STORYMIRROR

Krupasindhu Mishra

Classics

2  

Krupasindhu Mishra

Classics

ମହାଭାରତ (୪୮)

ମହାଭାରତ (୪୮)

1 min
3.3K


ମହାଭାରତ (୪୮)

କୃପାସିନ୍ଧୁ ମିଶ୍ର 

ସମସ୍ତ ରାଜା ଛତ୍ରଭଙ୍ଗ ଦେଇ ଚାଲିଯିବା ପରେ ଚାରିଭାଇ ଯୁଧିଷ୍ଠିରଙ୍କ ପାଖକୁ ଗଲେ । ଦ୍ରୌପଦୀ, ସଖୀ କେଶିନୀ ମଧ୍ୟ ତାଙ୍କ ସାଙ୍ଗରେ ଥାଆନ୍ତି । ସେତେବେଳକୁ ଧୃଷ୍ଟଦ୍ୟୁମ୍ନ ଓ ଶିଖଣ୍ଡୀ ଦ୍ରୁପଦଙ୍କୁ ନେଇ ରାଜନବର ଭିତରକୁ ଚାଲିଯାଇଥାନ୍ତି । କେଶିନୀ ନବର ଭିତରକୁ ଯିବା ପାଇଁ କହିଲାରୁ ଯୁଧିଷ୍ଠିର କହିଲେ, "ସେ ଚକ୍ରୀ ତା'ର କୁରାଳଶାଳରେ ଆମ୍ଭଙ୍କୁ ଆଶ୍ରୟ ଦେଇଛି । ଆମ୍ଭମାନଙ୍କର ଜନନୀ ସେଠାରେ ଅଛନ୍ତି । ପ୍ରଥମେ ଆମେ ସେଠାକୁ ଯିବା । ସେମାନେ (କୁମ୍ଭାର)ଶାଳରେ ପହଞ୍ଚିବାବେଳକୁ ରାତ୍ରିର ଅନ୍ଧକାର । କବାଟ ବାଡେଇ ଡାକିବାରୁ କୁନ୍ତୀ ପ୍ରଶ୍ନ କଲେ, "ଆଜି କ'ଣ କ'ଣ ପାଇଲ ?" ଭୀମ ଉତ୍ତର ଦେଲେ, "ଏକ ଅପୂର୍ବ ଫଳ ।" କୁନ୍ତୀ କହିଲେ, "ଯାହା ବି ଆଣିଛ, ପାଞ୍ଚଭାଇ ବାଣ୍ଟିକରି ଭୋଗ କର ।" ସେମାନେ "ଲାଖ ବିନ୍ଧି ଦୃପଦ ରାଜନନ୍ଦିନୀ ପାଞ୍ଚାଳୀଙ୍କୁ ଆଣିଛୁଁ, କେମିତି ପାଞ୍ଚଭାଇ ବାଣ୍ଟିବୁ" ବୋଲି କହିଲେ । କିନ୍ତୁ କୁନ୍ତୀ ନିଜ ମତରେ ଅଟଳ ରହିଲେ । ସେ କହିଲେ, "ପାଞ୍ଚଭାଇ ପାଞ୍ଚାଳୀକୁ ପତ୍ନୀ ରୂପେ ଗ୍ରହଣ କରିବ । ଏବେ ରାତ୍ରିର ବାକି ଅଂଶ ଶୋଇବାର ଥିଲା ।କେଶିନୀ ନବରକୁ ଯିବା ପାଇଁ ଆଜ୍ଞା ନେଇ ଚାଲିଗଲା । ସେଠାରେ ପଡିଥିବା ପାଉଁଶ ଉପରେ କୁନ୍ତୀ, କୁନ୍ତୀଙ୍କ ପାଦତଳେ ଯୁଧିଷ୍ଠିର ଓ ଯୁଧିଷ୍ଠିରଙ୍କ ପାଦତଳେ ଚାରିଭାଇ ଶୋଇଲେ । ତାଙ୍କ ପାଦତଳେ ଦ୍ରୌପଦୀଙ୍କୁ ଶୋଇବାକୁ କହିବାରୁ ସେ ପ୍ରଥମେ ଟିକିଏ କୁଣ୍ଠିତ ହେଉଥିଲେ; କିନ୍ତୁ ଭୀମଙ୍କ କ୍ରୁଦ୍ଧଦୃଷ୍ଟିକୁ ଡରି ଶୋଇପଡିଲେ ।

(କ୍ରମଶଃ)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics