ରାକ୍ଷୀ ସ୍ପେସିଆଲ
ରାକ୍ଷୀ ସ୍ପେସିଆଲ
ସେ କେବେ ମୋତେ ମୋ ନାଁ ଧରି ଡ଼ାକେନି, ତା ପାଇଁ ମୁଁ ଥିଲି ମାଙ୍କେଡୀ, ବିଲେଇ ଆଉ ମୋଟୀ । ଖାଇବା ବେଳେ ଖାଇବା ଥାଳିରେ ଗାର ଟାଣି କୁହେ, ଶୁଣୁ ମୋଟୀ ସେ ପାଖ ତୋର ଆଉ ଏପାଖ ମୋର.. ସବୁବେଳେ ବାଡ଼ିଆ ପିଟା,ମରାମରି ଘରେ.. । ଆଉ ବିଚରା ରିମୋଟକୁ ସହିଦ ହେବା ପାଇଁ ପଡେ । ମୋତେ ଲାଗେ ସେ ମୋତେ ନଚିଡ଼ାଇଲେ ତାର ଭାତ ହଜମ ହୁଏନି ।
ଯେବେ ମୁଁ ପ୍ରଥମଥର ପାଇଁ ତା ପାଖରୁ ଅଲଗା ହୋଇ ହଷ୍ଟେଲ ଆସିଲି, ଭାଇ ମୋର ବହୁତ କାନ୍ଦିଥିଲା ।
2-3 ଦିନ ଖାଇବା ଖାଇ ନଥିଲା । ଆଉ ତାକୁ ବହୁତ ଜ୍ୱର ବି ହେଇ ଯାଇଥିଲା । ହଷ୍ଟେଲ ଆସିବା ପରେ ବୁଝିପାରିଲି ସେ ମାଙ୍କଡର ଭଲ ପାଇବା ମୋ ପାଇଁ ।
ରିମା 4 ବର୍ଷ ର କୁନି ଝିଅ । କାନ୍ଦି କାନ୍ଦି କୁହେ
ପାପା.. ପାପା.. ମୋର କାଇଁ ଭାଇ ନାହିଁ?
ମୁଁ ରାଖୀ ପୂର୍ଣ୍ଣିମାରେ କାହା ହାତରେ ରାକ୍ଷୀ ବାନ୍ଧିବି ଯେ?? ମୋତେ ଗୋଟେ ଭାଇ ଆଣି ଦିଅନା ପ୍ଲିଜ଼ ପାପା ।
ଚୁପ ରୁହନ୍ତି ମିଷ୍ଟର ଦାସ ।କ'ଣ ବା ଉତ୍ତର ଦେବେ କୁନି ଝିଅକୁ । କିଛିଦିନ ପରେ ମିଷ୍ଟର ଦାସ ଘରକୁ ଆଣିଲେ ଗୋଟେ କଳା କୁକୁର ଖୁବ ସୁନ୍ଦର ଦେଖିବାକୁ .
ତାର ନାଁ ଦେଲେ କାଳୁ.. ।ତା ପର ରିମା ଆଉ କେବେ ଭାଇ ପାଇଁ ଜିଦି କରେନି ।କାଳୁ କୁ କାଳୁ ଭାଇ ବୋଲି ଡାକେ । ତାର ଖାଇବା ପିଇବା ରେ ଯତ୍ନ ନିଏ..
ଆଉ ରାକ୍ଷୀ ଆସିଲେ ମନ ଦୁଃଖ କରେନି ଟିକେ ବି, କାଳୁ କୁ ଖୁସିରେ ଖୁସିରେ ବଜ଼ାରରୁ ଆଣିଥିବା ନୂଆ ରାଖୀକୁ ବାନ୍ଧି ଦିଏ ଆଉ ମିଠା ନିଜେ ଖାଇଦିଏ ।
ଆଜି ସିପିର ଜନ୍ମ ଦିନ। ଭାଇ... ଭାଇ.. ମୋ ଜନ୍ମ ଦିନ ର ସ୍ପେସିଆଲ କ'ଣ କହିଲୁ ଟିକେ?? ଭାଇ ହସି ହସି... ଜିଭ ଦେଖାଇ କହିଲା,"ଆଜି ଭଳି ଏକ ପବିତ୍ର ଦିନରେ, ତୋ ଭଳି ଏକ ପାଗେଳୀକୁ, ମୋ ବାପା ନଦୀରେ ହାଣ୍ଡିରେ ପଶି ଭାସି ଯାଉଥିବା ସମୟରେ କୋଳେଇ ଆଣି, ମୋ ମାମାକୁ ଦେଇଥିଲେ ଝିଅ କରି ରଖିବା ପାଇଁ"।
ସିପି ରାଗ ରେ ଚିମୁଡୀ ପକାଇଲା ଭାଇ ହାତକୁ...
ଆଉ କାନ୍ଦି କାନ୍ଦି କହୁଥାଏ..ମାମା.. ମା...ମା... ଦେଖିଲ ଭାଇ ମୋତେ କେମତି ଚିଡାଉଛି ।
ଦିନେ ମୋତେ ସେ ହ୍ଵାଟ୍ସଆପ ରେମେସେଜ କଲା..
ଦିଦି ତୋ ଡିପି କାଇଁ କିରେ ହ୍ଵାଟ୍ସଆପ ରେ??
