STORYMIRROR

Nityananda Sahu

Romance Tragedy Thriller

3  

Nityananda Sahu

Romance Tragedy Thriller

ମନ ମୟୂରୀ ଭାଗ-୭

ମନ ମୟୂରୀ ଭାଗ-୭

6 mins
131


ପ୍ରଥମ ବର୍ଷ ର ପରୀକ୍ଷା ରେଜଲ୍ଟ ଦେଖିବା ପାଇଁ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ବହୁତ ଭିଡ଼ ନୋଟିସ ବୋର୍ଡ ପାଖରେ । ନୋଟିସ ବୋର୍ଡ ରେ ରେଜଲ୍ଟ ପ୍ରକାଶିତ ହେଲା ପରେ , ସମସ୍ତେ ନିଜ ନିଜର ରେଜଲ୍ଟ ଜାଣିବା ପାଇଁ ନୋଟିସ ବୋର୍ଡ ପାଖରେ ଭିଡ଼ ଜମେଇ ଦେଇଛନ୍ତି ।

   ଦୂରରୁ ଏକ ଚେୟାର ରେ ବସି ରାଜ ପରୀକ୍ଷା ଫଳ କଣ ହୋଇଥିବା ଭାବି ମନେ ମନେ ବିଚଳିତ ହଉଥାଏ ।

ବୁଟୁ:- କଂଗ୍ରାଚୁଲେସନ ରାଜ । ତୁ ସାରା କଲେଜ ରେ ପ୍ରଥମ 

ସ୍ଥାନ ରେ ଅଛୁ ।

ରାଜ:- ଦେଖ ଭାଇ , ମୋ ମନ ଆଦୌ ଠିକ ନାହିଁ । ତୁ ଆଉ ଥରେ ମୋ ସହ ଥଟା ତାମସା କର ନି ? ମୁଁ ବହୁତ ସିରିୟସ ଅଛି ।

ବୁଟୁ :- ତୋର ଯଦି ମୋ କଥା ବିଶ୍ୱାସ ହେଉନାହିଁ ।ତା ହେଲେ ନିଜେ ଯାଇ ରେଜଲ୍ଟ ଚେକ କରି ଆସେ ।

  ବୁଟୁ ଠାରୁ ଏମିତି ଶୁଣିବା ପରେ ମୋ ନିଜକୁ ଆଉ ରୋକି ନ ପାରି ମୁଁ ନୋଟିସ ବୋର୍ଡ ଆଡେ ଚାଲିଲି । ସତ କୁ ସତ ମୋ ନାଁ ରେଜଲ୍ଟ ଲିଷ୍ଟ ର ପ୍ରଥମ ସ୍ଥାନ ରେ ଦେଖି ଖୁସି ରେ ଅତ୍ମୋହରା ହୋଇ ପଡିଲି । ମୋ ପଛକୁ ଦ୍ଵତୀୟ ସ୍ଥାନରେ ଆକାଶ ଥିଲା ।

    ପ୍ରଥମ ଥର ପାଇଁ ମତେ ବହୁତ ଖୁସି ଲାଗୁଥିଲା । ଜୀବନରେ ଏତେ କଷଣ ମଧ୍ୟରେ ନିଜର ସଫଳତା କୁ ମନେଇବା ପାଇଁ ସାଙ୍ଗ ସାଥି ଙ୍କର ଗ୍ରହଣରେ ଟଙ୍କାର ଘୋର ଅଭାବ ମୋ ପାଖରେ ଥିଲା ।

