STORYMIRROR

Geeta Panigrahi

Classics Inspirational

3  

Geeta Panigrahi

Classics Inspirational

ଝିଅ ନୁହେଁ ବୋଝ

ଝିଅ ନୁହେଁ ବୋଝ

5 mins
32



ଆଜି କାଲି ସମାଜରେ ଝିଅ ମାନଙ୍କୁ ଉପେକ୍ଷା କରାଯାଉଛି । ମଣିଷ ସମାଜ ଯେତେ ଅଗ୍ରଗତି କଲେ ମଧ୍ୟ ଝିଅ ମାନଙ୍କୁ ଉଚିତ୍ ସ୍ଥାନ ଦିଆଯାଉନାହିଁ। ବର୍ତ୍ତମାନ ନାରୀ ଟିଏ ଗର୍ଭବତୀ ହେଲେ ତା'ର ପ୍ରଥମ ସନ୍ତାନ ପୁଅ ଆଶା କରାଯାଉଛି । ଅଧିକାଂଶ କ୍ଷେତ୍ରରେ ଦେଖାଯାଉଛି ପୁଅ ମାନଙ୍କ ଦ୍ବାରା ହିଁ ବାପା ମା ଅଧିକ ଦୁଃଖ କଷ୍ଟ ପାଇଥାନ୍ତି । ତଥାପି ପୁଅ କୁଳ ବଂଶ ରକ୍ଷା କରିବ ବୋଲି ପୁଅ କୁ ନେଇ ବହୁତ ସ୍ଵପ୍ନ ଦେଖିଥାନ୍ତି ।

ତେଣୁ ପରିବାର ରେ ଯଦି ଝିଅଟିଏ ଜନ୍ମ ହୋଇଯାଏ ସମସ୍ତେ ମନଦୁଃଖ କରି ରହନ୍ତି । ଝିଅ କୁ ପରିବାର ର ବୋଝ ବୋଲି ଭାବି ହତାଦର କରିଥାନ୍ତି । ପୁଅ ନ ହୋଇ ଝିଅ ହୋଇ ଗଲେ ଭାଗ୍ୟକୁ ନିନ୍ଦା କରନ୍ତି । କେତେ ଜାଗାରେ ଝିଅ ଜନ୍ମ କରିଥିବା ମା'କୁ ଅତ୍ୟାଚାରିତା ହେବାକୁ ପଡ଼ିଥାଏ ।

କିନ୍ତୁ ପରିବାର ପାଇଁ ବୋଝ ହୋଇ ଥିବା ଝିଅ ଟି ଦିନେ ସାରା ପରିବାର ର ବୋଝ କୁ ନିଜ କାନ୍ଧରେ ବୋହି ଥାଏ ।

ଜୁନାଗଡ଼ ବୋଲି ଗୋଟିଏ ଗାଁ ଥିଲା । ସେଠାରେ ରାମଚନ୍ଦ୍ର ବୋଲି ଜଣେ ଲୋକ ହୋଟେଲ କରି ଚଳୁଥିଲା । ରାମଚନ୍ଦ୍ର ର ପାଠଶାଠ ନ ହେବାରୁ ତା ବାପା ତାକୁ ଏ ହୋଟେଲ ଟି ଚଲେଇବା କୁ ଦେଇଥିଲେ । ଏବେ ବାପା ଦଶବର୍ଷ ହେଲାଣି ଆରପାରିକୁ ଚାଲିଗଲେଣି । ପାଖରେ ମା ଓ ଗୋଟିଏ ସାନଭାଇ ରହୁଛି । ସାନଭାଇ ଜନ୍ମ ରୁ ପୋଲିଓ ରୋଗୀ । ତେଣୁ ସେ କିଛି କାମ ଧନ୍ଦା କରୁନି ।ସାରା ପରିବାର ର ବୋଝ ରାମଚନ୍ଦ୍ର ଉଠାଉଛି ।ସେ ଏବେ ତିନି ବର୍ଷ ହେଲା ଗୋଟିଏ ଗରିବ ଝିଅ କୁ ବିବାହ କରିଛି ।ତା ନାଁ ତୁଳସୀ। ବାପା ମା ବାଛି ବାଛି ତା ନାଁ ଦେଇଥିଲେ ବୋଧେ । ବହୁତ ଶାନ୍ତ ଶିଷ୍ଟ ଝିଅ ଟି ଏ । ରାତି ନ ପାହୁଣୁ ଉଠି କାମରେ ଲାଗିଥାଏ ଯେ ରାତି ଅଧ ପର୍ଯ୍ୟନ୍ତ ।ତା ମୁହଁ ରୁ କେହି କେବେ ଅଭିଯୋଗ କରିବା ଶୁଣି ନାହାଁନ୍ତି। ଶାଶୁ ତାକୁ ମା ନ ହୋଇ ଥିବାରୁ ବହୁତ କଥା ଖୁଣ୍ଟା ଦେଲା ଭଳିଆ କୁହନ୍ତି । କିନ୍ତୁ ସେ ହସି ହସି ସବୁ ସହି ଯାଏ । ଶାଶୁ ଙ୍କୁ କେବେ ହେଲେ ଜବାବ୍ ଦିଏ ନାହିଁ । ସବୁ କିଛି ଭଗବାନଙ୍କ ହାତରେ ଛାଡ଼ି ଦେଇଛି।

