Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Aravinda Das

Tragedy

2  

Aravinda Das

Tragedy

ପ୍ରକୃତ ବନ୍ଧୁ

ପ୍ରକୃତ ବନ୍ଧୁ

4 mins
505


ସ୍କୁଲ ବେଳ ସାଙ୍ଗ ମିହିର ର ଫୋନ 

ଅତନୁ, ମୋ ଝିଅ ଜୁଲି ,ଇଞ୍ଜିନିଅରିଂ ପାଇଗଲା।

କଂଗ୍ରାଚୁଲେସନ ପ୍ରାଉଡ଼ ପାପା। ଝିଅକୁ ବି ଆମ ଶୁଭେଛା। କେତେ ଶୀଘ୍ର ସମୟ ଚାଲିଯାଉଛି। କେତେ ଛୋଟଟେ ହୋଇଥିଲା ଜୁଲି,ଯେତେବେଳେ ଦେଖିଥିଲି ତାକୁ। ଏବେ କଲେଜ ଗଲାଣି। ପାର୍ଟି ଦେବୁ ଓଡିଶା ଗଲେ।"

ତୁ ଯେବେ କହିବୁ ପାର୍ଟି। ତେବେ ତୋର ଗୋଟେ ସାହାଯ୍ୟ ଦରକାର। ତୋରି ଟାଉନରେ ଥିବା ଆର.କେ.ଇନଷ୍ଟିଚ୍ୟୁଟରେ ଝିଅ ଆଡ଼ମିସନ ନେବ। ତୁ ଟିକେ ତା ଲୋକଲ ଗାର୍ଡିଆନ ହେବୁ।"

ଲୋକଲ ଗାର୍ଡିଆନ ମୁଁ ବ୍ୟସ୍ତ ହୋଇ ପଚାରିଲା ଅତନୁ ।

  ମନେମନେ ଭାବୁଥିଲା କେମିତି ମନା କରିବ ଏଇ ଝାମେଲା ପାଇଁ ।

ଓଡିଶା ବାହାରେ ସେଇ ସହରରେ ତୋ ଛଡ଼ା ମୋର ଆଉ କିଏ ଚିହ୍ନା ଅଛି ତୋରି ଉପରେ ଭରସା କରି ତା ଆଡ଼ମିସନ ପାଇଁ ରାଜି ହୋଇଥିଲି ମୁଁ । ହଷ୍ଟେଲରେ ସିଟ ଏବେ ନାହିଁ । ବାହାର ହଷ୍ଟେଲରେ ସାଙ୍ଗେ ସାଙ୍ଗେ ଯଦି ସିଟ ନ ମିଳିଲା ତୋ ଘରେ କିିଛି ଦିନ ଆଡ଼ଜଷ୍ଟ ବା ପେଇଙ୍ଗଗେଷ୍ଟ ହୋଇ ରହିବାର ବନ୍ଦୋବସ୍ତ କରିପାରିବୁ ?ଝିଅ ପିଲାଟା ବୋଲି ଟିକେ ଚିନ୍ତା । ମୋ ଭାଇଟା ପରା। ତମ ଘରୁ ମାଉସାଙ୍କ ଠାରୁ ତୋ ଫୋନ ନମ୍ବର ପାଇଲି। ଆମେ ଦୁହେଁ ଆସନ୍ତା ସୋମବାର ପହଁଚୁଛୁ।"

  ସେପଟୁ ଫୋନ ଟା କଟିଗଲା । ବ୍ୟସ୍ତ ହୋଇପଡ଼ିଲା ଅତନୁ।"

ପ୍ରତିମା ପଚାରିଲା,"କାହା ଫୋନ ?

- ଗାଁ ରୁ ମୋ ସ୍କୁଲ ସାଙ୍ଗ ମିହିର ଫୋନ କରିଥିଲା। ସୋମବାର ଦିନ ତା ଝିଅକୁ ନେଇ ଆମ ଘରେ ପହଞ୍ଚିବ, ଆଡ଼ମିସନ ପାଇଁ । ଲୋକାଲ ଗାର୍ଡିଆନ ହେବାକୁ ମୋତେ କହୁଛି । ହଷ୍ଟେଲ ମିଳୁନି ବୋଲି ତା ଝିଅ କିଛିଦିନ ଆମ ଘରେ...

- ତମେ ପାଗଳ ହେଲ ନା କଣ ? ଆମ ଘରେ ଜାଗା କାହିଁ ?ଆମେ ଦୁଇଜଣ ଚାକିରିଆ।

ତା ଛଡ଼ା ସୋନୁ ବଡ଼ ପିଲା ହେଲାଣି । ଝିଅଟା ଏକୁଟିଆ କେମିତି ରହିବ ଘରେ ? କିଏ ଏ ସାଙ୍ଗ ମିହିର ?

  ଦୀର୍ଘ ନିଶ୍ବାସ ନେଇ ଅତନୁ କହିଲା,"

କଟକରେ ପଢିଲା ବେଳେ ଗୋଟେ ବର୍ଷ ତାଙ୍କ ଘରେ ରହିଥିଲି । ତାଙ୍କ ଫ୍ୟାମିଲି ବହୁତ

- ଓହୋ,ସେସବୁ କଥା ଛାଡ଼। ତମେ ସିଧା ସିଧା ମନା କରିଦିଅ। ଏଇ ଲୋକଲ ଗାର୍ଡିଆନ ପାଇଁ କେତେ ଝାମେଲା କଣ ମନେ ନାହିଁ ?

   ଅତନୁ ମନେ ପକାଉଥିଲା ପୁରୁଣା ଘଟଣା।

ତିନି ବର୍ଷ ତଳେ ଷଢୁର ଝିଅର ଲୋକଲ ଗାର୍ଡିଆନ ବୋଲି ,ସବୁ ଶନିବାର ରବିବାର ଚାଳିଶ କିଲୋମିଟର ତା ହଷ୍ଟେଲ ଯାଇ ଘରକୁ ଆଣି ଚର୍ଚ୍ଚା କର। ହଷ୍ଟେଲରେ ଆମିଷ ନାହିଁ ବୋଲି ଖୁଆଅ। ସିନେମା ଦେଖା ଇତ୍ୟାଦି। ଭାଗ୍ୟ ଭଲ,ସେ ଝିଅ ପରବର୍ଷ ଆଇ ଆଇ ଟି ପାଇଗଲା।

ଦୁଇ ବର୍ଷ ତଳେ ତା ମାଉସା'ଙ୍କ ପୁଅର ଲୋକଲ ଗାର୍ଡିଆନ ହୋଇଥିଲା । କଲେଜ ର ଗୋଟେ ଝିଅକୁ ନେଇ ଅନ୍ୟ ଗୋଟେ ପିଲା ସହ ମାଡ଼ଗୋଳ କରିଥିଲା ବୋଲି ଝାମେଲାରେ ଫସି ଥିଲା ଅତନୁ । ଏବେ ସେ ଟୋକା ଓଡ଼ିଶାରେ ଆଡ଼ମିସନ ନେଇଛି । ସେଇ ଦିନରୁ ଆଉ ଏ ପାଲାରେ ଫସିବନି ବୋଲି ପ୍ରତିଜ୍ଞା କରିଥିଲା ଅତନୁ।

- ଶୁଣ ତମ ସାଙ୍ଗ ଫୋନ କଲେ କହିଦେବ ,ଆମେ ସମସ୍ତେ ଏଇ ରବିବାର ଦିନଠୁ ବାହାରକୁ ଚାଲିଯାଉଛୁ । ସେମାନେ ହୋଟେଲରେ ରୁହନ୍ତୁ । ଲୋକଲ ଗାର୍ଡିଆନ ଫାର୍ଦିଆନ ହେବନି କି ବନ୍ଧୁ ପ୍ରେମରେ ପଡି ସେ ଝିଅକୁ ଘରକୁ ଆଣି ମୋତେ ହଇରାଣ କରିବ ନାହିଁ "କହିଲା ପ୍ରତିମା

 ପୁଣି ମିହିର ର ଫୋନ; ତାକୁ ବୁଝାଇ ଅତନୁ କହିଲା,"ତୁ ବ୍ୟସ୍ତ ହଅନା । ଏତେ ବଡ଼ ସହର ,ହଜାର ହଜାର ପିଲା ଏଠି ପଢୁଛନ୍ତି । ଅନ ଲାଇନରେ ପିଜି ବା ହଷ୍ଟେଲ ନିଶ୍ଚେ ମିଳିଯିବ। ଆଉ ଆମେ ସମସ୍ତେ ଏଇ ରବିବାର କାମରେ ଦିଲ୍ଲୀ ଯାଉଛୁ । ସପ୍ତାହେ ପରେ ଫେରିବୁ।"

