STORYMIRROR

Geeta Panigrahi

Thriller

4.6  

Geeta Panigrahi

Thriller

ପ୍ଲାଟଫର୍ମ ର ଶେଷ ବେଞ୍ଚ

ପ୍ଲାଟଫର୍ମ ର ଶେଷ ବେଞ୍ଚ

3 mins
370


ଯାତ୍ରା କହିଲେ ମୋ ମନକୁ ବହୁତ କିଛି ଆସିଥାଏ। ମଣିଷର ଜନ୍ମ ଠାରୁ ମୃତ୍ୟ ପର୍ଯ୍ୟନ୍ତ ସୁଖଦୁଃଖ ର ସହିତ ବିତେଇ ଥିବା ସମୟ କୁ ଜୀବନ ଯାତ୍ରାର ଆଖ୍ୟା ଦିଆଯାଇଛି । ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ କିଛି କାମପାଇଁ ହେଉ କି ଭ୍ରମଣ କରିବା ପାଇଁ ଯିବାକୁ ଯାତ୍ରା କୁହାଯାଇ ପାରିବ । ସେଥିପାଇଁ ଆମକୁ ଯାନବାହାନ ର ସାହାରା ନେବାକୁ ହୋଇ ଥାଏ ।

ସେହି ଯାତ୍ରା କରିବା ସମୟରେ ଆମ ସହିତ ଏମିତି କିଛି ଅଘଟଣ ଘଟିଥାଏ । ତାହା ସବୁଦିନ ପାଇଁ ଆମ ସ୍କୃତି ପଟଳରେ ରହି ଯାଇଥାଏ ।

ମିତା ସହିତ ମଧ୍ୟ ଏମିତି କିଛି ଘଟିଥିଲା ।ସେ ଘର

ର ବଡ଼ ବୋହୁ।ତିନି ଦିଅର ମଧ୍ୟରୁ ବଡ଼ ଦିଅଁଙ୍କ ବାହାଘର ସରିଯାଇଛି। ମଝିଆଁ ଦିଅର ପାଇଁ ଝିଅ ଖୋଜା ଚାଲିଥିଲା ।

ବରଗଡ଼ ପାଖରୁ ଗୋଟିଏ ଭଲ ପ୍ରସ୍ତାବ ଆସିଥିଲା । ଶାଶୁ ଶ୍ୱଶୁର ଓ ଦିଅର ଯାଇ ଦେଖି ପସନ୍ଦ କରି ଆସିଲେ । ତାପରେ ଶଶୁର ମିତାକୁ କହିଲେ ତମେ ଅଜିତ(ମିତାର ସ୍ବାମୀ) ସହିତ ଯାଇ ଝିଅ କୁ ଦେଖି 

ଆସ । ମିତା ର ଝିଅ ତିନି ବର୍ଷ ର ଓ ପୁଅ ସାତ

ମାସର । ଏତେ ଛୋଟ ପୁଅ କୁ ଛାଡ଼ି ଯିବାକୁ ଇଛା ହେଉନଥିଲା କି ନେଇ କି ଯାଇ ହଇରାଣ 

ହେବାକୁ । ସେଥିପାଇଁ ସେ ଯିବାକୁ ଅମଙ୍ଗ ହେଉଥିଲା ।ଶଶୁର କହିଲେ ଗୋଟିଏ ଦିନର କଥା ସକାଳୁ ଯାଇ ସନ୍ଧ୍ୟାରେ ଫେରି ଆସିବୁ। ଘରେ ଏତେ ଲୋକ ଅଛନ୍ତି ପୁଅକୁ ଦେଖିବେନି କି ।

