STORYMIRROR

Aravinda Das

Abstract

3  

Aravinda Das

Abstract

"ମାନସୀ", ......ନାଗଡା'ର ମୁହଁ

"ମାନସୀ", ......ନାଗଡା'ର ମୁହଁ

1 min
28.8K


ମାନସୀ
******
ନାଗଡାର ମୁହଁ, କୁପୋଷଣର ପ୍ରତୀକ,ସାମ୍ବାଦିକଙ୍କ ମଡେଲ,ସାଧାରଣ ଜନତାଙ୍କ ପାଇଁ ଅନ୍ୟ କେହି ଜଣେ ଶିଶୁ, ସରକାରଙ୍କ ପାଇଁ କଣ୍ଟା ବନିଥିବା ମାନସୀ ଚାଲିଗଲା।
କିଛିଦିନ ପରେ ସମସ୍ତେ ଭୁଲିଯିବେ ନାଗଡାର ଯୋଦ୍ଧା ଝିଅକୁ।ଏଇତ ସେମାନଙ୍କ ଭାଗ୍ୟ। ମହମବତୀ ଶିଖା ପରି ସେମାନଙ୍କ ଜୀବନ; ଦଲକାଏ ପବନରେ ସବୁ ଶେଷ।
ପୁଣି କେଉଁ ମାନସୀ ଜନ୍ମ ହେବ, ବନିବ ନାଗଡାର ମୁହଁ, ସମ୍ବାଦପତ୍ର ପାଇଁ ମଡେଲ।
ସରକାର ଓ ପ୍ରଶାସନ ତର୍କ ରେ ବ୍ୟସ୍ତ ରହିବେ, ମାନସୀମାନଙ୍କ ମୃତ୍ୟୁର ରିପୋର୍ଟ ପାଇଁ। ଅନାହାର, ମ୍ୟାଲେରିଆ ନା ଆକ୍ସିଡେଣ୍ଟ !????
ଖାଲି କଣ ନଗଡାରେ ମାନସୀମାନେ ଅଛନ୍ତି ? ହଜାର ହଜାର ଅସହାୟ, କୁପୋଷଣ ପୀଡିତ ଶିଶୁ ଅନ୍ୟ ଗାଁ, ସହରରେ ଭର୍ତ୍ତି ହୋଇଛନ୍ତି।
କେବେ ଆସିବେ ସେମାନେ ପ୍ରଶାସନ, ମିଡିଆ ଲେନ୍ସରେ ????? ସାହାଯ୍ୟ ଆଶାରେ ଅନେକ ଆଶାୟିତ ଆଖି।

ବ୍ୟାକୁଳ, ଚିନ୍ତାରେ ବାପା, ମାଆମାନେ।
ମାନସୀ ତ ଥିଲା ଏକ ପ୍ରତୀକ। ଇଥିୟୋପିଆ ,ସୁଦାନର ସେଇ କଙ୍କାଳ ପ୍ରାୟ ଶିଶୁ ଅଥବା ତୁର୍କୀର ଆୟାଲନ କୁର୍ଦି, ଅଥବା ସିରିଆର ରାସାୟନିକ ଅସ୍ତ୍ରରେ ନିହତ ଶିଶୁମାନେ ହିଁ କଭର୍ ପେଜ ବନନ୍ତି,.... ସମବେଦନା ପାଇଁ, ହୋହାଲ୍ଲା ପାଇଁ।ସେମାନେ ଆଜି ଇତିହାସ ,ଆମ କ୍ଷଣସ୍ଥାୟୀ ମାନସପଟରେ ।ବେଳେ ବେଳେ ଧର୍ମପଦରେ ପରିବର୍ତ୍ତିତ ହେବାକୁ ପଡେ ସେମାନଙ୍କୁ।

ମା', ମାନସୀ, ତୁ ତରି ଗଲୁ। ଉଦ୍ଧାର ପାଇଗଲୁ ନର୍କରୁ। ତୁ ଆଉ ତୋ ପରି ଶିଶୁମାନେ କାହାକୁ ଅଭିଶାପ ଦେଇ ପାରନ୍ତି ନାହିଁ ।ତମେମାନେ ଅଭିଶପ୍ତ ବୋଲି ଅଦେଖା ମୋହର ବସିଥାଏ ।
କ୍ଷମା କରିଦେ ସମସ୍ତଙ୍କୁ ମା' ! ଆକାଶକୁ ସବୁବେଳେ ଅନାଉଥିଲୁ ନା ?
ଏବେ ଆକାଶରୁ ଦେଖ ମାନସୀ...ତୋ ଗାଁ କୁ ଚଉଡା ରାସ୍ତା ହୋଇଛି, ଚାରି ଚକିଆ ଯାନ ବି ଯାଉଛି। ଏଣିକି ତୋ ପରି ଅନ୍ୟ ପିଲାଙ୍କ (ଜୀବିତ,ମୃତ)ଫଟ ଉଠାଇବା ପାଇଁ ଆଉ ପାହାଡିଆ , ପାଦଚଲା ରାସ୍ତାରେ କଷ୍ଟ କରି ଯିବାକୁ ପଡିବନି କାହାକୁ।
ଭଲ କରି ଦେଖ୍ , ତୋତେ ଦେଖିବା ପାଇଁ କିଏ ସବୁ ଆସି ଭିଡ଼ ଜମାଇଛନ୍ତି !!!
ମଢ଼ର ଟେର୍ ପାଇ କିଏ ଆଗେ ଛୁଟି ଆସେ ???
ଶାଗୁଣା,ପଲ ପଲ ଶାଗୁଣା.....କେବଳ ଶାଗୁଣା।


Rate this content
Log in

Similar oriya story from Abstract