STORYMIRROR

Geeta Panigrahi

Drama Classics

4  

Geeta Panigrahi

Drama Classics

ଶାଶୁ ଘର

ଶାଶୁ ଘର

5 mins
264

ବାହାଘର ଏକ ପବିତ୍ର ବନ୍ଧନ ଓ ଏକ ମଜବୁତ୍ ସମ୍ପର୍କ।ଥରେ ଏହି ସମ୍ପର୍କ ର ଦଉଡ଼ି ରେ ବାନ୍ଧି ହୋଇଗଲେ ସେଥିରୁ ମୁକୁଳିବା ର ସୁଗମ ରାସ୍ତା ନ ଥାଏ । ବାହାଘର ପରି ଗୋଟିଏ ସାମାଜିକ ପରମ୍ପରା କୁ ନେଇ ସ୍ତ୍ରୀ ଓ ପୁରୁଷ ଭିତରେ ଯେଉଁ ସମ୍ପର୍କ ଗଢିଉଠେ ତାହା କେବଳ ଗୋଟିଏ ଦିନ ର ନୁହେଁ। ଜନ୍ମ ଜନ୍ମ ର ସମ୍ପର୍କ ପାଲଟି ଯାଇଥାଏ। ବାହାଘର ଦୁଇ ଟି ଅଚିହ୍ନା ପରିବାର କୁ ଯୋଡି ଥାଏ । ପରସ୍ପର ଭିତରେ ବିଶ୍ୱାସ ଓ ବୁଝାମଣା ହିଁ ବିବାହ ର ମହତ୍ଵ। କିନ୍ତୁ ଆଜି କାଲି ବାହାଘର ର ରଙ୍ଗ ରୁପ ସବୁ ବଦଳି ଯାଇଛି । ଆଜି କାଲି ର ନାରୀ ହୁଅନ୍ତୁ ବା ପୁରୁଷ ବିବାହ କୁ ପିଲା ଦିନେ ଖେଳି ଥିବା ମିଛି ମିଛିକା ବାହାଘର ବୋଲି ଭାବୁଛନ୍ତି। ନିଜ ମନଲାଖି ଜୀବନ ସାଥି ନ ହେଲେ ତାଙ୍କର ମାନସିକ ଅବସ୍ଥା ବିଗିଡି ଯାଉଛି । ପରସ୍ପର ଭିତରେ ବୁଝାମଣା ହୋଇ ରହିବା ପାଇଁ ଚାହୁଁ ନାହାନ୍ତି । କେତେକ କ୍ଷେତ୍ରରେ ସ୍ଵାମୀ ଓ କେତେକ କ୍ଷେତ୍ରରେ ସ୍ତ୍ରୀ ଟି ଅତ୍ୟାଚାରୀ ହୋଇ ପଡୁଛି।

ନବୀନ ବାବୁଙ୍କ ର ଗୋଟିଏ ବୋଲି ପୁଅ । ଦେଖି ବାକୁ ଯେମିତି ସୁନ୍ଦର । ତା'ର ଆଚାର ବ୍ୟବହାର ମଧ୍ୟ ସେମିତି ମାର୍ଜିତ । ନାଁ ତା'ର ସୁଦର୍ଶନ । ସୁଦର୍ଶନ ର ମା ସୁଲୋଚନା ଜଣେ ଉଗ୍ର ସ୍ଵଭାବ ର ସ୍ତ୍ରୀ ଲୋକ । ସୁଦର୍ଶନ ସହରରେ ଚାକିରୀ କରୁଥାଏ । ସୁଦର୍ଶନ ପାଇଁ ନବୀନ ବାବୁ ଝିଅ ଦେଖା ଆରମ୍ଭ କରି ଦେଇଥିଲେ । ଝିଅ ର ବାପା ମା ମାନେ ବାପା ପୁଅ କୁ ଦେଖି ରାଜି ହେଉଥିଲେ ସିନା କିନ୍ତୁ ମା ର ସ୍ଵଭାବ ପାଇଁ ଡରି ଯାଉଥିଲେ । ଅଧିକାଂଶ ଝିଅ ର ବାପା ମା ମାନେ ଶାଶୁ କେମିତି ବୁଝାବୁଝି କରିଥାନ୍ତି ।

ତାଙ୍କ ଝିଅ ର ବାହାଘର ସେଠାରେ କରିବା ପାଇଁ ପଛଘୁଞ୍ଚା ଦିଅନ୍ତି । ନବୀନ ବାବୁଙ୍କ ପାଇଁ ଏହା ଚିନ୍ତା ର କାରଣ ହୁଏ ।

