Krupasindhu Mishra

Classics

2  

Krupasindhu Mishra

Classics

ମହାଭାରତ (୫୦)

ମହାଭାରତ (୫୦)

2 mins
1.4K


ମହାଭାରତ (୫୦)

କୃପାସିନ୍ଧୁ ମିଶ୍ର 

ରାଜା ଦ୍ରୁପଦ ସବୁ ଶୁଣି ଭାବିଲେ, ମୋ ଝିଅକୁ ଆଉ କିଏ ହୋଇଥିଲେ ମୁଣ୍ଡରେ ବସାଇଥାଆନ୍ତା, ଏମାନେ କେତେ ସମର୍ଥ ହୋଇଥିବେ ଯେ ୟାଙ୍କ ପାଦତଳେ ମୋ ଝିଅ ଶୋଇଛି ! ନିଶ୍ଚୟ ୟା ମଧ୍ୟରେ କିଛି ରହସ୍ୟ ଅଛି । ସେ ନିଜେ ‍‌‍‌ଆସିଲେ ପାତ୍ରମନ୍ତ୍ରୀଂକୁ ଧରି । ଚକ୍ରୀ କରୁଣାକର ଓ ତାଙ୍କର ପତ୍ନୀ କୁନ୍ତୀଙ୍କୁ ଉଠାଇ 'ରାଜା ତାଙ୍କ ଦ୍ୱାରକୁ ଆସିଛନ୍ତି' ବୋଲି କହିଲେ । ପତ୍ନୀ ରିଷିତା ଦ୍ରୌପଦୀଙ୍କୁ ସୁବାସିତ ଜଳରେ ସ୍ନାନ କରାଇ ପ୍ରସାଧନ କରାଇଦେଲେ । ଯୁଧିଷ୍ଠିର ସ୍ମରଣ କଲେ କୃଷ୍ଣ, ବଳରାମ ଓ ବ୍ୟାସଙ୍କୁ । ସେମାନେ ଆସିବାରୁ ସସ୍ତ୍ରୀକ ଦେବତାମାନେ ଓ ସବୁ ପ୍ରସିଦ୍ଧ ମୁନିଋଷି ଓ ଧୌମ୍ୟ ପୁରୋହିତ ପ୍ରଭୃତି ଆସି ପହଞ୍ଚିଲେ । ଦ୍ରୁପଦ ବାହାରୁ ଥାଇ ଡାକୁଥାନ୍ତି, "ଲାଖବିନ୍ଧା ପଣ୍ଡା କିଏ ଆସ, ମୁଁ ମୋ କନ୍ୟାଦାନ ପାଇଁ ତୁମକୁ ବରଣ କରିବାକୁ ଆସିଛି ।" ବାରମ୍ବାର ଡାକିବା ପରେ ପାଞ୍ଚଜଣଯାକ ହାତ ଧରାଧରି ହୋଇ ବାହାରିଲେ । ଦ୍ରୁପଦ ଆଶ୍ଚର୍ଯ୍ୟ ହୋଇ ଚାହିଁଲେ । କୃଷ୍ଣ, ବଳରାମ, ବ୍ୟାସ ପ୍ରଭୃତି ଅଦୃଶ୍ୟ ଭାବରେ ଥାନ୍ତି । ମାତା କୁନ୍ତୀ ପାଞ୍ଚଭାଇଯାକ ଏକା ଦ୍ରୌପଦୀଙ୍କୁ ବିବାହ କରିବେ ବୋଲି କହିବାରୁ ଦ୍ରୁପଦ ବିସ୍ମୟ ପ୍ରକାଶ କଲେ ।  ସେ କହିଲେ, “ଏହା କିପରି ସମ୍ଭବ ହେବ ?” ଧୃଷ୍ଟଦ୍ୟୁମ୍ନ ଓ ଶିଖଣ୍ଡୀ ମଧ୍ୟ ଏ କଥାରେ କ୍ରୋଧ ପ୍ରକାଶ କରି "ଏହା ଅସମ୍ଭବ" ବୋଲି କହିଲେ । କିନ୍ତୁ ଯୁଧିଷ୍ଠିର "ମାତୃଆଦେଶ" ଆମେ ଲଙ୍ଘିପାରିବୁ ନାହିଁ ବୋଲି କହିବାରୁ ଦ୍ରୁପଦ ତାଙ୍କୁ ଦରିଦ୍ର ବ୍ରାହ୍ମଣ ଭାବି କଟୁବାକ୍ୟ ପ୍ରୟୋଗ କରିବାକୁ ଆରମ୍ଭ କଲେ । ଏହା ଦେଖି ବାସୁଦେବ ବ୍ୟାସଙ୍କୁ କହିଲେ, "ଆପଣ ଏବେ ପ୍ରକଟ ହୋଇ ସମସ୍ୟାର ସମାଧାନ କରନ୍ତୁ, ନହେଲେ ଅଚିରେ ବୀର ଭୀମସେନର କ୍ରୋଧ ଯେକୌଣସି ଦୁର୍ଘଟଣା ଘଟାଇପାରେ ।" ଋଷି ବ୍ୟାସଙ୍କୁ ଦେଖି ଦ୍ରୁପଦ ତାଙ୍କୁ ଯଥାବିଧି ସମ୍ମାନ କଲେ ଓ ଉପସ୍ଥିତ ସମସ୍ୟା ବିଷୟରେ କହିଲେ । ସେ କହିଲେ, "ଆପଣ ନିଜେ ତାକୁ ଯଜ୍ଞରୁ ଜାତ କରାଇଛନ୍ତି । ମହାଦେବଙ୍କ ଅନୁଗ୍ରହରୁ ଜନ୍ମଲାଭ କରିଥିବା ମୋର ଏହି ଅଲିଅଳୀ କନ୍ୟାର ଭାଗ୍ୟରେ କ'ଣ ଏଇଆ ଲେଖା ଥିଲା ?"

(କ୍ରମଶଃ) 

 


Rate this content
Log in

Similar oriya story from Classics