Krupasindhu Mishra

Thriller

2  

Krupasindhu Mishra

Thriller

ମହାଭାରତ (୫୪)- 'ଦ୍ରୗପଦୀ ବିବାହ'

ମହାଭାରତ (୫୪)- 'ଦ୍ରୗପଦୀ ବିବାହ'

1 min
7.0K


ମହାଭାରତ (୫୪)- 'ଦ୍ରୗପଦୀ ବିବାହ'

ବ୍ୟାସ ସମସ୍ତ ତଥ୍ୟ ଉନ୍ମୋଚନ କଲାପରେ କୁରାଳଶାଳ ତାର ନିଜ 'ଅନ୍ତରୀକ୍ଷ ପୁର' ରୂପ ପ୍ରକାଶ କଲା । କୃଷ୍ଣ ବଳରାମ ଆତ୍ମପ୍ରକାଶ କଲେ । ସେମାନଙ୍କ ମଧ୍ୟରେ ସମ୍ମାନ ଓ ଆଶୀର୍ବାଦ ବିଧି ଦର୍ଶନ କରି ଦ୍ରୁପଦ କୃତ୍ୟ କୃତ୍ୟ ହୋଇ ନିଜର ଜନ୍ମ ସାର୍ଥକ ହେଲା ବୋଲି ପ୍ରକାଶ କଲେ । ସମ୍ପୂର୍ଣ୍ଣ ରାଜବଂଶ ଅର୍ଥାତ୍ ପିତା, ପୁତ୍ର ଆଦି ସାଷ୍ଟାଙ୍ଗ ପ୍ରଣିପାତ କରି ନିଜ ନିଜର କୃତ ଅପରାଧ ପାଇଁ କ୍ଷମା ପ୍ରାର୍ଥନା କଲେ । ମହର୍ଷି ବ୍ୟାସ ପାଞ୍ଚାଳୀଙ୍କ ମନ ବିଡ଼ିବା ପାଇଁ ପଚାରିଲେ,"ତୋର ଏ ପାଂଚଜଣଙ୍କ ମଧ୍ୟରୁ କାହାକୁ ସ୍ୱାମୀ ରୂପେ ପାଇବାକୁ ଇଛା ହେଉଛି , କହ । ଯାଜ୍ଞସେନୀ କହିଲେ, "ଏ ପାଞ୍ଚଜଣଯାକ ପ୍ରତ୍ୟେକ ମୋତେ ଏକା (ଇନ୍ଦ୍ରଙ୍କ) ପରି ଦେଖା ଯାଉଛନ୍ତି, ତେଣୁ ଆପଣଙ୍କ ଆଜ୍ଞା ଅନୁସାରେ ମୁଁ ଏ ପାଞ୍ଚଜଣଙ୍କୁ ବିବାହ କରିବାକୁ ପ୍ରସ୍ତୁତ । ଏଥର ଆଉ ଦ୍ରୁପଦଙ୍କର କୌଣସି ଚିନ୍ତା ରହିଲାନାହିଁ । ସେ ବିବାହର ସମସ୍ତ ଆୟୋଜନ କରିବାରେ ଲାଗି ପଡିଲେ । ପାର୍ଶ୍ଵବର୍ତ୍ତୀ ରାଜାମାନେ ନିମନ୍ତ୍ରିତ ହୋଇ ଆସିଲେ । ସେହି ଅନ୍ତରୀକ୍ଷପୁରରେ ବିବାହ ହେବାର ଆୟୋଜନ ହେଲା କାରଣ ଏହା କେବଳ ମର୍ତ୍ତ୍ୟପୁର ନୁହେଁ ସ୍ୱର୍ଗପୁରବାସୀମାନଙ୍କର ମଧ୍ୟ ଏକ ଉତ୍ସବ ଥିଲା । ମଙ୍ଗଳଵାଦ୍ୟରେ ପାଞ୍ଚାଳ ରାଜଧାନୀ ଶବ୍ଦାୟିତ ହେବାରେ ଲାଗିଲା । ଦ୍ରୁପଦ ରାଜନବର ଓ କୁରାଳଶାଳ ମଧ୍ୟରେ ସଂଯୋଗକାରୀ ଛାୟାମଣ୍ଡପ ନିର୍ମିତ ହେଲା । ପୁରୋହିତ ଧୌମ୍ୟଙ୍କ ଆଦେଶ ଅନୁସାରେ ବିବାହ ଉପକରଣମାନ ସଂଗୃହିତ ହୋଇ ଆସିଲା । ସ୍ୱୟଂ ଶ୍ରୀକୃଷ୍ଣ ଶଙ୍ଖ ଧ୍ୱନି କରି ବିବାହକର୍ମର ଶୁଭାରମ୍ଭ କଲେ । 

(କ୍ରମଶଃ)


Rate this content
Log in

Similar oriya story from Thriller