ବହୁତ କଷ୍ଟରେ ଗୋଟିଏ ପ୍ରସ୍ତାବ ଆସିଲା । କିନ୍ତୁ ଝିଅ ଟି ବେଶି ପାଠଶାଠ ପଢିନଥିଲା । ଝିଅ ଟି ର ନାଁ ମାମିନା । ମଧ୍ୟବିତ୍ତ ପରିବାରର ଲୋକ ସେମାନେ । ନବୀନ ବାବୁ ପ୍ରଥମେ ସୁଦର୍ଶନଙ୍କୁ ଏ ବିଷୟରେ ପଚାରିଥିଲେ । ସୁଦର୍ଶନ କହିଲା ଆପଣ ଯାହା ଭଲ ଭାବୁଛନ୍ତି ତାହା କରନ୍ତୁ । ମୁଁ ଚାହେଁ ପରିବାର ର ଶାନ୍ତି । ମୁଁ ତା ସହିତ ଆଡଜଶଟ କରି ଚଳିବି । କିନ୍ତୁ ମୋର ମା ପାଇଁ ବେଶି ଚିନ୍ତା । ସେଥିପାଇଁ ବାହାଘର କଥା ଚିନ୍ତା କଲା ବେଳକୁ ମତେ ଜର ଆସିଯାଏ । ତା କଥା ଶୁଣି ନବୀନ ବାବୁ ହସି ହସି କହିଲେ ତୁ ଜମା ବ୍ୟସ୍ତ ହୋଇ ଯାଆନି ।ତୋ ମା କୁ ସମ୍ଭାଳି ବା ପାଇଁ ମୁଁ ଅଛି ନା ।

ସୁଲୋଚନା ର ମତ ନେଇ ନବୀନ ବାବୁ ବାହାଘର କଥା ଆଗେଇ ନେଲେ । ସମସ୍ତେ ମିଶି ମାମିନା କୁ ଦେଖି ବାକୁ ଯାଇଥିଲେ ।

ହରିଶ ବାବୁ ଙ୍କର ଝିଅ ମାମିନା। ମେଟ୍ରିକ୍ ଯାଏଁ ପାଠ ପଢିଛି ।ପାଠ ପଢିଥିଲେ ବହୁତ ଉପରକୁ ଯାଇଥାନ୍ତା । କିନ୍ତୁ ପରିବାର ର ଆର୍ଥିକ ଅବସ୍ଥା ପାଇଁ ସେ ପଢି ପାରିଲା ନାହିଁ । ସବୁ ବେଳେ ବାପା ମା ଙ୍କର କଥା ମାନି ଚାଲି ଥାଏ । ଆଜି କାଲି ର ଝିଅ ମାନଂକ ଭଳିଆ ବିଲକୁଲ ନୁହେଁ । ତା ସହିତ କଥାବାର୍ତ୍ତା ହୋଇ ସମସ୍ତ ଙ୍କ ର ପସନ୍ଦ ହୋଇ ଗଲା ।

ମାମିନା ମଧ୍ୟ ସୁଦର୍ଶନ କୁ କଣେଇ କଣେଇ ଦେଖି ପସନ୍ଦ କରିଲା । କିନ୍ତୁ ଭାବି ଶାଶୁ କୁ ଦେଖି ଡରିଗଲା । ନିଜ ମନକୁ କହିଲା ସେଇଟା ମୋ ପାଇଁ ଶାଶୁ ଘର ନ ହୋଇ ଯମପୁର ହୋଇ ଯିବନି ତ। ଦୁଇ ପରିବାର ର ସହମତି ରେ ବାହାଘର ଠିକ୍ ହୋଇଗଲା।

ଶାଶୁ ଘରେ କେମିତି ଚଳିବାକୁ ପଡିବ ମାମିନା ର ମା ତାକୁ ଶିଖାଇଥିଲେ । ଯଥା -ସେଠାରେ କାହାରି କି ପାଟି ଫିଟାଇ କଥା କହିବୁନି। ଶାଶୁ ଶ୍ୱଶୁର ଙ୍କର ପାଖରେ ମୁଣ୍ଡ ତଳକୁ କରି ଛିଡ଼ା ହେବୁ । କେହି କଟୁ କଥା କହିଲେ ସହିଯିବୁ। ଏତିକି ମନେ ରଖିବୁ ଘର କରିଥିଲେ ପଥର ପଡ଼ିଲେ ସହି। ଶାଶୁ ଘର ର ସମସ୍ତ ଙ୍କ ର ମନ ନେଇ ଚଳିବୁ । କିଛି କରିବା ଆଗରୁ ଶାଶୁ ଶ୍ୱଶୁର ଓ ସ୍ଵାମୀ ଙ୍କୂ ପଚାରି କରିବୁ । ସମସ୍ତେ ଖାଇ ସାରିବା ପରେ ଯାଇ ଖାଇବୁ । ଶାଶୁ ଶ୍ୱଶୁର ଙ୍କର ଅନୁମତି ବିନା ଘରୁ ଗୋଡ଼ କାଢିବୁ ନାହିଁ ।

