Debaki Behera

Romance

2  

Debaki Behera

Romance

❤️ମୀରା ❤️ ଭାଗ -୪

❤️ମୀରା ❤️ ଭାଗ -୪

4 mins
75


ମୀରା କେବଳ ତଳକୁ ମୁହଁ କରି କ୍ରିଷ୍ଣାର ସମସ୍ତ କଥା ଶୁଣଥିଲା l କିନ୍ତୁ ନିରବ ଥିଲା l କ୍ରିଷ୍ଣା ମୀରାର ଚ୍ୟାର ତଳେ ଆଣ୍ଠେଇ ବସିପଡିଲା l ଆଉ ହାତଯୋଡି କହିଲା ପ୍ଲିଜ ମୀରା କିଛିତ କୁହ l ତୁମ ନୀରବତା ମୋତେ କଷ୍ଟ ଦେଉଛି l

କ୍ରିଷ୍ଣାର ବାର ବାର ଅନୁରୋଧ ପରେ ମୀରା କ୍ରିଷ୍ଣାକୁ ତଳୁ ଉଠେଇକି କହିଲା - ଆପଣ ସାମନ୍ତରାୟ ବଂଶରର ସନ୍ତାନ ଆଉ ଏମିତି କୌଣସି ଝିଅ ଆଗରେ ଆଣ୍ଠେଇକି ହାତଯୋଡି ଅନୁରୋଧ କରିବା ଆପଣଙ୍କୁ ଶୋଭା ପାଉନି l

ମୀରା ମୁହଁରୁ ଏହି ଦୁଇପଦ କଥା ଶୁଣି କ୍ରିଷ୍ଣା ମୀରାର ମୁହଁକୁ ଚାହିଁଲା l ମୀରାର ମୁହଁର ଭାବରେ କୌଣସି ପରିବର୍ତ୍ତନ ନଥିଲା l ସେ ଅତି ସାଧାରଣ ଭାବରେ ଧୀର ସ୍ୱରରେ ଏ ସବୁ କହିଥିଲା l

କ୍ରିଷ୍ଣା -କିନ୍ତୁ ମୀରା.....

ମୀରା କ୍ରିଷ୍ଣାର କଥାକୁ ମଝିରୁ ହିଁ କାଟି କହିବାକୁ ଲାଗିଲା - ସାନ ବାବୁ ମୋ ନା କଣ କହିଲେ?

କ୍ରିଷ୍ଣା କହିଲା -ମୀରା

ମୀରା - ହଁ, ମୀରା... ମୀରା କଣ????

କ୍ରିଷ୍ଣା ଆଶ୍ଚର୍ଯ୍ୟ ସହକାରେ ମୀରା ମୁହଁକୁ ଚାହିଁଥାଏ l ସତରେ ତାକୁ ଜଣା ନଥିଲା ମୀରା... ମୀରା କଣ??

ତା ପୁରା ନା ତାକୁ ଜଣା ନଥିଲା l

ଆପଣ ଏଇ କିଛି ଦିନ ହେଲା ଏଠିକୁ ଆସିଛନ୍ତି l ଅଧିକରୁ ଅଧିକ ତିନି କି ଚାରିଥର ହେବ ଆପଣଙ୍କ ସହ ସାକ୍ଷାତ l ମୋ ବିଷୟରେ କିଛିବି ଆପଣ ଜାଣିନାହାନ୍ତି l ଏମିତି କି ମୋ ପୁରା ନା ମଧ୍ୟ ନୁହେଁ l ମୋ ଜୀବନର କଣ ଲକ୍ଷ୍ୟ?ମୋ ଅତୀତ କଣ? କିଛି ବି ଜାଣିନାହାନ୍ତି l ତ ଯାହାକୁ ଆପଣ ଠିକ ସେ ଜାଣିନାହାନ୍ତି ତାକୁ କେମିତି ଭଲ ପାଇଗଲେ ଏଇ କିଛିଦିନରେ?? -ମୀରା କହିଲା

କ୍ରିଷ୍ଣା ସେମିତି ଚୁପଚାପ ଛିଡା ହୋଇ ମୀରାର କଥା ଶୁଣୁଥାଏ l

ମୀରା ପୁଣି ଥରେ କହିଲା - ମୋତେ କ୍ଷମା କରିଦେବେ ସାନ ବାବୁ l ମୁଁ ଆପଣଙ୍କୁ ଭଲ ପାଏନି l ହଁ, ଆପଣ ସାମନ୍ତରାୟ ପରିବାରର ତେଣୁ ସମ୍ମାନ କରେ l ଆଉ ମୁଁ ସୁନିତା ମାଆଙ୍କୁ ବହୁତ ଭଲ ପାଏ l ତେଣୁ ଦୟାକରି ମୋତେ ଅସୁବିଧାରେ ପକାନ୍ତୁନି l ଆପଣ ଏବେ ଆସିପାରନ୍ତି.. ରହୁଛି..

