Krupasindhu Mishra

Classics

3  

Krupasindhu Mishra

Classics

ମହାଭାରତ (୪୨) ଲାଖବିନ୍ଧା

ମହାଭାରତ (୪୨) ଲାଖବିନ୍ଧା

2 mins
7.3K


ମହାଭାରତ(୪୨) ଲାଖବିନ୍ଧା

ଆଉ କୌଣସି ରାଜା ନ ଉଠିବାରୁ ,ରାଜା ଦ୍ରୁପଦ ଘୋଷଣା କଲେ ଯେ, ପାତ୍ର, ଅମାତ୍ୟ, ସେନାପତି, ସାରଥୀ, ଯିଏ ପାରିବ ଆସି ଲାଖ ବିନ୍ଧିପାରେ, ସେ ତା ହସ୍ତରେ କନ୍ୟା ଅର୍ପଣ କରିବେ”. କାହାର ବା ସାହସ ଥିଲା? ବଳରାମ ପଚାରିଲେ,"ଅର୍ଜୁନ ଆସୁନି କାହିଁକି ?"କୃଷ୍ଣ କହିଲେ,"ଏ ପର୍ଯ୍ୟନ୍ତ ବ୍ରାହ୍ମଣମାନଙ୍କୁ ସମ୍ବୋଧନ କରାଯାଇନି. ତେଣୁ ଧର୍ମରାଜ ଅର୍ଜୁନକୁ ଆଜ୍ଞା ଦେଉ ନାହାନ୍ତି." ଏତିକି ବେଳେ ଦ୍ରୁପଦ ଘୋଷଣା କଲେ, "ଆବ୍ରାହ୍ମଣ ଚଣ୍ଡାଳ ଯିଏ ୟେ ଲାଖ ବିନ୍ଧିବ. ସିଏ ମୋର ଦୁହିତାକୁ ବିବାହ କରିବ. " ଯୁଧିଷ୍ଠିର ଅର୍ଜୁନଙ୍କୁ ଚାହିଁଲେ. ଅର୍ଜୁନ ଉଠି ଛିଡା ହେବା ପୂର୍ବରୁ ପାଖରେ ବସିଥିବା ବ୍ରାହ୍ମଣମାନେ ତାଙ୍କୁ ଟାଣି ବସାଇଦେଲେ. କହିଲେ,"କି ହୋ ପଣ୍ଡାଏ, ତୁମର ମତି ଭ୍ରମ ହେଲାକି? ଏବେ ତୁମେ କଣ କରିବାପାଇଁ ଉଠିପଡୁଛ ? ବିବାହ ହେଲେ ବେଶ୍ କିଛି ଭଲ ଦାନ ଦକ୍ଷିଣା ପାଇବା ପାଇଁ ଆମେ ଆସିଛୁଁ. ତୁମେ ସେତକ ତ ମାରା କରିବ, ରାଜା ଦ୍ରୁପଦ ଏବେ ଆମକୁ ବାହାର କରିଦେବେ. ଅନ୍ୟ ରାଜାମାନେ ଆମକୁ ମାରି ପିଟି ରାଗ ଶୁଝାଇବେ. ତୁମେ ବସ." ଯୁଧିଷ୍ଠିର ସେମାନଙ୍କୁ ବୁଝାଇବାକୁ ଯାଇ କହିଲେ, "ବ୍ରାହ୍ମଣ ଗୋସାଇଁମାନେ , ଏହି ଦ୍ଵିଜ ଜଣକ ଯଦି ଏପରି ସାହସ କରୁଛନ୍ତି ତେବେ ତାଙ୍କୁ ସେ ବିଦ୍ୟା କିଛି ନା କିଛି ଜଣା ଥିବ ,.ସେ  ମୋର ଭାଇ,ମୁଁ ତାକୁ ପଠାଉଛି, ଭୀମଙ୍କୁ ଦେଖାଇ କହିଲେ ,"ୟେ ବି ମୋର ଭାଇ , ୟାକୁ ପଠାଉନାହିଁ ?"  ଆପଣମାନେ ତା ହାତରେ ଗୁଣ ଚଢାଇବା ଚିହ୍ନ ଦେଖନ୍ତୁ, ତାକୁ,ଯିବାକୁ ଦିଅନ୍ତୁ ଓ କଲ୍ୟାଣ କରନ୍ତୁ ସେ ଲାଖ ବିନ୍ଧାରେ କୃତକାର୍ଯ୍ୟ ହେଉ." ବ୍ରାହ୍ମଣମାନେ ହାତ ଟେକି ଆଶୀର୍ବାଦ କଲେ," ଯାଅ, ଲାଖ ବିନ୍ଧ, ତୁମ୍ଭଙ୍କୁ ରାଜକନ୍ୟା ପ୍ରାପ୍ତ ହେଉ."  କୃଷ୍ଣ ବଳରାମଙ୍କ ସହିତ କଥା ହେଉଥାନ୍ତି,ଦୃଷ୍ଟି କିନ୍ତୁ ଥାଏ ବ୍ରାହ୍ମଣ ସଭା ଉପରେ. ଅର୍ଜୁନ ଉଠିବାର ଦେଖି ତାଙ୍କ ମୁଖମଣ୍ଡଳ ଅତ୍ୟନ୍ତ ସରାଗରେ ଝଲସି ଉଠିଲା .  ବ୍ୟାସ, ବିଦୁର ମଧ୍ୟ ଅନୁରୂପ ଭାବରେ ନିଜ ନିଜର ଆନନ୍ଦ ପ୍ରଦର୍ଶନ କଲେ. ଦୁଃଶାସନ କର୍ଣ୍ଣଙ୍କୁ କହିଲା, "ଦେଖ , ଏ ବ୍ରାହ୍ମଣ କ୍ଷତ୍ରିୟ ରାଜାମାନଙ୍କୁ ଅପମାନିତ କରିବା ପାଇଁ ଆସୁଛି, ଏ ପରି ଦୁଷ୍ଟ ବ୍ରାହ୍ମଣକୁ ମାରିଲେ କିଛି କ୍ଷତି ନାହିଁ ଚାଲ ସମସ୍ତେ ମିଶି ତାକୁ ମାରିବା.."ଦୁର୍ଯ୍ୟୋଧନ କହିଲେ, "ରହ ଦୁଃଶାସନ, ୟେ ବ୍ରାହ୍ମଣ ରାଜକନ୍ୟାକୁ ପୋଷି ପାରିବ ନାହିଁ .ଯଦି ଲାଖ ବିନ୍ଧି ପାରିଲା, ତେବେ କିଛି ଅର୍ଥ ବଦଳରେ ଆମ୍ଭେ ରାଜକନ୍ୟାକୁ ନେଇଯିବା " ଭୀଷ୍ମ ଦ୍ରୋଣଙ୍କୁ ଚାହିଁଲେ. ଦ୍ରୋଣ ଭୀଷ୍ମଙ୍କୁ କହିଲେ ," ୟେ ବ୍ରାହ୍ମଣଙ୍କୁ ମୁଁ କେଉଁଠି ଦେଖିଲା ପରି ମନେ ହେଉଛି " ଭୀଷ୍ମ କହିଲେ ତାର ପାଦଗତିକୁ ଲକ୍ଷ କରନ୍ତୁ ଗୁରୁ ଦ୍ରୋଣ, ମୋତେ ମଧ୍ୟ କେଉଁଠି ଦେଖିଲାପରି ଲାଗୁଛି

(କ୍ରମଶଃ)


Rate this content
Log in

Similar oriya story from Classics