STORYMIRROR

puspalata samantary

Abstract

2  

puspalata samantary

Abstract

ମହାତୃଟି

ମହାତୃଟି

2 mins
433

ପରିବାର ରୂପକ ବିରାଟ ବରଗଛ ଛାଇର ଶାନ୍ତ ଶୀତଳ ବାତାବରଣରେ ଭୁଲିଯାଇଥିଲେ ବନ୍ଦିତା ତାଙ୍କ ବାଡୁଅ ବେଳର ନାମଟି ବବିତା ବୋଲି । ସେ ପରିଚୟ ଟି ହଜିଯାଇଥିଲେ ବି ସେ ଅନେକ ପରିଚୟ ପାଇଛନ୍ତି । ସାନ ବୋହୂ ର ପରିଚୟ ମିଳିଛି ଶାଶୁ ଶଶୁର ଙ୍କ ଠୁ ,ବଡଯା ଙ୍କ ଠୁ,ଦେଓରାଣୀ ଙ୍କ ଠୁ,ଭାବୀ,ପୁତୁରା, ଝିଆରୀ ଙ୍କ ଠୁ ଏତେ ସବୁ ପରିଚୟ ପାଇ ସେ ଖୁବ୍ ଖୁସି । ବବିତା ପରିଚୟ ହଜାଇବା କଥା ଭୁଲିଯାଇଛନ୍ତି ସେ। ନରେଶଙ୍କ ସହିତ ତାଙ୍କର ବନ୍ଧନକୁ ଦୃଢତର କରି,ପରିବାର ର କାୟା ବିସ୍ତାରିତ କରି,ବନ୍ଦିତା ଙ୍କ କୋଳକୁ ଦୁଇ ନୂଆ ଅତିଥି ଆସିଲେ, ନୀତିଶ ଓ ନମ୍ରତା। ଅନ୍ୟ ଭାଇଭଉଣୀ ଙ୍କ ପରି ସେମାନେ ମଧ୍ୟ ବଡ ଆଦର ଯତ୍ନ ର ସହ ପ୍ରତିପାଳିତ ହେଉଥିଲେ। ସୁନ୍ଦର ଭାବେ ଗଡିଚାଲିଥିଲା ଶଗଡ ଗୁଳାର ଜୀବନ। ଯେମିତି ଚାଲୁଥିଲା ପିତା, ପିତାମହ,ପ୍ରପିତାମହ ଙ୍କ ସମୟରୁ, ସେମିତି ଗଡିଚାଲିବ। ସେଇ ବାଟ ଦେଇ ନାତି,ଅଣନାତି, ପଣନାତି ପର୍ଯ୍ୟନ୍ତ । ଭୋଗ କରିବା ପରେ ପୂର୍ବପୁରୁଷ ମାନେ ଉତ୍ତର ପୁରୁଷ ଙ୍କୁ ଯେମିତି ଦାୟିତ୍ଵ ହସ୍ତାନ୍ତର କରିଦେଉଥିଲେ । ପୁଣି ଭବିଷ୍ୟତ ହାତରେ ସମର୍ପିବା ପାଇଁ ସେଇ କ୍ରମ ଚାଲୁରହିଥିବ। ନା ସେକଥା ହେଲାନି। ହଠାତ୍ ବାତ୍ୟା ଆସି,ସେ ପରିବାର ରୂପୀ ବଟବୃକ୍ଷ ଟି ଉପୁଡି ପଡିଲା । କାହା ସହିତ କାହାର ମନ ମିଶିଲା ନାହିଁ। ଯୌଥ ପରିବାରର ସାଲିସ୍ କୁ,ବୁଝାମଣା କୁ,ମହିମାମୟତାକୁ ବୁଝିଲେ ନାହିଁ ଉତ୍ତର ପିଢି ମାନେ। ଆହା କେଡେ ସୁନ୍ଦର ଝଲମଲ କରୁଥିବା ସେମାନଙ୍କ ର ମୁଖର ଆକାଶ ରେ ସନ୍ଦେହ, ଅବିଶ୍ୱାସ ,ଅହଂକାର ପରି କଳାବାଦଲ ଖଣ୍ଡେ ଦେଖାଦେଇ କ୍ରମେ କ୍ରମେ କାୟା ବିସ୍ତାର କଲା। କିଏ କୁଆଡ଼େ ଅଲଗା ହୋଇ, ପରିବାର ରୂପକ ମହାନ୍ ତାତ୍ପର୍ଯ୍ୟପୂର୍ଣ୍ଣ ମନ୍ଦିର କୁ ସୁରକ୍ଷା ଦେଇପାରିଲେ ନାହିଁ। ଆଜି ସବୁ ହଜାଇ ଦେଇ ବନ୍ଦିତା ଏକା ହୋଇ,ପୂର୍ବର କଥା ଝୁରି ହେଉଛନ୍ତି । ପୁଅ ନୀତିଶ ବୋହୂ କୁ ନେଇ ଆମେରିକାରେ, ଝିଅ ନମିତା ତା ସ୍ୱାମୀ ସହିତ ଦିଲ୍ଲୀରେ । ଆଗରୁ ଘୋ ଘୋ କମ୍ପୁଥିବା ଘରଟା ଆଜି ସୁନ୍ ସାନ୍ ହୋଇ ଯାଇଛି । ଉତ୍ତର ବୟସର ଅସହାୟତା ବନ୍ଦିତା ଙ୍କର ମନୋବଳକୁ ଭାଙ୍ଗି ଦେଇଛି ,ଆଜି ସେ ନିଃସ୍ୱ। ଯାହା ସୃଷ୍ଟିର ଅଲଙ୍ଘ୍ୟ ନିୟମ,ସେଇ ବୃତ୍ତରୁ ଜୀବନ ଆରମ୍ଭ ଓ ସେଇ ବୃତ୍ତରେ ଶେଷ । ସେକଥା ସିନା ମଣିଷ ଆୟତରେ ନାହିଁ ମାତ୍ର ପାରିବାରିକ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ନ କରିବା ତ ମଣିଷ କୃତ ମହାତୃଟି।


Rate this content
Log in

Similar oriya story from Abstract