STORYMIRROR

SUKANTA KHANDA

Abstract

4  

SUKANTA KHANDA

Abstract

ମାତୃ ଦିବସରେ

ମାତୃ ଦିବସରେ

6 mins
294


ରଞ୍ଜନ ଭାବୁଥିଲା ଦିନେ ମାଆ ମୋର ସବୁକିଛି ଥିଲେ। ଶୟନେ ସ୍ବପ୍ନରେ ଓ ଜାଗରଣେ ମାଆଙ୍କର ନାମକୁ ହିଁ ଭଜୁଥିଲି। ଖାଇ ନ ଥିଲେ ଖୁଆଇବା,ପିନ୍ଧି ନ ଥିଲେ ପିନ୍ଧାଇବା,ଶୋଇ ନ ଥିଲେ ଶୋଆଇବା ଆଦି ସବୁକିଛି କାମ ମାଆ କରି ଦେଉଥିଲେ। ସବୁଠୁ ବଡ଼ କଥା ହେଲା କି ଯାବତୀୟ କାମ ପଡି଼ଲେ ମାଆଙ୍କୁ ଖୋଲିକି ହିଁ କହୁଥିଲି। ବାପାଙ୍କର ନାଲି ଆଖିକୁ ପ୍ରାଣେ ଭୟ ଯଦି କୌଣସି ଅଘଟଣ ଘଟାଇ ଦେଉଥିଲି ତ ବାପା ଦୌଡା଼ଇ ଧରିବାକୁ ଚାହିଁଲେ ମୁଁ ଦୌଡି଼ଯାଇ ମାଆଙ୍କର ଲୁଗା କାନିକୁ ଧରି ଭେଁକିନି ରଡି଼ ଛାଡୁଥିଲି ତ ସବୁର ସମାଧାନ ମାଆ କରି ଦେଉଥିଲେ। ମାଆଙ୍କର ପଦେ କଥାରେ ବାପାଙ୍କ ଭୟଙ୍କର ରାଗ ଏକବାର ଶେଷ। ମାଆ ବାପାଙ୍କୁ ଡରନ୍ତି କି କ'ଣ? ମାଆଙ୍କର ଚାହାଁଣିରେ ହିଁ ବାପାଙ୍କର ଫଁ ଶଦ୍ଦ ଲୀନ ହୋଇଯାଏ।  

