Dr Rashmita Panigrahi

Abstract

2  

Dr Rashmita Panigrahi

Abstract

ମହାସମର

ମହାସମର

4 mins
246



  ଆଜି ଫେବୃଆରୀ 4ତାରିଖ l ପ୍ରତିବର୍ଷ ପରି ଏବର୍ଷ ବି ବଡ଼ ଧୁମଧାମରେ ପାଳିତ ହେଉଛି ଶ୍ରlଦ୍ଧ ବାର୍ଷିକୀ ସ୍ବର୍ଗତ ରାମଚନ୍ଦ୍ର ଆଚାର୍ଯ୍ୟ ଙ୍କର l ସେଇଟା ପୁଣି ତାଙ୍କ ଗାଁ ଆନନ୍ଦପୁର ରେ ଅବସ୍ଥିତ ଉଚ୍ଚ ବିଦ୍ୟାଳୟ ରେ l ସେ ଥିଲେ ଏ ବିଦ୍ୟାଳୟର ପ୍ରତିଷ୍ଠାତା l ମାନନୀୟ ମନ୍ତ୍ରୀ ମହୋଦୟଙ୍କ ଉପସ୍ଥିତି କାର୍ଯ୍ୟକ୍ରମର ସଫଳତାକୁ ଦ୍ବିଗୁଣିତ କରିଛି l ସ୍ବର୍ଗତ ଆଚାର୍ଯ୍ୟ ବାବୁ ଥିଲେ ଜଣେ ସହୃଦୟ ମଣିଷଟିଏ l ଅନ୍ୟର ଦୁଃଖ ଦେଖିଲେ ନିଜେ କାନ୍ଦି ପକାଉଥିଲେ l 

          ଆଜି ବି ଗାଁ ମୁଣ୍ଡ ରେ ଥିବା ଅଗଣି ନାନୀ ତାଙ୍କୁ ଝୁରୁଛି l କେମିତି ଶୀତରେ ସେ ଥରୁଥିଲା ତା'ର କୁନିପୁଅ ସହ l ଦେହରେ ଘୋଡେଇ ହେବାକୁ ନା ଥିଲା କମ୍ବଳ ଟାଏ, ନା ଥିଲା ମୁଣ୍ଡ ଉପରେ ଚlଳ ଖଣ୍ଡେ l ଏଇ ଆଚାର୍ଯ୍ୟ ବାବୁ ନିଜ ପକେଟରୁ ଏକ ହଜାର ଟଙ୍କା ଆଉ କମ୍ବଳ ଟାଏ ବଢ଼ାଇ ଦେଇ କହିଲେ, ନେ କୁଟା କେଇ ବିଡା ଆଣି ଚlଳଟାକୁ ଭଲ କରି ଛାଇ ଦେ l କେମିତି ଭୁଲିବ ଅଗଣି ନାନୀ ସେ ଉପକାର କୁ ! ଆଜି ବି କୃତଜ୍ଞତାର ଲୁହ ଦୁଇ ଧାର ତା'ଆଖିରୁ ଝରିଆସେ, ଯେବେ ଏକଥା ତା'ର ମନେ ପଡିଯାଏ l

      ଏଇ ତ ସେଦିନ ସୀତା ଅପା କହୁଥିଲା କେମିତି ତା'ଝିଅକୁ ଶାଶୁଘର ଲୋକେ ହଇରାଣ କରୁଥିଲେ ଯୌତୁକ କିଛି ପାଇ ନାହାନ୍ତି ବୋଲି ! ଏଇ ଆଚାର୍ଯ୍ୟ ବାବୁ ନିଜେ ଯାଇ ସବୁ କଥା ବୁଝି ଜ୍ୱାଇଁକୁ ତା'ର ଗୋଟେ ସ୍କୁଲରେ ପିଅନ ପୋଷ୍ଟ ରେ ରଖି ଦେବା ପରେ କଥା ଯାଇ ଥମିଲା l ଝିଅଟି ଏବେ ବେଶ ସୁଖରେ ଅଛି l କେମିତି ଭୁଲିବ ସୀତା ଅପା ଏଇ ଉପକାରକୁ !

