## ମାୟାବିନୀ ##
## ମାୟାବିନୀ ##
--ପ୍ରଥମ ପ୍ରେମରେ ବିଫଳ ହେଲା ପରେ 'ବିନୀ' ସହ ଦେଖାହୁଏ ମନୋରଞ୍ଜନ ଓରଫ ମନୁଆର।'ମାୟା' ସହ ପ୍ରଥମ ପ୍ରେମର ବିଫଳତା ପରେ ମନରୁ ହରେଇଥିବା ବିଶ୍ୱାସ ପୁନର୍ଜୀବିତ ହେବା ସହ ଆଉ ଥରେ ଜୀବନର ମଧୁର ଅନୁଭୂତିକୁ ନିଜ ଭିତରେ ସାଉଣ୍ଟିବାର ସାହାସ ଜୁଟେଇଥିଲା ସେ। ଏ ଥର ପ୍ରେମରେ ଯେମିତି ସଫଳ ହେବ ସେ ପାଇଁ ବି ଖୁବ୍ ଯତ୍ନବାନ ଥିଲା ମନୁଆ।
--ସମୟ କ୍ରମେ ମନୁଆ ଓ ବିନୀଙ୍କ ଭିତରେ ଆତ୍ମିୟତା କ୍ରମଶଃ ଅଧିକ ହୋଇଥିଲା। ଦୁହେଁ ସମ୍ପର୍କର ସଫଳତାରେ ଏକରକମ ଆଶାବାଦୀ ଥିଲେ। ବିନୀର ଆଦର ଯତ୍ନ ସହ ନିତି ନିତି ମଧୁର କଥାରେ ଅନାଥ ମନୁଆ ମୋହ ଗ୍ରସ୍ତ ହୋଇ ନିଜର ହୃଦୟକୁ ବିନୀ ପାଖରେ ସମର୍ପି ଦେଇଥିଲା ସତେ ଯେମିତି ମନୁଆର ପ୍ରତିଟି ହୃଦୟ ସ୍ପନ୍ଦନ ବିନୀ ପାଇଁ ସ୍ପନ୍ଦିତ ହେଉଥିଲା।
--ବିନୀ ସହ ଏପରି ଅନାସକ୍ତ ପ୍ରେମରେ ବିଭୋର ହେଲାପରେ, ନାରୀ ଜାତି ପ୍ରତି ମନୁଆ ମନରେ ପୂର୍ବରୁ ଥିବା ନକାରାତ୍ମକ ଚିନ୍ତାଧାରା ବଦଳି ଗଲା । କାରଣ ବିନୀ ମନୁଆର ପ୍ରଥମ ପ୍ରେମ 'ମାୟା'ଠାରୁ ସମ୍ପୂର୍ଣ୍ଣ ଭାବରେ ଭିନ୍ନ ଲାଗୁଥିଲା ।
--ଛଅ ମାସର ମଧୁର ସମ୍ପର୍କ କେବଳ ଦୂରଭାଷ ମଧ୍ୟରେ ସୀମିତ ଥିଲେ ବି ଦୁହେଁ ଦୁହିଁଙ୍କୁ ଖୁବ୍ ନିକଟରୁ ଅନୁଭବ କରି ପାରୁଥିଲେ। ଦୁହେଁ ଦୁହିଁଙ୍କୁ କେବେ ଦେଖି ନଥିଲେ ବି ମନୁଆ ମନରେ ବିନୀ ପ୍ରତି ଅଜସ୍ର ଭଲ ପାଇବା ଓ ବିଶ୍ଵାସ ଥିଲା।
