Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Aravinda Das

Comedy Tragedy

3  

Aravinda Das

Comedy Tragedy

ମୃତ୍ୟୁ ଓ ଧଳାଶାଢ଼ୀ

ମୃତ୍ୟୁ ଓ ଧଳାଶାଢ଼ୀ

3 mins
891



ମୃତ୍ୟୁ ଯୋଗୁଁ, ଦୁଃଖ ଓ ଦୁର୍ଭାଗ୍ୟ ଦୁହେଁ ଏକାଠି ଆସନ୍ତି ବୋଲି ହୃଦବୋଧ ହୋଇଥିଲା ବିଜୟ'ର।

ଦୁଃଖ'ର ପ୍ରତୀକ ଧଳା ବୋଲି କିଏ ନିଷ୍ପତ୍ତି ନେଇଥିଲା କେଜାଣି ?ଦୁର୍ଭାଗ୍ୟ ର ବି ରଙ୍ଗ ଥାଏ !!

  ବିଜୟ ଆଖିରେ ଲୁହ ଜକେଇ ଆସୁଥିଲା।

ସେ ଵୋଧେ କେବେ ସ୍ୱପ୍ନରେ ଭାବି ନଥିଲା ଏଭଳି ପରିସ୍ଥିତିର ସାମ୍ନା କରିବ ବୋଲି।ଭଗବାନଙ୍କୁ ମନେମନେ ପ୍ରାର୍ଥନା ବି କରୁଥିଲା,ଅନ୍ୟକେହି ଏଭଳି ସ୍ଥିତିରେ ନପଡ଼ନ୍ତୁ ବୋଲି।

   ଦୁଇଦିନ ତଳେ କମ୍ପାନୀର ଡେପୁଟି ମ୍ୟାନେଜର ଅଙ୍ଗଦ ମାଲହୋତ୍ରାଙ୍କ ବାପା ମରିଗଲେ।ପାନକ୍ରିଆସ କ୍ୟାନ୍ସରରେ ବର୍ଷେ ହେଲାଣି ଘାଣ୍ଟି ହେଉ ଥିଲେ।

  ସକାଳେ ହସ୍ପିଟାଲ ଓ ପରେ ସାରଙ୍କ ଘରକୁ ବିଜୟ ସସ୍ତ୍ରୀକ ଯାଇଥିଲା।ସାନ୍ତ୍ବନା ଦେଇ ଫେରିଲା ବେଳକୁ ଆଉ ଗୋଟେ ଦୁଃସମ୍ବାଦ।

  ଚିଫ୍ ମ୍ୟାନେଜରଙ୍କ ସୁବାଷ ଜୈନ ସାର'ଙ୍କ ମା ବାଥରୁମରେ ଗୋଡ଼ ଖସି ବ୍ରେନ୍ ହାମରେଜ।୯୫ ବର୍ଷ ହୋଇଥିଲା ତାଙ୍କୁ।ଏକଦମ କ୍ରିଟିକାଲ କଣ୍ଡିସନ।କେତେବେଳେ କିଛି ବି ହୋଇପାରେ।ନୂଆ ନୂଆ ପ୍ରମୋସନ ପାଇଛି ବିଜୟ।

- ଶୁଣ ଏଇ ଅସୁବିଧା ସମୟରେ ତମେ ବସ୍ ମାନଙ୍କ ପାଖେ ପାଖେ ରହିବ।ସେମାନଙ୍କ ଘରକୁ ବି ଯାଇ କଣ କାମ କିଛି ଅଛି ବୋଲି ଉପରେ ପଡି ପଚାରିବ।ଖିଆ ପିଆ ସେଇଠି କଲେ ଭଲ।"ସିପ୍ରା କହିଲା।

 ସ୍ତ୍ରୀ କଥା ଶୁଣି ଆଶ୍ଚର୍ଯ୍ୟ ହୋଇ ବିଜୟ କହିଲା,

 "ସେମାନଙ୍କର ମୂର୍ତିକା ଘର।ଦଶା, କଶା ମୁଁ ଖାଇ ଶୁଦ୍ଧି ହେବି ନା କଣ ?"

