STORYMIRROR

Geeta Panigrahi

Romance Inspirational

4  

Geeta Panigrahi

Romance Inspirational

ମଜବୁତ ସମ୍ପର୍କ

ମଜବୁତ ସମ୍ପର୍କ

5 mins
340


ପ୍ରେମ ସବୁବେଳେ ସାରସ୍ଵତ। କୌଣସି ମନର ମିଳନ କୁ ପ୍ରେମ ର ଆଖ୍ୟା ଦିଆଯାଇଛି ।ପ୍ରେମ ଜାତି, ଗୋତ୍ର ଓ ଧନୀ ଗରିବ କିଛି ମାନେ ନାହିଁ । ଜଣେ ଅନ୍ୟ ଜଣଙ୍କୁ ଭଲପାଇବା ଓ ବିଶ୍ୱାସ ଦେଲେ ସେ ପ୍ରେମ ସମ୍ପର୍କ ସୁଦୃଢ ହୋଇଥାଏ।

ସରିତା ମନ୍ଦିର ବେଢ଼ାରେ ବସି ସ୍ଵାମୀ ଅରୁଣ କୁ ଅପେକ୍ଷା କରି ଥିଲା।ସେ ଡାହାଣ ହାତର ଆଙ୍ଗୁଠି ରେ ପିନ୍ଧି ଥିବା ପଥର ବସା ମୁଦିକୁ ଦେଖୁଥିଲା ।ଭାଲେଣ୍ଟାଇନ ଡେ ବୋଲି ପ୍ରେମୀ ଯୁଗଳ ସେମାନଙ୍କ ର ସମ୍ପର୍କ ମଜବୁତ କରିବାକୁ ମନ୍ଦିର ଆସିଛନ୍ତି।ଆଜି କୁ ଦୁଇ ବର୍ଷ ତଳେ ଅରୁଣ ଏହି ସ୍ଥାନ ରେ ତାକୁ ଏହି ପ୍ରେମ ସ୍ଫଟିକ କୁ ଉପହାର ସ୍ଵରୁପ ତାକୁ ପିନ୍ଧାଇ ଦେଇଥିଲେ।

ସରିତା ଅରୁଣ ପରି ଜଣେ ଜୀବନ ସାଥି ତା ପାଇଁ ବାଛି ଥିବାରୁ ଭଗବାନ ଙ୍କୁ ଧନ୍ୟବାଦ ଜଣାଇଲା । ତା ସହିତ ସାତ ଜନ୍ମ ପାଇଁ ଅରୁଣ ଙ୍କୁ ହିଁ ସ୍ଵାମୀ ରୁପେ ପାଇବା ପାଇଁ ପ୍ରାର୍ଥନା କରିଥିଲା । ଆଜି ତାଙ୍କର ଦ୍ବିତୀୟ ବିବାହ ବାର୍ଷିକୀ। ସେଥିପାଇଁ ସେମାନେ ମନ୍ଦିର କୁ ଆସିଛନ୍ତି। ଅରୁଣ କୁ ବିବାହ କରି ସରିତା ବହୁତ ଖୁସି ଅଛି। ବିବାହ ବନ୍ଧନରେ ଆବଦ୍ଧ ହେବା ତାଙ୍କର ଦୁଇ ବର୍ଷ ର। କିନ୍ତୁ ଅରୁଣ ଙ୍କ ସହିତ ତା'ର ପବିତ୍ର ସମ୍ପର୍କ ଆଠବର୍ଷ ର । କଲେଜରେ ପଢିଲା ବେଳେ ତା'ର ଅରୁଣ ସହ ଦେଖା ସାକ୍ଷାତ ।

