ଦୁଇ ଅକ୍ଷରରେ ବାପା
ଦୁଇ ଅକ୍ଷରରେ ବାପା


ଜୀବନର ରାସ୍ତା ଅଙ୍କାବଙ୍କା ଓ ଅଣଓସାରିଆ, ଏହି ରାସ୍ତାରେ କେବେ ଲୁହର ସାଗର ଆସେ ତ ଆଉ କେବେ ଆସେ ଫୁଲର ଖୁସି ମାନ l ଜୀବନର ଏଇ ହସ ଆଉ ଦୁଃଖର ସମୁଦ୍ର ଭିତରୁ, ହୀରା ଠାରୁ ବି ଅଧିକ ମୂଲ୍ୟବାନ ଦୁଇ ସମ୍ପତି ଯାହା ଆମେ ସାଉଁଟିଛୁ ତାହାହେଲେ ଆମ "ବାପା" ଓ "ମା"....
"ମା ", ମାତୃଗର୍ଭରୁ ଶିଶୁଟି ଭୂମିଷ୍ଠ ହେବାପରେ କୁଆଁକୁଆଁ କାନ୍ଦରେ, ଯୋଉ କୋଳ ତାକୁ ପ୍ରଥମେ କୋଳାଇନିଏ, ସିଏ ହେଲେ ମା l ଆଖି ଖୋଲୁଖୋଲୁ ସାରା ଦୁନିଆକୁ ଦେଖିବା ପୂର୍ବରୁ କୁନି ଆଖି ଦୁଇ ପ୍ରଥମେ ଯାହାକୁ ଦେଖିବାକୁ ସମର୍ଥ ମା, ପାଟି ଖୋଲୁ ଖୋଲୁ, ଆପେଆପେ ଯାହାର ନାଁ ପାଟିରେ ଚାଲିଆସେ ସେ ମା l
ହୁଏ ତ ପୁଅଟିଏ କେବେ ନିଜେ ବାପା ହୋଇ ବାପାଙ୍କ ମୂଲ୍ୟବୋଧ ବୁଝିପାରେ ହେଲେ ଝିଅଟିଏ କେବେନୁହେଁ ନାl
ବାସ୍ତବରେ କିନ୍ତ ଝିଅଟିର ଜୀବନ ହେଇଥାନ୍ତି ତାର ବାପା l
ସବୁ ପିଲାଙ୍କ ପାଟିରେ ଶୁଣିବାକୁ ମିଳେ ମା ଭଲ, ବାପା ରାଗି କିନ୍ତୁ କେହି ବୁଝିପାରନ୍ତିନି କ୍ୟାମେରା ପଛର ସେ କାହାଣୀକୁ,ରାଗ ପଛର ସେ ସ୍ନେହ ଓ ପ୍ରେମକୁ l
ରଜ, ଦୋଳ ହେଲେ ପିଲାମାନଙ୍କ ପାଇଁ ନୂଆନୂଆ ଡ୍ରେସ ଆସେ ହେଲେ ବାପା ସେ ଗୋଟେ ପୁରୁଣା ପ୍ୟାଣ୍ଟରେ ସାରା ବର୍ଷ ଚଳିଯାନ୍ତିl
ଦୁରକୁ ଗଲେ, ବାପା କିଛି ଖାନ୍ତୁ କି ନଖାନ୍ତୁ, ପକେଟରେ ପଇସା ଥାଉ କି ନଥାଉ ପିଲାମାନଙ୍କ ପାଇଁ ଚକୋଲାଟେ,ବିସ୍କୁଟ ଆଣିଥାନ୍ତି l ପରୀକ୍ଷାରେ ଭଲ ମାର୍କ ରଖିଲେ, ମା ତ ଖୁସିରେ ଗପିଚାଲେ ମୋ ପିଲାମାନେ ଭଲମାର୍କ ରଖିଛନ୍ତି, ସାଙ୍ଗେ ସାଙ୍ଗେ ବଜାର ଯାଇ ମିଠା ପାକେଟେ କିଣି ଆନୁଥିବା ମଣିଷ ହେଉଛନ୍ତି ବାପାl
