STORYMIRROR

Nityananda Sahu

Romance Tragedy Thriller

3  

Nityananda Sahu

Romance Tragedy Thriller

ମନ ମୟୂରୀ- ଭାଗ-୬

ମନ ମୟୂରୀ- ଭାଗ-୬

4 mins
173


ଆଜି ମାନସିକ ଭାବରେ ମୁଁ ଥିଲି ଭାରକ୍ରାନ୍ତ । ମାଆ ଙ୍କର ଫୋନ ଆସିଲା ପର ଠାରୁ ଆଖିରେ ନିଦ ହଜିଯାଇଛି । ମତେ ବଡ଼ ମଣିଷ କରିବା ପାଇଁ , ସବୁ ଦୁଃଖ ଆଉ କଷଣ କୁ ସେମାନେ ଛାତିକୁ ପଥର କରି ସହିଯାଉଛନ୍ତି ।


   ସକାଳୁ ନିଜର ନିତ୍ୟକର୍ମ ସହଳ ସାରି ଦେଇ , ଆଟାଜି ରୁ ମନି ପର୍ସ କାଢି ଦେଖେ ମାତ୍ର ଟଙ୍କା ହଜାରେ ଟି ପଢ଼ିଛି । ଖୁଚୁରା ପଇସା ବୋଧ ହୁଏ ବେଶି ହେଲେ ଟଙ୍କା ଦୁଇ ଶହ ହୋଇଥିବ । 

   ନିଜକୁ ପ୍ରସ୍ତୁତ କରି ନିଏ । ଆସୁଥିବା ଝଡ଼ କୁ ସମ୍ନା କରିବାର ବଳ ନଥିଲେ ବି ମନରେ ଅତ୍ମୋବିଶ୍ୱାସ ଧରି ହଷ୍ଟେଲ ରୁ କଣ ଟିକେ ଟିଫିନ କରିଛି କି ନାହିଁ ... ନୂଆଁ କାମ ଖୋଜିବା ପାଇଁ ବାହାରି ପଡିଲି । 

   ମୁଣ୍ଡ ଉପରେ ସୂର୍ଯ୍ୟ ଙ୍କର ପ୍ରକୋପରେ ଗରମ ଅତ୍ୟଧିକ ହେଉଥିବା ହେତୁ ଦେହ ହାତରୁ ଗମ ଗମ ଝାଳ ବୋହି ଚାଲିଥାଏ । ଦିନ ସାରା ଏଠି ସେଠି କାମ ଖୋଜି ନିରାଶ ହୋଇ ପାଖ ଏକ ଚା' ଦୋକାନରେ ଚା' ଢୋକେ ରେ ନିଜର କ୍ଲାନ୍ତ ଦେହ କୁ ଟିକେ ହଲକା କରେ ।


 ରାଜ:- କିଛି ହସ ଆଜି ଲୁହ ମୋର ସାଜି 

      କାନ୍ଦେ ହୃଦୟ ବେଳା ରେ ଲୁଚି ।

      ଭଲ ପାଇବାର ଆବେଗ ମଧ୍ୟରେ ,

      ମୋ ଜୀବନ ହୋଇଯାଏ ଛନ୍ଦି ।

  

     ପିତା ମାତା ଦୁଃଖ , ଦେହେ ମୋ ଯାଏନା ।

     କେମିତି ସହିବି ମୁଁ ପୁଅ ହୋଇ ।

     ତାଙ୍କରି ଟଙ୍କା ରେ ଖୁସି ମନେଇବା ,

     ସେମିତି ପୁଅ ହୋଇ ମୁଁ ପାରିବି ନାହିଁ ।


ମୋ ପାଇଁ ଆଜି ବାପା ମାଆ ଦୁହେଁ ଅଭାବ ଅନାଟନ ରେ ପଡି ଛଟପଟ ହେଉଛନ୍ତି । ତଥାପି ମତେ ବଡ଼ କରିବା ପାଇଁ ଅଣ୍ଟା ଭିଡି ଛନ୍ତି । ଏମିତି ପିତା ମାତା ଭାଗ୍ୟରେ ଥିଲେ ମିଳନ୍ତି। କିନ୍ତୁ ମୁଁ କଣ ପୁତ୍ର ଧର୍ମ ଠିକ ସେ ପାଳନ କରି ପାରୁଛି !

