Priyaranjan Biswal

Romance

3  

Priyaranjan Biswal

Romance

ମାୟା ମରୀଚିକା (ଷଷ୍ଠ ଅଂଶ)

ମାୟା ମରୀଚିକା (ଷଷ୍ଠ ଅଂଶ)

3 mins
238



  ସ୍କୁଲରେ ଦିନେ ବାହାରେ ଖେଳୁଖେଳୁ ପଡିଯିବାରୁ ମିତାର ହାତରେ ଆଘାତ ଲାଗି ରକ୍ତ ବାହାରିବାକୁ ଲାଗିଲା । ମିତା ପାଖ ଗାଆଁର ଝିଅ । ସିଏ ବି ପ୍ରକାଶ ଶ୍ରେଣୀରେ ପଢୁଥିଲା । ସିବୁନ୍ ମିତାକୁ ମନେ ମନେ ବହୁତ ପସନ୍ଦ କରୁଥିଲା । ମିତାର ହାତରେ ଆଘାତ ଲାଗିଥିବା ଜାଣି ସିବୁନ୍ ନିଜ ବ୍ୟାଗରୁ ଏକ ବ୍ୟାଣ୍ତେଡ୍ ବାହାର କରି ଦେଇଥିଲା । ପରଦିନ ମିତା ସିବୁନକୁ ଦୁଇଟଙ୍କା ଆଣି ଦେଇଥିଲା । ପ୍ରଥମେ ସିବୁନ୍ ଟଙ୍କା ନେବାକୁ ମନା କରିଦେଲା । କିନ୍ତୁ ମିତା ବହୁତ୍ ବାଧ୍ୟ କରିବାରୁ ସିବୁନ ସେ ଟଙ୍କାକୁ ନେଲା । ସେହି ସମୟରେ ଅନୁଭବର ନୂଆ ଚଳଚିତ୍ର "ସାଥିରେ" ରିଲିଜ୍ ହୋଇଥାଏ । ସେହି ଚଳଚ୍ଚିତ୍ରରେ ନାୟିକା ପାଖରୁ ପାଇଥିବା ପଚାଶ ଟଙ୍କାର ନୋଟକୁ ଅନୁଭବ ଶେଷ ପର୍ଯ୍ୟନ୍ତ ସାଇତି ରଖିଥିଲେ । ଓ ତାହା ହିଁ ଉଭୟଙ୍କର ମିଳନର ମାଧ୍ୟମ ହୋଇଥିଲା । ତେଣୁ ସେହି ଦୁଇଟଙ୍କାକୁ ଅନୁଭବ ପରି ସିବୁନ୍ ମଧ୍ୟ ନିଜ ପାଖରେ ସାଇତି ରଖିବା ପାଇଁ ମନସ୍ତ କଲା । ଏବଂ ଟଙ୍କାଟିକୁ ବହୁତ୍ ଯତ୍ନରେ ସାଇତି ରଖିଲା । ମିତା ସହ ଧିରେ ଧିରେ ସିବୁନର ବନ୍ଧୁତା ନିବିଡ ହେବାରେ ଲାଗିଲା । 