   ରାଜ:- ପରିଶ୍ରମ ଆଜି ସୁନା ପାଲଟିଛି ।

           ଫେରିଛି ମୋ ଓଠେ ହସ ।

      ଭଗବାନ , ମାତା ପିତାଙ୍କର ଆଶିର୍ବାଦ ଲଭି ।

          ଅପସରି ଯିବାକୁ ବସିଛି ମୋ ଠୁ ଦୁଃଖ ।

          ଆଜିର ସଫଳତା ତୁମ ବିନା ଫିକା ।

          କାହିଁ ଅଛ ମୋ ରାଧା ।

          ବିରହ ଯାତନା ଦୂରେ , ସହି ବି ହୁଏନା ।

          ତୁମ ସ୍ପର୍ଶ ବିନା ଏବେ ବି ମୁଁ ଅଧା ।

ବୁଟୁ ମଧ୍ୟ ମୋ ମନର ପରିସ୍ଥିତି କୁ ବୁଝି କୌଣସି ପ୍ରକାରର ଡିମାଣ୍ଡ କରି ନ ଥିଲା ।

   ବୁଟୁ ଠାରୁ ମୋବାଇଲ ମାଗିକି ନେଇ , ଘରକୁ ଫୋନ କରି ମାଆ ଙ୍କୁ ମୋର ରେଜଲ୍ଟ କଥା କହିଲା ପରେ , ସେ ବି ବହୁତ ଖୁସି ହୋଇଯାଇଥିଲେ ।

   ମାଆ ଲୁହଭରା ଆଖିରେ ମତେ ଆଶିର୍ବାଦ କରିବା ସହ ମୋର ଆଗାମୀ ଭବିଷ୍ୟତ ପାଇଁ ଭଗବାନ ଙ୍କୁ ମଧ୍ୟ ପାର୍ଥନା କରିଲେ ।

  ମାଆ ଙ୍କର ସହ କଥା ହେଲା ପରେ ମତେ ଟିକେ ହଲକା ଲାଗିଲା । ଏଇ କିଛି ଦିନ ହେଲା ଯେଉଁ ସବୁ ଉଦ୍ୟମ କରୁଥିଲି , ତାହା ର ଫଳ ଆଜି ରେଜଲ୍ଟ ରେ ଦେଖି ମନ ନାଚି ଉଠୁଥିଲ।

    ଅନ୍ୟ ସାଙ୍ଗ ମାନେ ବି ମତେ ଅଭିନନ୍ଦନ ଦେଇ ଚାଲିଯାଉଥିଲେ ନିଜର ବାଟରେ ।

 କଲେଜ ରେ ସମସ୍ତ ଙ୍କୁ ଦେଖିବାକୁ ପାଉଥାଏ ହେଲେ ମାୟା ଙ୍କର ଦେଖା ମିଳୁ ନଥିଲା । ଚାରି ଆଡ଼େ ଆଖି ବୁଲେଇ ଖୋଜୁ ଥିଲି ତାଙ୍କୁ । ସମୟ ଆଉ ପାଖରେ ମାତ୍ର କେତୋଟି ମିନିଟ ବାକି ରହିଯାଇଥାଏ , କର୍ମ ଭୂମି କୁ ଫେରିଯିବା ପାଇଁ । ମାୟା ଙ୍କୁ ନ ପାଇ ମନ ବ୍ୟାକୁଳ ହୋଇ ଉଠୁଥାଏ

ବୁଟୁ:- ତୁ ଯାହାଙ୍କୁ ଖୋଜୁଛୁ , ସେ ଏ ଯାଏଁ କଲେଜ ଆସି ନାହାନ୍ତି । ଅପେକ୍ଷା କର ନିଶ୍ଚିତ ଆସିଯିବେ ।

ରାଜ:- କଣ ଯେ ତୁ କହୁ ।ମୁଁ ଡ଼ନ" କୁ ମନେ ମନେ ଖୋଜୁଛି । ସେ କୁଆଡେ ଗଲା କି ?

ବୁଟୁ:- ସତ କେବେ ଲୁଚି ରହିଛି ନା ରହିବ । ତୋ ମନ କଥା ମତେ କଣ ଅଛପା ଅଛି ଭାବୁଛୁ କି ? ତୁ ଆଜି ଯେମିତି ପାଗଳ ଭଳି ମାୟା କୁ ଖୋଜୁଛୁ । ତୁ ନ ଆସିବାରୁ , ସେ ବି ତତେ ଝୁରି ହଉଥିଲା ମନେ ମନେ । ମତେ ତ କେତେ ଥର ତୋ ବିଷୟ ରେ ପଚାରିଛି ।

  ବୁଝିଲୁ ରାଜ , ମାୟା ତତେ ବହୁତ ଭଲ ପାଏ । ତୁ କଲେଜ ଆସିଛୁ ସେ ଜାଣିଲେ ନିଶ୍ଚିୟ ତତେ ଖୋଜି ଖୋଜି ଆସି ଦେଖା କରିବ ।