- କିହୋ,ସେମାନେ ତ ଓଡ଼ିଆ ନୁହଁନ୍ତି।ଷ୍ଟାଫଙ୍କ ପାଇଁ ସବୁ ଖାଇବା କମ୍ପାନୀ କ୍ୟାଣ୍ଟିନ କିମ୍ବା ହୋଟେଲରୁ ଆସୁଛି।ଖାଇଲେ କିଛି ଅସୁବିଧା ନାହିଁ।ଏଇଟା କଣ ତମ ଗାଁ ହୋଇଛି ?ମୁଁ ପରା ଅଫିସର ଲେଡିଜ କ୍ଲବ ମେମ୍ବର ହୋଇଛି।ମ୍ୟାଡମଙ୍କ ପାଖେ ପାଖେ ଆମେ ରହୁଛୁ।ନର୍ଥ ଇଣ୍ଡିଆନ ଲୋକ ସେମାନେ।ଚାଲ ଟିକେ ମାର୍କେଟ ଯିବା।"

 ବିଜୟ ଜାଣିଥିଲା ଆଗକୁ ସାବିତ୍ରୀ ଆସୁଛି। ମାର୍କେଟ ଯିବା ରାସ୍ତାରେ ବିଜୟ କହିଲା,"ଗାଁ ରୁ ବୋଉ ଫୋନ କରିଥିଲା।ଦୁଇଦିନ ପାଇଁ ଯିବାକୁ କହିଛି।"

- ଆଛା ହେଉ ,ଏଠାରେ ଏଇ କାମ ସରିଗଲେ ଆମେ ଯାଇ ବୁଲିଆସିବା।

  ଦୋକାନରେ ପହଞ୍ଚି ସିପ୍ରା ସେଲ୍ସମ୍ୟାନକୁ କହିଲା,"ଧଳା ଶାଢ଼ୀ ଦେଖାନ୍ତୁ।"

  ବିଜୟ ମନଟା ପ୍ରଥମେ ଖୁସି ଓ ପରେ ଦୁଃଖରେରେ ଭରିଗଲା।ଖୁସି ଏଇଥିପାଇଁ ଯେ ସିପ୍ରା ପ୍ରଥମେ ବୋଉ ପାଇଁ ଶାଢ଼ୀ କିଣୁଛି।ଦୁଃଖ ଏଇଥି ପାଇଁ ଯେ ବୋଉ ଆଉ କେବେ ରଙ୍ଗୀନ ଶାଢ଼ୀ ପିନ୍ଧୁନି।

 ବାପା ଚାଲିଯିବା ପରଠୁ ବୋଉ ଧଳା ଶାଢ଼ୀ ପିନ୍ଧୁଛି।ବିଜୟର ମନେପଡୁଥିଲା ସେଇଦିନ କଥା,ଯେଉଁଦିନ ସେ ମୁଖାଗ୍ନି ଦେଇ ଫେରିଥିଲା ଆଉ ବୋଉକୁ ଚାହିଁ ପାରୁନଥିଲା।ଖାଲି ହାତ,ବେକ, ବିନା ସିନ୍ଦୁରରେ ମଥା, ସିନ୍ଥି ଓ ଧଳା ଶାଢ଼ୀର ବୋଉ ଦିଶୁଥିଲା ସମ୍ପର୍ଣ୍ଣ ଭିନ୍ନ ମଣିଷ।କିଏ କରିଥିଲା ଏ ନିୟମ ?ସେଇଦିନୁ ଧଳା ରଙ୍ଗ ପ୍ରତି ଘୃଣା ଆସିଯାଇଥିଲା ବିଜୟର।ତେବେ ବୋଉ ପାଇଁ ଅଳ୍ପ ବର୍ଡର ବାଲା ଧଳା ଶାଢ଼ୀ କିଣିଲାବେଳେ ମନଟା ଛଟପଟ ହୋଇଯାଏ।

 - ଦେଖିଲ ଏଇ ଶାଢ଼ୀଟା କେମିତି ହୋଇଛି ?

 ସିପ୍ରା କଥା ଶୁଣି ପ୍ରକୃସ୍ଥିତ ହେଲା ବିଜୟ।ଏମ୍ବ୍ରୋଡରୀ ହୋଇଥିବା ଗୋଟେ ସେଲ୍ଫ ପ୍ରିଣ୍ଟେଡ଼ ସୁନ୍ଦର ଧଳା ଶାଢ଼ୀ ଦେଖାଉଥିଲା ସିପ୍ରା।ତେବେ ଧଳା ଶାଢ଼ୀରେ ପୁଣି ଭଲ ମନ୍ଦ କଣ !ବିଜୟ ଚିନ୍ତା କଲା, ଏତେ ବର୍ଷ ହେଲାଣି ବୋଉ ପାଇଁ ଏଭଳି ଶାଢ଼ୀ କିଣିଥିବାର ତାର ମନେ ପଡୁନଥିଲା।