      ମୁଁ ମାଆଙ୍କର ସ୍ନେହ ଆଦର ଓ ବାପାଙ୍କର କଡା଼ ଶାସନରେ ବଡ଼ ହୋଇଗଲି। ପାଠ ପଢି଼ ବଡ଼ ଚାକିରିଟିଏ ମଧ୍ଯ ପାଇଲି। ଦୂର ଦେଶ ସହରରେ ଯାଇକି ରହିଲି ତ ଘରକୁ ଆସିବା ବିଲକୁଲ ହେଲା ନାହିଁ। ଘରରଠୁ କାହିଁ କେତେ ଦୂର ଇଂଲଣ୍ଡର ସହରରେ ଚାକିରି। ବର୍ଷକରେ ଥରେ ଆସିଥାଏ। ବାପାଙ୍କର ଶିକ୍ଷକତା ଚାକିରିରେ ସେମାନେ ଚଳି ଯାଉଛନ୍ତି। ମୁଁ ପ୍ରଥମେ ପ୍ରଥମେ ଘରକୁ ଆସୁଥିଲି ଓ ରୋଜଗାର ଦରମାକୁ ଦେଉଥିଲି। ଚାକିରିର ପାଞ୍ଚ ବର୍ଷ ପରେ ଆଉ ଘରକୁ ଆସିଲିନି କି ଚାକିରି ରୋଜଗାର ଅର୍ଥ ମଧ୍ଯ ଦେଲି ନାହିଁ। ନ ଦେବାର ମୁଖ୍ଯ କାରଣ ଏହିକି ସେଠାରେ ମୁଁ ଜଣେ ସୁନ୍ଦରୀ ଯୁବତୀ ପ୍ରେମରେ ପଡି଼ଗଲି। ବିଦେଶରେ ରହି ବିଦେଶି ଝିଅଟିକୁ ମଧ୍ଯ ବାହା ହୋଇଗଲି। ସେ ଝିଅଟିର କଡା଼ ଶାସନରେ ଏବେ ମୁଁ ପରିଚାଳିତ ହେଊଛି। ବସ କହିଲେ ବସୁଛି ତ ଉଠ କହିଲେ ଉଠୁଛି। ଭାରି ସ୍ନେହ,ପ୍ରେମ ଓ ଭଲ ପାଇବା ଯଦିଓ ଦେଉଛି ହେଲେ ଅର୍ଥ କଥା କି ଘରକଥା ପଡି଼ଲେ ନାଗୁଣୀ ପରି ଚିହିଁଙ୍କି ଉଠୁଛି। ଏହି ମର୍ମରେ ମୁଁ ଘରକୁ ଆସି ପାରୁଛି ନା ଅର୍ଥ କିଛି ଦେଇ ପାରୁଛି? ବାପା ଓ ମାଆଙ୍କୁ ପ୍ରଥମେ ପ୍ରଥମେ ଫୋନ କରୁଥିଲି ଏବେ ଫୋନ କରିବା ମଧ୍ଯ ବନ୍ଦ କରି ଦେଇଛି। ବନ୍ଦ କରିବାର କାରଣ ଏହିକି ଯେ ମୁଁ ମୋର ପତ୍ନୀର ଭୟଙ୍କର ଭୟରେ। ବହୁବାର ଘରର ଫୋନ ଆସିଲେ ଭିନ୍ନ ସ୍ବରରେ ରଙ୍ଗ ନମ୍ବର କହିଲି। ସେମାନେ ବୁଝିଗଲେ କି ପୁଅ ବୋଧେ ଆମକୁ ଏ ବୁଢା଼ ବୟସ ବୋଝ ହେବାକୁ ପଡି଼ବ ବୋଲି ଭୁଲିଗଲା। ସେମାନେ କରିବେ କ'ଣ? ପାଖ ସହରରରେ ଚାକିରି କରିଛି ଯେ ଦୌଡି଼କି ଯାଇ ପହଞ୍ଚି ଯିବେ। ଇଂଲଣ୍ଡ କେବେ ଦେଖି ନାହାନ୍ତି କି ଯାଇ ନାହାନ୍ତି ତେବେ କେମିତି ଭଲା ଯାଇକି ଖୋଜିବେ? 

       ସେଦିନ ନରହରି ବାବୁ ପତ୍ନୀକୁ କହିଲେ,"ସୁଗୁନୀ ! ଆମେ ଏ ବୁଢା଼ ବୟସରେ କରିବା କ'ଣ? ମରିବା ପରେ ଆମର ମୁହଁରେ କିଏ ଅବା ନିଆଁ ଟିକିଏ ଦେବ? ମୁଁ ସେତେବେଳେ କହୁଥିଲି କି ଆଉ ଗୋଟିଏ କୁଳକୁ ଆଣିବା ପୁଅ ହେଉ କି ଝିଅ। ଅତନ୍ତଃ ପକ୍ଷେ ବୁଢା଼କାଳେ ଇଏ ନ ହେଲେ ସିଏ ସାହାରା ଟିକିଏ ତ ହେବେ। ତୁମେ ବିଲକୁଲ ଶୁଣିଲ ହିଁ ନାହିଁ ବରଂ କହିଲ ପିଲା ଜନ୍ମ କରିବା ଭାରି କଷ୍ଟ ଯାହା ହୋଇଛି ସେତିକିରେ ସନ୍ତୁଷ୍ଟ ରୁହନ୍ତୁ।" ଏ କଥା ଶୁଣି ସୁଗୁନୀ କହିଲା,"ସ୍ବାମୀ ! ପୂର୍ବ କଥା ମନେ ପକେଇ ଆଉ ଦୁଃଖ କରନ୍ତୁ ନାହିଁ। ହୋଇ ତ ଯାଇଛି ଏବେ ଚାହିଁଲେ କି ଆଉ ହୋଇ ପାରିବ?" ଦୁଇ ସ୍ବାମୀ ଓ ସ୍ତ୍ରୀ ପରସ୍ପର କୁଣ୍ଢାକୁଣ୍ଢି ହୋଇ କାନ୍ଦିଲେ। ଏ କାନ୍ଦ ଈଶ୍ବରଙ୍କ ପାଖରେ ପହଞ୍ଚିଗଲା ତ ଈଶ୍ବର ପୁଣି ଏକ ମାୟା ରଚନା କଲେ।

