ମାସ୍କ
ମାସ୍କ
ଅସାଧାରଣ ସମୟ, ଭଗବାନ ନ ଚାହିଁଲେ ଏ ବିପତ୍ତିରୁ କେହିବି ରକ୍ଷା କରିପାରିବେ ନାହିଁ ମଣିଷକୁ, ସବୁଠୁ ବୟୋଜ୍ୟେଷ୍ଠ ବ୍ୟକ୍ତି ବି ଦେଖିନଥିବେ ଅନୁଭବି ନଥିବେ ଏଭଳି ମହାମାରୀ, ଭଗବାନ ଙ୍କ ନାମ ସ୍ମରଣ କରି, ସମର୍ପଣ କରିଦେଇ ନିଜକୁ, ପରିବାରଙ୍କୁ ତଥା ବିଶ୍ୱର ସମଗ୍ର ଲୋକଙ୍କୁ ତାଙ୍କ ଚରଣ ତଳେ, ଛଡା ଉପାୟ କଣ ଏ ସମୟରେ, ହେଲେ ଭଗବାନ ତ ଆଉ ନିଜେ ଆସିବେ ନାହିଁ କି ସିଧା ସଳଖ ରକ୍ଷା କରିବେନାହିଁ, କରିବେ ମାଧ୍ୟମ ଦ୍ୱାରା, ଯୋଉଁଥିପାଇଁ ଧର୍ଯ୍ୟ ଓ ସାହାସ ଅପରିହାର୍ଯ୍ୟ.
ଭଗବାନ ଏଠି ମାଧ୍ୟମ ରୂପେ ସରକାର, ସରକାରୀ ମୁଖପାତ୍ର, ପ୍ରଶାସକ ତଥା ପୋଲିସବାହିନୀ, ଡାକ୍ତରୀଦଳ ଓ ପ୍ରତ୍ୟକ ବିଭାଗର ଉଚ୍ଚପଦସ୍ଥ ସରକାରୀ କର୍ମଚାରୀ ଓ ବିଭିର୍ଣ୍ଣ ସ୍ୱୟଂସେବକ ସଂଗଠନ. ସେଇ ଭିତରୁ ଆଲୋକ ମହାପାତ୍ର, ପୋଲିସ କର୍ମଚାରୀ, ଲକଡାଉନ ଠୁ ଆରମ୍ଭ କରି ସର୍ଟଡାଉନ ପର୍ଯ୍ୟନ୍ତ ଘର ପରିବାର ତଥା ନିଜକୁ ବି ଭୁଲି ଯାଇଛନ୍ତି ନିଜେ. ଡିଉଟି କୁ ନିଜର ସର୍ବଶ୍ରେଷ୍ଠ କର୍ତ୍ତବ୍ୟ ଭାଵି ଆଗେଇଚାଲିଥିବା ବେଳେ ନିର୍ଦିଷ୍ଟ ସହରରେ ରନ୍ଧା ଖାଦ୍ୟ ଯୋଗାଇବା ଦାୟିତ୍ୱରେ ସେ ଆସିଛନ୍ତି ସହରକୁ, ଯୋଉଠି ଭଣଜା ପାଠ ପଢେ ମେସ କରି ରହେ.