ଅଶୋକ ଓ ଶାନ୍ତି ଦେବୀ ଙ୍କର ବଡ଼ ଝିଅ ସରିତା।ପୁଅ ପାଇଁ ଅପେକ୍ଷା କରି କରି ଚାରି ଝିଅ ପରେ ଗୋଟିଏ ପୁଅ ‌ହୋଇଛି । ସରିତା ର ବାପା ଗୋଟିଏ ବିଦ୍ୟାଳୟ ରେ ଶିକ୍ଷକତା କରିଛନ୍ତି ।ସେ ସ୍କୁଲ ରେ କେତେ ବେଳେ ଦରମା ମିଳେ ତ କେତେବେଳେ ମିଳେନି । ବହୁତ କଷ୍ଟରେ ସେ ପରିବାର ଚଳାଇବା ପାଇଁ ଚେଷ୍ଟା କରୁଥିଲେ। ଖାଲି ସମୟରେ ପିଲା ମାନଙ୍କୁ ଟିଉସନ ମଧ୍ୟ କରୁଥିଲେ । ଏମିତି ଭାବରେ ପରିବାର ଚାଲିଥିଲା ।


ସରିତା ବଡ଼ ଝିଅ ହୋଇ ଥିବାରୁ ସେ ସବୁ ଅସୁବିଧା କୁ ବୁଝି ପାରୁଥିଲା । ସରିତା ବାପା ଙ୍କୁ କହୁଥିଲା ବାପା ମୁଁ ଶିଘ୍ର ଶିଘ୍ର ବଡ଼ ହୋଇ ଚାକିରୀ କରିବି ।ଆଉ ତମର ସବୁ ଦୁଃଖ କଷ୍ଟ କୁ ଦୁର କରି ଦେବି। ଅଶୋକ ଝିଅ ର କଥା ଶୁଣି ତା ମୁଣ୍ଡକୁ ଆଉଁସି ଦିଅନ୍ତି । ଅଶୋକ ମନେ ମନେ ଚିନ୍ତା କରିଲେ ସରିତା ଯଦି ପୁଅଟିଏ ହୋଇଥାନ୍ତା। ତେବେ କେତେ ଭଲ ହେଇଥାନ୍ତା ।ମନ କଥା ମନରେ ରଖି ଆଗକୁ ବଢିଚାଲନ୍ତି ।

ସରିତା ର ଭାଇ ବହୁତ ସାନ ପିଲାଟେ । ଧିରେଧିରେ ପିଲା ମାନେ ବଡହେଉଥିଲେ ।ସେ ଅନୁସାରେ ସେମାନଙ୍କର ଖର୍ଚ୍ଚ ମଧ୍ୟ ବଢୁଥିଲା । ସରିତା ବର୍ତ୍ତମାନ କଲେଜ ଗଲାଣି ।ସେ ନିଜେ ପଢ଼ିବା ସହିତ ଛୋଟ ଭାଇ ଭଉଣୀ ମାନଙ୍କୁ ପାଠପଢାଉଛି । ପାଠପଢା ସରିଲା ପରେ ଘରେ ଟିଉସନ ମଧ୍ୟ କରି ଟଙ୍କା ରୋଜଗାର କରୁଛି । ସରିତା ର ମା ଙ୍କର ଦେହ ଭଲ ରହୁନାହିଁ । ତେଣୁ ଘର ର ଦାୟିତ୍ଵ ମଧ୍ୟ ସରିତା କୁ ତୁଲାଇବାକୁ ପଡୁଛି। କଲେଜରେ ଫାଷ୍ଟ ଇୟର ପରିକ୍ଷା ଥିଲା। ସରିତା କଲେଜ ର ଲାଇବ୍ରେରୀ ରେ ବସି ପଢୁଥିଲା। ଏହି ସମୟରେ ଗୋଟିଏ ପିଲା ଆସି କହିଲା ସରିତା ମୁଁ ଏଠାରେ ବସି ପା଼ରିବି କି ।ତମ ଠାରୁ ମୋର କିଛି ବୁଝି ବାର ଅଛି।

