Sonali Swain

Drama Inspirational

3  

Sonali Swain

Drama Inspirational

ଲଣ୍ଠନ

ଲଣ୍ଠନ

7 mins
282



ସେଦିନ ଇଏ ଘର ଭିତରକୁ ପସୁ ପସୁ ଚିତ୍କାର କରି ଉଠିଲେ, "ଅଫିସରେ କାହାର କେତେ ଟେନସନ, ଘର ଭିତରକୁ ପସୁ ପସୁ କଣ ପାଇଁ ସାମ୍ନାରେ ଡ୍ରଇଂ ରୁମ ରେ ଝୁଲାଇ ରଖିଛ ଏଇ ଅଧା ଭଙ୍ଗା ଲଣ୍ଠନ, ଘର କୋଣ ରେ କି ଡଷ୍ଟବିନ ପାଖରେ ଭଙ୍ଗା ଲଣ୍ଠନ ଟା ରଖିଲେ ହେବନି ଯ ସାମ୍ନାରେ ରଖିବା କଣ 

ଦରକାର? " ଓଃ ବେଳେବେଳେ ୟାଙ୍କ ଚିତ୍କାର ବି ଅସହାୟ ଲାଗେ କେମିତି ଯେ ବୁଝାଇଥାନ୍ତି ଏଇ ଲଣ୍ଠନରେ ମୁଁ ପ୍ରତିଦିନ ଗୋଟେ ହସ କୁ ଭେଟେ ବୋଲି ।. 


ୟାଙ୍କୁ ବୁଝାଇବା ପୂର୍ବରୁ ମନେ ପଡି ଯାଉଥିଲା ମିସେସ ଦାସ ଙ୍କ କଥା, ସନ୍ଧ୍ୟାବେଳେ ନିଜ ନିସଙ୍ଗତ ଜୀବନ ରେ ଟିକେ କୋଳାହଳ ର ସ୍ପର୍ଶ ଦେବା ପାଇଁ ସବୁଦିନେ ସନ୍ଧ୍ୟା ପରେ ଟିକେ ମନଭରି ଗପିବା ପାଇଁ ଚାଲି ଆସନ୍ତି ମୋ ପାଖକୁ, ସେ ବହୁତ ପଇସା ଵାଲା ହେଲେ ବି ଏଇ ବୃଦ୍ଧ କାଳେ ପିଲାମାନେ ନିଜ ସଂସାର କୁ ନେଇ ଇଣ୍ଡିଆ ବାହାରେ ସେଟଲ ବୋଲି ବହୁତ ମନ ଦୁଃଖ କରନ୍ତି, ନିଜ ପିଲା ବେଳ କଥା ଗପି ନିଜେ ଢେର ହସନ୍ତି, ଆଉ ମୋତେ ବି ତାଙ୍କ ଗପ ରେ ମଜିଯିବାକୁ ଖୁବ ଭଲ ଲାଗେ, କିନ୍ତୁ ତାଙ୍କ ଗପ ସରିବା ପରେ ସବୁଦିନ କଥା ଛଳେ ରେ କହିଦେଇ ଯାନ୍ତି କି ମୋତେ "ଆପଣ ଡ୍ରଇଂ ରୁମ ରେ ଏଇ ଭଙ୍ଗା ଲଣ୍ଠନ କଣ ପାଇଁ ରଖିଛନ୍ତି ଯେ, ଆପଣ କଣ ଯାଣନ୍ତିନି ଘରୁ କୌଣସି ଏକ ଶୁଭ କାମକୁ ବାହାରିବା ପୂର୍ବରୁ ଭଙ୍ଗା କାଚ କିମ୍ବା କୌଣସି ଭଙ୍ଗା ଜିନିଷ ଚାହିଁ କି ଯିବା ଅଶୁଭ ହେଇଥାଏ "ମୋତେ ଠିକ ଲାଗେ କଥା ଟି, ହେଲେ କୌଣସି ଦିନ କିଛି ବି ପ୍ରଭାବ ପକାଇ ପାରେ ନାହିଁ ମୋ ଉପରେ ମିସେସ ଦାସଙ୍କ ଉକ୍ତିଟି । ଏବେ ଧୀରେ ଧୀରେ ମିସେସ ଦାସ ମୋତେ ଏଇ ଭଙ୍ଗା ଲଣ୍ଠନ ବିଷୟରେ କହିବା ଓ ପଚାରିବା ଛାଡି ଦେଲେଣି ଯେ କିନ୍ତୁ ମୋ ପିଲାମାନେ କୋଉ ଛାଡ଼ନ୍ତି ଯେ ମୋତେ, ବଡ ସହରର ଇଂରାଜୀ ମିଡ଼ିଅମ ରେ ପଢ଼ୁଥିବା ପିଲାମାନେ ଏଇ ଲଣ୍ଠନ କୁ ଚି଼ହ୍ନନ୍ତି ନାହିଁ, ପ୍ରତି ଦିନ ଲଣ୍ଠନ ଆଡକୁ ହାତ ବାଡେଇ କୁହନ୍ତି ମାମା ୱ।ଟ୍ ଇଜ ଦିସ?ଅଧିକ କିଛି କହିଲେ ବୁଝିପାରିବେନି ବାସ ଏତିକି ହିଁ ଉତ୍ତର ରଖେ "ତମ ବେଳେ ଚାର୍ଜର ଲାଇଟ ଯାହା ଆମ ପିଲା ବେଳେ ଲଣ୍ଠନ ସେମିତି ଥିଲା" ସେମାନେ ଏଁ କରି ମୋ ମୁହଁ କୁ ଚାହାଁନ୍ତି ମୋ କଥା କୁ ବିଶ୍ୱାସ କରନ୍ତି କି ନା ଜାଣେନି କିନ୍ତୁ ଆଜିକା ଜମାନା ର ଚାର୍ଜ ଲାଇଟ ଆଉ ଏଲଇଡି ବଲବ ସହ ତୁଳନା କରି ନେଇ ସେମାନେ ଲଣ୍ଠନ ଦେହେ ରେ ଖୋଜି ନିଅନ୍ତି କୋଉଠି ଅଛି ଏଲଇଡି ବଲବ , ସୁଇଚ, ଆଉ ଚାର୍ଜର ପ୍ଲାଗ ।