        ହଠାତ୍ ସେ ଦିନ ପୁଅ ରଞ୍ଜନ ଆସି ଘରେ ପହଞ୍ଚିଗଲା। ବାପା ଓ ମାଆଙ୍କୁ ପ୍ରଣାମ କରି କୁଣ୍ଢାଇକି ଧରିଲା। ଅସରନ୍ତି ସୁଖରେ ସଭିଏଁ ଭାବ ବିହ୍ବଳ ହୋଇଗଲେ ସେଇ ମୂହୁର୍ତ୍ତଟି। କାହା ପାଟିରୁ ସୁଦ୍ଧା କଥା ବାହାରୁ ନ ଥିଲା। କେବଳ ଅନନ୍ତ ଅଶ୍ରୃ ବୁହାଇ କୁଣ୍ଢାକୁଣ୍ଢି ହୋଇ ଠିଆ ହୋଇଗଲେ ସଭିଏଁ। ମାଆ ସୁଗୁନୀ ପ୍ରକୃତିସ୍ଥ ହୋଇ ଦୌଡି଼ଯାଇ ପାଣି ନୋଟାଏ ଆଣି କହିଲା,"ରଞ୍ଜନ ! ନେଏ ଏଇ ପାଣି ନୋଟାକ। ଯାଆ ଗୋଡ଼ହାତ ଧୋଇ ହୋଇପଡ଼। କ'ଣ ଦୁଇଟା ଫିଟାଇ ଦିଏ ତୁ ଆସିଛୁ ଖାଇବୁ। ତୋର ମନ ପସନ୍ଦର ଖାଇବା ତ ଚିଙ୍ଗୁଡି଼ ମାଛ। ଆଜି ବାପା କେମିତି କେଜାଣି ମନେ ପକେଇ ଆଣିଛନ୍ତି। ତୁ ଚାଲିଗଲା ପରେ କେବେ ଆଣନ୍ତି ନାହିଁ ଆଜି ପ୍ରାୟତଃ ପାଞ୍ଚ ବର୍ଷ ପରେ ଆଣିଛନ୍ତି।" ରଞ୍ଜନ ବୁଝିଲା ସତରେ ! ମୁଁ କେଡେ ହତଭାଗା। ଯେଉଁ ମାଆଙ୍କ କୋଳ ଆଉ ଲୁଗାକାନି ମୋର କୋଟି ଦୁଃଖରୁ ସୁଖ ପ୍ରାପ୍ତ ହେଉଥିଲା ସେଇ ମାଆଙ୍କୁ ମୁଁ ଭୁଲିଗଲି କେମିତି? ସେପଟେ ବାପାଙ୍କର କଡା଼ ଶାସନକୁ ନାଲି ଆଖି ଯୋଗୁଁ ତ ମୁଁ ଡାକ୍ତର ଚାକିରି ପାଇଗଲି। ତାଙ୍କର ବିନା କ'ଣ ଏ ପଦବୀ ପାଇବା ସମ୍ଭବପର ହୋଇ ପାରିଥାନ୍ତା? ନିଜକୁ ବଡ଼ ଅପରାଧୀ ବନିଗଲି କିନ୍ତୁ ସବୁ ତ ଶେଷ ହୋଇ ଯାଇଛି ବିଦେଶରେ ରହି ସେ ବିଦେଶିନୀକୁ ଭଲ ପାଇ। ଆଜି ସବୁକିଛି ହିଁ ହରାଇ ସାରିଛି। ରଞ୍ଜନ ଆଖିରେ ଅନୁତାପର ଗ୍ଳାନୀ ଆଉ ଲୁହ।

