STORYMIRROR

Geeta Panigrahi

Fantasy Inspirational

4.6  

Geeta Panigrahi

Fantasy Inspirational

ମା ଓ ମମତା

ମା ଓ ମମତା

4 mins
29


ପାର୍କ ର ଗୋଟିଏ କୋଣରେ ରାଜୁ ମୁହଁ ତଳକୁ କରି ବାପା ଙ୍କ ସହିତ ବସିଛି । ରାଜୁର ବୟସ ମାତ୍ର ପାଞ୍ଚବର୍ଷ । ଏହି ବୟସରେ ସବୁ ପିଲା ହସି ଖେଳି ସମୟ ବିତାଉଥିବା ବେଳେ ।ରାଜୁ ସବୁ ବେଳେ ମନ ମାରି ରହିଥାଏ ।

ତା ବାପା ନିଶିକାନ୍ତ ତାକୁ ଯେତେ ପ୍ରକାର ର ଖୁସି ଦେବା ପାଇଁ ଚେଷ୍ଟା କରିଲେ ମଧ୍ୟ ବିଫଳ ହୁଅନ୍ତି ।

ରାଜୁ ଦେଖେ ପାର୍କ ରେ ସମସ୍ତେ ନିଜ ନିଜ ର ବାପା ମା ଙ୍କର ସହିତ ଖେଳନ୍ତି । କିନ୍ତୁ ରାଜୁର ବାପା ଛଡ଼ା ଆଉ ଦୁନିଆ ରେ କେହି ନାହାନ୍ତି ।ସେ ସବୁବେଳେ ମା ଟି ଏ ପାଇଁ ଝୁରି ହେଉଥାଏ ।

ନିଶିକାନ୍ତ ଙ୍କ ସ୍ତ୍ରୀ ରାଜୁ କୁ ଜନ୍ମ ଦେଇ ଆରପାରିକୁ ଚାଲିଯାଇଥିଲେ। ସେତେବେଳେ ସେ ଏହି କଅଂଳା ଶିଶୁ କୁ କିପରି ଲାଳନପାଳନ କରିବେ ଭାବି ବିଚଳିତ ହୋଇ ପଡ଼ିଥିଲେ । ମଣିଷ ପରିସ୍ଥିତି ର ଦାସ। ନିଜ ଉପରେ ଦୃଢ଼ ବିଶ୍ୱାସ କରି ସେ ରାଜୁର ଉଭୟ ବାପା ମା ହୋଇ ଯତ୍ନ ନେଉଥିଲେ ।


ବନ୍ଧୁ ବାନ୍ଧବ ଓ ସାହିପଡିଶା ର ଲୋକ ମାନେ ଯେତେ କହିଲେ ମଧ୍ୟ ସେ ଦ୍ବିତୀୟ ବିବାହ ପାଇଁ ରାଜି ହେଉନଥିଲେ । ସାବତ ମା ର ଡର ତାଙ୍କ ମନ କୁ କବଳିତ କରିଥିଲା ।

ଏତେ ଛୋଟ ରୁ ତ ରାଜୁ କିଛି ଜାଣି ପାରୁନଥିଲା। ତାକୁ ଯେତେ ବେଳେ ତିନି ବର୍ଷ ହୋଇଥିଲା ସେ ହଠାତ୍ ଦିନେ ପଚାରିଲା ବାପା ମୋର ମା କାହିଁ।

ନିଶିକାନ୍ତ ତାକୁ କି ଉତ୍ତର ଦେବେ ଜାଣି ପାରିଲେ ନାହିଁ।ସେ ତା ମନକୁ ବୁଝେଇ ବା ପାଇଁ କହିଲେ ତୋ ମା ଭଗବାନ ଙ୍କ ପାଖକୁ ଯାଇ ଛନ୍ତି । ରାଜୁ ପଚାରିଲା ମା କେବେ ଆସିବେ ।

ନିଶିକାନ୍ତ କହିଲେ ମା ତା'ର କାମ ସାରି ବହୁତ ଶିଘ୍ର ଫେରି ଆସିବ । ଆସିଲା ବେଳେ ତୋ ପାଇଁ ଡବା ଭର୍ତି କରି ଖୁସି ଆଣିବ ।