ବହୁତ କଷ୍ଟରେ ମିତା ରାଜି ହେଲା । ସକାଳ ପାଞ୍ଚଟା ରେ ମିତା ସ୍ବାମୀ ଓ ଝିଅ ସହିତ ଟ୍ରେନରେ ସମ୍ବଲପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଲା । ସେଦିନ ର ଯାତ୍ରା ତାଙ୍କ ପାଇଁ ଆରମ୍ଭରୁ ହିଁ ଖରାପ ଥିଲା । ରାଉରକେଲା ରୁ ଠିକ୍ ସମୟରେ ତ ଟ୍ରେନ ଛାଡିଦେଲା କିନ୍ତୁ ବାଟରେ ଲାଇନ ଖରାପ୍ ଯୋଗୁଁ ଅଧା ରାସ୍ତା ରେ ଗାଡ଼ି ଦୁଇ ଘଣ୍ଟା ପର୍ଯ୍ୟନ୍ତ ରଖିଦେଲା । ସମ୍ବଲପୁରରେ ପହଞ୍ଚିଲା ବେଳକୁ ଦିନ ଦଶଟା ବାଜି ସାରିଥିଲା । ଛୋଟ ଝିଅ କୁ ଧରି ମିତା ହଇରାଣ ହେଉଥିଲା । ସମ୍ବଲପୁରରୁ ବରଗଡ ଗୋଟିଏ ବସ୍ ରେ ପୁଣି ସେଠାରୁ ଟ୍ରେକର ସାହାଯ୍ୟ ରେ ଝିଅ ଘରକୁ । ଝିଅ ଘରେ ପହଞ୍ଚିଲା ବେଳକୁ ଦିନ ଗୋଟାଏ ।

ସମସ୍ତେ ବହୁତ ହାଲିଆ ହୋଇ ଯାଇଥିଲେ ।

ସେଠାରେ ସବୁ କାମ ସାରି ଦିନ ଚାରିଟା ସୁଦ୍ଧା ଘରୁ ଷ୍ଟେସନ ଚାଲି ଆସିଲେ। ରାଉରକେଲା ଶୀଘ୍ର ପହଞ୍ଚି ବାର ଅଛି । କିନ୍ତୁ ଭାଗ୍ୟ ଖରାପ୍ ଯୋଗୁଁ ଟ୍ରେନ ଛାଡ଼ି ଦେଇଥିଲା । ସେମାନେ ଭାବିଥିଲେ ରାତି ଆଠଟା

ସୁଧା ଘରେ ପହଞ୍ଚି ଯିବେ । ସେଦିନ ପ୍ରାୟ ସବୁ ଟ୍ରେନ ବାତିଲ ‌

ହୋଇ ଥିଲା । ବସ୍ ମଧ୍ୟ ଆନ୍ଦୋଳନ ପାଇଁ ବନ୍ଦ ଥିଲା । ସେମାନେ କ'ଣ କରିବେ ନ କରିବେ ଭାବି ପାରୁନଥିଲେ ।କୁନି ଝିଅ ଖାଲି ଘରେ କେତେ ବେଳେ ପହଞ୍ଚି ବା କହି ବିରକ୍ତ ହେଉଥିଲା ।

ଏମିତି ଭାବରେ କିଛି ଘଣ୍ଟା ଚାଲି ଯାଇଥିଲା । 

 ଷ୍ଟେସନ ଟି କୋଳାହଳ ଶୂନ୍ୟ ଥିଲା । ଅନ୍ଧାର ବଢୁଥିଲା । ଅଜିତ୍ ଖାଲି ବ୍ୟସ୍ତ ହେଉଥିଲେ । ମିତା କୁ ପୁଅ ର ଚିନ୍ତା ଲାଗୁଥିଲା । ଅଜିତ୍ ତାକୁ ଗୋଟିଏ ବେଞ୍ଚ ଉପରେ ବସାଇ ଦେଇ ଗାଡ଼ି ଖବର ବୁଝିବା ପାଇଁ ଚାଲି ଯାଇଥିଲେ । ମିତାକୁ ଏକୁଟିଆ ଡର ଲାଗୁଥିଲେ ମଧ୍ୟ ସାହାସ ସଞ୍ଚୟ କରି ବସି ଥିଲା । କିଛି ଦୂରରେ ତିନି ଚାରି ଜଣ ପିଲା ଛିଡ଼ା ହୋଇ କଥା ବାର୍ତ୍ତା ହେଉଥିଲେ ।