      ରଞ୍ଜନ ମାଆଙ୍କର ସ୍ନେହ ଆଦର ଓ ଭଲ ପାଇବା ପାଇଁ ଯଦିଓ ଖୁସି କିନ୍ତୁ ସେମାନଙ୍କୁ ଚଞ୍ଚକତା ଓ କୌଶଳ କରି ଇଂଲଣ୍ଡ ନେବାକୁ ହେବ। ବାପା ଓ ମାଆଙ୍କୁ ଚଞ୍ଚକତା କରି ପତ୍ନୀର ମୁଖରେ ହସ ଫୁଟାଇବାକୁ ହେବ ଯଦି ନେଇ ନ ପାରିବି ତ ପତ୍ନୀ କାହିଁକି ନିମନ୍ତ୍ରିତ ଅତିଥି ଅଭ୍ଯାଗତଙ୍କ ସମ୍ମୁଖରେ ଲଜ୍ଜିତ ଓ ଅପମାନିତ ହେବାକୁ ପଡି଼ବ। ରଞ୍ଜନ ଦୋ'ଛକି ରାସ୍ତାରେ ଠିଆ ହୋଇ କୁଆଡେ଼ ଯିବା ପରି ଭାବିବାକୁ ଲାଗିଲା। ଚାକିରି ଓ ନିଜର ଜୀବନକୁ ରକ୍ଷା କରିବାକୁ ଯାଇ ପତ୍ନୀ ସପକ୍ଷରେ ଯିବାକୁ ବାଧ୍ଯ ହୋଇ କହିଲା,"ବାପା ! ଆପଣ ଦୁହେଁ ଆସନ୍ତାକାଲି ମୋର ସହିତ ଇଂଲଣ୍ଡ ଯିବାକୁ ହେବ। ସେଠାରେ ଯେତେ ଦିନ ଚାହିଁବେ ରହି ପାରିବେ ଆଉ ବିଭିନ୍ନ ଦର୍ଶନୀୟ ସ୍ଥାନ ମଧ୍ଯ ଦେଖିବେ।" ଏ କଥାଶୁଣି ମାଆ କହିଲେ,"ରଞ୍ଜନ ! ତୋର ଇଛାକୁ କାଟିବାକୁ ଆମର ପାଟି ବାହାରିବ କାହିଁକି? ଆମର ଭାଗ୍ଯ ଏହିକି ଯେ ତୋର ପରି ଯୋଗ୍ଯ ପୁତ୍ରଟିଏ ଜନ୍ମଦେଇ ଆମେ ଧନ୍ଯ ହୋଇଗଲୁ।" ଏ କଥା ଶୁଣି ରଞ୍ଜନ ଯଦିଓ ଖୁସି ହେଉଥିଲା କିନ୍ତୁ ଅନ୍ତର୍ମନରେ ବହୁତ କାନ୍ଦିଲା କାରଣ ତାର ଚଞ୍ଚକତା,ମିଥ୍ଯା ଓ ଶଠତାର ଏ ଆଶ୍ରୟକୁ ନେଇ। ଗୋଟେ ଶଠର ଅଭିନୟ,ଗୋଟେ ମିଥ୍ଯାବାଦୀ ଓ ଗୋଟେ ହୀନମନ୍ଯତାର ସ୍ବୀକାର କରିବାକୁ ଏ ମଣିଷଟାକୁ ତାର ପତ୍ନୀ ବାଧ୍ଯ କରୁଛି।