         କାହିଁ, କରୁଣା ଭାଇ l ପେଟର ଯନ୍ତ୍ରଣାରେ ଚିତ୍କାର ଛାଡୁଥାଏ, ପୁଅ ତାର ପାରିନି, ଅନ୍ୟ ଲୋକଙ୍କର ଜମି ଭାଗ କରି ଚଳୁଥାଏ l ରୋଗର ଯନ୍ତ୍ରଣା ଏତେ ବଢ଼ିଗଲା ଯେ, ସେ କାମ କୁ ବି ଯାଇ ପାରିଲାନି l ଚିତ୍କାରରେ ଚାରି ଦିଗ କମ୍ପାଇ ଦେଉଥିଲା l ପୁଅ ଟି ଦୌଡ଼ି ଆସି କହିବାରୁ ବସିବା ଜାଗାରୁ ଉଠି ଯାଇଥିଲେ ସ୍ବର୍ଗତ ଆଚାର୍ଯ୍ୟ ବାବୁ l ତାକୁ କଟକ ବଡ଼ ମେଡିକାଲକୁ ନେଇ ତା'ର ଚିକିତ୍ସାର ସମସ୍ତ ବନ୍ଦେlବସ୍ତ କରାଇ ଫେରିଥିଲେ l ଆଜି ସେ ପୂରା ସୁସ୍ଥ ଅଛି, ପୁଅକୁ ବାହା କରେଇ ନାତି ବି ଦେଖି ସାରିଲାଣି l କେମିତି ଭୁଲିବ ସେ ଜୀବନ ଥିବା ଯାଏ ଆଚାର୍ଯ୍ୟ ବାବୁ ଙ୍କର ଏଇ ଉପକାରକୁ l 

       ଆଉ ଗାୟତ୍ରୀ ! ତିନି ବର୍ଷର ହେଇ ଥିଲା l ମହାନଦୀ ର ପ୍ରବଳ ବନ୍ୟା ରେ ପୂରା ଗାଁଟା ଭାସିଗଲା l ଯେଉଁ ମାନେ ଭାସି ଗଲେ, ସେମାନଙ୍କର କିଛି ବି ପତ୍ତା ମିଳିଲାନି l ଗୋଟେ ତାଳବରଡା ର ତାଟି ଉପରେ ଅଚେତ ହେଇ ପଡି ଥିବା ଅବସ୍ଥାରେ ଉଦ୍ଧାର କରି ଥିଲେ ଆଚାର୍ଯ୍ୟ ବାବୁ l ସାମାନ୍ୟ ଚିକିତ୍ସା ପରେ ପିଲାଟି ର ଚେତା ଫେରିଲା l ସେଇ ଦିନଠୁ ଗାୟତ୍ରୀ ସ୍ବର୍ଗତ ଆଚାର୍ଯ୍ୟ ବାବୁଙ୍କ ଝିଅ ହେଇ ରହିଛି l ପାଠ ଶାଠ ପଢି କଲେଜ ରେ ଅଧ୍ୟାପିକା ହେଇଛି l ବାହା ସାହା ହେଇ ବେଶ ଖୁସିରେ ଅଛି l