ପିଲାଟା ଲକଡାଉନ ପୁର୍ବରୁ ନିଶ୍ଚୟ ଘରକୁ ଚାଲିଯାଇଥିବ, ସ୍କୁଲ ହଷ୍ଟେଲ ସବୁ ବନ୍ଦ ବେଳେ ମେସ ରେ ବା ଥିବ କାହିଁକି, ଅନେକ ସମୟରେ ଭଉଣୀ ଅଭିମାନ କରେ, ଭଣଜା ର ଭଲ ମନ୍ଦ ପାଠ ଶାଠ କଥା ବୁଝିପାରିନି ବୋଲି ଆଡ଼ରୁଷା ମାରେ, ମାରିବା ସ୍ୱାଭାବିକ, ସାତ ଭାଇ ରେ ଗୋଟିଏ ବୋଲି ଭଉଣୀ, ତାର ପୁଣି ତିନି ଝିଅ ରେ ଗୋଟିଏ ବୋଲି ପୁଅ, ଆଉ ସେ ବଡମାମୁଁ, ଭାବନା ରୁ ଫେରି, ପ୍ରସ୍ତୁତ ରନ୍ଧା ଖାଦ୍ୟ ପରସିବାକୁ ତତ୍ପର ମହାପାତ୍ରବାବୁ
ନଅ ତାରିଖ ଆଜି, ମାସ୍କ ପିନ୍ଧିବାକୁ କଡାକଡି କରାଯାଇଛି, ଅମାନିଆ ନିଆଁଗିଳା ଯୁବଗୋଷ୍ଠୀ ଙ୍କୁ ସଜାଡ଼ିବା କାଠିକର ପାଠ, ନିର୍ଦ୍ଦିଷ୍ଟ ଗାଲେଇରେ ଦୂରତ୍ୱ ରକ୍ଷାକରି ଲୋକମାନେ ଠିଆ ହେଇଛନ୍ତି କି ନାହିଁ ତଦାରଖ କରୁ କରୁ ଧାଡିରେ ପଛ ଆଡକୁ ଯାହା ଉପରେ ନଜର ପଡିଲା ସେ ଆଉକେହିନୁହେଁ ତାଙ୍କ ଭଣଜା ଥିଲା.
କେହି କାହାକୁ କିଛି କହିପାରୁନଥିଲେ, ଲୁହ ଝରିଯାଉଥିଲା ଦୁହିଁଙ୍କ ଆଖିରୁ ପରସ୍ପର ପରସ୍ପରକୁ ଚାହିଁଥିଲେ କେବଳ, ବୁଝିବାକୁ ବାକି ନଥିଲା ମାମୁଁ ଙ୍କୁ ଭଣଜା ବିଷୟରେ, ଖାଇଦେ ଖାଇଦେ କହି ତା ପତ୍ରରେ ଡାଲମା ଦେଇ କିଛି ପଇସା ତା ପକେଟ ରେ ରଖିଲା ବେଳକୁ ଭଣଜା କହୁଥିଲା, ଯଦି ପାରୁଛ ମାସ୍କ ଖଣ୍ଡେ ଦିଅ ମାମୁଁ, ତ ଅନ୍ୟ ଉପାୟ ନ ପାଇ ରୁମାଲ ଟି ଦେଇ ଆସି ଥିଲେ ମନଦୁଃଖରେ ମହାପାତ୍ର ବାବୁ.
ତା ଆର ଦିନ ବିଦେଶ ଫେରନ୍ତା ଶ୍ରମିକ ମାନଙ୍କୁ ସ୍ୱତନ୍ତ୍ର ଗାଡି ପଠାଇ ନିଆ ଯିବାବେଳେ ନିଜେ ସେହି ଗାଡ଼ିରେ ଭଣଜା କୁ ଉଦ୍ଧାର କଲେ ସିନା ବିଦେଶ ରୁ ଆସିଥିବା ଲୋକ ମାନଙ୍କୁ କ୍ୱାରେଣ୍ଟାଇନ ରେ ରଖାଯାଉଥିଲା ତ ତା ସଙ୍ଗେ ଭଣଜା ବି, ଭଉଣୀ ର ଫୋନ ପରେ ଫୋନ, ମହା ପାତ୍ର ବାବୁ ବୁଝାଉଥିଲେ, ଅପେକ୍ଷା କରେ ପୁଅ ତୋର ଠିକ ସମୟରେ ଘରକୁ ଫେରିବ, କହିଲା ବେଳକୁ ମାସ୍କ ଟିଏ ଭଣଜା କୁ ଦେଇ ଆସିବାକୁ ପ୍ରସ୍ତୁତ ହେଉଥିଲେ କେବଳ କୋହ ଭରା ହୃଦୟରେ ମାମୁଁ ମହାପାତ୍ର ବାବୁ.