ହାତଯୋଡି ଏତିକି କହିଦେଇ ମୀରା କବାଟ ପାଖକୁ ଚାଲିଯାଇ କବାଟ ଟି ଖୋଲିଦେଲା ଆଉ ନିଜେ ଟିକେ କଡେଇକି ଛିଡା ହୋଇ କ୍ରିଷ୍ଣାକୁ ଚାହିଁଲା l

କ୍ରିଷ୍ଣାକୁ ମୀରାର କଥା ଗୁଡିକ ଆଘାତ ଦେଇଥିଲା l ତେଣୁ ସେ ମୀରାକୁ କିଛି ନ କହି ସେଠାରୁ ଚାଲି ଆସିଲା ଏବଂ ନିଜ ଗାଡ଼ିରେ ଯାଇ ବସିଲା l

ମନେ ମନେ ଭାବିବାକୁ ଲାଗିଲା (ଏ ମୀରାର କେତେ ସାହସ l ମୋ ପ୍ରେମ ନିବେଦନକୁ ଅସ୍ୱୀକାର କରିଦେଲା l ମୋତେ ପାଇବାକୁ କଲେଜରେ ସମସ୍ତେ ପାଗଳ l କିନ୍ତୁ ଏ ଝିଅର ଏତେ ସାହସ ମୋ ସାମ୍ନାରେ ମନା କରିଦେଲା )

କ୍ରିଷ୍ଣାର ଇଗୋ ହର୍ଟ ହେଇଥିଲା l ସେ ରାଗିକି ନିଆଁ ହେଇଯାଇଥିଲା l ତା କାନରେ ବାରମ୍ବାର ମୀରାର ପ୍ରତିଟି କଥା ଶୁଭୁଥିଲା l

କ୍ରିଷ୍ଣା ଦେଖିବାକୁ କୌଣସି ହିରୋ ଠାରୁ କମ ନଥିଲା l ସୁନ୍ଦର ସୁଢଳ ଶରୀର l ଗୋରା ରଙ୍ଗ l ହାଲକା ଫିକା ଗୋଲାପୀ ଓଠ l ଚଉଡା ଛାତି l ଆଉ ସବୁଠାରୁ ବଡ଼ କଥା ସେ ସାମନ୍ତରାୟ ପରିବାରର ସନ୍ତାନ l ଏତକ ଯଥେଷ୍ଟ ଥିଲା କୌଣସି ଝିଅଟେ ତା ପ୍ରତି ଆକୃଷ୍ଟ ହେବାପାଇଁl

ଏତେ ସବୁ ପରେ ବି କ୍ରିଷ୍ଣା ମୁହଁରେ ସେ ମନା କରିଦେଲାl ସେ ଗାଡି ଷ୍ଟାର୍ଟ କଲା ଆଉ ଘରକୁ ଚାଲି ଆସିଲା l

ସୁନିତା ଦେବୀ ତାକୁ ଏମିତି ରାଗରେ ମୁହଁ ଲାଲି ପଡିଥିବାର ଦେଖି ପଚାରିଲେ - କିଶୁ, କଣ ହେଲା ତୋର? ତୁ ଏତେ ରାଗିଛୁ କାହିଁକି?

କ୍ରିଷ୍ଣା, ସୁନିତା ଦେବୀ କଥାରେ କିଛି ଉତ୍ତର ନ ଦେଇ ନିଜ ରୁମକୁ ଚାଲି ଆସିଲା l ଜୋରସେ ଧଡମ କରି କବାଟ ବନ୍ଦ କରିଦେଲା l ଆଉ ଆଇନା ସାମ୍ନାରେ ଯାଇ ଛିଡା ହୋଇଗଲା l ନିଜର ପ୍ରତିଛବିକୁ ଆଇନାରେ ଦେଖି ପଚାରିଲା - ସାଧାରଣ ଝିଅଟିଏ ମୋତେ ନାହିଁ କଲା କେମିତି l ତାର ଏତେ ସାହସ l ତାକୁ ମୁଁ ଛାଡିବିନି l...

ବହୁତ ସମୟ ପ୍ରଯ୍ୟନ୍ତ ସେ ରାଗରେ ଘର ଭିତରେ ଏଣେ ତେଣେ ବୁଲିବାକୁ ଲାଗିଲା l ଚିନ୍ତା ଓ ଚେତନା ସବୁ ଶୂନ୍ୟ ହେଇଯାଇଥିଲା l ତା ଆଖି ଆଗରେ ଖାଲି ମୀରାର ମୁହଁ ନାଚି ଉଠୁଥିଲା l