ସରିତା ବସିବା ପାଇଁ କ‌ହିଲା ।ସେ ପିଲା ଟିର ନାଁ ଥିଲା ଅରୁଣ। ସରିତା ତାକୁ ପାଠ ବିଷୟରେ ବହୁତ ଭଲ ଭାବରେ ବୁଝାଇ ଥିବାରୁ ଅରୁଣ ବହୁତ ଖୁସି ଥିଲା ।

ତା ପର ଠାରୁ ସେମାନେ ଯେଉଁ ଠାରେ ଦେଖାହେଲେ କଥାବାର୍ତ୍ତା ହୁଅନ୍ତି । ଅରୁଣ ମଧ୍ୟ ବହୁତ ଭଲପିଲା ଥିଲା ।

ସରିତା ତା ସାଙ୍ଗରେ କଥା ବାର୍ତ୍ତା ହୋଇ ଜାଣି ବାକୁ ପାଇଲା ସେ ବହୁତ ଗରୀବ ଘରୁ ଆସିଅଛି।ଘରେ ତା'ର ବିଧବା ମା ଓ ତିନି ଜଣ ଅବିବାହିତ ଭଉଣୀ ।ତାଙ୍କ ଘର ର ଏକମାତ୍ର ସାହାଭରସା ଅରୁଣ ।ଘର ର ସବୁ ଦାୟିତ୍ଵ ତା ଉପରେ ଥିଲା। ସରିତା ଓ ଅରୁଣ ଭଲ ବନ୍ଧୁରୁ କେତେ ବେଳେ ପରସ୍ପର ଭଲ ପାଉଥିଲେ ଜଣା ପଡ଼ିଲା ନାଇଁ।

କଲେଜ ପାଠ ସରିଲା ପରେ ଦୁଇ ଜଣ ଯାକ ଗୋଟିଏ କମ୍ପାନୀ ରେ ଚାକିରୀ ପାଇଲେ । ଯେତେବେଳେ ଦେଖାହୁଅନ୍ତି । ନିଜ ନିଜ ର ଘର ର ଅସୁବିଧା ବିଷୟରେ ଆଲୋଚନା କରନ୍ତି।


ଅଶୋକ ବାବୁ ସରିତା କୁ ବାହାଘର ପାଇଁ କହିଲେ ।ସେ କିନ୍ତୁ ମନା କରିଦେଲା। କହିଲା ପ୍ରଥମେ ମୋର ସବୁ ଭାଇଭଉଣୀଙ୍କ ପାଠପଢା ସାରିବି ।ଭଉଣୀମାନଙ୍କ ର ବିବାହ ସରିବା ପରେ ଯାଇ ମୋ ବାହାଘର କଥା ଚିନ୍ତା କରିବି । ଅଶୋକ ବାବୁ ଯେତେ ବୁଝାଇଲେ ମଧ୍ୟ ସରିତା ନିଜ ଜିଦ୍ ରେ ଅଟଳ ଥିଲା ।


ଏପଟେ ଅଶୋକ ମଧ୍ୟ ଭଉଣୀ ମାନଙ୍କ ର କଥା ଚିନ୍ତା କରୁଥିଲା । ଦୁଇ ଜଣ ଯାକ ନିଜ ର ପରିବାର ର ଦାୟିତ୍ଵ ଆଗରେ ନିଜର ସ୍ଵପ୍ନ କୁ ଭାଙ୍ଗି ଦେଇଥିଲେ ।ସମୟ ସବୁ ଠିକ ଠାକ୍ କରିଦେଲା । ସରିତା ଓ ଅରୁଣ ର ଦାୟିତ୍ଵ ଧିରେଧିରେ ସରିଆସୁଥିଲା । ଦୁଇ ଜଣ ବାହା ନ ହୋଇ ମଧ୍ୟ ପରସ୍ପର କୁ ସାହାଯ୍ୟ କରୁଥିଲେ । ଦୁଃଖ ରେ ଭାଙ୍ଗି ପଡ଼ିଲେ ଜଣେ ଅନ୍ୟ ଜଣଙ୍କୁ ଭରସା ଦେଉଥିଲା । ଅରୁଣ ସବୁ ଭଉଣୀମାନଙ୍କ ର ବିବାହ ସମ୍ପନ୍ନ କରିଦେଲା । ତା'ର ଚାକିରୀ ରେ ଯେତିକି ରୋଜଗାର କରୁଥିଲା।ସେ ସବୁ ଘର ଖର୍ଚ୍ଚ ରେ ଚାଲି ଗଲା ।