ଦିନେ ଦ୍ବିପହରରେ ରୋଷେଇ କରିଲା ବେଳେ ତାକୁ ବାନ୍ତି ଲାଗିଲା ।ସେ ଦୌଡି ଦୌଡି ଅଗଣାରେ ବାନ୍ତି କରୁଥିବା ସମୟରେ ଶାଶୁ ଦେଖି ଖୁସି ହୋଇ ଗଲେ । ଦିନେ ହେଲେ ଦେହ ଖରାପ ସମୟରେ ଆଉଁସି ନ ଥିବା ଶାଶୁ ସେଦିନ ଖୁସି ହୋଇ ପାଖକୁ ଯାଇ ଦେହ ମୁଣ୍ଡ ଆଉଁସି ଦେଇ ପାଣି ଗିଲାସ ପିଇବାକୁ ଦେଲେ । ତୁଳସୀ ଶାଶୁ ଙ୍କର ଏପରି ବ୍ୟବହାର ରେ ଆଶ୍ଚର୍ଯ୍ୟ ଚକିତ ହୋଇ ଗଲା ।

ଏହି ସମୟରେ ରାମଚନ୍ଦ୍ର ବାହାରୁ ଆସି ଖାଇବାକୁ ମାଗିଲା। ଶାଶୁ ହସି ହସି କହିଲେ ଯା ରେ ରାମୁ ହୋଟେଲ ରୁ ମିଠା ଟିକେ ଆଣିବୁ ।ତୁ ପୁଅର ବାପା ହେବାକୁ ଯାଉଛୁ । ଏହା ଶୁଣି ରାମଚନ୍ଦ୍ର ମଧ୍ୟ ଖୁସି ହୋଇ ଗଲା । କଣେଇ କଣେଇ ତୁଳସୀ କୁ ଚାହିଁ ହସି ଦେଲା ।ମା କୁ ପଚାରିଲା ତୁ ଏବେ କେମିତି ଜାଣିଲୁ ପୁଅ ହେବ ବୋଲି । ଝିଅ ବି ହୋଇପାରେ । ଶାଶୁ କହିଲେ ନା ନା ସେ ଅମଙ୍ଗଳିଆ କଥା ଗୁଡିକ ପାଟିରେ ଧରିବୁନି । ମୁଁ ଜାଣିଛି ଆମର ପ୍ରଥମ ସନ୍ତାନ ପୁଅ ହେବ । ଝିଅ ଆସି କ'ଣ ପରିବାର ର ବୋଝ ହେବ । ତୁଳସୀ ମା ସାଙ୍ଗରେ ଯୁକ୍ତି ନ କରିବାକୁ ସ୍ଵାମୀ ଙ୍କୁ ଠାରି ଦେଲା।

