STORYMIRROR

Krupasindhu Mishra

Classics

2  

Krupasindhu Mishra

Classics

ମହାଭାରତ (୪୭)

ମହାଭାରତ (୪୭)

1 min
14.4K


ମହାଭାରତ (୪୭)

ଚାରିଭାଇ ମିଶି କୌରବ ସେନାକୁ ମନ୍ଥିବାରେ ଲାଗି ଗଲେ । ଭୀମ ଗଦାଘାତରେ ଅନେକ ଯୋଦ୍ଧା ଭୂପତିତ ହେଲେ । ତାଙ୍କୁ ଦୁର୍ଯ୍ୟୋଧନ, କର୍ଣ୍ଣ ଆଦି ଘେରି ଗଲେ । ନାନାପ୍ରକାର ଅସ୍ତ୍ରାଘାତ କଲେ । କିନ୍ତୁ ଶତଶୃଙ୍ଗ ବରଲାଭ କରି ଭୀମଙ୍କ ଶରୀର ବଜ୍ର ପରି କଠିନ ହୋଇଥିବାରୁ ତାଙ୍କୁ କିଛି ବାଧୁ ନ ଥାଏ । ଅର୍ଜୁନଙ୍କ ଶରାଘାତରେ ଅନେକ ଯୋଦ୍ଧା ଟଳିପଡୁଥାନ୍ତି । ଭୀଷ୍ମ କହିଲେ, "ୟାଙ୍କୁ ଏବେ ବୁଝାଇଶୁଝାଇ ଯୁଦ୍ଧ ବନ୍ଦ କରାଇଦେବା” । ଦ୍ରୋଣ କହିଲେମୋତେ ଟିକିଏ ଅର୍ଜୁନର ଯୁଦ୍ଧ ଦେଖିବାକୁ ଦିଅନ୍ତୁ ।” ସ୍ଵର୍ଗରେ ଥାଇ ଏସବୁ ଦେଖୁଥିବା ଦେବର୍ଷି ନାରଦ ନିଜର କଳି ମୁଣିଟିକୁ "ଲାଗୁ, ଲାଗୁ" କହି ଝାଡ଼ି ଦେଲେ । ଘୋର ସମର ଲାଗିବା ଦେଖି ବଳରାମ କୃଷ୍ଣଙ୍କୁ କହିଲେ,"ଆଜି ରାଜାମାନେ ପାଣ୍ଡବମାନଙ୍କ ହାତରୁ ଦ୍ରୌପଦୀଙ୍କୁ ଛଡାଇ ନେବେ ।" କୃଷ୍ଣ କହିଲେ, "ଆପଣ ଦେଖନ୍ତୁ, ଆଉ ଅଳ୍ପସମୟ ମଧ୍ୟରେ ସମସ୍ତ ଦୁଷ୍ଟ ରାଜା ପରାସ୍ତ ହୋଇ ପଳାୟନ କରିବେ ।" ଏହି ସମୟରେ ଇନ୍ଦ୍ରଙ୍କ ନିର୍ଦ୍ଦେଶ ଅନୁସାରେ ମାତଳୀ ରଥ ନେଇ ଆସି ପହଞ୍ଚିଲା । ଅର୍ଜୁନ ସେ ରଥ ଆରୋହଣ କରି ପ୍ରବଳ ଶର ବୃଷ୍ଟି କରିବାକୁ ଲାଗିଲେ । ଜରାସନ୍ଧ ଆସିଲା ଆକ୍ରମଣ କରିବାକୁ । ଅର୍ଜୁନଙ୍କର ଗୋଟିଏ ତୀକ୍ଷ୍ଣମୁନା ଶର ତାକୁ ମୂର୍ଚ୍ଛିତ କରିଦେଲା । ବଳରାମ ଏଥର ଅର୍ଜୁନଙ୍କୁ ପ୍ରଶଂସା କଲେ କାରଣ ଜରାସନ୍ଧ ତାଙ୍କୁ ବାରମ୍ବାର ପରାସ୍ତ କରୁଥିଲା । ୟା'ପରେ ବାଣା ନାରକା ଶମ୍ବର ଓ ବଜ୍ରନାଭ ଆଦି ଅସୁର ରାଜାମାନେ ଘେରିଗଲେ । ଦୁଇଜଣଙ୍କର ରଥକୁ ଧରି ଭୀମ ଦୂରକୁ ଫିଙ୍ଗିଦେଲେ । ଆଉ ଦୁଇଜଣଙ୍କ ପାଇଁ ଅର୍ଜୁନ ଯଥେଷ୍ଟ ଥିଲେ । କିଏ ରଥ ଭାଙ୍ଗିଯିବାରୁ ମୁହଁମାଡି ପଡିଲା ଆଉ କାହାର ବକ୍ଷରେ ଶର ବିଦ୍ଧ ହେବାରୁ ରଥ ପଛକୁ ଘୁଞ୍ଚାଇନେଇ ସାରଥୀ ବଞ୍ଚାଇଦେଲା । 

(କ୍ରମଶଃ)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics