Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Aravinda Das

Abstract

5.0  

Aravinda Das

Abstract

ସାବୁନ ,ଗୋଟିଏ କେଶ ଓ ପ୍ରତାରଣା

ସାବୁନ ,ଗୋଟିଏ କେଶ ଓ ପ୍ରତାରଣା

5 mins
869


 ସାବୁନ ଟା କୁ ଦେଖି ଚମକି ପଡ଼ିଲା ରୁବି।

   ଚନ୍ଦନ ଗଛରେ ସାପ ଗୁଡାଇହେଲା ଭଳି,ସାବୁନ ଦେହରେ ଗୋଟେ ଲମ୍ବା କଳା କେଶ ଲାଗିଛି। ସତେ ଯେମିତି ପ୍ରେମ ସଂକେତର ସାଙ୍କେତିକ ଚିତ୍ର ।

  ହେ ଭଗବାନ ତାର ଭଲ ଭାବେ ମନେଅଛି ସେ ନିଜେ ସାବୁନ ଟା ବ୍ୟବହାର କରିନି। କାହାର କେଶ ହୋଇଥିବ ? ବାଁ ହାତ ଆଙ୍ଗୁଠି ନଖରେ ଆସ୍ତେ କରି ବାହାର କଲା ସେ କେଶଟାକୁ ଲମ୍ବା କେଶ ନିଶ୍ଚେ କେଉଁ ମହିଳାଙ୍କର ହୋଇଥିବ।

   ଦୁଇ ରାତି ସେ ଘରେ ନଥିଲା। ବାପାଙ୍କ ଦେହ ଭଲନଥିଲା ଯୋଗୁଁ ,ତାଙ୍କୁ ଦେଖିବା ପାଇଁ ପହରଦିନ ସନ୍ଧ୍ୟାବେଳେ ସମ୍ବଲପୁର ବାହାରିଲା ପୂର୍ବରୁ ନୂଆ ଦେହଲଗା ସାବୁନ ଟାକୁ ବାଥରୁମରେ ରଖି ବାହାରିଥିଲା। ଗତକାଲି ରହି ଆଜି ସକାଳୁ ଆସି ପହଁଚିଛି ସେ। ସମ୍ବିତଙ୍କର ଚୁଟି ତ ଏକଦମ ଛୋଟ । ମିଲିଟାରୀ କଟ୍।

କିଏ ଆସିଥିବ ? ନଣନ୍ଦ ମାନେ ତ ଆସି ନଥିବେ। ସମ୍ବିତ ତ କିଛି କହିନାହାନ୍ତି।  ନିଜ ନାକ ପାଖକୁ ସାବୁନ ଟା ନେଇ ଶୁଙ୍ଘିଲା,ପୋଲିସ ର ସନ୍ଧାନୀ କୁକୁର ଭଳି। ନା, କେବଳ ସାବୁନ ର ବାସ୍ନା।

   ବାସ୍ନା ନୁହେଁ, ବରଂ ସନ୍ଦେହ ଯୋଗୁଁ ସାବୁନ ଟା ତାକୁ ଏବେ ଦୁର୍ଗନ୍ଧମୟ ଲାଗିବାକୁ ଆରମ୍ଭ କରୁଥିଲା। ବାଥରୁମ କୁ ତନ୍ନତନ୍ନ ପରୀକ୍ଷା କଲା ପରେ ବେଡ଼ରୁମ,ବେଡ଼ସିଟ ,ଆଲମାରୀ ସବୁ ପରୀକ୍ଷା କଲା ସେ। ନା କେଉଁଠି କିଛି ସନ୍ଦେହଜନକ ଜିନିଷ ପାଇଲାନି ସେ। ରୋଷେଇଘର ଡ଼ସ୍ତବିନ ରୁ ଦୁଇଟା ଖାଲି ବିଅର ବୋତଲ ମିଳିଲା। ସମ୍ବିତ ଘରେ ଅଳ୍ପ ଡ୍ରିଙ୍କସ କରେ ସାଙ୍ଗମାନଙ୍କ ସହ।

   ତେବେ ବାଥରୁମ କିଏ ବ୍ୟବହାର କରିଥିବ ? ସ୍କୁଲ/କଲେଜ ବେଳେ ପଢ଼ିଥିବା ସେରଲକ ହୋମସ କାହାଣୀ ମନେପକାଉଥିଲା। କିଛି ତ ସୁରାଗ ମିଳିବ। ହେଲେ କେଉଁଠୁ ? କେମିତି ?