ୟାଙ୍କ ଚିତ୍କାର ଆଜି କମିବାର ନା ନେଉନଥିଲା ଓଲଟା ବଢ଼ି ଚାଲିଥିଲା, ମୁଁ ଜୁସ ଟିକେ ନେଇ ଡ୍ରେସ ବଦଳାଅ କହିଲାରୁ ଆହୁରି ରାଗିଗଲେ,ମୋ ଉପରକୁ ଫ ଫ ହେଇ କହିଲେ କାଇଁ ଏଇଟା କୁ ଏଠି ରଖିଛ, କେତେ ଆଉ ଗାଳି କରିବି ଯେ, କେତେ ଥର ମନା କରିବି । ମୋ ଆଖିରେ ଆଜି ପ୍ରଥମ ଥର ଲଣ୍ଠନ ପାଇଁ ଲୁହ ଆସି ଯାଉଥିଲା ଆଉ ତାଙ୍କୁ ବୁଝାଇବାକୁ ଯାଇ କହିଲି ଜାଣିଛ ତମେ ଯାହା କୁ ଭଙ୍ଗା ଲଣ୍ଠନ ବୋଲି କହୁନ ସେଇ ଲଣ୍ଠନ ଦିନେ ମୋ ଜେଜେମା ର ଭାରି ପ୍ରିୟ ଥିଲା, ସେ ତ ଯାଇ ଆରପୁରେ ରହିଲାଣି ହେଲେ ମୁଁ ଏଇ ଲଣ୍ଠନ ରେ ତାକୁ ନୀତି ଭେଟେ । ତା ପାକୁଆ ପାଟି ର ହସ ସହ ମୁଁ ତାଳ ମିଳାଇ ହସେ, ଏଇଥିରେ ଯୋଡି ହେଇ ରହିଛି ମୋ ପିଲାଦିନ ର କେତେ ସ୍ମୃତି ଆଉ ଅନୁଭୂତି । ବାପା କୁହନ୍ତି ଜେଜେମା ଯେବେ ବୋହୂ ହେଇ ଆସିଥିଲା ତା ବାପା ତାକୁ ବହୁତ ସୁନା ଗହଣା ଦେଇଥିଲେ ଆଉ ତା ସହ ଏଇ ଲଣ୍ଠନ ଟା ବି କୁଆଡେ ଯୌତୁକ ରେ ଦେଇଥିଲେ ।ଜେଜେମା କୁଆଡେ ତା ପିଲା ମାନଙ୍କ ଠୁ ବି ଅଧିକ ଏଇ ଲଣ୍ଠନ କୁ ଭଲ ପାଉଥିଲା ଆଉ ତାର ଏଇ ଲଣ୍ଠନ ଭାରି ପ୍ରିୟ ଥିଲା ।. ମୁଁ ଯେବେ ଜନ୍ମ ହେଲି ଜେଜେମା ସହ ଲଣ୍ଠନ ବି କାଳେ ମୋର ପ୍ରିୟ ହେଇଗଲା । ବୋଉ କହୁଥିଲା ପିଲାଦିନେ ମୁଁ ଦୁଇ ଓଳି ଚାହାଳି ଯାଏ, ସନ୍ଧ୍ୟା ବେଳେ ପାଠପଢିବାକୁ ଗଲେ ଜେଜେମା ସହ ଲଣ୍ଠନ ଟା ସାଙ୍ଗରେ ନେଇ ଯାଏ, ସେତେବେଳେ ତ ଆଉ ଏବେ କା ଭଳି ଚାର୍ଜ ଲାଇଟ ନଥିଲା ମୁଁ ଚାହାଳି ଯିବା ପୂର୍ବରୁ ଜେଜେମା ପାଉଁଶ ପକାଇ କାଚ କୁ ଭଲ ଭାବେ ମାଜେ ଆଉ କିରୋସିନ ତେଲ ଭରି ବଳିତା ଟିକେ ତେଜି ଦେଇ ମୋତେ ସନ୍ଧ୍ୟା ବେଳେ ଚାହାଳି ରେ ଛାଡିବାକୁ ଆସେ, ମୁଁ ଆସିବା ଯାଏ ସେ ଘର ପାଖ ଭାଗବତ ଟୁଙ୍ଗି ରେ ବସି ଭାଗବତ ପଡେ ମୋ ପଢା ସରିଲେ ମୁଁ ପୁଣି ଆଇ ମା ସହ ଲଣ୍ଠନ ଧରି ଘରକୁ ଆସେ, କୋଉଦିନ ବର୍ଷା ପବନ ଆସିଲେ ଲଣ୍ଠନ ଲିଭିଯାଏ ଅଧା ବାଟରେ, ସେଇ ବାଟରେ ପଡେ ରେବ ମାଉସୀ ଘର ତାଙ୍କରି ଘରେ ଲଣ୍ଠନ ଲଗାଇ ଆମେ ଟିକେ ବସି ଗପୁ ଆଉ ବର୍ଷା ଛାଡିଲେ ଘରକୁ ଆସୁ, ବାପା ବୋଉ ଅନେଇ ବସିଥାନ୍ତି ମୁଁ ଯାଉ ଯାଉ ବୋଉ ମୋ ମୁଣ୍ଡ ପୋଛିଦିଏ ବାପା ଜେଜେମା କୁ ନେଇ ନାଲିଚା ଟିକେ ପିଇବାକୁ ଦିଅନ୍ତି ।. 