ମାମିନା ମା ର ପାଟିରେ ହାତ ଦେଇ କହିଲା ମା ଥାଉ ଥାଉ କେତେ ଆଉ କହିବୁ । ଶାଶୁ ଘର ପାଇଁ ଏତେ ନିୟମ ଶୁଣି ମତେ ଜର ଆସିଲାଣି । ଏତେ କଠୋର ନିୟମ ଅଛି ଯଦି ଆଗରୁ ଜାଣିଥାନ୍ତି । ତା ହେଲେ କେବେ ହେଲେ ବାହାଘର ପାଇଁ ରାଜି ହୋଇ ନ ଥାନ୍ତି।ମା କହିଲେ ତୁ ମୋ କଥା ନ ମାନି ଚଳିବୁ । ତେବେ ବାପା ମା ଙ୍କର ନାଁ ପକେଇବୁ ।ନିଜେ ନିନ୍ଦା ଅପମାନ ର ସାମ୍ନା କରିବୁ ।

ମାମିନା ବାହାହେବ ବୋଲି ଯେଉଁ ଖୁସି ଅନୁଭବ କରୁଥିଲା । ତାହା ବିଷାଦ ରେ ପରିଣତ ହୋଇଯାଇଥିଲା।ବାହା ହେବା ପାଇଁ ତା'ର ଆଉ ତିଳେ ମାତ୍ର ସ୍ପହା ନ ଥିଲା।

କିଛି ଦିନ ପରେ ମାମିନା ର ବାହାଘର ସୁଦର୍ଶନ ସାଙ୍ଗରେ ବହୁତ ଧୁମଧାମରେ ହୋଇ ଗଲା । ମାମିନା ଡରିଥରି ନଇଁ ନଇଁ ହାତେ ଲମ୍ବ ର ଓଢଣା ଦେଇ ଶାଶୁ ଘର ର ଏରୁଣ୍ଡି ବନ୍ଧ ଡେଇଁଲା।ମା ଙ୍କର କଥା କୁ ସେ ମନେ ରଖି କାମ ଆରମ୍ଭ କରିଲା।

ସୁଦର୍ଶନ ପ୍ରଥମ ରାତି ରେ ହିଁ ମାମିନା କୁ ତାଙ୍କ ପରିବାର ବିଷୟରେ ସବୁ ବୁଝାଇ ଦେଇଥିଲା। କହିଲା ତମକୁ ମୋ ମା ସହିତ ଟିକିଏ ଆଡଜଶଟ କରି ଚଳିବାକୁ ପଡିବ । ମୁଁ ଜାଣିଛି ତମେ ବହୁତ୍ ଭଲ ଝିଅ । ତମେ ତମ ବ୍ୟବହାର ଓ କାମ ସାହାଯ୍ୟ ରେ ମା ର ସ୍ଵଭାବ କୁ ପରିବର୍ତ୍ତନ କରିପାରିବ । ଆମ ଦୁଇ ଜଣଙ୍କର ପରସ୍ପର ପ୍ରତି ଥିବା ବିଶ୍ୱାସ କୁ କେବେ ହେଲେ ଭାଙ୍ଗିବ ନାହିଁ। ଆମ ଦୁଇ ଜଣଙ୍କର ସମ୍ପର୍କ ଯେତେ ନିବିଡ଼ ହେବ ଆମ ଦୁଇ ପରିବାର ରେ ଶାନ୍ତି ଶୃଙ୍ଖଳା ବଜାୟ ରହିବ ।

ମାମିନା ପ୍ରଥମରୁ ହିଁ ସ୍ଵାମୀ ଙ୍କର ଏପରି କଥା ଶୁଣି ବହୁତ ଖୁସି ହୋଇଗଲା । ସୁଦର୍ଶନ ପରି ଜଣେ ସତ୍ ଚିନ୍ତା ମଣିଷ କୁ ଜୀବନ ସାଥି ରୁପେ ପାଇ ଗର୍ବ ଅନୁଭବ କରୁଥିଲା ।