ଏ ଭିତରେ ର ତିନି ଭଉଣୀ ବିବାହ କରିସାରିଥିଲେ ।ସାନ ଭାଇ ମଧ୍ୟ ପାଠପଢି ଚାକିରୀ ଖୋଜୁଥିଲା।ସମୟ କାହାକୁ ଅପେକ୍ଷା କରେ ନାହିଁ।ସମୟ ଅନୁସାରେ ସବୁ କାମ ହେଉଥିଲା 


ଏ ଭିତରେ ଛଅ ବର୍ଷ ଚାଲି ଗଲାଣି। କିନ୍ତୁ ଅରୁଣ ଓ ସରିତା କିଏ କାହାର ହାତ ଛାଡି ନାହାଁନ୍ତି। ସବୁ ସୁଖ ଦୁଃଖ ରେ ତା ପାଖରେ ଛିଡ଼ା ହୋଇ ଛନ୍ତି। ସେଥିପାଇଁ ସରିତା ଏସବୁ କର୍ତ୍ତବ୍ୟ କରିବା ପାଇଁ ସାହାସ ପାଇଲା । ଥରେ ଥରେ ଅରୁଣ ଙ୍କର ଧର୍ଯ୍ୟ ଓ ବିଶ୍ୱାସ ଦେଖି ସରିତା କୁ ଆଶ୍ଚର୍ଯ୍ୟ ଲାଗେ । ଏତେ ସାହସ ଓ ଇଛାଶକ୍ତି ତାଙ୍କ ପାଖରେ କୁଆଡୁ ଆସୁଛି । ଆଠବର୍ଷ ସାଥିରେ ରହିଲା ପରେ ମଧ୍ୟ ସରିତା କେବେ ହେଲେ ଅରୁଣ ଙ୍କୁ କିଛି ଉପହାର ମାଗିନି । ଦିନେ ଅରୁଣ କଥା ହେଉ ହେଉ କହିଲେ ଏତେ ବର୍ଷ ଆମେ ବିବାହ ନ କରି ରହିଲୁ ।ତମେ କେବେ ହେଲେ ମତେ କିଛି ମାଗିନ । କିନ୍ତୁ ମୁଁ ତମକୁ ଜୀବନ ରେ ପ୍ରଥମ ଥର ଗୋଟିଏ ପ୍ରେମ ସ୍ଫଟିକ ଉପହାର ପ୍ରଦାନ କରିବି ।ଯାହାକୁ ପାଇ ତମେ ଜୀବନ ସାରା ମନେ ରଖିବ ।


ଏମିତି ଭାବରେ କିଛି ଦିନ ଚାଲି ଗଲା ପରେ ସେମାନେ ସବୁ ଦାୟିତ୍ଵ ସରିଲା ପରେ ବିବାହ କରିବା ପାଇଁ ନିଷ୍ପତ୍ତି ନେଲେ ।

ସରିତା ବାପାଙ୍କୁ ଅରୁଣ ଙ୍କବିଷୟରେ କହିଲା। ଅଶୋକ ବାବୁ ଖୁସି ରେ ରାଜି ହୋଇଗଲେ । ଅରୁଣର ମା ମଧ୍ୟ କାମିନୀ କୁ ବୋହୁ କରି ଆଣିବା ପାଇଁ ରାଜି ହୋଇଗଲେ ।


