ମାୟାବିନୀ
ମାୟାବିନୀ
ଦେଓଗଡର ରାଜ ପରିବାରର ରାଜା ରାଣା ପ୍ରତାପ ସିଂହ ତାଙ୍କ ପୁଅ ଓ ଘନିଷ୍ଠ ବନ୍ଧୁ ରମାକାନ୍ତ ସହ ତାଙ୍କର କୁଳ ମନ୍ଦିର କୁ ପୂଜା ପାଇଁ ଯାଉ ଥାଆନ୍ତି । ପୂର୍ଣ୍ଣିମା ରାତି। ରାସ୍ତାରେ ସେମାନେ ଏକ ଅଜିବ ଦୃଶ୍ୟ ଦେଖିବାକୁ ପାଇଲେ ଯେ ଗୋଟିଏ ସ୍ତ୍ରୀ ଲୋକ ଓ ଗୋଟିଏ ପୁରୁଷ କିଛି ଗୋଟିଏ ଅଲୌକିକ ଜିନିଷ ଧରି ପ୍ରେମୀ ଯୁଗଳ ପରି ନାଚୁଛନ୍ତି। ନାଚ ଠିକ ନାଗ ନାଗୁଣୀ ପରି।କିଛି ସମୟ ପରେ ସେମାନେ ଦେଖିଲେ ଯେ ସେ ପ୍ରେମୀ ଯୁଗଳ ଆସ୍ତେ ଆସ୍ତେ ନାଗ ଓ ନାଗୁଣୀରେ ପରିଣତ ହେଲେ। ସେମାନେ ଅଲୌକିକ ଜିନିଷଟି ଆଉ ଅଲଗା କଛି ନୁହଁ। ସେ ହେଉଛି ନାଗମଣି। ରମାକାନ୍ତ ଓ ରାଣା ପ୍ରତାପ ସେଇ ନାଗ ଓ ନାଗୁଣୀ ଯୋଡି ଉପରେ ଗାଡି ଚଳାଇ ଦେଲେ। ଦେଖୁ ଦେଖୁ ଚାରି ଆଡେ ଏକ ଉଜ୍ଜଳ ଆଲୁଅ ହେଲା। ରମାକାନ୍ତ ଓ ରାଣା ପ୍ରତାପ ଗାଡିରୁ ଓହ୍ଲାଇ ଦେଖିଲେ ଯେ ନାଗ ଓ ନାଗୁଣୀ ମରି ଯାଇଛନ୍ତି। ହେଲେ ଆଶ୍ଚର୍ଯ୍ୟ କଥା ସେ ନାଗ ମଣି ସେଠାରେ ନ ଥିଲା। ସେମାନେ କିଛି ନ ପାଇ ନିରାଶ ହୋଇ ଫେରିଲେ।
ଏ ଘଟଣାକୁ ପନ୍ଦର ବର୍ଷ ପରେ:
ସହରରେ ରାଣା ପ୍ରତାପର ପୁଅ ଶୁଭମ ଓ ରମାକାନ୍ତର ଝିଅ ସୋନା ଏକା ସାଙ୍ଗରେ ସହରରେ ରହି ପଢୁ ଥିଲେ। ଛୋଟ ବେଳୁ ଦୁହିଁଙ୍କ ବିବାହ ଠିକ ହୋଇ ଯାଇଥିଲା।
ଶୁଭମ ଶାନ୍ତ ଶିଷ୍ଟ ହେଲା ବେଳକୁ। ସୋନା ଧନୀ ଘରର ଝିଅ ବୋଲି ଗର୍ବ କହିଲେ ନ ସରେ।
ଏମ୍.ବି.ଏ. ପ୍ରଥମ ବର୍ଷ। ଶୁଭମକୁ ସିନିୟର ଛୁଆମାନେ ରେଗିଙ୍ଗ କରୁଥିଲେ। ସେମାନେ ଶୁଭମକୁ କହିଲେ ଆଖି ବନ୍ଦ କରି ତୁ ତୋ ମନ ପସନ୍ଦର ଝିଅ ଗୋଟିଏକୁ ଆଇ ଲଭ ୟୁ କହି ଗୋଲାପ ଫୁଲ ଦେବୁ ଓ ତାର ହାତରେ ଚୁମ୍ବନ ଦେବୁ।