ମୁଁ କୁଆଡେ ଦିନେ କୁନି ଟେ ଥିଲା ବେଳେ ବୋଉ ଆଉ ଜେଜେମା ର ଆମ ମାଟି ପିଣ୍ଡା ରେ ବସି ଗପୁଥିଲେ ଆଉ ବୋଉ ଲଣ୍ଠନ ପୋଛୁଥିଲା ମୁଁ ଆଣ୍ଠେଇ ଆଣ୍ଠେଇ ଆସି କାଳେ କାଚ କୁ ପେଲି ଦେଲି ଯେ କାଚ ତଳେ ପଡି ଦୁଇ ଫାଳ ହେଇଗଲା, ସେଇ ଥର କୁଆଡେ ଜେଜେମା ଆଉ ବୋଉ ର ପ୍ରଥମ ଆଉ ଶେଷ କଜିଆ ଥିଲା । ବୋଉ ରାଗି କି ଦୁଇ ଦିନ ଉପାସ ରହିଲା ଜେଜେ ହାଟ ରୁ ନୂଆ ଲଣ୍ଠନ କାଚ ଆଣି ଜେଜେମା କୁ ଦେବାରୁ ତା ରାଗ ଶାନ୍ତି ହେଲା ପୁଣି ଶେଷରେ ରାଣ ନିଅମ ପକାଇ ବୋଉ କୁ ବୁଝାଇ ସୁଝାଇ ଖୁଆଇଲା । 


ସେ ମୋ ମୁହଁ କୁ ଏକା ଲୟ ରେ ଚାହିଁଥିଲେ ବୋଧେ ହୁଏ ବାବୁ ଙ୍କର ରାଗ ଟିକେ ଶାନ୍ତ ପଡିଯାଇଥିଲା ହେଲେ ମୋ କଥା ସରିନଥିଲା, ଏଇ ଲଣ୍ଠନ ସହ ଜଡିତ ମୁଁ ମୋର ସବୁ ଅତୀତ ପୁଣି ଥରେ ଶୁଣେଇବାକୁ ଆରମ୍ଭ କଲି, ସେ ଏବେ ବି ମୋତେ ସେମିତି ଚାହିଁ ରହିଥିଲେ 


ଆଉ ଗୋଟେ କଥା ଜାଣିଛ ଏଇ ଲଣ୍ଠନ ପାଇଁ ମୋ ବାପା ବୋଉ ଙ୍କ ଭିତରେ ବି ପ୍ରଥମ ଥର ଜୋରଦାର ଝଗଡା ହେଇଥିଲା, ସେତେବେଳେ ଟିକେ ମୋର ହେତୁ ପାଇଯାଇଥିଲା ସତ, ଝଗଡା ର କାରଣ ସିନା ଲଣ୍ଠନ ମୁଣ୍ଡରେ ରହିଲା ହେଲେ ପ୍ରକୁତ ଦୋଷୀ ମୁଁ ଥିଲି, ଦିନେ ଆଇ ମୋ ବଡ ପୀଇୟୁସି ଘରକୁ ଯାଇଥାଏ ବୋଉ ଘର କାମରେ ବ୍ୟସ୍ତ ଥିଲା ଯାଇ ସଞ୍ଜ ଦେଉଥାଏ, ମୋର ତ ପାଠ ପଢ଼ିବା ସମୟ ହେଇ ଯାଉଥିଲା ମୁଁ ତରବର ରେ ବୋଉ କୁ ନ ଜଣାଇ ନିଜେ ଆଣି ଲଣ୍ଠନ ପୋଛିବାକୁ ବସିଗଲି, ହେଲେ କଅଁଳିଆ ହାତ ଟା ଲଣ୍ଠନ କାଚରେ କଟି ଅଧେ ଲିଟର ରକ୍ତ ନିଗଡୀ ଗଲା ବୋଉ ସନ୍ଧ୍ୟା ଅଧା ରୁ ଆସି ମୋ ହାତ ରେ ଧଳା କପଡା ଖଣ୍ଡେ ଗୁରଇ ଦେଲା ହେଲେ ସେ କୋଉ ସମ୍ଭାଳେ ରକ୍ତ କମିବାର ନା ବି ନେଉ ନଥିଲା ବାପା ବ୍ୟସ୍ତ ହେଇ ମୋତେ ତାଙ୍କ କାନ୍ଧ ରେ ବସାଇ ନଇ ପାରି ହେଇ ଡାକ୍ତର ଖାନା ନେଇଗଲେ,ଡାକ୍ତର ଙ୍କୁ ଦେଖାଇ ମୁଁ ସେଠି ବାଣ୍ଡେଯେ କରି ଆସିଲି,ମୋ ରକ୍ତ ବୋହିବା କମିଗଲା ସିନା ହେଲେ ବାପା ଙ୍କ ରାଗ ଶାନ୍ତ ପଡି ନଥିଲା ବୋଉ ଉପରକୁ ଜୀବନ ରେ କେବେ ବି ହାତ ଉଠାଇ ନଥିବା ମୋ ବାପା ସେଦିନ ପ୍ରଥମ ଥର ବୋଉକୁ ଗୋଟେ ବ୍ରହ୍ମ ଚାପୁଡ଼ା ଟେ ଦେଇଥିଲେ, ଏବେ ବି ଭାସି ଆସୁଛି ସେ ଦୃଶ୍ୟ ବୋଉ ମୋର କାନ୍ଦି କାନ୍ଦି ମାମୁଁ ଘରକୁ ଚାଲିଗଲା, ବାପା ଖାଇଲେନି ରାଗି କି, ନିଜ ହାତ କୁ କାନ୍ଥ ରେ ଦଶ ଥର ପିଟିଛନ୍ତି ବୋଉ ଉପରକୁ ହାତ ଉଠାଇଲେ ବୋଲି ମୁଁ ସେଇଦିନ ଶପଥ କରିଥିଲି ଆଉ ବୋଉ ର ମୁଣ୍ଡ ବି ଛୁଇଁଥିଲି ଯେତେ ଯାହା ବି ହେଇ ଯାଉ ମୁଁ ଆଉ କେବେ ସେ ଲଣ୍ଠନ ର କାଚ ଖୋଲିବିନି କି ପୋଛିବିନି, ସେଥିପାଇଁ ତ ତମ ଆଗରେ ଯୋଉ ଲଣ୍ଠନ ରେ ମେଞ୍ଚା ମେଞ୍ଚା କଳା ଦେଖୁଛ ମୁଁ ତାକୁ ପୋଛି ପାରୁନି କି ଖୋଲି ସଫା ଟିକେ ବି କରି ପାରୁନି, ବୋଉ ରାଗି କି ମାମୁଁ ଘରେ ମାସେ ରହିଥିଲା ଜେଜେମା ଆସିଲା ପରେ ବାପା ଙ୍କୁ ବୁଝାଇ ସୁଝାଇ ମାମୁଁଘର ପଠାଇଲା ମାମୁଁ ଟ୍ରେଏକର ଭଡା କରି ଆଣି ଆମ ଘରେ ମୋ ବୋଉ କୁ ଛାଡି ଦେଇ ଗଲେ । 



ସରି ନଥିଲା ମୋ କଥା ମୁଁ ପୁଣି କହୁଥିଲି 

 "ଜାଣିଛ, ଏଇ ଲଣ୍ଠନ ରେ ପଢି ମୋ ଦାଦା ଆମ ଗାଁ ରେ ପ୍ରଥମ ଥର ସରକାରୀ ଚାକରି ପାଇଥିଲେ, ଜେଜେ ଥିଲା ବେଳେ ଯଦି ରାତି ଅଧେ ରେ ଆମ ତଳି ପକା ଯାଇଥିବା ବିଲ ପାଖରେ ଯଦି କୁକୁର ଭୁକେ ଜେଜେ ଲଣ୍ଠନ ନେଇ ଯାଇ ବିଲ ହୁଡ଼ା ରେ ବସନ୍ତି ଷଣ୍ଡ କୁ ଜଗି, ଦୁଇ ଜଣ ଯାକ ସେଇ ଲଣ୍ଠନ ନେଇ ସନ୍ଧ୍ୟା ହେଉ କି ରାତି ପୋଖରୀ ହୁଡ଼ା କୁ ଝାଡା ଯାନ୍ତି ଆଉ ଲଣ୍ଠନକୁ ବୁଦା ଉପରେ ଥୋଇ ଦେଇ ସେଇ ପୋଖରୀ ରେ ପାଣି ଛାଡ଼ନ୍ତି । 