     ରାତି ପାହି ସକାଳ ହେଲା। ବାପା,ମାଆ ଓ ରଞ୍ଜନ ବସିଲେ ଉଡା଼ଜାହାଜରେ। ମାଆ ଭାରି ଖୁସି କି ତା' ଜୀବନରେ ପ୍ରଥମ ଥର ପାଇଁ ଏପରି ଯାନରେ ବସୁଛି। ବାପା ଯଦିଓ ଉପର ମନରେ ଖୁସି କିନ୍ତୁ ଭିତରେ ଭିତରେ ଭାବୁଥିଲେ କି ପୁଅଟା ତାଙ୍କର ଖୁସିରେ ବାପା ଓ ମାଆଙ୍କର ସେବା ପାଇଁ ନେଉଛି ନା ଅନ୍ଯ କୌଣସି ପେଞ୍ଚ ଜନ୍ମଲାଭ କରିଛି? ସମାନେ ଇଂଲଣ୍ଡରେ ପହଞ୍ଚି ରହିଥିବା କୋଠାକୁ ଗଲେ। ବିରାଟ ଅଟ୍ଟାଳିକା ଭିତରେ ସେମାନେ ଦେଖିବାକୁ ପାଇଲେ ଜଣେ ସ୍ତ୍ରୀ ଲୋକ ଓ ଏକ ବର୍ଷର ଶିଶୁପୁତ୍ର। ବାପା ନରହରି ବାବୁ ସନ୍ଦେହ ଚକ୍ଷୁରେ ଦେଖି ପଚାରିଲେ,"ରଞ୍ଜନ ! ଏ ଶିଶୁ ପୁତ୍ରଟି କିଏ କିରେ?" ରଞ୍ଜନ ଉତ୍ତର ଦେଲା,"ବାପା ! ସେ ମୋର ପୁଅ ଜୀବନ।" ବାପା ପୁଣି ପଚାରିଲେ,"ରଞ୍ଜନ ! ତେବେ ଏହାର ମାଆ କାହାନ୍ତି?" ଭିତର ପଟୁ ରଞ୍ଜନର ପତ୍ନୀ ମିଚାଲି ହେଲଥ୍ ହାପପ୍ଯାଣ୍ଟ ଓ ବ୍ଯାନିୟନ ପିନ୍ଧି ସାମ୍ନାରେ ଠିଆ ହୋଇ କହିଲା,"ଫାଦର ! ଗୁଡ଼ ମଣିଙ୍ଗ୍।" ବାପା ନରହରି ବାବୁ ମଧ୍ଯ ଗୁଡ଼ ମଣିଙ୍ଗ ମଣିଙ୍ଗ୍ କହିଲେ। ଏବେ ମିଚାଲି ହେଲଥ୍ ଶାଶୂଙ୍କ ସାମ୍ନାକୁ ଗଲା ତ ଶାଶୂ ମାଆ ଦେଖିକି କହିଲା,"ବୋହୂ ! ତୁମର ଏପରି ଅବସ୍ଥା?" ଏଥର ବୋହୂମା ଗୁଡ଼ ମଣିଙ୍ଗ କହିଲେ ତ ଶାଶୂ ମାଆ ହାତ ଉଠାଇ କଲ୍ଯାଣ କଲେ ସିନା କିନ୍ତୁ ଯଥାଶୀଘ୍ର ଏ ଘରୁ ନିଜ ଘରକୁ କେମିତି ଫେରିଯିବେ ଯୋଜନା କଲେ। ସେ ସ୍ବାମୀଙ୍କୁ ଏ କଥା କହିଲେ ତ ସ୍ବାମୀ ନରହରି ବାବୁ କହିଲେ,"ସୁଗୁନୀ ! ତୁମେ ଦୁଇ ଦିନ ରହି ଅପେକ୍ଷା କର ପୁଅ ଓ ବୋହୂଙ୍କର ଚକ୍ରାନ୍ତ ଓ ଯୋଜନା ଆମ ପାଇଁ କ'ଣ ହେଉଛି ଓ କେମିତି ଜାଣିବା? ବରଂ ଅପେକ୍ଷା କରିବା କେଉଁ ପାଣି କୁଆଡେ଼ ଯାଉଛି।" ସୁଗୁନୀ ସ୍ବାମୀର କଥାକୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ ସମ୍ମତି ଜଣାଇ ନୀରବ ରହିଲା। ରାତି ପାହି ସକାଳ ହେଲା ତ ମାତୃ ଦିବସ ପାଳନ ପାଇଁ ସେ ଘରଟି ଉଚ୍ଛୁଳି ଉଠିଲା। ବାପା ଓ ମାଆଙ୍କୁ ନବବସ୍ତ୍ର ପିନ୍ଧାଇ ନିମନ୍ତ୍ରିତ ବନ୍ଧୁ ବାନ୍ଧବଙ୍କ ସାମ୍ନାରେ ମାତୃ ଦିବସ ପାଳନ କରାଗଲା। ଯେମିତି ମାତୃ ଦିବସ ପାଳନ ହୋଇଛି ବିଭିନ୍ନ ପ୍ରକାର ଫଟୋ ଉଠାଇ ମିଡି଼ଆ ଆଗରେ ପ୍ରଚାର ଓ ପ୍ରସାର ହେଲା। ଜଣା ଯାଉଥିଲା କି ହିନ୍ଦୁ ଶାସ୍ତ୍ର ରାମାୟଣର ଶ୍ରବଣ କୁମାର ଯେମିତି ମହାଭକ୍ତ ଆମର ଏ ପୁଅ ରଞ୍ଜନ। 