ମୋ ଅନୁପସ୍ଥିତରେ ମାୟା ମତେ ଖୋଜୁଥିଲେ ଜାଣିବା ପରେ ,ମୋ ଦେହରେ ସିହରଣ ଖେଳି ଗଲା ପରି ଅନୁଭବ ହେଲା । ମତେ ଯେମିତି ଲାଗିଲା ମାୟା ମତେ ଏଇ ପାଖରେ କେଉଁଠି ଲୁଚି ଲୁଚି ଦେଖୁଛନ୍ତି । ଆଖି ବନ୍ଦ କରି ଦେଖିଲେ ଲାଗୁଥାଏ , ସେ ମୋ ପ୍ରେମ ବିରହରେ ଝୁରି ଝୁରି ସତେଜ ଗୋଲାପ ରୁ ଶୁଷ୍କ ଦେଖା ଗଲେଣି ।

 ମୋ ଅନ୍ୟମନସ୍କ କୁ ଭାଙ୍ଗିବା କୁ ଯାଇ ଡନ ଆସି ମୋ ହାତ କୁ ଧରି କେଉଁ ଆଡେ ଭିଡି ନେଉଥାଏ । ବୁଟୁ ବି ମୋ ପଛେ ପଛେ ଚାଲିଥାଏ ।

  ଆରେ ଡ଼ନ ତୁ ମତେ କେଉଁଆଡ଼େ ନେଉଛୁ । କିଛି ନ କହି ଡ଼ନ ଆମ ଦୁହିଁଙ୍କୁ କଲେଜ ଗେଟ ସମ୍ନା କୁ ନେଇଗଲା ।

ରାଜ:- ଆରେ କିଛି କହିବୁ ନା ନାହିଁ । ଏମିତି କଣ ଏଠି ଘଟିବ ଯେ ତୁ ନେଇ ଆସିଲୁ ।

   କଲେଜ ଗେଟ ପାଖରେ ଥିବା ଫୁଲ ଉଦ୍ୟାନ ଆଡେ ତା ପଛେ ପଛେ ଯିବା ପାଇଁ ଆମକୁ ନିର୍ଦ୍ଦେଶ କରି ସେ ଆଗେଇ ଚାଲି ଥାଏ ।

 ବୁଟୁ ଆଉ ମୁଁ କିଛି ବି ବୁଝିପାରୁ ନ ଥିଲୁ ।

   

   ଉଦ୍ୟାନ ପାଖେଇ ଆସିବା କ୍ଷଣି ମୋ ଛାତିର ସ୍ପନ୍ଦନ ଯେମିତି ବଢିବା କୁ ଲାଗିଲା । ଯେମିତି ମତେ ଅନୁଭବ ହେଉଥାଏ ମାୟା ଏଇ ମୋ ପାଖରେ କେଉଁଠି ଅଛନ୍ତି ।

    ଦୂରରୁ ମାୟା ଙ୍କ ହାତରେ ଗୋଲାପ ଗୁଛ ଦେଖି ମୋ ଶରୀର ମଧ୍ୟରେ ଶୀତଳତା ଅନୁଭବ ହେବାକୁ ଲାଗିଲାଣି ।

  ଜଡ ହେବାର ଆସନ ପରିସ୍ଥିତି ଯେମିତି ଆସିଯାଇଥିଲା । ଆଉ ଟିକେ ପାଖକୁ ଯାଇ ଦେଖେତ , ଆକାଶ ଆଣ୍ଠୁମାଡ଼ି ମାୟା ଙ୍କୁ ପ୍ରପୋଜ କରୁ ଅଛି । ସମସ୍ତେ ମାୟା ଙ୍କୁ ଆକାଶ ର ପ୍ରସ୍ତାବ ରେ ହଁ ଭରିବା ପାଇଁ ପ୍ରେରଣା ଦେଇ ଚାଲିଛନ୍ତି ।