ଜେଜେମା ବୁଢ଼ୀ ହେବା ସହ ଆଉ ବି ଲଣ୍ଠନ ଚିକଚିକ କରୁ ନଥିଲା, ତା ବୟସ ସହ ତା ଲଣ୍ଠନ ଟା ବି ମଳିନ ଟିକେ ଟିକେ ଦିଶୁଥିଲା, ଆଉ ଯୋଉଦିନ ଜେଜେ ଛାଡି ଗଲେ ସେଦିନ ଠୁ ଲଣ୍ଠନ ଟା ଆମ ପାଇଁ ଅଧା ଅନାବ୍ୟସକ ହେଇ ସାରିଥିଲେ ବି ଆଇ ତା ଲଣ୍ଠନ କୁ ଠିକ ଆଗ ପରି ଭଲ ପାଉଥିଲା, ୟା ଭିତରେ ଖୁଣ୍ଟି ପଡି ଆମ ଗାଁ କୁ କରେଣ୍ଟ ବି ଆସିସାରିଥିଲା କହିବାକୁ ଗଲେ ଲଣ୍ଠନ ର ଚାହିଦା କମିଗଲେ ବି ସନ୍ଧ୍ୟା ବେଳେ ଘଣ୍ଟେ power cut ହେଲେ ଆଗ ଲଣ୍ଠନ ର ଖୋଜା ପଡୁଥିଲା ଆଉ କିନ୍ତୁ ପୂର୍ବ ପରି ତା ଲଣ୍ଠନ ର ଯତ୍ନ ନେବା କୁ ଭୁଲି ନଥିଲା । 



ମୋର ବାହାଘର ଠିକ ହେଇଗଲା ତୁମ ସହ, ଗାଁ ଠୁ ଢେର ଦୂର ତୁମ ସହର ରେ, ମୋତେ ଜେଜେମା ଆଉ ଲଣ୍ଠନ କୁ ବିଦାୟ ଦେଇ ଆସିବାର ଥିଲା ହେଲେ ମୁଁ ବି ସେଦିନ ଆସିଲା ଭେଟିଥିଲି ଜେଜେମା କୁ ତା ଲଣ୍ଠନ ପାଖରେ ସେ ମୋତେ ଧରି ଖୁବ କାନ୍ଦିଥିଲା ଭରି ଇଚ୍ଛା ଥିଲା ମୋର ଲଣ୍ଠନ ଟା ମୋ ସହ ଆଣିବାକୁ ହେଲେ ମୋର ସାହସ ନଥିଲା ଜେଜେମା କୁ ତା ପ୍ରିୟ ଜିନିଷ ପାଖରୁ ଅଲଗା କରିବାକୁ କି ଜେଜେମା ବି କହିନଥିଲା ତୁ ନେଇ ଯା ଲଣ୍ଠନ ତୋ ସାଙ୍ଗରେ ତୋ ଶାଶୁ ଘର ବୋଲି ।. ମୁଁ ଚାଲି ଆସିଥିଲି ତମ ଘରକୁ ସିନା ମନେ ମନେ ଖୁବ ଝୁରୁଥିଲି ମୋ ଜେଜେମା କୁ ଆଉ ଆଇ କୁ । 