           ଯେତେ ବଖାଣିଲେ ବି ଆଚାର୍ଯ୍ୟ ବାବୁଙ୍କ ଗୁଣାବଳୀ ଆହୁରି ବାକି ରହିଯିବ l ଏଇ ଶ୍ରାଦ୍ଧ ବାର୍ଷିକୀ ମହା ଆଡମ୍ବର ସହକାରେ ପାଳନ ହେଉଛି ଗାଁ ଉଚ୍ଚ ବିଦ୍ୟାଳୟ ରେ l କେତେ ବଡ଼ ବଡ଼ ଲୋକ ମାନେ ଅତିଥି ଭାବେ ନିମନ୍ତ୍ରଣ ପାଇ ଆସିଛନ୍ତି l ସଭାକାର୍ଯ୍ୟ, ପୁରସ୍କାର ବିତରଣ, ଭୋଜି ଇତ୍ୟାଦି ରେ ଦିନଟା ନିଅଣ୍ଟ ପଡିଯାଉଛି l ସନ୍ଧ୍ୟାରେ ପିଲାମାନଙ୍କ ଦ୍ୱାରା ପ୍ରସ୍ତୁତ ହେଇଛି ନାଟକ 'ମହା ସମର'l ମାଇକ୍ରୋଫୋନ ରେ ବାରମ୍ବାର ନାଟକ ର ପ୍ରଚାର ଶୁଣିଲା ପରେ ସମ୍ଭାଳି ପାରିଲେନି ଧରିତ୍ରୀ ଦେବୀ ନିଜ ମନ ର ଆବେଗ କୁ l ଇଚ୍ଛା ହେଲା ଟିକେ ମାଡି ଆସନ୍ତେ ନି ନାଟକ ମଞ୍ଚ ଆଡୁ l ସ୍ଵାମୀ ପରଲୋକ କୁ ଗଲା ପର ଠାରୁ ସେ ଆଜି ଯାଏଁ କେବେ ବି ତାଙ୍କ ବାର୍ଷିକୀ ଉତ୍ସବରେ ବିଦ୍ୟାଳୟକୁ ଯାଇ ନାହାନ୍ତି କାରଣ ସ୍ମୃତିଚlରଣ ସଭାରେ ସେ ନିଜ ଆଖିର ଲୁହକୁ, ମନର କୋହକୁ ନିୟନ୍ତ୍ରଣ କରି ପାରିବେନି l 

      ସ୍ୱାମୀଙ୍କ ଯିବାଟା ଆଜକୁ 25ବର୍ଷ ରୁ ଅଧିକ ହେଇ ଗଲାଣି l ତଥାପି ପ୍ରତିଟି ବାଲି, ଗୁଡ଼ି, ମାଟି, ଇଟା ଆଜି ବି ଝୁରି ହେଉଛନ୍ତି ତାଙ୍କୁ l ଧରିତ୍ରୀ ଦେବୀ ତ ତାଙ୍କ ଧର୍ମପତ୍ନୀ, ଅଗ୍ନି କୁ ସାକ୍ଷୀ ରଖି ହାତ ଧରି ସାତ ଜନ୍ମ ସାଥିରେ ରହିବେ ବୋଲି କଥା ପାଇ ଆସିଥିଲେ l ସେ ବା କେମିତି ସମ୍ଭାଳିବେ ନିଜକୁ l ତଥାପି ସମୟ ସହିତ ସାଲିସ କରିବାକୁ ସେ ବାଧ୍ୟ l 

        ଯା'ହେଉନା କାହିଁକି ଆଜି ସେ ନାଟକ ଦେଖି ଯିବେ l ଯଥା ସମୟ ରେ ନାଟକ ର ପୂର୍ବରୁ ରଙ୍ଗlରଙ୍ଗ କାର୍ଯ୍ୟକ୍ରମ ଆରମ୍ଭ ହେଲା l ଗାଁ ଟା ଯାକର ଲୋକେ ରୁଣ୍ଡ ହେବାକୁ ଲାଗିଲେ l ସ୍କୁଲଟା ଯାକର ପିଲା, ସେମାନଙ୍କ ପିତାମାତା, ସମସ୍ତେ ଉପସ୍ଥିତ ହେବାକୁ ଲାଗିଲେ l ଧରିତ୍ରୀ ଦେବୀ ମଧ୍ୟ ନିଜ ନାତି ଟୋକlଟାକୁ ସାଥିରେ ନେଇ ଚାଲିଲେ ବିଦ୍ୟାଳୟ ଅଭିମୁଖେ l ନାତି ଟା ପଞ୍ଚମ ଶ୍ରେଣୀ ରେ ପଢେ l ମନ ରେ କେତେ ଆଶା ଆଉ ଆନନ୍ଦ l ତାଙ୍କ ସ୍ୱାମୀଙ୍କ ଉଦ୍ୟମ ରେ ତିଆରି ବିଦ୍ୟାଳୟ l ଆଜକୁ ବର୍ଷ ବର୍ଷ ଧରି ସେ ନିମନ୍ତ୍ରଣ ପାଇଛନ୍ତି, ହେଲେ ଆସିବାର ସାହସ ଜୁଟାଇ ପାରି ନାହାନ୍ତି l ଏବର୍ଷ କିନ୍ତୁ କିଛି ନିଜ ଇଚ୍ଛା ଆଉ କିଛି ନାତି ଟୋକା ର ଜିଦ ରେ ସେ ଟାଣି ହେଇ ଆସିଛନ୍ତି l 