ଏ କଥା ଶୁଣି ସୋନା ଭାବିଲେ ଯେ ଶୁଭମ ନିହାତି ତାଙ୍କୁ ଖୋଜି ଆଇ ଲଭ ୟୁ କହି ଚୁମ୍ବନ କରିବେ।
ସିନିୟର ମାନେ ଶୁଭମଙ୍କ ଆଖିରେ ପଟି ଲଗାଇ ତାଙ୍କ ହାତରେ ଗୋଲାପ ଫୁଲ ଦେଇ ଘୁରାଇ ଛାଡି ଦେଲେ।
ଶୁଭମଙ୍କୁ ଲାଗିଲା ତାଙ୍କ ବାମ ପାଖରେ ଦୂରରେ ଥିବା ଝିଅଟି ଅତି ନିଜର। ହୁଏତ ସୋନା ହୋଇ ଥିବେ। ସେ ସିଧା ଗଲେ ଝିଅଟିର ହାତ ଧରି ଆଇ ଲଭ ୟୁ କହି ଗୋଲାପ ଫୁଲ ଦେଲେ ଏବଂ ସେଇ ଝିଅଟିର ହାତକୁ ଚୁମ୍ବନ କଲେ। ଚୁମ୍ବନ ଦେଉ ଦେଉ ଶୁଭମଙ୍କୁ ବହୁତ ଅଲଗା ପ୍ରକାରର ଅନୁଭବ ହେଲା। ଯେମିତି କେହି ଜଣେ ଅତି ନିଜର। ଝିଅଟି କିଛି ନ କହି ଧିର କି ଆଶ୍ଚର୍ଯ୍ୟ ହୋଇ ଛିଡ଼ା ହୋଇ ଥାଏ।
ଶୁଭମ ଆଖିରୁ ପଟି ଖୋଲି ଯେତେବେଳେ ଯୁବତୀକୁ ଦେଖିଲେ ସେ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହି ଗଲେ। ଏତେ ସୁନ୍ଦରୀ ଝିଅ ସେ କେବେ ଦେଖି ନ ଥିଲେ। ସତେ ଯେମିତି ସ୍ୱର୍ଗ ର ଅପସରା। ଲମ୍ବା ହୋଇ ପତଳା ଝିଅଟି, ଚମ୍ପା ଫୁଲ କଢୀ ପରି ହଳଦୀ ବର୍ଣ୍ଣ। ଶୁଆ ନାକି, ଓଠ ପୁରା ଗୋଲାପି, ଗାଲ ଦୁଇଟା ଗୋଲାପ ପାଖୁଡା ପରି। ଆଖିରେ ଲାଜବତୀ। ଯୁବତୀ ଲାଜେଇ ଯାଇ ଆଖି ବନ୍ଦ କରି ଦେଇଛନ୍ତି । ଆଖିରୁ ଗୋଟିଏ ଲୁହ ଝର ବହି ଯାଇଛି।
ଜଣେ ଝିଅ ଚିଳାଇ କହିଲା ଆରେ ଏ ତ ଦିଶା।
ଦିଶା କାହାକୁ କିଛି କହି ନ ପାରି ସେଠାରୁ ଦୌଡି ପଳାଇଲେ।
ଶୁଭମ ଜାଣି ପାରିଲେ ଯେ ଦିଶା ବହୁତ ସଂସ୍କାରୀ। ତାଙ୍କୁ ଏ ସବୁ ଭଲ ଲାଗିଲା ନାହିଁ। ତେଣୁ ସେ ତାପର ଦିନ କ୍ଲାସରେ ଦିଶାଙ୍କୁ ଆଗ ଦିନ ଘଟଣା ପାଇଁ କ୍ଷମା ମାଗିଲେ ଏବଂ ଦୋସ୍ତି ର ହାତ ବଢାଇଲେ। ଦିଶା ଓ ଶୁଭମ ସାଙ୍ଗ ହୋଇ ଗଲେ।
କଲେଜରେ ଶୁଭମଙ୍କ ସାଙ୍ଗ ବିଭୁ ଆସି କହିଲେ ତୁ ଏଇଠି ବସିଛୁ। ସେପଟେ ସୋନା ରାଗି ଯାଇ କଲେଜର ସିନିୟରଙ୍କ ନାମରେ କମ୍ପଲେନ ଦେବାକୁ ଯାଉଛି ଯେ ସେମାନେ ତୋ ସହ ଖରାପ ବ୍ୟବହାର କରିଛନ୍ତି। ସେ ସହି ପାରିଲା ନାହିଁ ଯେ ତୁ ଆଉ କାହାକୁ ଆଇ ଲଭ ୟୁ କହିଲୁ।
ଶୁଭମ ଦୌଡି ଯାଇ ସୋନାଙ୍କୁ ଅଟକାଇ ବୁଝାଇଲେ ଯେ କଲେଜରେ ରେଗିଙ୍ଗ୍ ତ ହୁଏ। ଏ ସବୁ ହସ ମଜାକ ପାଇଁ। ଆଉ ଏଠି ପାଇଁ କାହାକୁ ଦୋଷ ଦେବା ଠିକ ନୁହେଁ।
ସୋନା ପ୍ରିନ୍ସିପାଲ ପାଖକୁ ଗଲେ ନାହିଁ। ହେଲେ ଦିଶା ଉପରେ ରାଗି ରହି ଥାଆନ୍ତି।
ଦିଶା ଓ ଶୁଭମ ଧିରେ ଧିରେ ଭଲ ସାଙ୍ଗ ହେବାରେ ଲାଗିଲେ। ଦୁହେଁ ଦୁହିଁଙ୍କ ମନ କଥା ବୁଝି ପାରୁ ଥାଆନ୍ତି। ପରସ୍ପର କୁ ପସନ୍ଦ ବି କରିବାରେ ଲାଗିଲେଣି।
ହେଲେ ସୋନା ଦିଶାଙ୍କୁ ସବୁ କଥାରେ ଅପମାନ କରୁ ଥାଆନ୍ତି। କିନ୍ତୁ ଦିଶା କିଛି ବି ଉତ୍ତର ଫେରାଉ ନ ଥାଆନ୍ତି।
ଶୁଭମ ଦିନେ କଥା କଥାରେ ଜାଣିବାକୁ ପାଇଲେ ଯେ ଦିଶା ତାଙ୍କ ଗାଁ ଶିବ ମନ୍ଦିର ର ନନାଙ୍କ ସାନ ଭାଈ ରବି ନନାଙ୍କ ଝିଅ।
ଶୁଭମ ଗୋଟିଏ ଦୃଷ୍ଟିରୁ ଖୁସି ହେଲେ ଯେ ଦିଶା ବାହାରେ ରହି ପାଠ ପଢୁଛନ୍ତି। କାରଣ ସେ ଗାଁରେ ନନାଙ୍କ ବଂଶର ପିଢି ପରେ ପିଢି ପ୍ରତି ପିଢିରେ ଗୋଟିଏ ଝିଅକୁ ଦେବ ଦାସୀ ହେବା ପାଇଁ ପଡେ। ଯିଏ କି କେବେ ବିବାହ କରି ପାରିବ ନାହିଁ। ଠାକୁର ଙ୍କ ନାମରେ ନିଜ ଜୀବନକୁ ଉତ୍ସର୍ଗ କରି ଦେବାକୁ ପଡେ। ଆଉ ଯଦି ବି ସେ ସାଂସାରିକ ଜୀବନ କରିବାକୁ ଚାହିଁବ ତା ବଦଳରେ ତାକୁ ଆଉ ଗୋଟିଏ ଦେବଦାସୀ ନିଜ ବଂଶରୁ ଆଣି ଦେବ ଆଉ ନିଜେ ଜମିଦାରର ରଖିତା ହୋଇ ରହିବ। ଏ ଘୁଣ୍ୟ ପ୍ରଥାରୁ ଯାହା ହେଉ ଦିଶାଙ୍କ ବାପା ତାଙ୍କୁ ଦୂରେଇ ରଖିଛନ୍ତି।