      ଆକସ୍ମିକ ଜୀବନରେ ଏମିତି ଏକ ଦୁର୍ଘଟଣାର ସମ୍ମୁଖୀନ ହେବି ବୋଲି ନିଜକୁ ପ୍ରସ୍ତୁତ ମଧ୍ୟ କରି ନ ଥିଲି । ମାୟା ଙ୍କୁ ଆକାଶ ପ୍ରପୋଜ କରିବାର ଦୃଶ୍ୟ ଦେଖି ମୁଁ ସେଇ ଠାରେ ଶବ ପାଲଟି ଗଲେଣି । ଗୋଡ଼ ହାତ ମୋର ଥରୁ ଥାଏ । ଦେହରୁ ଗମ ଗମ ଝାଳ ବାହାରୁ ଥାଏ ।

 ମନ ର ଗତି ବିଜୁଳି ଠାରୁ ଆହୁରି ଜୋର ରେ କ୍ଷିପ୍ର ଗତିରେ କଣ ସବୁ ଭାବି ଗତି କରିଚାଲି ଥାଏ । ନିଜର ମାନସୀ କୁ ଆଉ କିଏ ମୋ ଠାରୁ ଛଡେଇ ନେବ , ଭାବିଲା ବେଳକୁ ମୋ ଆଖି ଲୋତକାପ୍ଳୁତ।

ନିଜର କୋହ ସମ୍ବରଣ କରି ପାରୁ ନ ଥାଏ । ହାତ ରେ ଗୋଲାପ ଫୁଲ ଧରି ମାୟା ବି ଆକାଶ ସମ୍ନା ରେ ଚୁପ ଚାପ ଠିଆ ହୋଇଥିଲେ ।

     ଆଜି ସମଗ୍ର ଶରୀର ମୋର ଶୁଷ୍କ ମରୁଭୂମି ପାଲଟି ସାରିଥିଲା । ଜୀବନ ଫଗୁଣ ଆଜି ଫିକା ଲାଗୁଥିଲା । ବସନ୍ତ ଫେରି ଯାଉଥିଲା ଶ୍ରାବଣ କୁ ଆବାହନ କରି । ବିରହ ର ରାଗିଣୀ କାହିଁକି ଆଜି ସୁ ମଧୁର ଶୁଣା ଯାଉଥିଲା ।

     ମୁହଁରେ ଆଜି ଅବସାଦ ର ଛାୟା ପରିଲକ୍ଷିତ ହେଉଥାଏ। ଜଣେ ମୋର ବନ୍ଧୁ , ଭାଇ ବୋଲି ଆପଣା ପଣରେ ମତେ ବନ୍ଧୀ କରି ନେଇଛି । ଆଉ ଜଣେ ମୋ ମନର ମୟୂରୀ , ହୃଦୟର ମାନସୀ ଆଉ ମୋ ଜୀବନର ପ୍ରଣା କେନ୍ଦ୍ର ।

       କେଉଁ ସମ୍ପର୍କ କୁ ନେବି ଆପଣେଇ । ମନରେ ଅନେକ ପ୍ରଶ୍ନ !! କଣ କରିବି କିଛି ବୁଝି ପାରୁ ନଥାଏ ।

    ନିଜର ଭଲପାଇବା ପାଇଁ ଦୁଇ ଦୁଇଟି ସମ୍ପର୍କ ମଧ୍ୟରେ ମୁଁ କଣ ପାଚେରୀ ହୋଇ ଠିଆ ହେବା ଠିକ ହେବ !!ବୋଧ ହୁଏ ନା" । ହୃଦୟର କବର ମଧ୍ୟରେ ମନର ସମସ୍ତ ଭାବନା କୁ ମାରି ଦେଇ , ନିଜର ମନର ମାନସୀ କୁ ଭୁଲିଯିବା ପାଇଁ ମନ ମଧ୍ୟରେ ଭାବି ,ପାଦ ଫେରେଇ ଆସିଥିଲି ସେଇ ଜାଗା ରୁ ।

  ହୃଦୟରେ ଆଜି ଶ୍ରବଣର ଧାରା ଘନ କଳା ବାଦଲ ରୂପରେ , ଯେମିତି ଅନବରତ ବର୍ଷା ହେଲା ଭଳି ଅନୁଭବ ହେଉ ଥାଏ ।