ଆଜି ରାମଚନ୍ଦ୍ର ମୁଣ୍ଡରେ ହାତ ଦେଇ ବସିଛି । ହସ୍ପିଟାଲ ବାରଣ୍ଡାରେ କେତେ ଲୋକ ଯିବା ଆସିବା ହେଉଛନ୍ତି। କିନ୍ତୁ ସେଥିପ୍ରତି ତା'ର ନିଘା ନାହିଁ।ସେ ଖାଲି ମୁଣ୍ଡ ରେ ହାତ ଦେଇ ଭାବୁଛି ଏ ଖୁସି ଖବର ଟା ମା ଜାଣିଲେ କ'ଣ ହେବ । ତୁଳସୀ ଗୋଟିଏ ସୁନ୍ଦର ସୁସ୍ଥ ଝିଅ ଜନ୍ମ କରିଛି । ତୁଳସୀ ଓ ସେ ତ ବହୁତ ଖୁସି ଅଛନ୍ତି। କିନ୍ତୁ ମା କୁ ବୁଝାଇବ କେମିତି।ମା ତ ନଅ ମାସ ଯାକ ରାମ ନାମ ଭଳିଆ ଖାଲି ପୁଅ ପୁଅ ହେଉଥିଲା ।

ରାମଚନ୍ଦ୍ର ଘର କୁ ଯାଇ ମା'କୁ ଝିଅ ହୋଇଛି ବୋଲି କହିଲା।ଏ କଥା ଶୁଣି ରାମ ଚନ୍ଦ୍ରର ମା ବହୁତ ମନଦୁଃଖ କଲେ । ଖାଲି ରାମ୍ପି ବିଦାରି ହୋଇ କହିଲେ ତୁଳସୀ ଝିଅ ଜନ୍ମ କରି ପାପ କରିଛି। ପରିବାର କୁ ବୋଝ ଦେଇ ବିପଦ କୁ ଡାକି ଆଣିଛି । ରାମଚନ୍ଦ୍ର ମା କୁ ବୁଝେଇବା ପାଇଁ ବହୁତ ଚେଷ୍ଟା କରି ବିଫଳ ହେଲା । ସବୁ କିଛି ସମୟ ହାତରେ ଛାଡ଼ି ଦେଇ ସ୍ଵାମୀ ସ୍ତ୍ରୀ ଦୁଇ ଜଣ ଝିଅ କୁ ଲାଳନପାଳନ କରୁଥି

ଲେ । ଶାଶୁ କିନ୍ତୁ ତାକୁ ଆଡ ଆଖି ରେ ଚାହୁନଥିଲେ ।

ଝିଅ ର ନାଁ ଦେଇଥିଲେ ରିମା ।ରିମା ଟିକେ ବଡ଼ ହେବାରୁ ଆଉ ଗୋଟିଏ ପୁଅ ଜନ୍ମ ହେଲା । ଶାଶୁ ଙ୍କର ଖୁସି ରେ ଗୋଡ ତଳେ ଲାଗୁନଥିଲା । କିଛି ବର୍ଷ ପରେ ପୁଣି ଆଉ ଗୋଟିଏ ପୁଅ । ଦୁଇ ପୁଅ ଓ ଗୋଟିଏ ଝିଅ ରେ ରାମଚନ୍ଦ୍ର ର ପରିବାର ସମ୍ପୁର୍ଣ୍ଣ ହୋଇ ଗଲା । ରାମଚନ୍ଦ୍ର ସବୁ ପିଲା ମାନଙ୍କ ପାଇଁ ଉଚିତ ଶିକ୍ଷା ଦିକ୍ଷା ର ବ୍ୟବସ୍ଥା କରିଥିଲେ ।ପୁଅ ମାନଙ୍କ ଠାରୁ ଝିଅର ପାଠପଢା ବହୁତ ଭଲ ଥିଲା ।ରିମା ବଡ଼ ହୋଇ ଡାକ୍ତର ହେବାକୁ ଚାହୁଁଥିଲା । ସେଦିନ ତା ଜେଜେ ମା କୁ କହିଲା ଜେଜେ ମା ମୁଁ ଡାକ୍ତର ହେଲେ ତମର ସବୁ ରୋଗ ଭଲ କରିଦେବି । ତା କଥା ଶୁଣି ବାପା ମା ଖୁସି ହେଉଥିଲେ। କିନ୍ତୁ ଜେଜେ ମା ମୁହଁ କୁ ମୋଡି ଦେଇ କହିଲେ ତୁ ତ ଆମ ପରିବାର ପାଇଁ ଗୋଟିଏ ବୋଝ ।ତୁ ପୁଣି ଡାକ୍ତର ହୋଇ ଆମକୁ ଦେଖିବୁ ।ମୋ ନାତି ମାନେ ପାଠ ପଢି ଏ ଘର ର ନାଁ ରଖିବେ । ଏହା ଶୁଣି ରିମା ମୁହଁ ଶୁଖେଇ ସେଠାରୁ ଚାଲି ଆସିଲା । ବାପା ମା ତାକୁ ବୁଝାଇ ଦେବାରୁ ଖୁସି ହୋଇ ଗଲା ।