- କେଉଁଟା ଭଲ ହୋଇଛି, ଏଇଟା ନା ସେଇଟା ?"ଦୁଇଟା ଧଳା ଶାଢ଼ୀ ଦେଖାଇ ପଚାରୁଥିଲା ସିପ୍ରା।

 ବିଜୟକୁ ଲାଗୁଥିଲା ଏଭଳି ଶାଢ଼ୀ ସେ ଦେଖିଛି ;ହେଲେ ମନେପଡୁନଥିଲା କେଉଁଠି ଦେଖିଛି।

  ପାଖକୁ ଗଲା ବିଜୟ,ଶାଢ଼ୀକୁ ହାତରେ ଧରି କହିଲା "ଟିକେ ଅଲଗା ଶାଢ଼ୀ ଭଳି ଲାଗୁଛି।ଗର୍ଜିଅସ ବି ଦିଶୁଛି।ବୋଉ କଣ ଏଗୁଡା ପିନ୍ଧିବ ?

-ମ୍ୟାଡମ,ଏଇଟା କାଜଲ ପିନ୍ଧିଥିଲା ଓ ସେଇଟା କରିନା କପୁର ପିନ୍ଧିଥିଲା।"ସେଲ୍ସ ମ୍ୟାନ କହୁଥିଲା।

 ବିଜୟର ମନେପଡିଲା ଟିଭିରେ, ସିନେମାରେ ଏଭଳି ଶାଢ଼ୀ, ହିରୋଇନମାନେ କିଛି ଅକେଜନରେ ପିନ୍ଧିଥାଆନ୍ତି। 

 - ଓହୋ, ତମ ବୋଉଙ୍କ ପାଇଁ ନୁହେଁ, ମୋ ପାଇଁ।ଆଗକୁ ଏଇ ଡିଜାଇନର ଶାଢ଼ୀ ମୋର ଦରକାର।"

  ବିଜୟକୁ ଲାଗିଲା ସେ ମୁର୍ଛା ହୋଇଯିବ।ସେ ବଞ୍ଚି ଥାଉ ଥାଉ ସିପ୍ରା ଧଳା ଶାଢ଼ୀ ପିନ୍ଧିବ ? ଭାଗ୍ୟ ଭଲ ,ପାଖରେ ବୋଉ ନାହିଁ।

- ସାବିତ୍ରୀରେ ରଙ୍ଗୀନ ଶାଢ଼ୀ ନପିନ୍ଧି ଧଳାଶାଢ଼ୀ....ବିଜୟର ପାଟି ଖନି ମାରୁଥିଲା।

- ସାବିତ୍ରୀ ପାଇଁ ନୁହେଁ, ମାଲହୋତ୍ର ସାରଙ୍କ ମମିଙ୍କ ଚୌଥା ପାଇଁ ଆମେ ସବୁ ଲେଡିଜ ଧଳା ଶାଢ଼ୀ ପିନ୍ଧି ତାଙ୍କ ଘରକୁ ଯିବୁ।ଏସବୁ ଅଫିସର୍ସ କ୍ଲବର ଷ୍ଟାଇଲ।ତମେ ତ ଏବର୍ଷ ପ୍ରମୋସନ ପାଇଲ ପରା।

- ଧଳା ଶାଢ଼ୀ କିଣିବା କଣ ଦରକାର ?ଘଣ୍ଟାଏ ଦୁଇଘଣ୍ଟା କାମ।ତମେ, ଘରେ ଥିବା ବୋଉର ଧଳା ଶାଢ଼ୀ ପିନ୍ଧି ଚଳାଇଦିଅ।

-ଛି, ସେ ବୁଢ଼ୀ ବୁଢ଼ୀ ଶାଢ଼ୀ କିଏ ପିନ୍ଧିବ ବା ?ଡିଜାଇନର ଶାଢ଼ୀ ସମସ୍ତେ ପିନ୍ଧିବେ।ଏଇଟା ମନୀଷ ମାଲହୋତ୍ର ଶାଢ଼ୀ, କାଜଲ ପିନ୍ଧିଥିଲା କଭିଖୁସି କଭି ଗମ ରେ।ଆଉ ଏଇଟା ହେଉଛି ଆବୁ ଯାନୀ କଲେକ୍ସନ।ଏକଦମ ଲାଟେଷ୍ଟ।ଶ୍ରୀ ଦେଵୀ ଚୌଥାରେ କରିନା କାପୁର ପିନ୍ଧିଥିଲା।କେଉଁଟା ବେଶୀ ଭଲ ହୋଇଛି ?ଦୁଇଘଣ୍ଟା ଭିତରେ ଏମାନେ ବ୍ଲାଉଜ ସିଲେଇ କରି ଦେଇଦେବେ।ଯଦି ଚାହିଁବ, ତେବେ ଶାଢ଼ୀକୁ କାଟି ଘାଗରା ଚୋଲି ବି କରିଦେବେ।ସିଲେଇ ମଜୁରୀ ଦୁଇ ହଜାର ଅଧିକ ପଡିବ।