ହୁଏତ ନା !!! ମୋ ସ୍ୱପ୍ନ କୁ ସବୁ ନିଜ ହାତରେ ମାରି ମତେ ତାଙ୍କରି ସ୍ୱପ୍ନ ପାଇଁ ବଂଚିବା କୁ ହେବ। 

   ସେଇ ଶୁଷ୍କ ଓଠ ଧାରରେ ଯଦି ହସର ପାଖୁଡା ମୁଁ ଫୁଟେଇ ନ ପାରିଲି , ଧିକ ମୋ ପୁଅ ହେବାର ଜୀବନ ।

     

     ମାରି ଦେଉଛି ମୋ ଆଖିର ସପନ ,

     ଆଜି ଠୁ ହଜେଇ ଦେଲି ମୋ ନିଦ ।

     ଛାତି କୁ ପଥର କରିଣ ସହିବି କଷଣ ,

     ପାଳନ କରିବି ପୁତ୍ର ହେବାର ଧର୍ମ ।


କିଏ ଜଣେ ଆଜିର କ୍ଲାସ ରେ କଣ ସବୁ ପଢ଼ା ହୋଇଥିବ!!! ତଥାପି ବୁଟୁ ଠାରୁ ନୋଟ ଆଣି ସବୁ ରାତି ରେ ବସି ପଢିବାକୁ ହେବ , ନ ହେଲେ ଆଗକୁ ପରୀକ୍ଷା ରେ ଭଲ ନମ୍ବର କେମିତି ରଖି ପାରିବି ? 

   ଆଜି ତ ବହୁତ ଖୋଜା ଖୋଜି କଲା ପରେ ବି କିଛି କାମ ମିଳିଲା ନି , କାଲି ଆଉ ଥରେ ନିଶ୍ଚିତ ଚେଷ୍ଟା କରିବି!

ମାୟା:- ବୁଟୁ ଏ ବୁଟୁ ଆରେ ଟିକେ ଶୁଣ !! ତୋ ସାଙ୍ଗ ଆଜି କାହିଁ କଲେଜ ଆସିନି ? କୁଆଡେ ଗଲେ କି ?

 ବୁଟୁ :- ଆଛା ତୁମର ତା " ପ୍ରତି ଏତେ ଦରଦ କଣ ପାଇଁ ଶୁଣେ ? 

ମାୟା:- ତୁମେ ଯେମିତି ରାଜର ସାଙ୍ଗ ମୁଁ ବି ଠିକ ସେମିତି । ସେ କେବେ ଆଜି ଯାଏ କ୍ଲାସ ମିସ କରିବାର ଦେଖିନି କିନ୍ତୁ ଆଜି ନ ଆସିବାରୁ ମନ ଠିକ ଲାଗିଲାନି ତ ପଚାରି ଦେଲି !


ବୁଟୁ:- ବିଚରା ଦୁଃଖ ର ବୋଝ ଉପରେ ନିଜକୁ ପଥର କରି ବଞ୍ଚୁଛି । ସେ ଆଉ ତ ତୁମ ପରିକା ଧନୀ ଘର ର ପିଲା ନୁହଁ । ସେଥିପାଇଁ ନିଜ ଗୋଡ଼ରେ ଠିଆ ହେବା ପାଇଁ କାମ ଖୋଜୁଥିବ କେଉଁଠି ଯାଇ । ଜାଣିଛ ମାୟା ବିଚରା କାଲି ରାତି ଠାରୁ ଠିକ ସେ ଶୋଇନି । ସକାଳୁ କଣ ଟିକେ ଖାଇଛି କି ନାହିଁ , କୁଆଡେ ଯାଇଛି ତାର କିଛି ଖବର ବି ନାହିଁ । 

ମାୟା:- ଆଛା ତାଙ୍କର କିଛି ନମ୍ବର ଅଛି ଯଦି ଦବ କି ? ମୁଁ କଥା ହୋଇଯିବି !

ବୁଟୁ :- ତାର ମୋବାଇଲ ନାହିଁ ନମ୍ବର କେଉଁଠୁ ଆସିବ । ସେ ଯାହା ଘର ଲୋକଙ୍କ ସହ ମୋ ଫୋନ ରୁ କଥା ହୁଏ । 

ମାୟା:- ତୁମେ କେମିତିକା ସାଙ୍ଗ ହୋଇଛ । ନିଜର ସାଙ୍ଗ କୁ ବିପଦ ବେଳେ ସାହାଯ୍ୟ କରିବା ବଦଳେ , ତାଙ୍କ ପ୍ରତି ଟିକେ ସମବେଦନା ନାହିଁ ଦେଖୁଛି । 

ବୁଟୁ:- ସମବେଦନା ଦେଲା ଭଳି ସାମର୍ଥ୍ୟ ବି ମୋର ନାହିଁ। ଥିଲେ ନିଶ୍ଚିତ ରାଜ କୁ ସାହାଯ୍ୟ କରିବା କୁ ପଛେଇବି ନାହିଁ । ହେଲେ ତୁମକୁ ଯଦି ଏତେ କଷ୍ଟ ଲାଗୁଚି , ତାକୁ ସାହାଯ୍ୟ କଲେ ତୁମର କଣ କିଛି ଅସୁବିଧା ହୋଇଯିବ !