   ସମ୍ବିତଙ୍କୁ ଫୋନ ଲଗାଇଲା। ବିଜି ଆସୁଛି। କାହା ସହ କଥା ହେଉଥିବ ?

  ଟିଭି ଅନ୍ କଲା।"ରାଜଧାନୀ ରେ ଦେହ ବ୍ୟବସାୟ ରାକେଟ'ର ପର୍ଦା ଫାସ। ମାଷ୍ଟର ମାଇଣ୍ଡ ଦଲାଲ ଅନ୍ୟ ରାଜ୍ୟରୁ ଦେହଜୀବୀଙ୍କୁ ଆଣି ବିଭିନ୍ନ ହୋଟେଲ ଓ ଗରାଖଙ୍କ ଘରକୁ ବି ସପ୍ଲାଏ କରୁଥିଲା"

  ପୁଣି ଥରେ ଚମକି ପଡ଼ିଲା ରୁବି। ତା ଘରକୁ କେହି ଦେହଜୀବି

    ମୁଣ୍ଡଟା ତାର ଭାରିଭାରି ହୋଇ ବିନ୍ଧିବାକୁ ଆରମ୍ଭ କଲା। କଫି ପିଇବାକୁ ପଡିବ।

   ନାନା ପାଟେକର ଙ୍କ ଗୋଟେ ଡ଼ାଇଲଗ ମନେପଡୁଥିଲା;"ଏକ ମଛର ଆଦମି କୋ ହିଞ୍ଜରା ବନା ଦେତା ହେ।"

  ଆଉ ଏବେ ? "ଏକ ଜୁଲ୍ଫ , ଔରତ କୋ ସେରଲକ ହୋମସ ବନା ଦେତା ହେ "!

 ସମ୍ବିତଙ୍କ ଫୋନ," ଚିକେନ ନା ମଟନ ନେବି ? ପରିବା କିଣି ସାରିଲିଣି।"

- ଆଜି ଦେହଟା ଭଲ ଲାଗୁନି। ସାଧା ଖାଇବା। ତମେ ଶୀଘ୍ର ଘରକୁ ଚାଲିଆସ।"

   କାମବାଲୀ ମଲ୍ଲୀ ର ଏଯାଏଁ ଦେଖା ନାହିଁ। ଫୋନ ସୁଇଚ ଅଫ।

  ମଲ୍ଲୀ ସାବୁନ ବ୍ୟବହାର କରିନି ତ ? ସାବୁନ ସହ ସମ୍ବିତଙ୍କୁ.

  ନା,ସେମିତି ସାହାସ ବୋଧେ କରିବନି ମଲ୍ଲୀ। ତେବେ ପୁରୁଷ ମାନଙ୍କୁ କି ବିଶ୍ବାସ ? ଆଉ କାମବାଲୀ ଗୁଡାକ ଟଙ୍କା ପାଇଁ କିଛି କରିପାରନ୍ତି ଓ ପରେ ବଳତ୍କାର କେସ ଫାଇଲ କରି ବ୍ଲାକମେଲ କରୁଛନ୍ତି।

  ସମ୍ବିତ ଘରକୁ ପଶୁ ପଶୁ ରୁବି ପଚାରିଲା,

ଆଛା, ଆମ ଘରକୁ କିଏ ଆସିଥିଲା କି ?

- ନା, କେହି ତ ଆସି ନାହାନ୍ତି। କଣ ହେଲା କି ?

- ମୁଁ ନଥିଲା ବେଳେ କେହି ବି ଆସି ନାହାନ୍ତି ? ଭଲକରି ଚିନ୍ତାକରି କୁହ।

  ପରିବା ବ୍ୟାଗ ଟା ତଳେ ଥୋଇଦେଇ ରୁବି ମୁହଁକୁ ଟିକେ ଭଲ କରି ଅନେଇଲା ସମ୍ବିତ। ଟିକେ ଭାବି କହିଲା, "ଗ୍ୟାସବାଲା ଆସି ସିଲିଣ୍ଡର ଦେଇଥିଲା ଆଉ ଆକୁଆଗାର୍ଡ଼ ବାଲା ଆସିଥିଲା ଆନୁଆଲ ମେଣ୍ଟେନାନ୍ସ ପାଇଁ। ହଁ କାଲି ସନ୍ଧ୍ୟାରେ ଅନିକେତ ଆସିଥିଲା। ଦୁହେଁ ଏକାଠି ବିଅର ପିଇଥିଲୁ ଓ ଡିନର କରିଥିଲୁ।

- ଅନିକେତ ଆମ ବାଥରୁମ ଇଉଜ କରିଥିଲା କି ?

- ହ୍ବାଟ ରବିଶ

- ମଲ୍ଲୀ କାମ କରିବାକୁ ଆସିଲା ବେଳେ ତମେ ଘରେ ଥିଲ ? ବାଥରୁମ ସେ ବ୍ୟବହାର କରିଥିଲା କି ?

-ମଲ୍ଲୀ ତ ସକାଳେ କାମ ସାରି ଯାଇଥିଲା। ସନ୍ଧ୍ୟା ରେ ଆସିନଥିଲା। କଣ ହୋଇଛି ତୁମର ? ବାଥରୁମ କଥା ବାରମ୍ବାର

  ଦୁମ୍ ଦୁମ୍ ହୋଇ ଉଠିଯାଇ ରୁବି ସାବୁନ ଓ ସେ କେଶଟିକୁ ଦେଖାଇ କହିଲା,"ଏଇ ସାବୁନ ରେ ଲାଗିଥିଲା। ତୁମର କିମ୍ବା ଅନିକେତ ର ତ ହୋଇନଥିବ ତେବେ କାହାର ?

    ଟିକେ ଅପ୍ରସ୍ତୁତ ହୋଇଗଲା ସମ୍ବିତ ନିଜକୁ ସମ୍ଭାଳି ନେଇ କହିଲା,"ତୁମ ଚୁଟି ହୋଇଥିବ କିମ୍ବା ସାବୁନ ତଳେ ପଡି ତା ଦେହରେ ଏସବୁ ଲାଗିଥିବ ତମର ମନେ ନଠାଇପାରେ।"

- ମିଷ୍ଟର ସମ୍ବିତ ,ଏ ନୂଆ ସାବୁନ ମୁଁ ବ୍ୟବହାର କରିନି ସତକୁହ କେଉଁ ସ୍ତ୍ରୀ ଲୋକ ଆସିଥିଲା ଆମ ଘରକୁ ?

- କୁଲ ଡାଉନ ମୋତେ ବିଶ୍ବାସ କର । ଦେଖ ଏମିତି ଫାଲତୁ କଥା ରେ ଅବିଶ୍ବାସ କରି ଡିପ୍ରେସନ ବାହାରିଥିଲା ତୁମର। ମେଡିସିନ କଣ୍ଟିନିଉ କରୁନ। ଆଜି ଡକ୍ଟର ପାଖକୁ ଯିବା। ପୁଣି ବୋଧେ

   କଲିଙ୍କ ବେଲ ବାଜିଲା। ମଲ୍ଲୀକୁ ଦେଖି ରାଗିଗଲା ରୁବି।

- ତୋ ଫୋନ୍ ସୁଇଚ ଅଫ କାହିଁକି ? ମୁଁ ଆସିବି ବୋଲି ଜାଣିନୁ ?

 - ବାଲାନ୍ସ ନଥିଲା ପରା ଫୋନରେ। ଆଜି ଆଡ଼ଭାନ୍ସ ଦେବ। ମୋ ସ୍ୱାମୀ ଦିହ ଭଲ ହୋଇଗଲେ, ମୁଁ ସୀମାଞ୍ଚଳରେ ବାଳ ପକାଇବି ବୋଲି ମାନସିକ କରିଥିଲି। ମୋ ଭାଉଜ ଆସି ତମ ଘର କାମ କରିଦେବ।"

  ରୁବି ଅନାଉଥିଲେ ମଲ୍ଲୀକୁ। ସତରେ ସେ ନାଣ୍ଡି ହୋଇଯିବ ? ଘଞ୍ଚ କୁଞ୍ଚୁକୁଞ୍ଚିଆ କେଶ। ସାବୁନ ରେ ଲାଗିଥିବା କେଶ ମଲ୍ଲୀର ନୁହେଁ। ଯିଏ ଏ ସାବୁନ ଲଗାଇଛି ତାର ସବୁ ଚୁଟି ଉପୁଡ଼ିଯାଆନ୍ତା କି ?

 ମଲ୍ଲୀ ଆରପଟ ଘରେ ଚୁପ୍ କିନା ସମ୍ବିତଙ୍କୁ ପଚାରିଲା,"ମା ଙ୍କର କଣ ହୋଇଛି ?"

- ପୁରୁଣା ବେମାରୀ ବାହାରିଛି। ଆଜି ଡାକ୍ତର ପାଖକୁ ନେବାକୁ ପଡିବ। ଏଇ ରଖ ପାଞ୍ଚଶ ଟଙ୍କା ତୋ ପୂଜା ପାଇଁ। ମାଆକୁ କହିବୁନି।

- ମା,ଭାରି ଅବିଶ୍ବାସୀ। ତମଭଳି ଲୋକକୁ ସନ୍ଦେହ କରୁଛି।

   ଖରାବେଳେ ବାନ୍ଧବୀ ଚିରଶ୍ରୀ କୁ ଫୋନ୍ ଲଗାଇଲା। ତା କଥା ଶୁଣି ସେପଟୁ ଚିରଶ୍ରୀ କହୁଥିଲା,"ଏଣିକି ତୁ ହୁସିଆର ରହିବୁ। ୱାଚମ୍ୟାନ କୁ ପଚାର ତୋ ଫ୍ଲାଟକୁ କିଏ ଆସିଥିଲା ? ରେଜିଷ୍ଟର ଚେକ୍ କର। ସି ସି ଟିଭି ତୋ ଘରେ କିମ୍ବା ଆପାର୍ଟମେଣ୍ଟ ରେ ନାହିଁ ?"

- ନା,କ୍ୟାମେରା ନାହିଁ।

- ତେବେ ଏଇ ସି ସି ଟିଭି ବି ସବୁବେଳେ ଠିକ କରି କାମ କରେନା। ଆଉ ବେଳେବେଳେ ଲଗାଇଥିବା ଲୋକକୁ ହଇରାଣରେ ପକାଏ। ମିସେସ ଗନ୍ତାୟତ ତାଙ୍କ ସ୍ବାମୀଙ୍କୁ ଧରିବା ପାଇଁ କ୍ୟାମେରା ଲଗାଇଥିଲେ ; ହେଲେ ବିଚାରୀ ନିଜେ ଧରାପଡ଼ିଲା ନିଜ ଡ୍ରାଇଭର ସହ। ଅଫିସରେ କାହାସହିତ ଆଫେୟାର ନାହିଁ ତ ସମ୍ବିତ ର ?"

- ତାଙ୍କ ଅଫିସରେ କେହି ଲେଡିଜ ନାହାନ୍ତି।" 

-ତୋ ପଡିଶା ସ୍ତ୍ରୀ ଲୋକ ଗୁଡାକ କେମିତି? ମାନେ କେହି ଛମକଛଲୋ ?

- ଉପର ମହଲାରେ ଗୋଟେ କେରଳୀ ଥିଲା। ବନ୍ୟାରେ ତାଙ୍କ ଗାଁ ଭାସି ଯାଇଥିଲା ବୋଲି ସେ ଯାଇଛି। ଏଯାଏଁ ଫେରିନି। ପଡିଶା ଦୁଇଜଣ ବୁଢ଼ୀ; ଷାଠିଏ ରୁ ଅଧିକ ବୟସ। ଆଉ ସେମିତି କେହି....

- ସେ ଅନିକେତ କେମିତି ଲୋକ? ତା ଚୁଟି ଲମ୍ବା ନୁହେଁ ତ ? ସମ୍ବିତ ର ସେମିତି କିଛି ଅଭ୍ୟାସ ,ମାନେ ଗେ ଫେ....ଆଜିକାଲି କାହାକୁ ବିଶ୍ବାସ ?

  ରୁବି ମନେପକାଉଥିଲା ଅନିକେତକୁ। ଦାଢ଼ି ରଖିଥିବା ସେ କାଳିଆ,ମୋଟା ....ନା, ନା,ହୋଇନଥିବ।

- ଅନଲାଇନ ଫ୍ରେଣ୍ଡ ଚେକ୍ କର। ସମ୍ବିତ ର କଲ୍ ହିଷ୍ଟ୍ରି ଓ ଫେସବୁକ ଫ୍ରେଣ୍ଡ ସବୁ ଚେକ୍ କର। ନିଶ୍ଚେ କିଏ ଆସିଥିବ।

    ଅନ୍ୟ କିଛି କଥା ହୋଇ ସେ ଫୋନ୍ ରଖିଲା ରୁବି।

  ଗେଟ ପାଖରେ ଥିବା ୱାଚମ୍ୟାନ ଘରକୁ ଯାଇ ସବୁ ବୁଝିଲା ରୁବି।

-ମୁଁ ନଥିଲା ବେଳେ କେହି ଲେଡିଜ ଆମ ଘରକୁ ଆସିଥିଲା କି ?

-ମୁଁ ତ ଦେଖିନି। ସାରଙ୍କ ସହ ତ କେହି ସ୍ତ୍ରୀ ଲୋକ ଆସିନାହାନ୍ତି ମା। କେବଳ ସାରଙ୍କ ଗାଡ଼ିରେ ତାଙ୍କ ସାଙ୍ଗ କାଲି ରାତିରେ ଆସିଥଲେ।

- ଶୁଣ, ଆସନ୍ତା ଶନିବାର ଦିନ ମୁଁ ପୁଣି ସମ୍ବଲପୁର ଯିବି। ଏଇ ଶହେ ଟଙ୍କା ରଖ। ଭଲକରି ଆମ ଫ୍ଲାଟ ଉପରେ ନଜର ରଖିବୁ।

- ମା ଆମର ପୁରା ଲଷ୍ମୀ। "କୃତ୍ୟକୃତ୍ୟ ହୋଇଯାଉଥିଲା ୱାଚମ୍ୟାନ।

 ଭିଜିଟର ରେଜିଷ୍ଟର ଚେକ କରି ଫେରିଲା ବେଳକୁ ରୁବି ଭାବିଲା, ରାତିରେ ସମ୍ବିତ ର ଫୋନ୍ ନେଇ ଭଲ ଭାବେ ଚେକ୍ କରିବାକୁ ପଡିବ।

   ରୁବି ଚାଲିଗଲା ପରେ ୱାଚମ୍ୟାନ କହୁଥିଲା,"ସମ୍ବିତ ସାର୍ ଠିକ୍ କହୁଥିଲେ,ମାଙ୍କ ର ମୁଣ୍ଡ ବେମାରୀ ବାହାରିଛ। ବିଚରା ବାବୁ,କେତେ ଅସୁବିଧାରେ ଜୀବନ କାଟୁଛନ୍ତି ?"

    ରାତିରେ ସମ୍ବିତ ଆପାର୍ଟମେଣ୍ଟ ରେ ଗାଡ଼ି ପାର୍କିଂଗ କରି ବାହାରିଲା ବେଳେ ସମ୍ବିତ କାନରେ ବାଜିଲା ସେଇ ସୁନ୍ଦର ସ୍ବର ;ଶାଢ଼ୀ ଟା ଟିକେ ମୁଣ୍ଡ ଉପରକୁ ଟାଣି ଆଣି ସେ କହିଲା, " ମା'ଙ୍କର ଏଥର କେମିତି ଟିକେ ସନ୍ଦେହ ହୋଇଛି। ଶହେ ଟଙ୍କା ଆମ ଘରେ ଦେଇ କହିଛନ୍ତି , ସେ ନଥିଲାବେଳେ ଘରକୁ କିଏ କିଏ ଆସୁଛନ୍ତି ତାଙ୍କୁ ଜଣାଇବା ପାଇଁ। ଆସନ୍ତା ଶନିବାର ସେ ପୁଣି ବାପଘର ଯାଉଛନ୍ତି।"

- ଏଇ ପ୍ୟାକେଟରେ ସେଇ ବାସ୍ନା ସାବୁନ ଅଛି। ଆମ ବାଥରୁମରେ ତୁ ଆଉ ଗାଧେଇବୁନି। ତୋ ଚୁଟି ସାବୁନରେ ଲାଗିଥିଲା ବୋଲି ଏତେ ସବୁ ନାଟ।"ମୁରୁକି ହସି କହୁଥିଲେ ସମ୍ବିତ।



Rate this content
Log in

More oriya story from Aravinda Das

Similar oriya story from Abstract