Sunanda Mohanty

Abstract Tragedy

2  

Sunanda Mohanty

Abstract Tragedy

ଲୁହ ନଈ ର କୂଳେ

ଲୁହ ନଈ ର କୂଳେ

3 mins
159


ଆଖିରୁ ଶୁଖୁନି ଲୁହ,ଓଢଣା ଭିତରୁ ବି ଦିଶୁନି ତାଙ୍କ ମୁଁହ, ଖିଆ ନାହିଁ ପିଆ ନାହିଁ, ଠାକୁର ପୂଜା ନାହିଁ କିନ୍ତୁ ଅନବରତ ସେଇ ଠାକୁର ଘରେ ପଡିଛନ୍ତି, ବହୁ କଷ୍ଟରେ କେବେ tv ପାଖେ ବସିଲେ ଆଖିଲୁହରେ ବତୁରିଥିବା ମୁଁହ କୋଉ ଟିଭି ଦେଖିପାରିବ, ନା କୋଉ ଆଗ୍ରହ ଅଛି କୋଉଥିରେ, ପୁଣି ଯାଇ ଠାକୁର ଘରେ ପଡି ଭୋ ଭୋ କାନ୍ଦନ୍ତି, ନା ରୋଷେଇ ନା ଘର କାମ କିଛି ନା ଭାଇନା ଙ୍କ କଥା ବୁଝନ୍ତି କିଛି, ଆଉ ଭାଇନା ବି ସ୍ଥାଣୁ, ଏ ଘଟଣା କୁ ଆଜକୁ ଏକ ମାସ ବିତିଗଲାଣି ହେଲେ ସୁଧୁରୁନି ଭାଉଜଙ୍କ ଅବସ୍ଥା, ବୋହୂଟା କେତେ ନେଇ ଆଣି ଥୋଇବ ପୁଣି କୋଳରେ ଛୋଟ ପିଲାଟା, ତା ଆଡକୁ ଥରେ ଅନାଅ ଭାଉଜ, ତୁମ ନାତି ଭିତରେ ପା ତୁମ ପୁଅ ଟୁବା, ଦେଖୁନ, ଠିକ ତାଆରିପରି, ହେଲେ କିଛି ଶୁଣିବାକୁ ବୁଝିବାକୁ କହିବାକୁ କ୍ଷମତା ହରେଇ ସାରିଥିବା ଭାଉଜ କିନ୍ତୁ ସେଦିନ ନଣନ୍ଦ କୁନୀଙ୍କ ବିଶେଷ ଆକୁଳ ଅନୁରୋଧରେ ଟିଭି ପାଖେ କିଛି ସମୟ ବସିଲେ ଆଉ ବିଶ୍ଵବ୍ୟାପୀ ମହାମାରୀ କରୋନା ର ଭୟାଭୟତା ବିଷୟ ରେ ଶୁଣିଲେ, ଆଉ ହଠାତ ହସିଉଥିଲେ, କହିଲେ, ଧ୍ବଂସ ୱେଇଯାଉ ପୃଥିବୀ, ମରିଯାଆନ୍ତୁ ସମେସ୍ତେ, ମହାମାରୀ ଆସୁ ଭଲ, ମୋ ଟୁବା କୁ ଅକାଳ ରେ ନେଇଗଲ ପ୍ରଭୁ, କଣ ତାର ଭୁଲ, କି ଦୋଷ ମୁଁ କରିଥିଲି, ଧ୍ବଂସ ହେଇଯାଉ ସବୁ, ଧ୍ବଂସ ହେଇଯାଉ ତୁମ ସୃଷ୍ଟି, ଧ୍ବଂସ ହେଇଯାଉ ତୁମ ଅନ୍ୟାୟ ର ପରାକାଷ୍ଠା, କୁନୀ ବୁଝେଇ ବୁଝେଇ ଥକି ଗଲେଣି ହେଲେ ଭାଉଜଙ୍କର ଏକାଯିଦ ସେ ଏମିତି ହିଁ ପାଣି ଢାଳି ହୋଇ ହୋଇ ଜ୍ୱର କାଶ ଥଣ୍ଡା କୁ ନିମନ୍ତ୍ରଣ କରି ଆଣିବେ ତାଙ୍କ ଶରୀରକୁ, ହେଇଯାଉ ଆଗ ତାଙ୍କୁ କରୋନା, ତାପରେ ଧ୍ବଂସ ହେଇଯାଉ ତାଙ୍କ ସଂସାର, କିଲାଭ ଆଉ ବଞ୍ଚି ରହି ଏ ଦୁନିଆରେ. 