--ସେ ଦିନ ଥାଏ ଅକ୍ଟୋବର 31 ତାରିଖ। ଦଶହରା ପାଇଁ ଛୁଟି ହୋଇଥାଏ। ମନୁଆ 'ବିନୀ'ର କଥାରେ ୧୫ ଦିନ ପାଇଁ ନିଜ କର୍ମକ୍ଷେତ୍ର ଠାରୁ ସୁଦୂର ଭୁବନେଶ୍ବରରେ ରହୁଥିବା ପ୍ରେମିକାକୁ ଦେଖା କରିବାକୁ ଆସି ପହଞ୍ଚିଲା। ବିନୀ ସହିତ ଦେଖାହେବା ସହ ତାଙ୍କ ଘରକୁ ଯାଇ ବିବାହ ବିଷୟରେ କଥା ହେବା ପାଇଁ ମଧ୍ୟ ଦୁହେଁ ଯୋଜନା କରିଥିଲେ।
--କିନ୍ତୁ, ମନୁଆ ଭୁବନେଶ୍ବରରେ ପହଞ୍ଚିଲା ପରେ ବିନୀର ମନୋଭାବରେ ପରିବର୍ତ୍ତନ ଦେଖା ଦେଲା। ବାରମ୍ବାର ବିଭିନ୍ନ ବାହାନା ଭିତରେ ଦିନ ପରେ ଦିନ ଗଡିଗଲା ସିନା ମନୁଆ ବିନୀ ଘରକୁ ଯାଇ ପାରିଲାନି କି ବିବାହ ପ୍ରସ୍ତାବରେ ବି ଅଗ୍ରଗତି ହେଲାନି।
--ଶେଷରେ ମନୁଆ କିଛି ସମୟ ପାଇଁ ବିନୀକୁ ବାହାରକୁ ବୁଲି ଆସିବାକୁ କହିଲା। ଅନ୍ତତଃ ଟିକେ ସାକ୍ଷାତ ହୋଇଯିବ, ଏ ଆଶାରେ। ସେଦିନ ବିନି ସ୍ପଷ୍ଟ ମନାକରି କହିଲା ଯେ “ମୁଁ ଏ ଘର ଛାଡ଼ି କେବେ କେଉଁଠିକି ଯାଏନି, ମୁଁ ବାପା ମାଆଙ୍କର ସେବା କରିବାକୁ ଏ ଘରେ ଅଛି। ତାଙ୍କ ଇଛା ବିରୋଧରେ ବାହାରେ ଦେଖା କରି ପାରିବିନି”।
--ସାକ୍ଷାତ ନ ହେବାରୁ ହତାଶ ହୋଇ ପଡିଥିବା ମନୁଆର ରାଗ ହେଲେ ବି ସେ ରାଗି ପାରି ନଥିଲା। କାରଣ ବାପା ମାଆଙ୍କ ପ୍ରତି ବିନୀର ଯଥେଷ୍ଟ ଭକ୍ତି ଦେଖି ମନୁଆର ମନରେ ଅମାପ ମାପ ଖୁସି ଭରିଗଲା। ବିନୀ ଭଳି ଜଣେ ସୁଧାର ଝିଅ ତା ଜୀବନକୁ ଆସିଥିବାରୁ ଖୁବ୍ ଖୁସି ହେବା ସହ ଭଗବାନଙ୍କୁ ଧନ୍ୟବାଦ ଦେଲା।
--ଆଉ ଏ ଭିତରେ ଛୁଟି ସରି ଯିବାରୁ ମନୁଆ ଅସୁମାରୀ ଆଶା ଓ ସ୍ବପ୍ନକୁ ସାଥୀରେ ଧରି କର୍ମକ୍ଷେତ୍ରକୁ ଫେରି ଆସିଲା।ବିନୀ ପରି ଝିଅକୁ ପାଇ ସେ ବହୁତ ଖୁସି ଥିଲା।
--କିନ୍ତୁ ଏ ଖୁସି ବେଶୀ ଦିନ ରହିଲାନି । ମନୁଆ ଚାକିରି ଯାଗାରେ ପହଞ୍ଚିଛି କି ନାହିଁ ତାର ଜଣେ ପୁରୁଣା ବନ୍ଧୁ 'ବାବୁ'ର ଫୋନ୍ ମନୁଆର ପାଖରେ ପହଞ୍ଚିଗଲା- "ତୁମେ ବହୁତ ବୋକା ମନୁଆ। ବିଶୁଦ୍ଧ ବୋକା। ଭୁବନେଶ୍ବର ଆସି ଫେରିଗଲ ତଥାପି ତୁମେ ବିନୀକୁ ଚିହ୍ନି ପାରିଲନି। ତୁମ ସହିତ ବାହାରେ ଦେଖା କରିବନି ବୋଲି ମିଛରେ ମନାକଲା ବୋଲି ତୁମେ ତାକୁ ସତରେ ଭାବିନେଲ। ସେ ଦିନ ଅର୍ଥାତ ୧୪ ନଭେମ୍ବରରେ ତାର ଜନ୍ମ ଦିନ ଥିଲା। ଆଉ ଆମେ ସାରା ଦିନ ଖୁବୂ ଅନ୍ତରଙ୍ଗ ଭାବରେ ତାର ଜନ୍ମ ଦିନ ହୋଟେଲ୍ କ୍ରାଉନରେ ମନେଇଲୁ।"
-- କିନ୍ତୁ ପାଠ ସାଠ ପଢି ତୁମେ ଏତେ ଯେ ନିର୍ବୋଧ ଏ କଥା ମୁଁ ବୁଝି ପାରୁନି।ସେଦିନ ତୁମେ ତା ପାଖକୁ କେତେ ଖୁସିରେ ଜନ୍ମ ଦିନ ଶୁଭେଚ୍ଛା ସହ କବିତାଟେ ପଠେଇଥିଲ। କିନ୍ତୁ ସେ ବହୁତ ବ୍ୟସ୍ତ ଅଛି କହି ତୁମ ସହ ଛଳନା କରୁଥିଲା ।ତୁମେ କେମିତି ଏ ସବୁ ବୁଝି ପାରୁ ନଥିଲ ଭାବି ଆଶ୍ଚର୍ଯ୍ୟ ଲାଗୁଛି।
--ମନୁଆର ଏ କଥା ବିଶ୍ୱାସ ହେଲାନି ! କହିଲା ସୂର୍ଯ୍ୟ ପଶ୍ଚିମ ଦିଗରେ ଅସ୍ତ ହୋଇପାରେ କିନ୍ତୁ ମୋ ସହ ବିନୀ କେବେ ଧୋକା କରି ପାରେନା। ତୁମେ ମିଛ କହୁଛ। ମୋ ଠାରୁ ମୋ ପ୍ରେମକୁ ଛଡେଇବାକୁ ଚାହୁଁଛ ! କିନ୍ତୁ ଏଥିରେ ତୁମେ ସଫଳ ହେବନି।
--ମନୁଆର ଏତେ ବିଶ୍ୱାସ ଭରା ଶବ୍ଦ ଶୁଣି ବାବୁ କେବଳ ତାଚ୍ଛଲ୍ଯ ଭାବରେ ହସି ଚାଲିଲା। ଆଉ କହିଲା ସେଦିନ ତାଙ୍କ ଘରକୁ ଯିବାକୁ ଟିକିଏ ଜିଦ୍ କରିଥିଲେ ସତ କଣ ଜାଣି ପାରି ଥାଆନ୍ତ।
-- ତାଙ୍କ ଘରେ ଆମ ମିଳାମିଶାକୁ ସ୍ବିକୃତି ଦେଇଛନ୍ତି। ଆଉ ଆମର ବିବାହ ଖୁବ୍ ଶୀଘ୍ର କରାଇବାର ଯୋଯନା ବେ କରିଛନ୍ତି। ତୁମେ ତାକୁ ଅନ୍ଧ ଭଳି ଭଲ ପାଉଛ ଏ କଥା ଆଜି ତା ମୋବାଇଲରୁ ତା ଅଗୋଚରରେ ଦେଖିଲି। ଆଉ ଯେହେତୁ ତୁମେ ମୋର ଜଣେ ପୂରୁଣା ବାଲ୍ୟ ବନ୍ଧୁ ସେ ପାଇଁ କହି ଦେଉଛି।