ଦୁଇ ପରିବାର ର ସମତି ଓ ଆଶିର୍ବାଦ ରେ ବିବାହ ଦିନ ଧାର୍ଯ୍ୟ କରାଗଲା । ବାହାଘର କୁ ଧୁମ୍ ଧାମରେ ନ କରି ମନ୍ଦିର ରେ ସାଧାରଣ ଭାବରେ କରିବା ପାଇଁ ସେମାନେ ନିଷ୍ପତ୍ତି ନେଇସାରିଥିଲେ।କାରଣ ପରିବାର ର ଦାୟିତ୍ଵ ତୁଲାଇବା ରେ ଟଙ୍କା ଖର୍ଚ୍ଚ ହୋଇସାରିଥିଲା।

ବାହାଘର ଦିନ ଅରୁଣ ଗୋଟିଏ ସ୍ଫଟିକ ମୁଦି ସରିତା ଆଙ୍ଗୁଠି ରେ ପିନ୍ଧାଇ ଦେଇଥିଲେ। ସେଦିନ ଥିଲା ଭାଲେଣ୍ଟାଇନ ଡେ।କହିଲେ ମୋ ପାଖରେ ଏହା ଛଡ଼ା ତମକୁ ଦେବାକୁ ଆଉ କିଛି ନାହିଁ । ଏହାକୁ ମୋର ପ୍ରଥମ ପ୍ରେମ ଉପହାର ଭାବୀ ଗ୍ରହଣ କର । ତା ପରେ ଫୁଲ ମାଳ ଦିଆନିଆ ରେ ଭଗବାନ ଙ୍କୂ ସାକ୍ଷି ରଖି ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଯାଇଥିଲା ।

ଅରୁଣ ଦେଇଥିବା ସ୍ଫଟିକ ଉପହାର ଟିକୁ ପିନ୍ଧି ସରିତା କହିଲା ଏହାକୁ ମୁଁ ଜୀବନ ସାରା ପନ୍ଧିବି । କେବେ ହେଲେ ମୋ ଠାରୁ ଅଲଗା କରିବି ନାହିଁ।ଗତ ଛଅ ବର୍ଷ ରେ ତମେ ମତେ ଯେଉଁ ବିଶ୍ୱାସ ଓ ଭଲ ପାଇବା ଦେଇଛ ତାକୁ କେବେ ହେଲେ ଭୁଲି ପାରିବି ନାହିଁ। ଦାମ୍ପତ୍ୟ ଜୀବନ ରେ ଯେତେ ଦୁଃଖ କଷ୍ଟ ଆସିଲେ ମଧ୍ୟ ତମ ହାତ ଧରି ବାଟ ଚାଲିବି ।

ସେଠାରେ ଉପସ୍ଥିତ ଥିବା ପରିବାରର ଲୋକ ମାନେ ଫୁଲ ପକାଇ ଖୁସି ହେଲେ । ସେମାନଙ୍କ ର ପବିତ୍ର ସମ୍ପର୍କ ସବୁ ଦିନ ପାଇଁ ସୁଦୃଢ ହୋଇଗଲା ।


ଅରୁଣ ଆସି ସରିତା ର ହାତ ଧରି ଉଠାଇ ନେଲେ ସରିତା ର ଭାବନା ରେ ପୂର୍ଣ୍ଣ ଛେଦ ପଡ଼ିଲା । ଦୁଇ ଜଣ ଯାକ ମିଶି ଭଗବାନ ଙ୍କୂ ତାଙ୍କ ର ଦାମ୍ପତ୍ୟ ଜୀବନ ସୁଖମୟ ହେଉ ବୋଲି ପ୍ରାର୍ଥନା କରୁଥିଲେ ।


ଏ କାହାଣୀ ଟି କେମିତି ଲାଗିଲା ମତାମତ ଦେବାକୁ ଭୁଲିବେ ନାହିଁ।



Rate this content
Log in

Similar oriya story from Romance