ଏଣେ ମୀରା ଏ ସବୁ କଥାକୁ ଚିନ୍ତା ନକରି ନିଜ ଘର କାମରେ ବ୍ୟସ୍ତ ହୋଇଗଲା l କ୍ରିଷ୍ଣା ଘରକୁ ଆଉ ବେଶୀ ଯିବନି ଏ ନିଷ୍ପତି ସେ ନେଇସାରିଥିଲା l ତେଣୁ ରୋଷେଇକରି ଖାଇସାରି ପଢିବାକୁ ବସିଗଲା l ତାର ଆଗକୁ ଏଣ୍ଟ୍ରାନ୍ସ ଥିଲା ତେଣୁ ଏ ସବୁ କଥାରୁ ମୁଣ୍ଡ ହଟେଇ ପଢ଼ାରେ ମନ ଲଗେଇଲା l

କ୍ରିଷ୍ଣାର ମୁଡ଼ ଧୀରେ ଧୀରେ ଶାନ୍ତ ହେବାକୁ ଲାଗିଲା l ସେ ଧୀର ଚିତ୍ତରେ ଚିନ୍ତା କରିବାକୁ ଲାଗିଲା l ମୀରା ଯାହା ସବୁ କହିଲା ସବୁ ସତ କହିଲା l ସେ ମୀରାକୁ ଭଲ ଭାବରେ ଜମାରୁ ବି ଜାଣି ନଥିଲା l ଏମିତିକି ତା ପୁରା ନାମ ବି ନୁହେଁ l ତେଣୁ ସେ ନିଜ ମନକୁ ଶାନ୍ତ କରି କବାଟ ଖୋଲିଲା ଆଉ ତଳକୁ ଚାଲିଆସିଲା l ସୁନିତା ଦେବୀ ତାଙ୍କ ରୁମରେ ଥିଲେ l ବେଡ଼ରେ ଶୋଇଥିଲେ l ନିଦରେ ନୁହେଁ ଏମିତି ଟିକେ ଗଡୁଥିଲେ l କ୍ରିଷ୍ଣା ତାଙ୍କ ପାଖକୁ ଗଲା ଆଉ ବେଡ଼ ଉପରେ ବସିପଡିଲା l ସୁନିତା ଦେବୀ କ୍ରିଷ୍ଣାକୁ ବହୁତ ଭଲ ସେ ଜାଣିଥିଲେ l ସେ ଯେତେବେଳେ ପିଲାବେଳେ ରାଗୁଥିଲା ଏମିତି କବାଟ ବନ୍ଦ କରିଦିଏ ଆଉ ତା ରାଗ ଶାନ୍ତ ହେଲେ ଆପକୁ ଆପେ ବାହାରକୁ ବାହାରିଆସେ l ତେଣୁ ସୁନିତା ଦେବୀ ତାକୁ ମନେଇବାକୁ ଯାଇନଥିଲେ l କ୍ରିଷ୍ଣାକୁ ତାଙ୍କ ପାଖରେ ଦେଖି ସେ ବେଡ଼ ଉପରେ ଉଠି ବସିଲେ l ତା ମୁହଁକୁ ଚାହିଁ କହିଲେ - ତୋ ରାଗ ଶାନ୍ତ ହେଲା?

କ୍ରିଷ୍ଣା - ହଁ, ମାଆ l

ସୁନିତା - ହେଲେ ତୁ କାହା ଉପରେ ଏତେ ରାଗିଥିଲୁ?

କ୍ରିଷ୍ଣା ସୁନିତା ଦେବୀଙ୍କୁ ମୀରା ସହ ତାର ସମସ୍ତ କଥା କହିଲା l ସବୁ ଶୁଣିସାରି ସୁନିତା ଦେବୀ କ୍ରିଷ୍ଣାର ମୁଣ୍ଡକୁ ସାଉଁଲେଇ କହିଲେ - ପ୍ରେମ ଏମିତି ହୁଏନି କିଶୁ, ସେ ବହୁତ ଭଲ ଝିଅଟେ l କାହାରିକୁ ଭୟ କରେନି l ସେ ଅନ୍ୟ ଝିଅଙ୍କ ପରି ଜମା ବି ନୁହେଁ l ତ ତା ମନ ଜିତିବାକୁ ତୋତେ ଅଧିକ ପରିଶ୍ରମ କରିବାକୁ ପଡିବ l ହୁଏତ ତୋରି କଥା ପାଇଁ ସେ ଆମ ଘରକୁ ଆସିବା ବନ୍ଦ କରିଦେଇଛି l

'ହେଲେ ମାଆ ମୁଁ ଗୋଟେ କଥା ପଚାରିବାକୁ ଚାହୁଁଛିl '-କ୍ରିଷ୍ଣା କହିଲା l

ସୁନିତା - ହଁ,ପଚାରେ l

ମୀରାର ପୁରା ନା କ'ଣ ମାଆ?- କ୍ରିଷ୍ଣା କହିଲା l

ସୁନିତା ଦେବୀ ଏବେ ଟିକେ ଗମ୍ଭୀର ଦେଖାଗଲେ l

..... କ୍ରମଶଃ.....



Rate this content
Log in

Similar oriya story from Romance