Krupasindhu Mishra

Thriller

2  

Krupasindhu Mishra

Thriller

ମହାଭାରତ (୫୬)

ମହାଭାରତ (୫୬)

1 min
1.7K


ମହାଭାରତ (୫୬)

କୃପାସିନ୍ଧୁ ମିଶ୍ର 

           ହସ୍ତଗ୍ରନ୍ଥି ବନ୍ଧନ ପରେ ବ୍ରାହ୍ମଣଙ୍କ ମନ୍ତ୍ରୋଚ୍ଚାରଣ ମଧ୍ୟରେ ଦ୍ରୁପଦ ଜଣଜଣ କରି ପାଞ୍ଚଜଣଙ୍କୁ କନ୍ୟା ଅର୍ପଣ କଲେ । ତତ୍ପରେ ଧୌମ୍ୟ ପୁରୋହିତ ଦକ୍ଷିଣାବର୍ତ୍ତ ଶଙ୍ଖରେ ଜଳ, ତିଳ ପୂରାଇ ଦ୍ରୁପଦଙ୍କ ହସ୍ତରେ ଦେଇ ଯୌତୁକ ଦେବାକୁ କହିଲେ । ଦ୍ରୁପଦ ଓ ରାଣୀ ପଦ୍ମବତୀ ବିନମ୍ରତାର ସହିତ ନିଜର ନ୍ୟୂନଭାବ ପ୍ରକାଶ କରି ଯାହା ଯୌତୁକ ଦେଲେ, ସେତିକି ନେଇ ପାଣ୍ଡବମାନେ ଗୋଟାଏ ରାଜ୍ୟ ଚଳାଇ ପାରିଥାନ୍ତେ । ତତ୍ପରେ ରାଜଦମ୍ପତି କନ୍ୟାର ଦଶଦୋଷ କ୍ଷମା ଦେବାକୁ କହି ଶୋକାତୁର ହୋଇ ନବରକୁ ବିଜେ କଲେ । ଲାଜା ହୋମ ଆଦି ଯଥାବିଧି ହେଲା ।ପାଣ୍ଡବମାନେ ଯୌତୁକ ପାଇଥିବା ବିପୁଳ ଧନରାଶି ଦରିଦ୍ର ଓ ଅକ୍ଷମ ଲୋକମାନଙ୍କୁ ବିତରଣ କରିଦେଲେ । ଏ ସମସ୍ତ କାର୍ଯ୍ୟ ସାରି ସମସ୍ତେ ରାଜନବରକୁ ବିଜେ କଲେ । କୃଷ୍ଣ ଓ ବଳରାମ ସପରିବାର ଦ୍ରୁପଦଙ୍କଠାରୁ ବିଦାୟ ନେଇ ଦ୍ଵାରକା ଅଭିମୁଖେ ଯାତ୍ରା କଲେ । କିନ୍ତୁ ପାଣ୍ଡବମାନେ ଅଷ୍ଟମଙ୍ଗଳା ଯାଏଁ ସେଠାରେ ରହି ବିବାହ ପର ଅନୁଷ୍ଠାନ ସବୁରେ ଭାଗ ନେଲେ । ପାଞ୍ଚଭାଇ ପାଞ୍ଚଟି କକ୍ଷରେ ରହିଲେ ଏବଂ ଦ୍ରୌପଦୀ ପାଞ୍ଚଜଣଙ୍କ ସାଙ୍ଗରେ ଜଣଜଣ କରି ପତ୍ନୀଧର୍ମ ପାଳିଲେ । ଅଷ୍ଟମଙ୍ଗଳା ପରେ ପାଣ୍ଡବମାନେ କୁନ୍ତୀଙ୍କ ସହିତ କୁରାଳଶାଳକୁ ଫେରିଆସିଲେ ।ପ୍ରତ୍ୟାବର୍ତ୍ତନ ପଥରେ ବଳରାମ ହସ୍ତିନାରେ ଏ ଖବର ଦେଇ ଯିବା ଉଚିତ ହେବ ବୋଲି କହି କୃଷ୍ଣଙ୍କୁ ନେଇ ଧୃତରାଷ୍ଟ୍ରଙ୍କୁ ସାକ୍ଷାତ କଲେ । ତାଙ୍କଠାରୁ ସବିଶେଷ ବିବରଣୀ ଶୁଣିସାରି ଧୃତରାଷ୍ଟ୍ର “ଦୁର୍ଯ୍ୟୋଧନ କାହିଁକି ଏପର୍ଯ୍ୟନ୍ତ ଫେରିନାହିଁ” ବୋଲି ପ୍ରଶ୍ନ କଲେ । କୃଷ୍ଣ କହିଲେ, "ସେମାନଙ୍କ ମଧ୍ୟରୁ ବହୁ ସୈନ୍ୟ ନିହତ ହୋଇଛନ୍ତି । ଅନେକ ଆହତ ଏବଂ କ୍ଷତବିକ୍ଷତ ହୋଇଛନ୍ତି ।ତେଣୁ ସମ୍ଭବତଃ ସେମାନଙ୍କ ଆସିବା ଡେରି ହେଉଛି ।

(କ୍ରମଶଃ)


Rate this content
Log in

Similar oriya story from Thriller