ହଠାତ୍ ଗୋଟିଏ ମଧ୍ୟ ବୟସ୍କ ଲୋକ ଟିଏ ତା ପାଖକୁ ଆସି ବେଞ୍ଚ ଉପରେ ବସିଲା । ସେ କେମିତି ଗୋଟିଏ ଖରାପ୍ ନଜରରେ ମିତା ଓ ଝିଅକୁ ଦେଖୁଥିଲା । ତାପରେ ପଚାରିଲା ତମେ କୁଆଡେ ଯାଉଛ । ମିତା କହିଲା ରାଉରକେଲା । ଏ କ'ଣ ତମ ଝିଅ । ଆ ମୋ ପାଖକୁ ଆସ କହି ହାତ ବଢାଇଲା । ମିତା ସାହାସ କରି ତାକୁ ମନା କରିଲା । ନିର୍ଲଜ ଲୋକ ଟି ପୁଣି କହିଲା ତମେ କ'ଣ ଏକୁଟିଆ ଯାଉଛ । ଏଥର ମିତା ଚୁପ୍ ରହିଲା ନାହିଁ । ଝିଅକୁ ଧରି ଉଠିଯାଇ ରାଗିକି କହିଲା ନାଁ ସେଇଠି ମୋର ତିନି ଭାଇ ଛିଡା ହୋଇ ଛନ୍ତି ।

ଡାକିବି ତାଙ୍କୁ । ମିତା ଝିଅକୁ ଧରି ସେମାନଙ୍କ ପାଖକୁ ଚାଲି ଆସିଲା । ଏହା ଦେଖି ଲୋକଟି ଭୟରେ ସେଠାରୁ ଦୌଡ଼ି ପଳାଇଲା ।

ମିତାକୁ ଡରିବାର ଦେଖି ସେ ପିଲାମାନେ ପଚାରିଲେ ଆଣ୍ଟି କ'ଣ ହେଲା । ମିତା ସେମାନଙ୍କୁ ସବୁ କଥା କହିଲା ।ସେ ପିଲାମାନେ ବହୁତ ଭଲ ଓ ସଂସ୍କାରୀ ପିଲା ଥିଲେ ।

ଅଜିତ୍ ଆସିବା ପର୍ଯ୍ୟନ୍ତ ମିତା ସେମାନଙ୍କ ସହିତ ରହିଲା । ଅଜିତ୍ ଆସି କହିଲା ରାତି ତିନିଟାରେ ଗୋଟିଏ ଟ୍ରେନ୍ ଆସିବ ।

ମିତା ତାଙ୍କୁ ସବୁ କଥା କହିଲା । ଅଜିତ୍ ନିଜ ର ଭୁଲ୍ ବୁଝିପାରିଲା । ମିତା କୁ ଝିଅ ସହିତ ଏମିତି ଏକୁଟିଆ ଛାଡ଼ିବା ର ନଥିଲା । ମିତା ନିଜ ର ଉପସ୍ଥିତ ବୁଦ୍ଧି ଯୋଗୁଁ ଗୋଟିଏ ବଡ଼ ବିପଦରୁ ରକ୍ଷା ପାଇଗଲା ।

ରାତି ତିନିଟା ଟ୍ରେନ ରେ ବସି ସକାଳ ଛଅଟାରେ ରାଉରକେଲା ରେ ପହଞ୍ଚିଲେ । ସେଦିନ ର ସେ ଟ୍ରେନ୍ ଯାତ୍ରା କୁ ମିତା ଭୁଲି ପାରୁନଥିଲା । ଯାତ୍ରା ଦୂର ହେଉ କି ପାଖ ସବୁବେଳେ ସତର୍କ ରହିବା ଉଚିତ୍ ।


Rate this content
Log in

Similar oriya story from Thriller