    

ଗେଟ ପାଖକୁ ଆସି ଅଟୋ ଅଟକାଇ ଚାଲିଆସିବା ବେଳ କୁ ବୁଟୁ ଡାକ ରେ ପଛକୁ ଫେରି ଦେଖେ ତ , ମାୟା ଙ୍କ ସହ ଆଉ ଥରେ ମୋ ନଜର ମିଶିଯାଏ । ଆଖି ଫେରେଇ ଆଣିଥିଲି ପ୍ରଥମ ଥର ତାଙ୍କ ଠାରୁ । କାହାକୁ କିଛି ନ କହି ଫେରି ଆସୁଥିଲି ପରାଜିତ ହୋଇ ମୋ ନିଜ ପାଖରେ ।

        

ହଁ , ଏଇ ତ ସେ ବର୍ଷା ! ଆଜି ବରଷି ବାକୁ ଆରମ୍ଭ ହୋଇଛି । ତୁମ ବିନା ହୃଦୟର ଶୂନ୍ୟସ୍ଥାନ ଆଉ ବା କିଏ ପୂର୍ଣ୍ଣ କରି ପାରିବ ! ବୋଧ ହୁଏ ଏ ଜନ୍ମ ରେ ଆଉ କେହି ନୁହେଁ ।

   ଏକତରଫା ପ୍ରେମ ରେ ମୁଁ କଣ ଏକା ଏ ଦୁନିଆଁ ରେ ଅଛି କି ? ମୋ ଭଳି ଅନେକ ପଥ ଭୁଲି , ଆବଟକୁ ଚାଲିଯାଇଛନ୍ତି।ମୁଁ କିନ୍ତୁ ପାରିବି ନାହିଁ ।

ସବୁବେଳେ ତୁମର ଶୁଭ କାମନା କରି ଚାଲିଥିବି ,ହୃଦୟରେ ପ୍ରେମର ଦୀପାଳି ଜାଳି ।

     ରାଜ:-

               

           ଯାଯାବର ଥିଲା ଏଇ ମନ ,

           ପାଉଥିଲା ଭଲ ତତେ ଜହ୍ନ ।

           ନିରି ମାଖୀ ଏଇ ତୋର ଆଖି ,

           ନେଉ ଥିଲା ମତେ ପାଖେ ଡାକି ।

           ସପନ ରେ ମତେ ପ୍ରେମରେ ପକେଇ ,

           ଚାଲି ଯାଉ ଆଜି କାହା ହାତ ଧରି ।

            କେମିତି ବଂଚିବି ତୋ ବିନା ମୁଁ ,

            ଥରେ କହିଲୁ ନି ତୁ

           ମନ ମୟୂରୀ ତୁ , ମୋ ହୃଦୟକୁ

           ଚିହ୍ନି ପାରିଲୁନି

                        ତୁ ଚିହ୍ନି ପାରିଲୁନି ।

ଅସ୍ତ ହୋଇ ଆସୁଥିଲେ ପ୍ରଭାକର ସୁନୀଳ ଅମ୍ବୁରେ । ପ୍ରେମରେ ପଡି ସାରିଥିଲା ଲକ୍ଷ୍ମଣ ରେଖା ହୃଦୟରେ । ଜୀବନ ହାରିବା ର ଯନ୍ତ୍ରଣା ଭିତରେ , ପିତା ମାତା ଙ୍କର ଛବି ନାଚି ଉଠୁଥିଲା ମୋ ଦୁଇ ଆଖିରେ । ବନ୍ଧୁତା ଆଉ ଭଲପାଇବାର ଦୁଇଟି ଧାରରେ , କାହାକୁ ବି ପର ଭାବି ପାରୁ ନ ଥିଲି ମୋ ଜୀବନରେ ।

    ବାସ ଆଉ କେବଳ ବାକି ଥିଲା , ପ୍ରେମ ବିନା ଵଂଚିବା ର ଇଛା ମୃତ୍ୟୁକୁ ଆପଣେଇ , ଚାଲିବାକୁ ହେବ ଏକା ଯାଯାବର ହୋଇ ।

          କ୍ରମଶଃ



Rate this content
Log in

Similar oriya story from Romance