  ମିତା ସାଙ୍ଗରେ ତା' ଘର ପାଖରୁ ଆଉ ଜଣେ ପିଲା ସରୋଜ ଆସୁଥିଲା ଏବଂ ସେ ମଧ୍ୟ ମିତା ସହ ଗୋଟିଏ ଶ୍ରେଣୀରେ ପଢୁଥିଲା । ସିବୁନ ସରୋଜର ଅତି ଘନିଷ୍ଠ ଥିଲା । ତେଣୁ ଦିନେ ସରୋଜ ହାତରେ ସିବୁନ ପ୍ରେମ ନିବେଦନର ବାର୍ତ୍ତା ପ୍ରେରଣ କଲା । ମିତା କିନ୍ତୁ ଗ୍ରହଣ କଲା ନାହିଁ । ତେଣୁ ସିବୁନ ଜାଣିବାକୁ ଚାହିଁଲା କି କେଉଁ କାରଣ ପାଇଁ ମିତା ତା' ପ୍ରେମ ନିବେଦନକୁ ଗ୍ରହଣ କରୁନାହିଁ? ମିତା କହିଲା ମୁଁ ମୋ ବାପାଙ୍କୁ ବହୁତ ଭଲପାଏ ଓ ସିଏ ବି ମତେ ବହୁତ୍ ଭଲପାଆନ୍ତି, ତେଣୁ ମୁଁ ତାଙ୍କ ବିରୋଧରେ ଯାଇପାରିବିନି । ତା'ଛଡା ଆମର ବାରିକ ଜାତି । ଆଉ ତୁମର ବ୍ରାହ୍ମଣ, ତେଣୁ ଆମ ସମ୍ପର୍କକୁ ଆମ ଉଭୟଙ୍କ ପରିବାର କେବେ ସ୍ୱୀକାର କରିବେ ନାହିଁ । ଏ ସମାଜ ବି ଏପରି ସମ୍ପର୍କକୁ କେବେ ଗ୍ରହଣ କରିବ ନାହିଁ । ସିବୁନ କହିଲା ସମାଜ କଥାରେ ମୋର କଣ ଅଛି? ମୁଁ ଜାଣିଛି ମୋ ଘର ଲୋକ କେବେ ମୋ ବିରୁଦ୍ଧରେ ଯିବେ ନାହିଁ । ଆଉ ବାକି ରହିଲା ତୁମ ବାପାଙ୍କ କଥା, ଆମେ କଣ ଏବେ ବାହା ହେବା କି? ଏବେ ତ ନବମ ଶ୍ରେଣୀ ହେଇଛି । ଆଗକୁ ବହୁତ ପଢିବାକୁ ବାକି ଅଛି, ତା'ପରେ ଚାକିରୀ ତାପରେ ବାହାଘର । ତେଣୁ ଏବେ ଆମ ହାତରେ ବହୁତ୍ ସମୟ ଅଛି । ଏହାପରେ ମିତା କିଛି ଉତ୍ତର ଦେଇନଥିଲା । ସିବୁନ କିନ୍ତୁ ବାରମ୍ବାର ମିତାକୁ ପ୍ରେମ ନିବେଦନ କରିବାକୁ ଲାଗିଲା । ନିଆଁ ପାଖରେ ଘିଅ ରହିଲେ ନ ତରଳି କଣ ରହି ପାରିବ? ଠିକ୍ ସେମିତି ସିବୁନର ବାରମ୍ବାର ପ୍ରେମ ନିବେଦନ ପରେ ଶେଷରେ ମିତା ତାର ପ୍ରେମ ନିବେଦନକୁ ଗ୍ରହଣ କଲା । ଏ ପର୍ଯ୍ୟନ୍ତ ସରୋଜ ସେମାନଙ୍କର ଯୋଗସୂତ୍ରର ମାଧ୍ୟମ ଥିଲା, ଏବେ କିନ୍ତୁ ସେମାନେ ପରସ୍ପର ସହ ଟେଲିଫୋନରେ କଥାବାର୍ତ୍ତା କରିବାକୁ ଲାଗିଲେ । ଉଭୟଙ୍କ ମଧ୍ୟରେ ସମ୍ପର୍କ ନିବିଡ ହେବାରେ ଲାଗିଲା । ମାତ୍ର ଉଭୟ ଧିରେଧିରେ ସରୋଜ ଠାରୁ ଦୂରେଇବାକୁ ଲାଗିଲେ । 