ଏମ୍. ବି.ଏ ଫାଇନାଲ ପରୀକ୍ଷା କିଛି ଦିନ ଥାଏ। ଶୁଭମ ନିଜର ମନ କଥା ଖୋଲି ତାଙ୍କ ସାଙ୍କ ବିଭଙ୍କୁ କହିଲେ ଯେ ସେ ଦିଶାଙ୍କୁ ବହୁତ ଭଲ ପାଆନ୍ତି। ହେଲେ ସେ ଏ ବିଷୟରେ ଦିଶାଙ୍କୁ କେବେ କିଛି କହି ପାରି ନାହାଁନ୍ତି। କାରଣ ସେ ଭଲ ଭାବରେ ଜାଣନ୍ତି ତାଙ୍କ ଘର ଲୋକ ତାଙ୍କ ବିବାହ ସୋନା ସହ ଠିକ କରିଛନ୍ତି। ହେଲେ ସେ ଏ ଯାଏଁ ସୋନା କୁ ସାଙ୍ଗ ଠାରୁ ଆଉ କିଛି ଭାବନ୍ତି ନାହିଁ। ସୋନା ଓ ତାଙ୍କର ମତାମତ କେବେ ବି ମିଶେ ନାହିଁ।
ବିଭୁ ଶୁଭମଙ୍କୁ କହିଲେ ତୁ ଥରେ ଘର ଲୋକଙ୍କୁ କହି ଦେଖ। ଯଦି ଘର ଲୋକ ରାଜି ହୋଇ ଯିବେ।
ଶୁଭମ କହିଲେ ନା ମୋ ଘର ଲୋକ କେବେ ବି ରାଜି ହେବେ ନାହିଁ। କାରଣ ତାଙ୍କୁ ଆମ କୁଳ ପୁରୋହିତ କହିଛନ୍ତି ଯେ ମୁଁ ଯଦି ଭଲ ପାଇ ବିବାହ କଲେ ଆମ ଘର ପ୍ରତି ବିପଦର ସଂକେତ ଅଛି। ଆଉ ଯଦି ଝିଅ ରହିଣୀ ନକ୍ଷତ୍ରରେ ଜନ୍ମ ହୋଇ ଥାଏ ତେବେ ଭଲ ପାଇ ବିବାହ କଲେ କିଛି ଅସୁବିଧା ନାହିଁ।
ସେହି ସମୟରେ ସୋନା ଆସିଲାରୁ ଶୁଭମ ଚୁପ ହୋଇ ଗଲେ।
ପରୀକ୍ଷା ସରିଗଲା। ଶୁଭମ ଗଲେ ଦିଶାଙ୍କୁ ଶେଷ ଦେଖା କରିବା ପାଇଁ। ଦୁହେଁ ଦୁହିଁଙ୍କୁ ବହୁତ କିଛି କହିବା ପାଇଁ ଚାହୁଁ ଥିଲେ। ହେଲେ କହି ପାରିଲେ ନାହିଁ। ଶୁଭମ ସୋନା ସହ ବିବାହର କାର୍ଡ ଦେଇ ଦିଶାଙ୍କୁ ନିମନ୍ତ୍ରଣ କଲେ।
ଦିଶା ବି କହିଲେ ଘରୁ ଫୋନ ଆସି ଥିଲା ଯେ ବଡବାପାଙ୍କ ଦେହ ଭଲ ନାହିଁ। ତେଣୁ ମୁଁ ବି ଆଜି ତୁମ ଗାଁ କୁ ଯିବି।
ଏ କଥା ଶୁଣି ଶୁଭମ ଦିଶାଙ୍କୁ କହିଲେ ତାଙ୍କ ସାଙ୍ଗରେ ଯିବା ପାଇଁ। ଦିଶା କହିଲେ ତାଙ୍କ ସହ ତାଙ୍କ ସାନ ଭଉଣୀ ନେହା ବି ଯିବ। ଶୁଭମ କହିଲେ ହଁ ଠିକ ଅଛି। ତାପର ଦିନ ଦ୍ୱିପହର ସମୟରେ ଶୁଭମଙ୍କ ଗାଡିରେ ସୋନା, ଦିଶା, ନେହା ଆଉ ବିଭୁ ଗାଁ ଅଭିମୁଖେ ବାହାରିଲେ।
