STORYMIRROR

Sunanda Mohanty

Abstract

3  

Sunanda Mohanty

Abstract

ମାଆ

ମାଆ

1 min
206

 ଦ୍ୱିତୀୟ ସନ୍ତାନଟିଏ ହେବାକୁ ଇଚ୍ଛା ନଥାଇ ବି ହେଇଗଲା । ସେ ପୁଣି ପୁଅ ଟିଏ। ଜେଜେମା କେତେ ଦିଅଁ ଦେଵତା ପୂଜା କରିବା ସହ ବୁଣୁଥିଲେ ଟିକି ପୁଅ ପାଇଁ ସ୍ୱେଟର, ଟୋପି, ମୋଜା, ଆଉ ଅପେକ୍ଷା କରିଥିଲେ କୁନି ପୁଅର ଜନ୍ମଦିନକୁ। ଠିକ ଶୀତ ଦିନ ରେ ପଡୁଛି କୁନି ପୁଅର ଜନ୍ମଦିନ, ତ ନିଜ ହାତ ବୁଣା ଟୋପି, ଜୋତା, ମୋଜା, ସ୍ୱେଟର,ପିନ୍ଧେଇବା ପାଇଁ ଅପେକ୍ଷା କରି ରହିଥାନ୍ତି ମାଆ।

ନିର୍ଦ୍ଦିଷ୍ଟ ଦିନ ଆସିଗଲା। କୁନି ପୁଅ କିନ୍ତୁ କାହା ହାତବୁଣା ଶୀତ ପୋଷାକ ପିନ୍ଧିବ? କାରଣ ତା ଦୁଇ ପିଉସୀ ଅପା ମାଇଁ ଏମିତିକି ଆଇ ମଧ୍ୟ ନିଜ ହାତ ବୁଣା ଶୀତ ପୋଷାକ ନେଇ ଆସିଥିଲେ କୁନି ପୁଅ ପାଇଁ, ଆଉ ସମସ୍ତେ ମଧ୍ୟ ଚାହୁଁଥିଲେ ତାଙ୍କ ନିଜ ନିଜର ହାତ ବୁଣା ଶୀତ ଡ୍ରେସ କୁନି ପୁଅ ତା ଜନ୍ମ ଦିନରେ ପିନ୍ଧିବ, କାରଣ ମାସ ଟା ମଧ୍ୟ ଥିଲା ଜାନୁୟାରୀ l


କୁନି ପୁଅର ମାଆ, ଅର୍ଥାତ ଘରର ବୋହୁ ଥିଲା ବୁଦ୍ଧିମତୀ। ସେ ପ୍ରଥମେ ବଡ ରୁ ସାନ କ୍ରମାନ୍ୱୟରେ, ସେମାନେ ବୁଣି ଥିବା ହାତ ତିଆରି ଶୀତ ପୋଷାକ କୁନି ପୁଅକୁ ଥର ପିନ୍ଧାଇ ସମସ୍ତଙ୍କୁ ଖୁସି ହେବା ଦେଖିଥିଲା। ଆଉ କୁନି ପୁଅ ବି ସେଦିନ ପ୍ରଥମ କରି ଡାକୁଥିଲା ମାଆ, ତ ସମସ୍ତଙ୍କ ସହ ବେଶୀ ଖୁସି ହୋଇଥିଲେ ଜେଜେମା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract