ମୋ ଗାଁ ର ସ୍ମୃତି
ମୋ ଗାଁ ର ସ୍ମୃତି
ଶୀତ ଦିନ ସକାଳ ର ଦୃଶ୍ୟ ସବୁ ଠାରୁ ନିଆରା। ଚାରିଆଡେ ଧୂଆଁ ଧୁଆ ଦେଖାଯାଏ।ଗଛର ପତ୍ର ମାନଙ୍କରୁ ପାଣି ସବୁ ଟପ୍ ଟପ୍ ହୋଇ ପଡୁଥୂବ। ଯାହା କୃତ୍ରିମ ବର୍ଷା ଭଳିଆ ଲାଗୁଥିବ। ଦୁବଘାସ ଉପରେ କାକର ପଡ଼ି ସୂର୍ଯ୍ୟ କିରଣ ରେ ଚିକ୍ ଚିକ୍ ଦେଖାଯାଉଥିବ। ଲୋକମାନେ ଶୀତ ବସ୍ତ୍ର କୁ ଦେହରେ ଢାଙ୍କି ଚାଲୁଥିଲେ।ଯାଗା ଯାଗା ରେ ଲୋକ ମାନେ ନିଆଁ ଜାଳି ବସିଥିବେ।
ମୋର ଦୁଇ ଜଣ ପୁଅ ଝିଅ ଙ୍କର ସ୍କୁଲ ଛୁଟି ହୋଇ ଯାଇଥିଲା । ସେମାନେ କୁଆଡେ ବୁଲି ଯିବା ପାଇଁ ଜିଦ୍ କରୁଥିଲେ । ସ୍ବାମୀ ଙ୍କ ସାଙ୍ଗରେ କଥା ବାର୍ତ୍ତା ହୋଇ ମୁଁ ମୋ ବାପା ଘର ଗାଁ କୁ ଯିବା ପାଇଁ ସ୍ଥିର କରିଲୁ ।ବଣ ପାହାଡ ଘେରା ଗାଁ ଫୁଲବାଣୀ ଅଜା ଘରକୁ ଆମେ ସମସ୍ତେ ମିଶି ବସ୍ ରେ ଯାଉ।ବଣ ପାହାଡ ଘେରା ଫୁଲବାଣୀ ଜିଲ୍ଲା ନ ଦେଖି ଲେ ତା'ର ସୌନ୍ଦର୍ଯ୍ୟ ଜାଣି ହେବ ନାହିଁ। ଆମକୁ ବସ୍ ରେ ନିଦ ଲାଗେନାହିଁ। ସହରର ଚାରିଆଡେ ଖାଲି କଂକ୍ରିଟ ଜଙ୍ଗଲ ଦେଖି ଦେଖି ବୋର୍ ଲାଗୁଥିଲା। ବସ୍ ରେ ବାହାର ର ଦୃଶ୍ୟ ଦେଖିବା ପାଇଁ ଝରକା ପାଖରେ କିଏ ବସିବ ନେଇ ଆମ ଭାଇଭଉଣୀ ଭିତରେ ଝଗଡ଼ା ଲାଗେ।କଳିଙ୍ଗା ଘାଟି ଦେଇ ବସ୍ ଗଲା ବେଳେ ରାସ୍ତା ଦୁଇ ପାର୍ଶ୍ଵର ମନୋରମ ଦୃଶ୍ୟ ଦେଖିଲେ ମନ ଖୁସି ରେ ନାଚି ଉଠେ।
ଶୀତ ଦିନେ ତ ଫୁଲବାଣୀ ଯାତ୍ରା ଆହୁରି ନିଆରା।ଆମ ବସ୍ ସକାଳ ଛଅଟା ବେଳକୁ ଗାଁ ରେ ପହଞ୍ଚି ଯାଏ। ଆମେ ଏତେ ଦିନ ପରେ ଗାଁ କୁ ଆସୁଥିବା ରୁ ନାତିନାତୁଣୀ ଙ୍କୁ ଦେଖି ଅଜା ଆଇ ଙ୍କର ଗୋଡ ତଳେ ଲାଗୁନଥିଲା। ଅନ୍ୟ ମାନେ ମଧ୍ୟ ଆମ ମାନଙ୍କୁ ଦେଖି ବହୁତ ଖୁସି ହୋଇଥିଲେ। କ'ଣ ରୋଷେଇ କରି ଆମକୁ ଖୁଆଇବେ ଯୋଜନା କରୁଥିଲେ।
ଥଣ୍ଡା ଲାଗୁଛି ବୋଲି ଆଇ ନିଜ ହାତରେ ଚା ବନେଇଆଣନ୍ତି। ଅଜା ଆମକୁ ପାଖରେ ବସାଇ ସେ ଚା ରେ ମୁଢ଼ି ପକାଇ ଦିଅନ୍ତ