ଯିବା ବାଟରେ ଗୋଟିଏ ଜଙ୍ଗଳ ପଡେ। ଜଙ୍ଗଳରେ ଯିବା ସମୟରେ ଗାଡି ହଠାତ୍ ବନ୍ଦ ହୋଇଗଲା। ଯେତେ ଯାହା କଲେ ବି ଆଉ ଚାଲିଲା ନାହିଁ। ସନ୍ଧ୍ୟା ବି ହେଲାଣି। ଆଉ ଟ୍ରକ ଛଡା ଅଲଗା ଗାଡି ବି ଯାଉ ନ ଥାଏ ଶୁଭମ କହିଲେ ଚାଲି ଚାଲି ଜଙ୍ଗଲ ପାରି ହୋଇ ଗଲେ ରାସ୍ତା ରେ ଲିଫ୍ଟ ମିଳି ଯିବ। ନ ହେଲେ ଢାବା କି ହୋଟେଲ ମିଳିବ। ସେମାନେ ଚାଲି ଚାଲି ଯାଉ ଥାଆନ୍ତି। ଦିଶା ଶୁଭମଙ୍କ ପଛେ ପଛେ ଚାଲି ଥାଆନ୍ତି। ହଠାତ୍ ଶୁଭମ ଦେଖିଲେ ଦିଶା ଆଉ ନେହା ଦେଖା ଯାଉ ନାହାଁନ୍ତି। ସେମାନଙ୍କୁ ଖୋଜୁ ଥିବା ସମୟରେ ଦେଖିଲେ ଯେ ଗୋଟିଏ ବିରାଟ ବଡ ସାପ ସେପଟେ ଗଲା। ଆଉ କିଛି ସମୟ ପରେ ଦିଶାର ଚିଲାଇବା ଶୁଣା ଗଲା।
ଶୁଭମ ଓ ବିଭୁ ଜୋରରେ ପାଟି କରି ଦିଶା ଓ ନେହା ଙ୍କୁ ଡାକୁ ଥାନ୍ତି। ନେହା କହିଲା ଭାଈ ଆମେ ଏଇଠି ଅଛୁ। ଦିଦିକୁ ସାପ କାମୁଡି ଦେଇଛି।
ଏ କଥା ଶୁଣି ଶୁଭମ ସୋନାଙ୍କୁ ଏକୁଟିଆ ଛାଡି ଦୌଡି ଦିଶାଙ୍କ ପାଖକୁ ଗଲେ। ଦିଶାଙ୍କ ଦେହ ନୀଳ ପଡି ଯାଇ ଥାଏ।ସେ ଚେତାଶୂନ୍ୟ ହୋଇ ପଡି ଥାଆନ୍ତି। ଏହା ଦେଖି ଜଣା ପଡୁ ଥାଏ ସାପଟି ବିଷାକ୍ତ ଥିଲା।
ସେହି ସମୟରେ ଶୁଭମ ଯାଇ ଦିଶାଙ୍କ ଗୋଡରୁ ବିଷ ନିଜ ପାଟିରେ ଟାଣି ଟାଣି କାଢୁ ଥାଆନ୍ତି। ଦିଶାଙ୍କ ଅବସ୍ଥା ସେମିତି ଥାଏ। ଆଉ କିଛି ସମୟ ପରେ ଶୁଭମ ବି ଅଚେତ ହୋଇ ଗଲେ। ତାଙ୍କ ଦେହ ବି ନୀଳ ପଡି ଯାଇ ଥାଏ। ସୋନା ଶୁଭମଙ୍କୁ ଧରି କାନ୍ଦୁ ଥାଆନ୍ତି ଆଉ ଦିଶାଙ୍କୁ ଗାଳି ଦେଉ ଥାଆନ୍ତି। ନେହା ଓ ବିଭୁ ସାହାଯ୍ୟ ପାଇଁ ଟ୍ରକ ଅଟକାଉ ଥାଆନ୍ତି।
କ୍ରମଶଃ