ମାମିନା ମା ର କଥା ମାନି କାମ କରୁଥିଲା ।ବଡ଼ି ଭୋରରୁ ଉଠି ନିତ୍ୟକର୍ମ ସାରି ଶାଶୁ ଙ୍କର ପୁଜା ପାଇଁ ଫୁଲ ତୋଳି ସଜାଡି ରଖିଲା ।ମନ ଜାଣି ସମସ୍ତ ଙ୍କ ପାଇଁ ଖାଦ୍ୟ ପରଷି ଦେଲା । ତା'ର ବ୍ୟବହାର ରେ ଶାଶୁ ଙ୍କ ସହିତ ସମସ୍ତଙ୍କ ର ମନ କିଣି ନେଲା । ତାକୁ ଏ ସବୁ କାମ ରେ ଅବଶ୍ୟ ସ୍ଵାମୀ ସାହାଯ୍ୟ କରୁଥିଲେ।

କିଛି ଦିନ ପରେ ଏମିତି ପରିସ୍ଥିତି ହୋଇଗଲା ଯେ ସୁଲୋଚନା ବୋହୁ ଉପରେ ନିଜର ଉଗ୍ର ସ୍ଵଭାବ ଦେଖାଇବାକୁ ରାସ୍ତା ପାଇଲେ ନାହିଁ। ଘର କରି ପରିସ୍ଥିତି କୁ ବୁଦ୍ଧିମତା ର ସହିତ ମୁକାବିଲା କରିଲେ ବିଶୃଙ୍ଖଳା ସୃଷ୍ଟି ହୁଏ ନାହିଁ ।

ମାମିନା ବେଶି ପାଠ ପଢି ନ ଥିଲା ସତ କିନ୍ତୁ ଘର ଚଳେଇବା ପାଇଁ ଯେଉଁ ସବୁ ପାଠ ଦରକାର ତାକୁ ସେ ଭଲ ଭାବରେ ଶିକ୍ଷା କରିଥିଲା । ସେଥିପାଇଁ ସୁଲୋଚନା ଭଳିଆ ଜଣେ ଶାଶୁ ଙ୍କର ସେ ସୁନା ବୋହୁ ହୋଇ ରହି ପାରିଲା ।

ମାମିନା ର ଏହି ସଫଳତା ରେ ନବୀନ ବାବୁ ଖୁସି ହୋଇ ଯାଇଥିଲେ ।ଯାହେଉ ସେ ଠିକ୍ ଝିଅ କୁ ବୋହୁ କରି ଆଣିଛନ୍ତି । ଏଠାରେ ମାମିନା କୁ ସୁଦର୍ଶନ ସବୁ ପରିସ୍ଥିତି ରେ ସାଥ ଦେଇ ଥିବାରୁ ଏହା ସମ୍ଭବ ହୋଇ ପାରିଲା ।

ସ୍ଵାମୀ ଓ ସ୍ତ୍ରୀ ହେଉଛନ୍ତି ଗୋଟିଏ ଗାଡ଼ି ର ଦୁଇ ଟି ଚକ ।ସେଥିରୁ ଗୋଟିଏ ମଧ୍ୟ ଅକାମୀ ହୋଇ ଗଲେ ପରିବାର ଚାଲିବ ନାହିଁ । ବାହାଘର ଗୋଟିଏ ପିଲା ଖେଳ ନୁହେଁ ।

ମାମିନା ର ବାପା ମା ଝିଅ ଶାଶୁ ଘରେ କେମିତି ଅଛି ବୋଲି ଦେଖିବାକୁ ଆସିଲେ । ଝିଅ କୁ ଶାଶୁ ଘରେ ବହୁତ ହସଖୁସିରେ ଚଳୁଥିବା ର ଦେଖି ତାଙ୍କର ମନ ଖୁସି ହେଲା । ପରିବାର ରେ ଅଶାନ୍ତି ସୃଷ୍ଟି କରିଲେ ନିଜେ ଖୁସି ରେ ରହିବ ନା ଅନ୍ୟ କୁ ଖୁସି ରେ ରଖିପାରିବ ।

ମାମିନା ମା ଗଲା ବେଳେ କହିଲା ମା ତମେ ଏବେ ଘରକୁ ନିଶ୍ଚିନ୍ତ ରେ ଯାଅ । ବର୍ତ୍ତମାନ ମୋର ବାହାଘର ଜର ଛାଡିଗଲାଣି । ମତେ ଏବେ ଶାଶୁ ଘର ସ୍ଵର୍ଗ ପୁର ଭଳିଆ ଲାଗୁଛି ।ତା କଥା ଶୁଣି ସମସ୍ତେ ହସି ଉଠିଲେ ।

ଏ କାହାଣୀ ଟି କେମିତି ଲାଗିଲା ମତାମତ ଦେବାକୁ ଭୁଲିବେ ନାହିଁ।



Rate this content
Log in

Similar oriya story from Drama