        ମାତୃ ଦିବସ ଦିନ କିସମ କିସମ ଖାଦ୍ଯ ଦିଆଗଲା ମାତ୍ର ପର ଦିନଠୁ ବୋହୂ ଜଣେଇ ଦେଲା କି ଘରେ କୌଣସି ଚାକର ଓ ଚାକରାଣୀ ନାହାଁନ୍ତି। ଆପଣ ଦୁହେଁ ଏ ସବୁ କାମ ନ କରିବ ତ ଏ ଘରେ ରହିବାକୁ ସ୍ଥାନ ମିଳିବ ନାହିଁ। ଆପଣଙ୍କର କାମ ହେଲା ମୋର ପୁଅ ଜୀବନର ଯତ୍ନନେବା। ଲୁଗାପଟା ସଫା କରିବା,ବାସନ ମାଜିବା,ଘର ଓଳେଇବା ଓ ରୋଷେଇ କରିବା। ବାସ ! ଏତିକି କହି ସେ ଚାଲିଗଲା ଅଫିସକୁ। ପୁଅ ଓ ବୋହୂ ଦୁହେଁ ଅଫିସ ଚାଲିଗଲେ ତ ନରହରି ବାବୁ ନାତି ଟୋକାର ସବୁ ପ୍ରକାର ଯତ୍ନ ନେଲା ଆଉ କହିଲା,"ସୁଗୁନୀ ! ରୋଷେଇ କର ଆମେ ଦୁହେଁ ଭଲକି ଖାଇନେବା ଓ ରୋଷେଇ ହାଣ୍ଡିକୁ ଓଲଟାଇ ରଖିଦେବା। ଆସିଲେ ପୁଅକୁ କହିବା ରୋଷେଇ କରିବୁନି କି ଏଘରେ ଆମେ ରହିବୁନି। ଆମେ ତୁମର ଚାକର ନୋହୁଁ। ତୁ ତୋର ପତ୍ନୀ ଓ ପୁଅ ସହିତ ଭଲରେ ରହ ଆମେ ଚାଲିଲୁ। ବାସ ! ସୁଗୁନୀ ସେଇଆ କଲା ରୋଷେଇ କରି ଖାଇନେଲେ ଓ ରୋଷେଇ ହାଣ୍ଡିକୁ ଓଲଟାଇ ରଖିଦେଲେ। ପୁଅ ଆସିଲା ତ ନରହରି ବାବୁ ସିଧା କହିଲେ,"ରଞ୍ଜନ ! ତୋର ଏ ମାତୃ ଦିବସ ପାଳନ ପାଇଁ ବଡ଼ ଭକ୍ତିରେ ଡାକି ଆଣିଥିଲୁ ଆମେ ଦୁହେଁ ମଧ୍ଯ ଦେଖିଲୁ,ପିନ୍ଧିଲୁ ଓ ଖାଇଲୁ। ଏବେ ଆମେ ଚାଲିଲୁ ତୋର ପରିବାରକୁ ତୁ ସମ୍ଭାଳ।" ବାସ ! ଏହା କହି ନାତିକୁ ଧରାଇ ଦେଇ ଚାଲିଗଲେ। ରଞ୍ଜନ ବାପା ବାପା ହେଉଥିଲା ହେଲେ କିଏ ଶୁଣୁଛି? ହାତରେ ଧରିଥିବା ଅର୍ଥ ସାହାଯ୍ଯରେ ବିଭିନ୍ନ ପର୍ଯ୍ଯଟନ ସ୍ଥଳୀ ବୁଲିଲେ ଆଉ ଉଠାଇଥିବା ଫଟୋକୁ ପୁଅ ହ୍ବାଟସ ଆପକୁ ପଠେଇ ଦେଲେ।