ପୁଅ କୁ ବୁଝାଇବା ପାଇଁ ମିଛରେ କହିଦେଲେ ସିନା । କିନ୍ତୁ ତା ପାଇଁ ଡବା ଭର୍ତି ଖୁସି ଆଉ ମା କେଉଁ ଠାରୁ ଆଣିବେ ।

ପ୍ରତି ଦିନ ରାଜୁ ତାଙ୍କୁ ଏ ବିଷୟରେ ପଚାରୁଛି । ଏମିତି ଭାବରେ ଦୁଇ ବର୍ଷ ବିତିଗଲାଣି । କନ୍ଦା କଟା କରିବାରୁ ସେ ତା'କୁ ପାର୍କ ବୁଲେଇବା ପାଇଁ ଆଣି ଛନ୍ତି । କିନ୍ତୁ ଏଠାରେ ମଧ୍ୟ ସେ ନ ଖେଳି ମନଦୁଃଖ ରେ ବସିଛି । କିନ୍ତୁ ନିଶିକାନ୍ତ ଦ୍ବିତୀୟ ସ୍ତ୍ରୀ ଆସିଲେ ରାଜୁକୁ ହତାଦର କରିବା ଆଶଙ୍କା କରୁଥିଲେ ।ସେ ରାଜୁକୁ ଜୀବନ ଠାରୁ ମଧ୍ୟ ଅଧିକ ଭଲ ପାଉଥିଲେ ।

  

ଗୋଟିଏ ରାତି ର ଘଟଣା । ରାତି ନଅଟା ବୋଧେ ହୋଇ ଥିବ ।ବାହାରେ ବିଜୁଳି ଘଡଘଡି ସହ ଝିପିଝିପି ବର୍ଷା ପବନ ଆରମ୍ଭ ହୋଇ ଗଲାଣି ।

ହଠାତ୍ କବାଟ ରେ ଠକ୍ ଠକ୍ ଶୁଭିଲା । ନିଶିକାନ୍ତ କବାଟ ଖୋଲି ଦେଖିଲେ । ଜଣେ ଗରିବ ସ୍ତ୍ରୀ ଲୋକ ଗୋଟିଏ ହାତରେ ବର୍ଷକ ର ପିଲା ଟିଏ ଧରିଛି ।ଆଉ ଗୋଟିଏ ହାତରେ ବ୍ୟାଗ ଗୋଟିଏ ଧରି ଛିଡା ହୋଇଛି ।ସେ ବହୁତ ବ୍ୟସ୍ତ ଥିଲା ଭଳିଆ ଜଣା ପଡୁଥିଲା ।

ପିଲା ଟି ରାହା ଧରି କାନ୍ଦୁଥିଲା ।ସେ ସ୍ତ୍ରୀ ଲୋକ ଟି କାନ୍ଦି କାନ୍ଦି କହିଲା ବାବୁ ଆଜି ରାତି କ ପାଇଁ ମତେ ଆଶ୍ରୟ ଦିଅ ।ସକାଳ ହେଲେ ମୁଁ ଚାଲି ଯିବି ।ମୋ ପଛରେ ବଦମାସ୍ ଲୋକ ମାନେ ଗୋଡାଉଛନ୍ତି ।ମତେ ବହୁତ ଡର ଲାଗୁଛି । ଏତେ ଅନ୍ଧାର ରାତିରେ ମୁଁ କୁଆଡ଼େ ଯିବି ।

ଅଜଣା ଅଶୁଣା ଲୋକ କୁ ଘରେ ଆଶ୍ରୟ ଦେବ ନାହିଁ ବୋଲି ନିଶିକାନ୍ତ ଜାଣି ଛନ୍ତି । କିନ୍ତୁ ଅବଳା ନାରୀ କୁ ସାହାଯ୍ୟ କରିବା ତାଙ୍କର କର୍ତ୍ତବ୍ୟ ବୋଲି ସେ ଭାବିଲେ । ତେଣୁ ତାକୁ ଘର ଭିତରକୁ ଡ଼ାକି ନେଇ କବ