ଖରାଦିନେ ବଜାରକୁ ଗଲେ, ମୁଣ୍ଡଫଟା ଖରାରେ ସେ ନିଜେ ପାଣି ପିଅନ୍ତୁ କି ନ ପିଅନ୍ତୁ, ଆସିଲାବେଳେ ସାଙ୍ଗରେ ଆଣି ଆସନ୍ତି ତରଭୁଜ ଆଉ ଥଣ୍ଡାl
ବାପା ରାତି ଦିନ କଷ୍ଟ କରି ଯୋଉ ପଇସା ରୋଜଗାର କରନ୍ତି ତାକୁ ନିଜ ଭବିଷ୍ୟତ ପାଇଁ କେବେ ରଖନ୍ତିନି, ମାସ ଶେଷରେ ଭରି ଦିଅନ୍ତି ଟୁଇସନ ଫିସl
ବାପା ରାତିରେ ଖାଇବା ବେଳେ ଆଉ ତରକାରୀ ମାଗନ୍ତିନି ଖାଲି ରୁଟିରେ ଚଳାଇଦିଅନ୍ତି l
ପଇସା ସରିଗଲେ ଆମେ ମା କୁ ଫୋନ କରି କହିଥାଉ ପଇସା ସରିଯାଉଛି ବୋଲି, ହେଲେ ପଇସା ଆସିଥାଏ ଆମ ପାଖକୁ ବାପାଙ୍କ ଆକାଉଣ୍ଟୁରୁ l
ଝିଅ ପୁଅ ପାର୍ଲର ଯାଇ ପଇସା ଉଡାନ୍ତି ହେଲେ କ୍ରିମ ସରିଗଲା ପରେ ବି ସାବୁନରେ ଦାଢ଼ି କାଟି କାମ ଚଳାଇଦେଉଥିବା ମଣିଷ ହିଁ ବାପା l
ବାପା କେବେ ବେମାର ପଡନ୍ତିନି, ଆଉ ଦେହ ଖରାପ ହେଲେ ବି ଡାକ୍ତରଖାନା ଯାନ୍ତିନି, ଡାକ୍ତର ଯଦି ମାସେ ବିଶ୍ରାମ କରିବାକୁ କୁହନ୍ତି, ତା ପରଦିନ ସଖାଳୁ ଉଠି କାମରେ ଲାଗିପଡୁଥିବା ମଣିଷ ହିଁ ବାପା l
ବାପା ବେଶୀ କଥା କୁହନ୍ତିନି, ବାପା ବେଶୀ ହସନ୍ତିନାହିଁ, କିନ୍ତୁ ପିଲାମାନଙ୍କ ଟିକିଟିକି କଥା ସବୁ ଫର୍ମଲିଟି ପୁରୁଣ କରିଦିଅନ୍ତି l
ବାପା ରାଗି ସତ କିନ୍ତୁ ପିଲା ମାନଙ୍କ ଖାଇବା କେବେ ବନ୍ଦ କରନ୍ତି ନାହିଁ ନିଜେ ନ ଖାଇ ପଛେ ଖାଇବା ପାଖରୁ ଉଠିଯାନ୍ତି..l
ବାପା ବେଶୀ ହସନ୍ତିନାହିଁ, ବାପା କେବେ କାନ୍ଦନ୍ତି ବି ନାହିଁ l
କଲମର ମୁନ କଣ ସକ୍ଷମ ଆଙ୍କିବାକୁ ବାପାଙ୍କ ସ୍ନେହ.. ତଥାପି ପ୍ରୟାସ ନଛାଡି ଲେଖିଛି ମୁଁ "ଦୁଇ ଅକ୍ଷରରେ ବାପା" ବାପା ଦୁଇଟି ଅକ୍ଷରର ସମହାର ସିନା ସେଇ ଅକ୍ଷର ଭିତରେ ଲୁଚି ରହିଛି କୋଟି କୋଟି ଅନୁଭବ ଆଉ ସ୍ନେହ l