        ରଞ୍ଜନ ସବୁ ଫଟୋକୁ ଦେଖିଲା ଆଉ ଅନୁତାପ କରି ଲୁହ ଢାଳିଲା। ସାରା ବିଶ୍ବ ମାଆଙ୍କର ନାମରେ ଉତ୍ସବ ପାଳନ କରିଥାନ୍ତି ଖୁବ ଆନନ୍ଦରେ ମାଆଙ୍କୁ ଖୁସି କରି ନିଜକୁ ଗର୍ବ ଓ ଗୌରବ ଅନୁଭବ କରିଥାନ୍ତି ଅଥଚ ମୁଁ ପତ୍ନୀର ଇସାରା ଓ ସପକ୍ଷରେ ଯାଇ ଚଞ୍ଚକତା କରିବା ବଡ଼ ମୁର୍ଖାମୀ ନୁହଁ ବରଂ ଅପରାଧ। ଧିକ ! ମୋର ପୁତ୍ର ଜନ୍ମର ସାର୍ଥକତା। ରଞ୍ଜନ ନିଜ ରୋଜଗାର ଅର୍ଥ ସବୁକୁ ପରଦିନ ପେ ଫୋନରେ ନିଜ ମାଆଙ୍କ ଏକାଉଣ୍ଟକୁ ପଠେଇ ଦେଲା ଆଉ ପତ୍ନୀଙ୍କ ଅନୁପସ୍ଥିତିରେ ଆତ୍ମହତ୍ଯା କରି ପର ପାରିକୁ ଚାଲିଗଲା। ରଞ୍ଜନ ଯିବା ପୂର୍ବରୁ ଲେଖିଦେଲା ମୋର ଆତ୍ମହତ୍ଯା ପାଇଁ ମୁଁ ନିଜେ ହିଁ ଦାୟୀ। ମିଚାଲି ହେଲଥ୍ ଘରକୁ ଆସି ଯାହା ଦେଖିଲା ସବୁ ଶେଷ ହୋଇ ଯାଇଛି। ତା' ଆଖିରେ ମଧ୍ଯ ଆନୁତାପର ଗ୍ଳାନୀ କାରଣ ମାତୃ ଦିବସରେ ବାପା ଓ ମାଆଙ୍କୁ କଷ୍ଟଦେବା ମୋରି ପାଇଁ ହିଁ ହୋଇଛି।

       ମିଚାଲି ହେଲଥ୍ କରିବ କ'ଣ? ଲୁହ ଓ କୋହରେ ସଢି଼ ପୁଅର ଦୀର୍ଘ ଭବିଷ୍ଯତକୁ ଲକ୍ଷ୍ଯ କରି ଭଲ ମଣିଷ ହେବାକୁ ଶପଥ କରି କର୍ମମୟ ଜୀବନ ପୁଣି ନୂଆକି ଆରମ୍ଭ କରିଲା।

     


Rate this content
Log in

Similar oriya story from Abstract