ରିମା କାହା କଥା କୁ ମନକୁ ନ ନେଇ ଡାକ୍ତର ହେବା ଲକ୍ଷ୍ୟ ରେ ପାଠପଢି ଆଗକୁ ବଢୁଥିଲା । ରାମଚନ୍ଦ୍ର ଓ ତୁଳସୀ କିନ୍ତୁ ରିମା କୁ ବହୁତ ଭଲ ପାଉଥିଲେ । ତାକୁ ସବୁ କ୍ଷେତ୍ରରେ ସାହାଯ୍ୟ ମଧ୍ୟ କରୁଥିଲେ । ଦୁଇ ପୁଅ ଜେଜେ ମା ଙ୍କ ର ଅତ୍ୟଧିକ ସ୍ନେହ ଯୋଗୁଁ ଗେହ୍ଲା ହୋଇ ଥିଲେ । ପାଠଶାଠ ନ ପଢି ଦିନ ସାରା ଖେଳ କୁଦ ରେ ବିତାଉଥିଲେ ।

ବାପା ମା କିଛି କହିଲେ ତାଙ୍କୁ ଖରାପ୍ ବ୍ୟବହାର କରୁଥିଲେ । ଜେଜେ ମା ଙ୍କୁ ମିଛ କହି ଟଙ୍କା ନେଇ ଫିଲ୍ମ ଦେଖିବାକୁ ଯାଉଥିଲେ । ଏମିତି ଭାବରେ ସମୟ ଚାଲି ଥିଲା ।ରିମା ବର୍ତ୍ତମାନ ମେଡିକାଲ ର ଶେଷ ବର୍ଷ ର ଛାତ୍ରୀ। ଆଉ କିଛି ଦିନ ପରେ ସେ ଜଣେ ଡାକ୍ତର ହୋଇ ପରିଚିତ ହେବ । କିନ୍ତୁ ଦୁଇ ପୁଅ ଜେଜେ ମା ଙ୍କ ର ଛତ୍ରଛାୟା ତଳେ ରହି ପୁରାପୁରି ଭାବରେ ନଷ୍ଟ ହୋଇଯାଇଥିଲେ । ପାଠଶାଠ କେଉଁଥିରେ ମଧ୍ୟ ସେମାନେ ନ ଥିଲେ । ବାପା ମା ଓ ଜେଜେ ମା ଙ୍କୁ ଗାଳି କରି ଜୋର୍ ଜବରଦସ୍ତ ଭାବରେ ଟଙ୍କା ନେଇ ବାହାରେ ନିଶାଦ୍ରବ୍ୟ ଖାଉଥିଲେ । ଅଧିକ ଟଙ୍କା ଦରକାର ହେବାରୁ ନିଶା କାରବାର ମଧ୍ୟ କରିଲେ । ତାଙ୍କ ପାଇଁ ଘରେ ପ୍ରତି ଦିନ ଅଶାନ୍ତି ସୃଷ୍ଟି ହେଉଥିଲା । ବାପା ମା ଙ୍କର ଚିନ୍ତା ବଢ଼ିଯାଇଥିଲା । ତୁଳସୀ ର ଦେହ ପୁଅ ମାନଙ୍କ ଚିନ୍ତା ରେ ଖରାପ୍ ହୋଇଗଲା ।

