Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Neelamadhab Rath

Romance Fantasy Inspirational

4.0  

Neelamadhab Rath

Romance Fantasy Inspirational

ମଲା ଡାଏରୀ

ମଲା ଡାଏରୀ

2 mins
67


ରାତି ପ୍ରାୟ ଏଗାରଟା । ଗୁଳୁଗୁଳି ପାଗ । ବିଛଣାରେ ପଡି କଡ ଲେଉଟି ଲେଉଟି ନିଦକୁ ଅପେକ୍ଷା କରୁଥିଲା ସୁରଜ । ଭାବିଲା ଟିକିଏ ପୁରୁଣା ଡାଏରୀଟା ଓଲଟାଇବ । କିଛି ପଛ କଥା ଯାହାକୁ ବହୁତ ଦିନରୁ ସ୍ମୃତି ପଟରୁ ପାଶୋରି ସାରିଥିଲା ଦେଖିନେବ । ହଠାତ୍ ଓଲଟିଗଲା ପୃଷ୍ଠା ସଂଖ୍ୟା 179 । ମିନତୀ ଆଉ ତା ସମ୍ପର୍କର ଶେଷ କାହାଣୀ । କଲେଜ ରେ ପ୍ରଥମ ଦେଖାରୁ ଭଲପାଇ ବସିଥିଲା ମିନତୀକୁ । ପ୍ରଥମେ ପ୍ରଥମେ ନୋଟସ୍ ଦିଆନିଆ ଆଉ ନୋଟସ ଭିତରେ ଲଭ ଲେଟେର । ବହୁତ ଲେଖିଛି । କିଛି କିଛି ସ୍ମୃତିମଧ୍ୟ ଡାଏରୀରେ କଏଦ୍ ଅଛି ।


ଭାବିଥିଲା ବହୁତ ପାଠ ପଢିବ । ବଡ ଅଫିସର୍ ଟିଏ ହେବ । ମିନତୀ ବାପାଙ୍କୁ ପ୍ରସ୍ତାବଟା ଦେଇ ବାହାଘର ପାକ୍କା କରିବ । ହେଲେ ସାଇନ୍ସ ଲ୍ୟାବ୍ ରେ କେମିକାଲ୍ ରିଆକ୍ସନ ରୁ ଫଳାଫଳ ବାହାରିଲା ବେଳକୁ ଭୁଲ କେମିକାଲ୍ ଯୋଗୁ ରିଜଲ୍ଟ ଫେଲ୍ ପରି କିଛି ଫାଟହୋଇଯାଏ ମିନତି ଓ ତା ମଧ୍ୟରେ। ମନମାଳିନ୍ୟର ପାଚେରିଟା ପ୍ରତିବନ୍ଧକ ସାଝେ ଦୁହିଙ୍କ ମଧ୍ୟରେ । ଡାଏରୀର ପୃଷ୍ଠା ଆଉ ଆଗକୁ ବଢେ ନାହିଁ । ମିନତି ଇତି ମଧ୍ୟରେ ସୁରଜର ସାଙ୍ଗ ରୋହନକୁ ଭଲପାଇ ବସିଛି । ତା ଅଜାଣତରେ ରୋହନସହ ମିଳାମିଶାକୁ ବରଦାସ୍ତ କରିପାରେନି ସୁରଜ । ବହୁତ ଚେଷ୍ଟା କରି ବି ଭୁଲିପାରେ ନାହିଁ ମିନତୀକୁ ।


ବେଳେ ବେଳେ ଅନେକ ଚେଷ୍ଟା କରିଛି ଜୀବନ ହାରିଦେବାକୁ । ହେଲେ ପାରେ ନାହି । ବଞ୍ଚିବାର ଆଶାନେଇ ପୁଣି ଫେରିଆସ । ମିନତି ଆଉ ରୋହନର ମିଳାମିଶାର ଛବିସବୁ ନାଚି ଉଠେ ତା ମନ ଅଗଣାରେ ।

ଆଜି ଠିକ୍ କରିନିଏ ଡାଏରୀଟା ସାରିଦେବ । ବିଫଳତା ର ପାହଚ ସବୁକୁ ଗୋଟିଗୋଟି କରି ଲିପିବଦ୍ଧ କରିବ । ତହା ହେଵ ଡାଏରୀର ଶେଷ ଫର୍ଦ୍ଦ । ଚାକିରୀରେ ବିଫଳତା, ମିନତୀର ଧୋକା....... ବ୍ୟତିବସ୍ତ କରି ସୁରଜକୁ...। କାହାଣି ଲେଖୁ ଲେଖୁ ବେଡ ଲାଇଟଟାକୁ କଚାଡି ଦିଏ ଖଟିଆ ଦେହରେ। ଆଉ ତାର ସବୁକୁ ଗୁଡାଇ ନିଏ ବେକରେ । ସୁଇଚ ଟି ଟିପୁ ଟିପୁ ଚିତ୍କାର କରିଉଠେ.......ମିନତି I hate you........



Rate this content
Log in

More oriya story from Neelamadhab Rath

Similar oriya story from Romance