Krupasindhu Mishra

Thriller

2  

Krupasindhu Mishra

Thriller

ମହାଭାରତ (୫୫)

ମହାଭାରତ (୫୫)

1 min
1.5K


ମହାଭାରତ(୫୫)

ଅନ୍ତେବାସିନୀମାନେ ଦ୍ରୌପଦୀଙ୍କ ଶୃଙ୍ଗାର କରିବାରେ ଲାଗି ପଡିଲେ । ଗନ୍ଧର୍ବ ଓ ବିଦ୍ୟାଧରୀଗଣ ନୃତ୍ୟ ଓ ସଂଗୀତରେ ଜନ ମନ ମୁଗ୍ଧ କଲେ । ଦେବସ୍ତ୍ରୀଗଣ ହୁଳହୁଳି ଦେଲେ । ମଙ୍ଗଳାଚରଣ ପରେ ବିବାହ ଉପଲକ୍ଷେ ସଂକଳ୍ପ ଓ ନାଗକୁଳ, ଦେବତାମଣ୍ଡଳୀଙ୍କ ଆବାହନ ଆଦି କରାଗଲା । ମହର୍ଷି ବ୍ୟାସଙ୍କ କୋଳକୁ ଲାଗି ପାଞ୍ଚପାଣ୍ଡବ ବସିଲେ ଅର୍ଥାତ ବର ପିତାଙ୍କର ଭୂମିକା ବ୍ୟାସ ନିର୍ବାହ କଲେ ଏବଂ କନ୍ୟାପିତା ଦ୍ରୁପଦ ମୁହାଁମୁହିଁ ବସିଲେ ମନ୍ତ୍ରୋଚ୍ଚାରଣ ଧ୍ୱନିରେ ଗଗନପବନ ପ୍ରକମ୍ପିତ ହେଲା । ସଖୀମାନଙ୍କ ଗହଣରେ ସଜ୍ଜିତା ଅପରୂପା କୃଷ୍ଣା ଗଜ ଗତିରେ ଚରଣ ଚାଳି ବିବାହ ମଣ୍ଡପ ଉପରକୁ ବିଜେ କଲେ । ହସ୍ତ ଗ୍ରନ୍ଥି ବନ୍ଧନବେଳେ ଯାଜ୍ଞସେନୀଙ୍କର ଦକ୍ଷିଣ ହସ୍ତ ବୃଦ୍ଧ ଅଙ୍ଗୁଷ୍ଠି ସହ ଯୁଧିଷ୍ଠିର, ତର୍ଜନୀ ସହ ଭୀମ, ମଧ୍ୟମ ସହ ଅର୍ଜୁନ, ଅନାମିକା ସହ ନକୁଳ ଓ କନିଷ୍ଠ ଅଙ୍ଗୁଳିସହ ସହଦେବଙ୍କର ହସ୍ତ ବନ୍ଧନ ହେଲା । 

(କ୍ରମଶଃ)


Rate this content
Log in

Similar oriya story from Thriller