ସେଦିନ ତମେ ମୀଟିଙ୍ଗ ରେ ବ୍ୟସ୍ତ ଥିଲ ବାପା ମୋତେ ହଠାତ ଫୋନ କଲେ ଆଉ ଦେହ ଖୁବ ଖରାପ କଥା ହେଲା ବେଳେ ତାଙ୍କ କଣ୍ଠ ବି ଥରୁଥିଲା ବାପା ଧୀରେ ଧୀରେ କହୁଥିଲେ ମା ରେ ଥରେ ଦେଖି ଦେଇ ଯା ତୋ ଜେଜେମା କୁ, ସେ ତତେ ବହୁତ ଖୋଜୁଛି । ତମର ତିନି ଦିନ ପରେ ଫେରିବାର ଥିଲା ହେଲେ ମୁଁ ମୋ ଜେଜେମା ର ଶେଷ ସମୟରେ ତା ପାଖରେ ରହିବାକୁ ଚାହୁଁଥିଲି, ମୁଁ ଯିବା ବେଳକୁ ତାର ଅଧା ଜୀବନ ସରି ଆସିଥିଲା, ମୋତେ ଦେଖି ଚିନ୍ହିଲା କି କଣ ପାଖକୁ ଡାକିଲା ପାଣି ଦେଲି ଢ଼ୋକ ଢ଼ୋକ କରି ପିଇଗଲା ହୁଏ ତ ତା ଆଖିରେ ଇସାରା ଥିଲା ତା ପ୍ରିୟ ଲଣ୍ଠନ ଟିକୁ ଆଣି ତା ପାଖରେ ଜଳେଇବା ପାଇଁ, ଏତେ ବର୍ଷ ର ଏତେ ପୂରୁଣା ଲଣ୍ଠନ ଟା ସେଦିନ ଏତେ ଜୋରେ ରେ ଜଳୁଥିଲା ଯେ ତାର ର ଶେଷ ସମୟରେ ତା ଚାରିପାଖରେ ଘେରି ହେଇଥିବା ସବୁ ମଣିଷ ଙ୍କ ମୁହଁ ଏକା ଥରେ ଦିଶୁଥିଲା, ସେଇ ରାତି ଜେଜେମା ର ଶେଷ ରାତି ଥିଲା, ତାର ଜୀବନ ଦୀପ ସହ ଲଣ୍ଠନ ର ବଳିତା ବି ସେଇଦିନ ଶେଷ ହେଇଯାଇଥିଲା ଜଳି ଜଳି , ବାପା ଜେଜେମା ସହ ତା ଲଣ୍ଠନ ଟାକୁ ବି ନେଇ ଯାଉଥିଲେ ବିଦାୟ ଦେବା ପାଇଁ, ମୁଁ ଜିଦି କରି କରି କାନ୍ଦି ରଖିଥିଲି ଲୁଚାଇ ଆଉ ତମକୁ ନ ଜଣେଇ ଘରକୁ ନେଇ ଆସିଥିଲି, ବହୁତ ଥର ଚେଷ୍ଟା କରିଛି ଲଣ୍ଠନ ରେ ଆଉ ଗୋଟେ ବଳିତା ପକାଇବା ପାଇଁ ହେଲେ ଏତେ ଦିନ ର ପୂରୁଣା ଲଣ୍ଠନ ଜଙ୍କ ଖାଇ ଆଉ କେବେ ଖୋଲେନି । ହୁଏ ତ ସେ ବି ଜେଜେମା ର ହାତ ଛୁଆଁ ଟିକେ ଖୋଜୁଥିବ ।


ଏତିକି କହି ସାରିବା ପରେ ମୋ ଆଖିରେ ଲୁହ ର ବନ୍ୟା ହେଇ ସାରିଥିଲା, ତାଙ୍କ ଆଖିରେ ରେ ବି ଲୁହ ଥିଲା, ସେ କାନ୍ଦ କାନ୍ଦ ସ୍ୱର ରେ ମୋତେ ପଚାରୁଥିଲେ ତମେ ସେଦିନ ଜେଜେମା ଙ୍କ ଶୁଦ୍ଧିଘରୁ ଫେରିବା ପରେ, କପଡା ରେ ଗୁରଇ କାର କୋଣ ରେ କଣ ଏଇ ଲଣ୍ଠନ ଟି ଆଣିଥିଲା । । 


ପ୍ରଶ୍ନ ଶୁଭୁଥିଲା ତ ମୋତେ ହେଲେ ଉତ୍ତର ଦେବା ପୂର୍ବରୁ ମୁଁ ଡ୍ରଇଂ ରୁମ ରେ ବସି ସେଇ ଜଙ୍କ ଦିଆ ଭଙ୍ଗା ଲଣ୍ଠନ ରେ ମୋ ଜେଜେମା ର ହସ ହସ ମୁହଁ ଦେଖି ପାରୁଥିଲି । 


Rate this content
Log in

Similar oriya story from Drama