ମଦୁଆ
ମଦୁଆ


ଏକ ଵର୍ଷ ଝାମୁଯାତ ,ମେରୁଯାତ ସମୟର ଘଟଣା । ରାତି ପ୍ରାୟ ୮ଟା ହୋଇଥିବ ! ଆମ ଗାଆଁମୁଣ୍ଡ ଦୋଳମଣ୍ଡପ ଠାରେ ଜନୈକ ବ୍ୟକ୍ତି ଆସି ଝୁଲିବାକୁ ଲାଗିଲା । ସେଦିନ ରାତିବେଳା ବିଜୁଳି ଚାଲିଯାଇଥାଏ ପୁଣି ଏଣେ ଖରାଦିନ ହୋଇଥିବାରୁ
ଗ୍ରାମର ଅଧିକାଁଶ ଲୋକେ ଦାଣ୍ଡରେ ବସି ଗପସପ ହେଉଥାଅନ୍ତି ! ଉପରସାହିର ଲୋକେ ଦେଖିଲେ ଲୋକଟେ ପାଲାମଣ୍ଡପ ପାଖରେ ଝୁଲୁଛି । ଏକେ ତ ଦେବସ୍ଥଳ ଦେବୀ ଆସ୍ଥାନ ଏଣେ ଝାମୁଯାତ ଚାଲିଛି
ଲୋକମାନେ ଝୁଲୁଥିବା ବ୍ୟକ୍ତି କୁ ଦେଖି ସ୍ଥିର କଲେ
ଯଥା ସମ୍ଭବ ଆଠିଁ ଠାକୁରାଣୀ ଆସିଛନ୍ତି ।
ତା ପରେ ଧୂପ ଦୀପ ଝୁଣା ଅଗରବତୀରେ ଉପରସାହି କମ୍ପିଲା ଉଠିଲା ।
ଏଇମିତି କିଛି ସମୟ ଚାଲିଲା ! ବ୍ୟକ୍ତିଜଣକ ଯନ୍ତ୍ରବତ୍ ଝୁଲୁଥାଏ । ଲୋକେ ତାକୁ ଭଲ ମନ୍ଦ ପଚାରୁଥାନ୍ତି ।
ସେ ଖାଲି ହୁଁ ହାଁ ହେଉଥାଏ ହେଲେ କିଛି କହୁ ନ ଥାଏ ! କିଛି କ୍ଷଣ ପରେ ଗୁଡ଼ାଏ ଲୋକଙ୍କୁ ଦେଖି ଲୋକଟା ସେଠୁ ଚାଲିଯାଇ ଖଣ୍ଡେ ଦୂର ରେ ପୁଣି ଝୁଲିଲା ।
ରାଧୁ ମଉସା ଶିବ ପ୍ରଧାନ ଭଳି ପୁରୁଖା ଲୋକେ କଣ ବୁଝିଲେ କେଜାଣି ଯାଇ ତା ମୁଁହ ଶୁଙ୍ଗିଲେ
ଫେରିଲା ବେଳେ ରାଧୁ ମଉସା ତଳସାହିର ଶିବ ପ୍ରଧାନକୁ କହୁଥାନ୍ତି
"ଛି ଛି ଛି ଆଜିକାଲିକା ଜୁଆନ ଭେଣ୍ଡାଯାକ ଏ ଟିଭି ମୋବାଇଲି ଦେଖିକି ପୁରା ଅକାଳକୁଷ୍ମାଣ୍ଡ ,କୁଳାଙ୍ଗର ହୋଇଗଲେଣି କିହୋ"
ଶିବପ୍ରଧାନ ତାଙ୍କ କଥାକୁ ତାଳ ଦେଇ କହୁଥାଏ,
"ହଇହେ କକା ! ଏଟା ଦାମ ପୁଅଟା କେବେ ମଦ ପିଆ ପିଇ କରେ ମୁଁ ତ ଜାଣି ନ ଥିଲି ।
ରାଧୁ ମଉସା ମୁରୁକି ହସି କହିଲେ ବୁଝିଲୁ ବାପ
ଏ କଣ ଆମ ତମ ଯୁଗ ହୋଇଛି
ଏ ଯୁଗେ ପ୍ରେମରୋଗରେ ପଡ଼ି କିଏ କେତେ ଏଇମିତି ବିଅର ପିଇକି ଝୁଲୁଛନ୍ତି ,ଦଉଡ଼ି ଲଗେଇ ଝୁଲୁଛନ୍ତି !ଘୋର କଳିକାଳ ଚାଲିଛି ଜାଣିଲୁ !!!
[ ରୋଗୀ କୁ ପରିକ୍ଷା ନକରି ଔଷଧ ଦେଲାଭଳି ଚାରିଆଡ଼କୁ ବିଚାର ନକରି ସତ ନ ଜାଣି ଅନ୍ଧ ଭାବେ କୌଣସି ଘଟଣା କୁ ନେଇ କାର୍ଯ୍ୟ କରୁଥିବା ଲୋକମାନଙ୍କୁ ହିଁ ଅନ୍ଧବିଶ୍ଵାସି କୁହାଯାଏ ]