ି। ଆଃ କେତେ ବଢ଼ିଆ ଲାଗେ ଗରମ ଚା ସାଙ୍ଗରେ ମୁଢ଼ି।
ମାମୁଁ ମାଇଁ ଆମ ପାଇଁ ବହୁତ ଭଲ ଭଲ ଖାଇବାକୁ ଦିଅନ୍ତି।
ମାଉସୀ ଓ ମାମା ସାଙ୍ଗରେ ଆମେ ବନ୍ଧ କୁ ଗାଧୋଇ ବାକୁ ଯାଉ। ଯୁଆଡେ ଆଖି ପକେଇବ ଖାଲି ଗଛ ଗଛ।
ଆମେ ଆସିଛୁ ବୋଲି ଅଜା ବନ୍ଧପୋଖରୀ ରୁ ସଜ ମାଛ ଧରି ଆସନ୍ତି।ଆଇ କେତେ ଶ୍ରଦ୍ଧା ରେ ସେ ମାଛରେ ବେସର ବଟା ଦେଇ ତରକାରୀ କରେ।ଆଇ ହାତ ରନ୍ଧା ମାଛ ବେସର କେବେ ଭୁଲି ହେବ ନାହିଁ। ଅଜା ଘରେ ସମସ୍ତେ ବହୁତ ଭଲ। ସେମାନଙ୍କ ର ମନ ସୁନ୍ଦର ଏବଂ ନିର୍ମଳ।
ସମସ୍ତଙ୍କ ସାଙ୍ଗରେ ଆମେ ଖୁସି ଗପ ହେଉ। ରାତି ରେ ଆଇ ଆମକୁ ପାଖରେ ବସାଇ ବହୁତ ଭଲ ଭଲ ଗପ କୁହନ୍ତି। ଶୁଣି ଶୁଣି ଆମକୁ କେତେ ବେଳେ ନିଦ ହୋଇ ଯାଏ।
ସକାଳୁ ସକାଳୁ ଅଜା ଘର ବାହରେ ଶୀତ ରୁ ରକ୍ଷା ପାଇବା ପାଇଁ ନିଆଁ ଜାଳି ଥାଆନ୍ତି। ଆମେ ଉଠି ସେ ନିଆଁ ପାଖରେ ବସି ଗରମ ର ମଜା ନେଉ। ମାଉସୀ ସାଙ୍ଗରେ ଗାଁ ବୁଲି ବାକୁ ଯାଉ। ସେଠାରେ ଥିବା କନ୍ଧ ସମ୍ପ୍ରଦାୟର ଆଦିବାସୀ ମାନଙ୍କ ର ଜୀବନ ଶୈଳୀ କୁ ଦେଖି ଖୁସି ଅନୁଭବ କରୁ। ସେମାନେ ବହୁତ ସରଳ ପ୍ରକୃତି ର ଲୋକ।
ସେମାନଙ୍କ ଭିତରେ ହିଂସା ଦ୍ୱେଷ ମନୋଭାବ ନଥାଏ। ତାଙ୍କର ମନ ସୁନ୍ଦର ଥିବା ହେତୁ ଆମ ମାନଙ୍କ ସାଙ୍ଗରେ ଶୀଘ୍ର ମିଶି ଯାଆନ୍ତି।
ଗାଁ ରେ ଥିବା ତୋଟା କୁ ଯାଇ ଆମ୍ବ ପଣସ ଜାମୁ ସବୁ ତୋଳି ଆଣୁ। ଗାଁ ର ଦୃଶ୍ୟ କୁ ଦେଖି ସେଠାରୁ ଆସି ବାକୁ ଇଛା ହୁଏ ନାହିଁ। ଯେତେ ଦିନ ରହିଲେ ମଧ୍ୟ ମନ ଶାନ୍ତି ହୁଏ ନାହିଁ। ଅଜା ଆଇ ଙ୍କୁ ଛାଡି ଆସିଲା ବେଳେ କାନ୍ଦ ଲାଗେ। କିନ୍ତୁ ଛୁଟି ସରି ଯିବାରୁ ବାଧ୍ୟ ହୋଇ ଆସିବାକୁ ପଡ଼େ।
ପିଲା ମାନେ କହିଲେ ଆମ ଅଜା ଘର ଗାଁ ବହୁତ ବଢିଆ । ସମସ୍ତେ ମିଶି ମନଦୁଃଖ ରେ ଘର କୁ ଫେରି ଆସିଲୁ ।