       ସତରେ ଭାଉଜଙ୍କୁ ଜ୍ୱର, କାଶ, ନାକରୁ ପାଣି ଗଳୁଛି, ଭାଇନାଙ୍କ ସହ କୁନୀ ଭାଉଜଙ୍କୁ ନେଇ ହସ୍ପିଟାଲ ଗଲେ ଡ଼କ୍ଟର ବହୁ ବୁଝେଇଲେ, କିଛିଦିନ ପରେ ଭାଉଜଙ୍କ ବ୍ଳଡ଼ ରିପୋର୍ଟ ବି ଆସିଗଲା କରୋନା ନେଗେଟିଭ, କିନ୍ତୁ କୁନୀ ବୁଦ୍ଧି ଖର୍ଚ୍ଚ କରି ଭୁଲ କହିଲେ ଭାଉଜଙ୍କୁ ପଜେଟିଭ ବାହାରିଛି, ତମେ ଏଵେ ପରିବାର ର ଯାହାକୁ ଛୁଇଁବ ସେ ଆକ୍ରାନ୍ତ ହେଇ ମୃତ୍ୟୁ ମୁଖରେ ପଡିବ. କଥା ମାନିଲାନି, ସତର୍କ ହେଲାନି ଏଵେ ତମେହିଁ ଭାଇନା ଓ ନାତିର ମୃତ୍ୟୁ ର କାରଣ ହେବ, ଟିକେ ପ୍ରକ୍ରୁସ୍ଥିତ ହେଲେବି ସେମିତି ପ୍ରଳାପ କରୁଥିଲେ ହଁ ହଁ ଭଲ ହେବ ମୁଁ ମୋ ପୁଅ ପାଖକୁ ଫେରିଯିବି, ପୁଣି ବୁଝାଉଥିଲେ କୁନୀ, ତମେ ଫେରିଯାଅ, ହେଲେ ଭାଇନା, ଓ ନାତିକୁ ନେଇ ଫେରିଯିବାର ଅଧିକାର ତମକୁ କିଏ ଦେଲା, ଥମି ଗଲେ ଭାଉଜ. 

     ସାହାସ ଯୁଟାଇ ବୁଝେଇ ଚାଲିଥାନ୍ତି କୁନୀ, ମାନୁଛି ଭାଉଜ ଟୁବା ର ଅକାଳ ବିୟୋଗ ତମକୁ ପାଗଳୀ କରିଛି, ହେଲେ ଭାବିଲ ସବୁ ମାଙ୍କ ପାଇଁ ତାଙ୍କ ପିଲା ବଡ଼ ନା ନାହିଁ, ସେ ଠିକ କରୁ ବା ଭୁଲ, ତମ ପୁଅ ଚାଲିଯାଇଛି ସତ, ହେଲେ ଛାଡ଼ିଯାଇଛି ତା ପ୍ରତିଛବି, ବୋହୁ ମୁଁହ କୁ ଟିକେ ଚାଁହ,ଭାଇନା ଙ୍କ ଭଲମନ୍ଦ ବୁଝ ନହେଲେ ଭାଇନାଙ୍କୁ ହରେଇ ପୁତ୍ର ଶୋକ କମିବ ନା ବଢିବ, କରୋନା ଆକ୍ରାନ୍ତ କରି ତୁମେ କେବଳ ତୁମ ପରିବାର ର ମୃତ୍ୟୁ କୁ ଡାକିଆଣିବନି ଯେ ସମଗ୍ର ରାଜ୍ୟ, ଦେଶ ର ପୁଅ ମାନଙ୍କ ମୃତ୍ୟୁ ର କାରଣ ହେବ. ଝଡ ଆସି ଚାଲିଗଲା ପରେ ପ୍ରକୃତି ଯେମିତି ଦିଶେ, ସେମିତି ଦିଶୁଥିଲେ ଭାଉଜ, ନାତିଟି ଗୁରୁଣ୍ଡି ଗୁରୁଣ୍ଡି ମାଡିଆସୁଥିଲା ଜେଜେମା ପାଖକୁ ତ ଚିତ୍କାର କଲେ ଭାଉଜ, ତାକୁ ନେଇଯାଅ କୁନୀ, ମୋ ସଂସ୍ପର୍ଶ ରେ ଆସିବାକୁ ଦିଅନି, ସେ ଭଲରେ ଥାଉ, ତାକୁ ଭଗବାନ କୋଟି ପରମାୟୁ ଦିଅନ୍ତୁ, ମୋପ୍ରତି ଯୋଉ ଅନ୍ୟାୟ କରିଛ ପ୍ରଭୁ ମୋ ବୋହୂ ପ୍ରତି ସେ ଅନ୍ୟାୟ କରନି ପ୍ରଭୁ, ତମେ ବି ମତେ ସ୍ପର୍ଶ କରନି କୁନୀ, ତମେ କେବଳ ତୁମ ଭାଇନା ଙ୍କ କଥା ବୁଝ. 