      ନାଟକ ମଞ୍ଚର ଚାରିପାଖରେ ପ୍ରବଳ ଜନଗହଳି l ନିମନ୍ତ୍ରଣ ପାଇ ଆସି ଥିବା ଅତିଥି ମାନଙ୍କ ଲାଗି ସ୍ୱତନ୍ତ୍ର ବସିବାର ବ୍ୟବସ୍ଥା l ମନଟା ଟିକିଏ ଖୁସି ହେଇ ଗଲା l ଯାହା ହେଉ ସ୍ୱତନ୍ତ୍ର ବସିବା ଜାଗା ପର୍ଯ୍ୟନ୍ତ କେହି ତାଙ୍କୁ ନ ଡାକିଲେ ବି ସେ ଖଣ୍ଡେ ଚେୟାର ପାଇଗଲେ ଟିକିଏ ଭିଡ଼ ଭିତରେ ବସିବାକୁ l 

         ସେପଟେ ଯାତ୍ରା ଆରମ୍ଭ ହେବାର ପୂର୍ବ ମୁହୂର୍ତ୍ତ l ପିଲାମାନେ ବେଶ ସୁନ୍ଦର ନାଚ ଓ ଗୀତ ପରିବେଷଣ କରୁ ଥାନ୍ତି l ମଝିରେ ମଝିରେ କେହି ଅତିଥି ଆସିଲେ ବିଦ୍ୟାଳୟ ର କର୍ମଚାରୀ ମାନେ ତାଙ୍କୁ ସାଦରେ ପାଛୋଟି ନେଉ ଥାନ୍ତି l ଧରିତ୍ରୀ ଦେବୀଙ୍କ ମନ ରେ ପ୍ରଶ୍ନବାଚୀ ସୃଷ୍ଟି ହୁଏ, ତେବେ ତାଙ୍କୁ କାହିଁକି.....? 

       ଏତିକି ବେଳେ କେହି ଜଣେ ସ୍ବେଚ୍ଛlସେବୀ ତାଙ୍କୁ ଚେୟାର ରୁ ଉଠି ଯାଇ ପିଲାଙ୍କ ନିମିତ୍ତ ପଡି ଥିବା ବେଞ୍ଚ ରେ ବସି ବାକୁ କହି ଚେୟାର ଟା ନେଇ ଯାଇଛି l ଧରିତ୍ରୀ ଦେବୀ ଙ୍କ ହୃଦୟ ବି ଏତେ ଛୋଟ ନୁହଁ, ସେ ନାତି ସହ ଖୁସି ରେ ବସି ଛନ୍ତି l ୟା ଭିତରେ ଭିଡ଼ ବଢ଼ି ବଢ଼ି ଯାଇଛି l ନାତି ଟା ତା ସାଙ୍ଗ ମାନଙ୍କ ପାଖକୁ ଉଠି ଯାଇଛି l କେହି ଜଣେ ଧରିତ୍ରୀ ଦେବୀ ଙ୍କୁ ବେଞ୍ଚରୁ ଡାକି ନେଇ ତଳେ ବସାଇ ଦେଇଛି l

         ହାୟ ରେ ସମୟ ! ଯେଉଁ ବ୍ୟକ୍ତିଙ୍କ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଏ ଭବ୍ୟ ଆୟୋଜନ, ତାଙ୍କରି ଧର୍ମପତ୍ନୀ ଙ୍କୁ....... ! ସତରେ କଣ ଏଇ କାର୍ଯ୍ୟକ୍ରମ ରେ ସେ ଏତେ ଅଲୋଡ଼ା ! ନା, ଖଣ୍ଡେ ଚେୟାର ପାଇଁ ହେଉଥିବା 'ମହା ସମର'ର କୌଶଳ ତାଙ୍କୁ ଅଜଣା !

     


Rate this content
Log in

Similar oriya story from Abstract