ାଟ ବନ୍ଦ କରିଦେଲେ ।


ରୋଷେଇ ଘରକୁ ଯାଇ କ୍ଷୀର ଗରମ କରି ଆଣି ସେ ଛୋଟ ପିଲା କୁ ପିଇବାକୁ ଦେଲେ । ସେତେବେଳକୁ ରାଜୁ ଶୋଇଥିଲା । ନିଶିକାନ୍ତ ଙ୍କୁ ସେ ସ୍ତ୍ରୀ ଲୋକ ଟି ତା'ର ଜୀବନ କାହାଣୀ କହିଲା ।

ବାବୁ ମୋର ମଧ୍ୟ ଗୋଟିଏ ହସଖୁସିର ସଂସାର ଥିଲା ।ମୋ ନାମ ମାଳତୀ । ସେଥିରେ ମୁଁ ମୋର ସ୍ଵାମୀ ଓ ଆମର ଦୁଇଟି ପୁଅ ଥିଲେ । ବଡ଼ ପୁଅ କୁ ପାଞ୍ଚବର୍ଷ ସାନକୁ ତିନି ମାସ ହୋଇ ଥିଲା । କିନ୍ତୁ ଆମର ଖୁସି ଦଇବ ସହିଲାନି ।

କୁଆଡୁ ସେ ବନ୍ୟା ବାତ୍ୟା ଆସିଲା ।ମୋ ଆଖି ଆଗରେ ମୋର ସ୍ଵାମୀ ଓ ପୁଅ କୁ ଭସାଇ ନେଇଗଲା ।ଏ ସାନ ପିଲାଟି କୁ ଛାତିରେ ଜାବୁଡ଼ି ଧରି ମୁଁ ମଧ୍ୟ ଭାସି ଭାସି ଯାଇ ଗୋଟିଏ ଗଛ କୁ ଧରିଲି ବୋଲି ବଞ୍ଚିଗଲି । ବନ୍ୟା ବାତ୍ୟା ରେ ଆମ ଘର ଦ୍ବାର ସବୁ ଭାଙ୍ଗି ଗଲା ।

ଏ ପିଲା ଟିକୁ ବଞ୍ଚେଇବା ପାଇଁ ମୁଁ ଅଣ୍ଟା ଭିଡ଼ି ଠିଆ ହୋଇଛି । ମୁଁ ବହୁତ ଦୁରରୁ ଆସିଛି । ପ୍ଲାଷ୍ଟିକ୍ଡ ଡବା ଓ ଖେଳନା ସବୁ ବିକ୍ରି କରି ଚଳୁଛି । ଆଜି ଡେରି ହୋଇ ଯିବାରୁ ବସ୍ ପଳେଇଲା । ତେଣୁ ମୁଁ ରାତି ଘଡିଟା ବସ୍ ଷ୍ଟାଣ୍ଡରେ କଟାଇ ଦେବୀ ଭାବିଥିଲି ।

କିନ୍ତୁ ଏ ବଦମାସ୍ ଲୋକ ଗୁଡାକ ମତେ ଦେଖି ଟଣାଓଟରା କରିଲେ । ଜୀବନ ବିକଳରେ ସେମାନଙ୍କ ଠାରୁ ବଞ୍ଚି ମୁଁ ଏଠାକୁ ଚାଲି ଆସିଲି । ବାବୁ ଆପଣ ଙ୍କୁ ବହୁତ ବହୁତ ଧନ୍ୟବାଦ ।

କାଲି ସକାଳୁ ମୁଁ ଏଠାରୁ ଚାଲିଯିବି ।

ନିଶିକାନ୍ତ ତା କଥା ଶୁଣି ଦୁଃଖ ପ୍ରକାଶ କରିଲେ । ତା ପାଇଁ କିଛି ଖାଇବା ଜିନିଷ ଆଣିଦେଲେ ।ସାନ ପିଲାଟି କ୍ଷୀର ପିଇ ଆରାମ ର ମା କୋଳରେ ଶୋଇ ପଡ଼ିଛି ।