    କଇଁ କଇଁ ହୋଇ କାନ୍ଦି ଉଠିଲେ କୁନୀ, ସତରେ,ରୋଜଗାରିଆ ଯୁବକ ପୁଅର ମୃତ୍ୟୁ ରେ କୋଉ ମାଆ ଭାରସ୍ୟାମ ରଖିପାରିବ, ଲୁହ ଛଳ ଛଳ ଆଖିରେ କିନ୍ତୁ ପରିତୃପ୍ତି ରେ ଭାଉଜଙ୍କ ନିର୍ଲିପ୍ତ ମୁଁହ କୁ ଚାହିଁଲେ କୁନୀ, ଆଉ ଭାଉଜ ଅନୁନୟ କରୁଥିଲେ ମୃତ ପୁତ୍ରର ଫୋଟଟି ମତେ ବାରିଘରେ ଦେଇ ତମେ ତୁମ ସଂସାର କୁ ଫେରିଯାଅ କୁନୀ, ମୁଁ ମାରିବା ପର୍ଯ୍ୟନ୍ତ ଏଇ ଘରେ ମୋ ପୁଅକୁ ଦେଖି ପୁଣି ତା ପାଖକୁ ଫେରିଯିବି, ଭାଉଜଙ୍କୁ କୁଣ୍ଢେଇ କୁନୀ କହୁଥିଲେ ତୁମର କିଛି ହେଇନି ଭାଉଜ, ତୁମେ କରୋନା ଆକ୍ରାନ୍ତ ନୁଁହ, ତୁମେ ଠିକ ରହିଲେ ତୁମ ସଂସାର ଠିକ ରହିବ, କାଲିକି କାଲି ତୁମ ଟୁବା ତୁମ ପାଖକୁ, ଫେରି ଆସିବ, ଏଇ ଦେଖୁନ ପିଲାଟା କେମିତି ତମରି ପଣତ ସାହାରା ଖୋଜୁଛି, ନାତିକୁ କୋଳକୁ ନେଇ ସେମିତି କାନ୍ଦୁଥିଲେ ଭାଉଜ, କୁନୀ ଫେରୁଥିଲେ ତାଙ୍କ ସଂସାର କୁ ତଥାପି ଭାଉଜ ପଚାରିଥିଲେ ନିର୍ଭୟାଦୋଷୀ ମାନେ ଫାସୀ ପାଇଲେ ତାଙ୍କ ମାଆ ମାନେ ବୁଝିଯାଇଥିବେ, ଯେ ପୁଅ ମାନେ ଦୋଷ କରିଥିଲେ, ହେଲେ ମୋ ପୁଅ ର ଏମିତି ଅକାଳ ମୃତ୍ୟୁ କଣ ପାଇଁ କୁନୀ, ମୁଁ କେମିତି ବୁଝିଯିବି, କୁନୀ ଙ୍କ ପାଟିରେ ଭାଷା ନଥିଲା, ସେ କେବଳ କହୁଥିଲେ ଶହଶହ ପୁତ୍ର ଙ୍କୁ ରକ୍ଷା କରିବାକୁ ତମେ କେବଳ କରୋନା ର ମୁକାବିଲା କର ଭାଉଜ, ତମେ ହିଁ ବୁଝିପାରିବ, ତମେ ଜଗତର ମାଆ ହେଇଯାଅ ଭାଉଜ, କୁନୀ ଫେରିଥିଲେ, ଆଉ ପଛରୁ ଭାଉଜ ନାତିକୁ କୋଳକୁ ନେଇ ଭୋ ଭୋ କାନ୍ଦୁଥିଲେ ଆଉ ଡେଟଲ ଆଣି ପିଲାଟିର, ହାତ ପରିଷ୍କାର କରୁଥିଲେ, ଦୀର୍ଘନିଶ୍ୱାସ ଭିତରେ ଆଶ୍ୱାସନା ର ଗନ୍ଧରେ କୁନୀ ଫେରିଥିଲେ., ଲୁହ ନଈର କୂଳେ "


Rate this content
Log in

Similar oriya story from Abstract