା ବିବେକ ତା'କୁ ବାଧା ଦେଲା। ସେ ଚୁପକରି ମାଉସୀଙ୍କ ଶାଢୀକାନିଟିକୁ ଟାଣି ଆଣି ଶରୀରର ସେ ଅଙ୍ଗଟିକୁ ଘୋଡେଇ ଦେଲା(ଯେଉଁଟା ସେ ପିଲାମାନଙ୍କର ହସିବାର କାରଣ ଥିଲା)।

   ମାଉସୀ ଜଣକ ଅବଶ୍ଯ ମାନିନୀର ଏମିତି ବ୍ଯବହାରରେ ଟିକିଏ ଚମକି ପଡିଲେ କିନ୍ତୁ ପରମୁହୂର୍ତ୍ତରେ ତାଙ୍କ ଆଖି ଓ ସ୍ମିତହସରୁ ମୀନିନୀ ଧନ୍ଯବାଦ ଶବ୍ଦଟି ସ୍ପଷ୍ଚ ପଢିପାରୁଥାଏ।

   ମାନିନୀର ବଡ ବଡ ଆଖିର ଚାହାଣିରୁ ସେ ପିଲାମାନେ ମଧ୍ଯ ନିରବରେ ଉଚିତ ଜବାବଟିଏ ପାଇ ସାରିଥିଲେ।

କିଛିବାଟ ଗଲା ପରେ ସେ ମାଉସୀ ଜଣକ ଯେତେବେଳେ ବସରୁ ଓହ୍ଲେଇବାକୁ ବାହାରିଲେ ,ସେ ମାନିନୀ ଉଦ୍ଯେଶରେ ହାତ ଯୋଡିଲେ, ମାତ୍ର ମାନିନୀ ପ୍ରତି ନମସ୍କାରଟିଏ ଜଣାଇ ଏହା ଗୋଟିଏ ଉପକାର ନୂହେଁ ବରଂ ଗୋଟିଏ କର୍ତ୍ତବ୍ୟ ବୋଲି ତାଙ୍କୁ ଜଣେଇ ଦେଲା।

   ମାଉସୀ ଜଣକ ଗଲା ପରେ ମାନିନୀ ଏକ ଅପୂର୍ବ ଖୁସି ଅନୁଭବ କରୁଥିଲା।ବୋଧେ ଏହାର ହିଁ ନାଁ ମଣିଷପଣିଆ।

ଯେଉଁଥିରେ କି ଏକ ଆତ୍ମିକ ସନ୍ତୁଷ୍ଟି ମିଳେ।


Rate this content
Log in

Similar oriya story from Abstract