--ଏଇ ବୋକାମି ପାଇଁ ତୁମକୁ 'ମାୟା' ଛାଡି ଚାଲିଗଲା । ତୁମେ ବି ଚାହିଁଥିବ ଏ ବିନୀ ବି ତୁମକୁ ଛାଡି ଚାଲିଯିବ। କେତେ ଆଉ ଶିଶୁପାଳ ହେଉଥିବ ! ଯଦି ନିଜର ମଙ୍ଗଳ ଚାହୁଁଥାଅ ତେବେ ଏ ନର୍କରୁ ଶିଘ୍ର ବାହାରି ଯାଅ ।
--ମୁଁ ବି ଏପରି ଝିଅ ପାଖରୁ ଦୂରେଇ ଯିବି। ଭଲ ପତ୍ନୀ ହେବା ତ ଦୂରର କଥା ଉଭୟଙ୍କ ପ୍ରେମିକା ଭାବେ ନିଖୁଣ ଅଭିନୟ କରି କରି ଦୁହିଁଙ୍କୁ ଅଣନିଶ୍ୱାସୀ କରି ଦେଲାଣି। ତା ମୋବାଇଲରୁ ଆଜି ଆହୁରି ଅନେକ ପୁରୁଷଙ୍କ ସହ ବାର୍ତ୍ତାଳାପର ରେକଡିଂ ଓ ଫଟୋ ମୋର ହସ୍ତଗତ ହୋଇଛି। ଆଉ ତୁମକୁ ବି ଆମର ଅନ୍ତରଙ୍ଗ ମୂହୁର୍ତ୍ତର କିଛି ଫଟୋ ପଠୋଉଛି। ଏବେ ବିଚାର ତୁମର ! ବିଶ୍ୱାସ କରି ପାର ଅବା ନ କରି ପାର।
( ଫୋନ କାଟିବା ସହ ବାବୁ ବିନୀ ସହ ତାର ଅନ୍ତରଙ୍ଗ ମୂହୁର୍ତ୍ତର ଫଟୋ ସବୁ ସେୟାର କରିଦେଲା)
-- ଏ କଥା ଶୁଣି ମନୁଆର ପାଦ ତଳେ ମାଟି ରହିଲାନି। ଖୁବ୍ ଭାଙ୍ଗି ପଡିଲା। ପାଗଳ ପ୍ରାୟ ହୋଇ ପଡିଲା ନୀରବରେ ଖାଲି ଭାଗ୍ୟକୁ ଦୋଷ ଦେଲା। ପ୍ରଥମ ଥର ପାଇଁ ବିନୀର ଏଭଳି ବିଷାକ୍ତ ରୂପ ମନୁଆକୁ ଗଭୀର ଆଘାତ ହେଲା। ଆଉ ସେ ବିନୀକୁ ଛଳନାର ଖଳନାୟିକା ଭାବେ ଆଖ୍ୟା ଦେବା ସହ ଭାଳି ହେଲା-
ହେ ନାରୀ ତୋର କେତେ ରୂପ କେତେ କାହାଣୀ
ଜଣେ 'ମାୟା' ହେଲେ ଆଉ ଜଣେ ଏଠି 'ବିନୀ'
ଖୋଦ ନାରାୟଣ ଜମା କେବେ ବୁଝି ପାରନ୍ତିନି
ତୁମେ ମାନେ ମିଶି ହୁଅ ଯେବେ 'ମାୟାବିନୀ' ।।
ବିଦ୍ର: ଏହା ଏକ କାଳ୍ପନିକ ଗପ ମାତ୍ର। ନାରୀ ଚରିତ୍ର ସଂହାର ଉଦ୍ଦେଶ୍ୟ ନୁହେଁ କି ସବୁ ନାରୀଙ୍କ ପାଇଁ ଏହା ଉଦ୍ଦିଷ୍ଟ ନୁହେଁ ।କେହି ଦେହକୁ ନେବେନି।