  ଏପଟେ କିନ୍ତୁ ସୁରେଶ ଓ ପ୍ରୀତି ମଧ୍ୟରେ ସମ୍ପର୍କ ତିକ୍ତତାର ଚରମ ସୀମାରେ ଥାଏ । ସିବୁନ ମିତାକୁ ପଟେଇବାରେ ସଫଳ ହେବାପରେ ସାଙ୍ଗମାନଙ୍କ ମଧ୍ୟରେ ଏହାକୁ ନେଇ ବଡ ଧରଣର ଚର୍ଚ୍ଚା ଆରମ୍ଭ ହୋଇଗଲା । ଏହା ବୋଧହୁଏ ସୁରେଶକୁ ଗଭୀର ଭାବେ ପ୍ରଭାବିତ କରିଥିଲା । କିଛିଦିନ ପରେ ସୁରେଶ ପ୍ରକାଶ ପାଖକୁ ଆସିଲା । ସେଦିନ ଥାଏ ରବିବାର । ପ୍ରକାଶକୁ ସୁରେଶ କହିଲା ତୋ ସଂସ୍କୃତ ଖାତାଟା ଟିକିଏ ଦେଲୁ? ପ୍ରକାଶ କହିଲା କାଲି ରାତି ପରା କହିଥିଲି ମୁଁ କରିନି ବୋଲି । ସୁରଶ କହିଲା ଠିକ୍ ଅଛି ତାହେଲେ ଯା ପ୍ରୀତି ପାଖରୁ ତା' ଖାତାଟା ମାଗିକି ଆଣିକି ଦେ । ପ୍ରକାଶ କହିଲା ତୁ ନିଜେ ଆଣିବୁ ଯାଉନୁ । ସୁରେଶ କହିଲା ନା ମୋର କିଏ ଯିବ କହିଲୁ ତା'ପାଖକୁ । ଯା' ଟିକିଏ ଆଣିଦେ । ମୋ ସାଙ୍ଗଟା ପରା । ଶେଷରେ ପ୍ରକାଶ ପ୍ରୀତି ପାଖରୁ ଖାତା ଆଣି ସୁରେଶକୁ ଦେଲା । ଦୁଇ ତିନି ଘଣ୍ଟା ପରେ ସୁରେଶ ପ୍ରକାଶକୁ ଆଣିକି ପ୍ରୀତିର ଖାତା ଦେଇ ଫେରେଇ ଦେବାକୁ କହିଲା । ମାତ୍ର ପ୍ରକାଶ ଦେଖିଲା ବେଳକୁ ପ୍ରୀତିର ଖାତା ଉପରେ ଲେଖାଥିବା ନାଁରେ ତା ସାଙ୍ଗିଆଟି କଟା ହୋଇଛି ଓ ତା ବଦଳରେ ସୁରେଶର ସାଙ୍ଗିଆ ଲେଖାଯାଇଥିଲା । ପ୍ରୀତିର ସାଙ୍ଗିଆ ଥିଲା ଚକ୍ର ଓ ସୁରେଶର ମହାନ୍ତି । ପ୍ରୀତିରେଖା ଚକ୍ରରୁ ଚକ୍ରକୁ କାଟି ସୁରେଶ ତା' ଜାଗାରେ ମହାନ୍ତି ଲେଖିଦେଇଥିଲା । ଏହା ଦେଖିବା ପରେ ପ୍ରକାଶ ଡରିଗଲା । ସୁରେଶକୁ ରାଗିଲା । ସୁରେଶ କିନ୍ତୁ କହିଲା ତୁ ନେଇକି ଯା' ଯଦି ସିଏ ତତେ କିଛ କୁହେ, ତାହେଲେ ତୁ ମୋ ନାଆଁ କହିଦବୁ ମୁଁ କରିଛି ବୋଲି ତାପରେ ଯାହା ହେବ ମୁଁ ବୁଝିବି । 

ପ୍ରକାଶ ପ୍ରୀତି ପାଖକୁ ତା ଖାତା ନେଇକି ଗଲା । ପ୍ରୀତି ତା ଖାତା ଉପରେ ସୁରେଶ ଦ୍ୱାରା ତା ଖାତାରେ ହୋଇଥିବା କାରନାମାକୁ ଦେଖିଲା । ତାପରେ...କ୍ରମଶଃ...



Rate this content
Log in

Similar oriya story from Romance