ମାୟା:- ଯଦି ପାରିବି , ନିଶ୍ଚିତ କରିବି ! ତୁମ ପରି ଚୁପ ରହିବା ମୋର ଅଭ୍ୟାସ ନୁହେଁ ?

  ଏତକ କହି ମାୟା ଚାଲି ଯାଇଛି ।


ମାୟା:-

      ହେ ମୋର ମନର ପୁରୁଷ ,

     ସ୍ୱପ୍ନ ର ନାୟକ ,

     କାହିଁ ଅଛ ତୁମେ ରହି ।

     ତୁମ ବିରହ ର ପ୍ରେମର ବଂଶୀ ରେ 

      ଝୁରେ ମୁଁ, ତୁମ ଫୁଲେଇ ।

      ମନ ଖୋଲି ସିନା କହି ମୁଁ ପାରିନି ,

     ତୁମେ ତ ଜାଣିଛ ମୋ ମନ କଥା ।

     ତୁମ ବିରହ ରେ , ତୁମ ଠାରୁ ଦୂରେ ,

     ଅସହ୍ୟ ହୁଏ ,ମୋ ଛାତି ତଳର ବ୍ୟଥା ।


ପ୍ରଥମ ଦେଖାରୁ ତୁମକୁ ମୋ ମନ ଦେଇ ଦେଇଛି । ତୁମ ପ୍ରତି ମୋର ଦୁର୍ବଳତା କୁ ଶବ୍ଦରେ ପ୍ରକାଶ କରି ପାରୁ ନାହିଁ । ବିରହ ର ଲହୁ ଆଜି ତୁମ ବିନା ସାଗର ରେ ପରିଣତ । ତୁମକୁ କଷ୍ଟରେ ଦେଖି ସହି ପାରେ ନାହିଁ ଏଇ ମୋ ହୃଦୟ । ସେ ଯାହା ବି ହେଇ ଯାଉ , ତାଙ୍କର ମୁଁ କିଛି ବି ହେବାକୁ ଦେବି ନି ? ମୁଁ ଥାଉ ଥାଉ ସେ ଯଦି କଷଣ ର ଜୀବନ କାଟନ୍ତି । ତାହା ହେଲେ ମୁଁ କଣ ନିଜକୁ କ୍ଷମା କରି ପାରିବି । ତୁମେ ମୋ ମନର ପୁରୁଷ , ହୃଦୟର ଦେବତା । ତୁମ ଜାଣତରେ ହେଉ ଅବା ଅଜାଣତରେ ମୋ ମନ ଆଉ ହୃଦୟ କୁ ତୁମର ପୟର ତଳେ ସମର୍ପି ଦେଇଛି।

   କାଲି ପ୍ରଭାତରେ ତୁମ ସହ ଦେଖା କରି ସମସ୍ତ ଦୁଃଖ କୁ ତୁମର ସାରା ଜୀବନ ପାଇଁ ମୋର କରି ଦେବି।


   ଝରକା ବାହାରେ ପୂର୍ଣ୍ଣିମା ର ଜହ୍ନ ଆଜି ହସି ଉଠୁଥିଲା , କୁଆଁରୀ ମନର ପ୍ରେମ ଆଳାପ ରେ। ଅନ୍ୟ ପଟେ ଏଫ ମ ରୁ ମାୟା ଶୁଣେ କାହାର କବିତା ଆବୃତ୍ତି ର ସ୍ୱର :-


      

        ଅସମାପ୍ତ ଏହି ହୃଦୟର ଏ ଭଷା ,

         ଆଜି ବି ରହିଚି ଅଧା ।

        ତୁମ ସଜଳ ଆଖିର ମହନୀ ନିଶାରେ,

        ଝୁରେ ମୁଁ ତୁମକୁ ରାଧା ।

         


   



Rate this content
Log in

Similar oriya story from Romance