ରିମା ବର୍ତ୍ତମାନ ଗୋଟିଏ ହସ୍ପିଟାଲରେ ଚାକିରୀ ପାଇଗଲା । ସବୁ ଠାରୁ ବେଶୀ ଖୁସି ରାମଚନ୍ଦ୍ର ଓ ତୁଳସୀ ହୋଇଥିଲେ । ଜେଜେ ମା ତାଙ୍କର ଭୁଲ୍ ବୁଝିପାରିଥିଲେ ।ପଶ୍ଚାତାପ ରେ ଲୁହ ଗଡେଇବା ଛଡ଼ା ତାଙ୍କ ପାଖରେ ଆଉ କିଛି ନ ଥିଲା ।

ନିଶା କାରବାର ଯୋଗୁଁ ଦୁଇ ପୁଅ କୁ ପୋଲିସ ଆରେଶଟ କରି ନେଇ ଗଲା।ଘରେ କାହାର ହେଲେ ମନ ଭଲ ରହୁ ନଥିଲା ।ରିମା ସମସ୍ତଙ୍କୁ ବୁଝାଇ ଠିକ୍ କରିଲା । ବାପା ମା ଓ ଜେଜେ ମା ଙ୍କ ର ଦାୟିତ୍ଵ ସୁଚାରୁ ରୂପେ ତୁଲାଇଥିଲା । ଜେଜେ ମା ଙ୍କୁ କହିଲା ତମେ ଚିନ୍ତା କରନି ମୁଁ ଭାଇ ମାନଙ୍କୁ ମୁକୁଳେଇ ଆଣିବି । ଜେଜେ ମା ରିମା ର ପରିବାର ପ୍ରତି ଥିବା ଦାୟିତ୍ଵ ବୋଧ ଦେଖି ଖୁସି ହୋଇ ଗଲେ । ତାକୁ ପାଖକୁ ଡାକି କହିଲେ ଦିନେ ମୁଁ କହିଥିଲି ତୁ ଆମ ପରିବାର ପାଇଁ ଗୋଟିଏ ବୋଝ । କିନ୍ତୁ ବର୍ତ୍ତମାନ ସାରା ପରିବାର ର ବୋଝ ତତେ ନେବାକୁ ପଡୁଛି । କିଛି ଦିନ ପରେ ବହୁତ କଷ୍ଟରେ ରିମା ଭାଇମାନଙ୍କୁ ଜେଲ୍ ରୁ ମୁକୁଳେଇ ନେଇ ଆସିଲା । ପ୍ରଥମେ ସେମାନଙ୍କୁ ନିଶା ନିବାରଣ କେନ୍ଦ୍ରରେ ଛାଡ଼ି ତାଙ୍କୁ ସଠିକ୍ ରାସ୍ତା ଦେଖାଇଲା ।

କିଛି ଦିନ ପରେ ଭାଇମାନେ ସୁସ୍ଥ ହୋଇ ଘର କୁ ଲେଉଟି ଆସିଲେ । ନିଜ ର ଭୁଲ୍ ବୁଝିପାରି ସମସ୍ତଙ୍କୁ କ୍ଷମା ମାଗିଲେ ।ରିମା ଟଙ୍କା ଖର୍ଚ୍ଚ କରି ସେମାନେ ବ୍ୟବସାୟ କରିବା ପାଇଁ ବ୍ୟବସ୍ଥା କରିଦେଲା ।ମା ଓ ଜେଜେ ମା ଙ୍କ ର ଦେହ ମଧ୍ୟ ଭଲ କରିଦେଲା । ସମସ୍ତେ ହସଖୁସିରେ ରହିଲେ ।ରିମା ପରିବାର ପାଇଁ ବୋଝ ନ ହୋଇ ।ପରିବାର ର ସୁରକ୍ଷା କରିଲା ।ରିମା ପାଇଁ ସାରା ପରିବାର ଆଜି ମନ ଖୋଲି ହସି ପାରୁଛି ।

ରିମା ଭଳି ଝିଅ ଭାଗ୍ୟରେ ଥିଲେ ମିଳେ ।

ଏ କାହାଣୀ ଟି କେମିତି ଲାଗିଲା ମତାମତ ଦେବାକୁ ଭୁଲିବେ ନାହିଁ।



Rate this content
Log in

Similar oriya story from Classics