ଏହି ସମୟ ରେ ରାଜୁର ନିଦ ଭାଙ୍ଗିଗଲା ।ସେ ଆଖି ମଳି ମଳି ଆସି ବାପା କାହା ସାଙ୍ଗରେ କଥା ହେଉଛନ୍ତି ଦେଖିଲା ।

ସେ ସ୍ତ୍ରୀ ଲୋକ କୁ ଦେଖି ତା'ର ବାପା ଙ୍କର କଥା ମନେ ପଡ଼ିଲା ।

ଓହୋଃ ତା ହେଲେ ମା ଡବା ଭର୍ତି ଖୁସି ଧରି ଆସି ଛନ୍ତି ।ସେ ଏତେ ଦିନ ପରେ ମାଙ୍କୁ ଦେଖି ଖୁସି ରେ ପାଗଳ ହୋଇ ଗଲା । ବୌଡି ଦୌଡି ଯାଇ ମା ମା ଡାକି କୁଣ୍ଢେଇ ପକେଇଲା ।ସେ କ'ଣ ଏତେ କଥା ଜାଣି ଥିଲା । ମାଳତୀ ମଧ୍ୟ ଖୁସି ରେ ତାକୁ ଜାବୁଡ଼ି ଧରି ଗେଲ କରିଲା । ତାକୁ ରାଜୁ ମୁହଁ ରେ ତା'ର ହଜିଲା ପୁଅ କୁ ଦେଖୁଥିଲା । ରାଜୁ କ‌ହିଲା ମା ତମେ ଏତେ ଦିନ କେଉଁଠି ଥିଲ । ମୁଁ ତମକୁ ସବୁବେଳେ ମନେ ପକାଉଥିଲି ।

ମାଳତୀ କିଛି ବୁଝି ପାରୁନଥିଲା । ନିଶିକାନ୍ତ ଙ୍କ ମୁହଁ ରୁ ସବୁ କଥା ଶୁଣି ବହୁତ ମନଦୁଃଖ କରିଥିଲା ।

ସକାଳ ହେବାରୁ ସେ ଯିବାପାଇଁ ବାହାରିଲା । ରାଜୁ ଆସି ତାକୁ ଜାବୁଡ଼ି ଧରି ବହୁତ କାନ୍ଦୁଥିଲା ଓ ଯିବା ପାଇଁ ମନା କରୁଥିଲା ।

ନିଶିକାନ୍ତ ବାବୁ ଭାବିଲେ ଏ ସବୁ ସେ ଠାକୁର ଙ୍କ ମାୟା ।


ସେ ହିଁ ମାଳତୀ କୁ ପଠେଇଛନ୍ତ । ରାଜୁର ସାବତ ମା ହେବା ପାଇଁ । ତେଣୁ ସେ ଅତି ବିନୟ ହୋଇ ରାଜୁର ସାବତ ମା ହେବା ପାଇଁ ଅନୁରୋଧ କରିଥିଲେ । ମାଳତୀ ଏତେ ଭଲପାଇବା କୁ ହାତ ଛଡା କରିବାକୁ ଚାହୁଁ ନ ଥିଲା ।ସେ ଖୁସି ରେ ରାଜି ହୋଇଗଲା ।ଆଉ ରାଜୁକୁ ମା ଓ ଗୋଟିଏ ସାନ ଭାଇ ମଧ୍ୟ ମିଳିଗଲା ।ଡବା ଭର୍ତି ଖୁସି ପାଇ ସେ ଖୁସି ରେ ଘର ସାରା ନାଚୁଥିଲା । ମାଳତୀ ସାବତ ମା ହୋଇ ମଧ୍ୟ ରାଜୁକୁ ଅତି ଗେଲ ବସର କରୁଥିଲା । ହସଖୁସିରେ ରେ ପରିବାର ଟି ଆଗକୁ ବଢିଚାଲିଲା । ମାଳତୀ ସାବତ ମା ର ସଂଜ୍ଞା ହିଁ ବଦଳାଇ ଦେଲା ।।


Rate this content
Log in

Similar oriya story from Fantasy