-ନାଇଁ,ନାଇଁ ଶାଢ଼ୀ ଠିକ୍ ଅଛି।ତେବେ ଦୁଃଖ ସମୟରେ ଏଇ ଡିଜାଇନର ଶାଢ଼ୀ କଣ ନିହାତି ଦରକାର ?

-ଅଫିସରଙ୍କ ସ୍ତ୍ରୀ ହିସାବରେ ମୋର ପୁଣି ଗୋଟେ ପ୍ରେଷ୍ଟିଜ ଅଛି ନା ନାହିଁ ? ତମର ସିନା ଧଳା ଟ୍ରାଉଜର ପଞ୍ଜାବୀ ଘରେ ଅଛି।

 ଶାଢ଼ୀ ଦାମ ଦେଖି ହୋସ ଉଡ଼ିଗଲା ବିଜୟର।କାନମୁଣ୍ଡା ଝାଇଁ ଝାଇଁ ହୋଇଗଲା।ପନ୍ଦର ହଜାର,କୋଡିଏ ହଜାର !ଏତେ ଦାମ !

 ସେଲ୍ସ ମ୍ୟାନ କହିଲା ମ୍ୟାଡମ ଦୁଇଟାଯାକ ଶାଢ଼ୀ ଆପଣଙ୍କୁ ବଢିଆ ଦିଶିବ।ଭବିଷ୍ୟତରେ ବି କାମରେ ଆସିବ।ପାଞ୍ଚ ପରସେଣ୍ଟ ଡିସକାଉଣ୍ଟ ବି ମିଳିବ ଦୁଇଟା ନେଲେ।

 ବିଜୟ ଚିଡ଼ିଗଲା।ବଦମାସ ସେଲ୍ସମ୍ୟାନ ଭବିଷ୍ୟତ କଥା କହୁଛି ?କଣ ବିଜୟ ମରିଗଲେ ,ସିପ୍ରା ଧଳା ଶାଢ଼ୀ ପିନ୍ଧିବ ?

- ଦୁଇଟା ଯାକ ନେଇଯିବା।

  ବିଜୟ ଭାବୁଥିଲା,ମୃତ୍ୟୁ ପାଇଁ ଦେଖାଣିଆ ଶୋବାଜି ଓ ମଡେଲିଙ୍ଗ ଚାଲିଛି ଏଠି।ଏମିତି ଅବସ୍ଥା କାହାର ନହେଉ।

- ଆଉ ଗୋଟେ ଶାଢ଼ୀ କଣ କରିବ ?"ଚିଡି ଯାଇ ବିଜୟ ପଚାରିଲା।

  ଏଇ ସମୟରେ ସିପ୍ରାର ମୋବାଇଲ ବାଜିଲା।କାହା ସାଙ୍ଗରେ କଥା ହୋଇ ଫୋନ ରଖି ସିପ୍ରା ସେଲ୍ସମ୍ୟାନକୁ କହିଲା,"ଦୁଇଟା ଯାକ ଧଳା ଶାଢ଼ୀ ପ୍ୟାକ କରିଦିଅ।"

- ଦୁଇଟା ଯାକ ଶାଢ଼ୀ !!!କିନ୍ତୁ କାହିଁକି ?

 ବିଜୟ ଆଡ଼କୁ ଅନାଇ ଟିକେ ହସିଦେଇ କହିଲା,"ଜୈନ ସାରଙ୍କ ମା ଚାଲିଗଲେ।ସେଇ ଗୋଟାଏ ଡିଜାଇନର ଧଳା ଶାଢ଼ୀ ପିନ୍ଧି ମୁଁ, ଦୁଇଟା ଯାକ ଚୌଥାକୁ ଯିବି ନା କଣ ?"



Rate this content
Log in

More oriya story from Aravinda Das

Similar oriya story from Comedy