  ଟିକେ ନିରାଶ ହୋଇ ମିହିର କହିଲା,"ମୁଁ ଭାବିଥିଲି ତୋତେ ସାଙ୍ଗରେ ନେଇ କଲେଜ ଯିବି ବୋଲି । ହଉ ଦେଖିବା,କିଛି ଦରକାର ହେଲେ ତୋତେ ଫୋନ କରିବି।"

       ଫୋନ ରଖି ଶାନ୍ତିର ନିଶ୍ବାସ ନେଲା ଅତନୁ।

-ସେ ଫୋନ କଲେ ଆଉ ଉଠାଇଵ ନାହିଁ ।ବୁଝିଲ ?" କହିଲା ପ୍ରତିମା।

   ସୋମବାର ଦିନ ସକାଳୁ ନିଜ ଫୋନରେ ମିହିର ର ଗୁଡ଼ାଏ ମିସ୍ କଲ ଦେଖି ଆଶ୍ଚର୍ଯ୍ୟ ହୋଇଗଲା ଅତନୁ । କଲ କଲେ ବୋର କରିବ ମିହିର। ନିଜ କାମ ନିଜେ ନକରି,

ସବୁ କାମ ପାଇଁ ଲୋକଲ ଗାର୍ଡିଆନ କିଏ ଖୋଜେ ? ସକାଳୁ ସକାଳୁ ଟ୍ରେନ ରେ ପହଞ୍ଚି କଲେଜ ଯିବାର ଥିବ। ସେଥିପାଇଁ ଏତେ ଫୋନ ! ଟ୍ୟାକ୍ସି ବୁକ୍ କଲେ କାମ ହୋଇଯିବ। ମିହିର ର ସେଇ ପୁରୁଣା ଗାଉଁଲିଆ ଅଭ୍ୟାସ ଯାଇନି।

ପୁଣି ଫୋନ ମିହିର ର । ଫୋନ ସୁଇଚ ଅଫ କରିଦେଲା ଅତନୁ।

ଲଞ୍ଚ ବେଳେ ଘରକୁ ଆସିଥିଲା ବେଳେ ଫୋନ ଅନ କଲା ଅତନୁ।ଭଲ ହୋଇଛି ସେ ଫୋନ ସୁଇଚ ଅଫ କରିଥିଲା । ଏତିକି ମିସ୍ କଲ ମିହିର ର ! କଣ ଭାବି ଫୋନ ଲଗାଇଲା ନିଜ ଆଡୁ।

- ଫୋନ ଟା ସାଇଲେଣ୍ଟ ରେ ଥିଲା ଓ ପରେ ସୁଇଚ ଅଫ ହୋଇଯାଇଥିଲା ବୋଲି ତୋ କଲ ଦେଖି ପାରିନି। କେତେବେଳେ ଆଜି ପହଁଚିଲୁ ? କଲେଜରେ ଆଡ଼ମିସନ ହୋଇଗଲା ? ହଷ୍ଟେଲ ମିଳିଲା ?

  ପ୍ରତିମା ପାଖକୁ ଆସି ଫୋନ ର ସ୍ପିକର ଅନ କରିଦେଲା।

ସେପଟୁ କାନ୍ଦ କାନ୍ଦ ସ୍ୱରରେ ମିହିର କହୁଥିଲା,"କଲେଜ ନୁହେଁରେ ଆପୋଲୋ ହସ୍ପିଟାଲରେ ଆଡ଼ମିସନ ହୋଇଛି ଜୁଲିର। ମୁଣ୍ଡରେ ଆଘାତ ହୋଇଛି। ଆଇ ସି ୟୁ ରେ ଅଛି। ସକାଳେ ଟ୍ୟାକ୍ସିରେ ଗଲାବେଳେ ଆକ୍ସିଡେଣ୍ଟ ହୋଇଗଲା । ବ୍ୟସ୍ତ ହୋଇ ଏଠି ତୋର କିଏ ଆଉ ଚିହ୍ନା ଥିବେ ବୋଲି ଫୋନ କରୁଥିଲି । ମୁଁ ଜାଣେ ତୁ ଦିଲ୍ଲୀ ଯାଇଥିବୁ । ମୋ ଫୋନ ର ବ୍ୟାଟେରୀ ବି ସରି


କଟିଗଲା ଫୋନ।

ହତବାକ ହୋଇଗଲା ଅତନୁ।

- ଜଲଦି ଆପୋଲୋ ଚାଲ।ଏକୁଟିଆ ମଣିଷ ,ନୂଆ ସହର।କେତେ ବ୍ୟସ୍ତ ହେଉଥିବେ।ଖିଆପିଆ କରିଥିବେ କି ନାହିଁ କେଜାଣି ? ଫୋନ ଟିକେ ତମେ ଉଠାଇବ ନାହିଁ ?ଆଛା ମଣିଷ ତମେ ?ଲୋକଲ ଗାର୍ଡିଆନ ଆମେ ହୋଇଯିବା।ଆମ ଗେଷ୍ଟ ରୁମ ତ ଅଛି;ହସପିଟାଲରୁ ଡିସଚାର୍ଜ ହେଲାପରେ ଜୁଲି ଆମ ଘରେ..।"

 ବୋକାଙ୍କ ଭଳି ଅନାଇଥିଲା ଅତନୁ।

    ଭାବନା ରାଜ୍ୟରେ ହଜି ଯାଉଥିଲା ପ୍ରତିମା।ଦିଲ୍ଲୀରେ ଆଡ଼ମିସନ ପାଇଁ ବାପାଙ୍କ ସହ ଯାଇଥିଲା ବେଳେ ରାସ୍ତାରେ ଅଟୋ ଓଲଟି ପଡ଼ିଥିଲା। ସେ ଆଡ଼ମିଟ ହୋଇଥିଲା ସଫଦରଜଙ୍ଘ ହସ୍ପିଟାଲରେ। ଅଜଣା ସହରରେ ବାପା ଏକୁଟିଆ। ହସ୍ପିଟାଲରେ ଓଡ଼ିଆ ଲୋକ ହିସାବରେ ଦେଖା ସୁକାନ୍ତ ମାଉସାଙ୍କ ସହ। ଅଯାତିିତ ଭାବେ ସବୁ ସାହାଯ୍ୟ,ଏପରିକି ରକ୍ତ ବି ଦେଇଥିଲେ ତା ପାଇଁ। ଭଲ ହେଲା ପରେ ଦୁଇଦିନ ତାଙ୍କ ଘରକୁ ନେଇଥିଲେ ଜବରଦସ୍ତି।

ବାପା କହିଥିଲେ ପ୍ରତିମା କୁ,"ବିପଦ ଆପଦରେ ଏମିତି ବନ୍ଧୁ ମାନେ ହିଁ ଦେବଦୂତ ଭଳି ପ୍ରକଟ ହୋଇ ସହାୟତା କରନ୍ତି।ଭଗବାନ ପଠାନ୍ତି ସେମାନଙ୍କୁ।ଦରକାର ପଡିଲେ ନିଜେ ଏମିତି ଦେବଦୂତ ବନିବାକୁ କେବେ ପଛାଇବୁନି ମା।ଉପରଠାଉରିଆ,ଦେଖାଣିଆ,ସୁବିଧାବାଦୀ ବନ୍ଧୁ ହେବା ବଦଳରେ,ଜୀବନରେ ସବୁବେଳେ ପ୍ରକୃତ ବନ୍ଧୁ ହେବାକୁ ଚେଷ୍ଟା କରିବୁ।"

 ନିଜ କପାଳ ସେଇ ଛୋଟ କଟାଦାଗ ଟା ଉପରେ ହାତ ବୁଲାଇ ଆଣିଲା ବେଳେ ପ୍ରତିମା ମନେମନେ ପ୍ରାର୍ଥନା କରୁଥିଲା,।ତା ପାଟିରୁ ବାହାରି ପଡ଼ିଲା, ଝିଅଟା ଜଲଦି ଭଲ ହୋଇ ଯାଉ।ମୁଁ କାହିଁକି ପ୍ରଥମରୁ ରାଜି ହେଉନଥିଲି ?ଭଗବାନ ମୋ ଆୟୁଷ ସେ ଝିଅକୁ ଦିଅନ୍ତୁ।"

 ପ୍ରତିମାକୁ କୁଣ୍ଢାଇ ପକାଇ ଅତନୁ କହିଲା,"ତମ ଭଳି ପ୍ରକୃତ ବନ୍ଧୁ ଥିଲେ ଜୁଲି ନିଶ୍ଚୟ ଭଲ ହୋଇଯିବ।"



Rate this content
Log in

More oriya story from Aravinda Das

Similar oriya story from Tragedy