ମୁଁ କହିଲି, ମାଙ୍କଡ ଦିଶୁନି ତତେ, କେତେ ସୁନ୍ଦର ଫୋଟୋ ମ
ୋର ଡିପି ରେ ଅଛି ପୁଣି ପଚାରୁଛୁ ଡିପି କାଇଁ? ସେପଟୁ ରିପ୍ଲେ ଆସିଲା ତାର, actually କଥା କଣ କି ଦିଦି ଆମର ଏପଟ current ନାହିଁ, ପୁରା ଅନ୍ଧାର ସବୁ ଆଉ ତୁ ଏତେ କାଳି ଯେ ତୋ ମୁହଁ ଅନ୍ଧାରରେ ଦିଶୁନି । ରାଗ ଚିଡ଼ାଇ ଦେଲା ମୋର, ବ୍ଲକ କରିଦେଲି 5 ମିନିଟ ପାଇଁ । ପୁଣି କଲ କରି ମୋତେ sry କହିଲା.।
ଭାଇ ଜାଣିଛ, ମୁଁ ତମ ପାଇଁ ଗୋଟେ ନାଁ ବାଛିଚି ।
ତମେ ସବୁ ବିପଦ ରେ ମୋ ପାଖରେ ଛିଡା ହୁଅ, ସବୁ ସମୟ ରେ ମୋତେ ହସାଇବାକୁ ଚେଷ୍ଟା କର..
ଆଚ୍ଛା.... କ'ଣ ନାଁ ବାଛିଛୁ କହ ତ..?
"ବୀର୍"କେମତି ଲାଗୁଛି??
ଭାଇ ଆଖିରେ ଭାସି ଆସୁଥିଲା ପୁରୁଣା ସ୍ମୃତି ସବୁ, ତିଥିର ପିଲାବେଳେ "ଧରମବୀର୍" ସିରିଏଲ ପ୍ରିୟ ଥିଲା.. ବୀର୍ ଚରିତ୍ର କୁ ତିଥି ଖୁବ ଭଲ ପାଉଥିଲା, କାଇଁ ନା ବୀର୍ ଧରମର ନିଜ ଭାଇ ନ ହେଇ ବି, ଭାଇ ର କର୍ତ୍ତବ୍ୟ ଠିକ ରୂପେ ସୁଚାର କରୁଥିଲା । .ହେଲେ ବୁନୁ କ୍ରିକେଟ ଖେଳ ଟିକେ ଦେଖିବା ପାଇଁ ସବୁବେଳେ ତିଥି ସହ ମାଡ଼ପିଟି ହୋଇ ରିମୋଟ ଛଡାଇ ଆଣି ଚ୍ୟାନେଲ ଚେଞ୍ଜ କରି କ୍ରିକେଟ ହିଁ ଦେଖୁଥିଲା, ଜମା ବି ଦେଖାଇ ଦେଉ ନଥିଲା ତିଥିକୁ ତାର ପ୍ରିୟ ସିରିଏଲ ।
ଷ୍ଟାଣ୍ଡ ପାଖରୁ ଘର 27 ମିନିଟର ବାଟ, ବସ୍ ରୁ ଓଲ୍ହାଉ ଓଲ୍ହାଉ ଆକାଶର ବର୍ଷାକୁ ଦେଖି ସ୍ମିତା ଡରିଗଲା। ଖରାଦିନ,ପୁଣି ସମୟ 4 ଟା, ବର୍ଷା ଏତେ ଜୋରରେ ଉଠାଇଛି ଘରେ ଯାଇ ପହଞ୍ଚିବା ପୂର୍ବରୁ ବର୍ଷା ନିର୍ଧୁମ ଲାଗିବ ନିଶ୍ଚିତ । ସ୍ମିତା ମନେ ମନେ ଭାବୁଥିଲା ଯଦି ମୋର ନିଜର ଭାଇ ଥାନ୍ତା,ଆଜି ମୋତେ ଏକୁଟିଆ ବର୍ଷା କୁ ଏମିତି ଡରିବାକୁ ପଡି ନଥାନ୍ତା । ସେ ମୋତେ ସାଙ୍ଗେ ସାଙ୍ଗେ ଆସି ବାଇକ ରେ ନେଇ ଯାଇଥାନ୍ତା ।
ଠିକ ସେଇ ସମୟ ରେ ବାଇକ ରୁ କିଏ ଜଣେ ପ୍ରଶ୍ନ କଲେ?? ଭଉଣୀ,ଆଗକୁ ଯିବେ କି?? ଏତେ ଜୋରେ ରେ ବର୍ଷା ଉଠାଇଛି । ଆସନ୍ତୁ ମୁଁ ଆପଣଙ୍କୁ ଆଗରେ ଛାଡ଼ିଦେବି । ସ୍ମିତା ଆଖିରୁ ଲୁହ ଚାଲିଆସୁଥିଲା..
ଆଉ ମନେ ମନେ ଭାବୁଥିଲା, ସବୁ ଭଉଣୀ ସୁଭଦ୍ରାଙ୍କ ଭାଗ୍ୟରେ ସିନା ଭାଇ ଜଗନ୍ନାଥ ନଥାନ୍ତି.. କିନ୍ତୁ ଭଉଣୀ ଦ୍ରୌପଦୀଙ୍କ ଭାଗ୍ୟରେ ନିଶ୍ଚିତ ଭାଇ କୃଷ୍ଣ ଥାନ୍ତି ।
ଭାଇ ଭଉଣୀ ସମ୍ପର୍କ କେବଳ ରକ୍ତର ହୋଇ ନଥାଏ, ସମ୍ପର୍କତ ହୃଦୟରୁ ଗଢ଼ା ହେଇଥାଏ ।