The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Sonali Swain

Horror

5.0  

Sonali Swain

Horror

କିଏ ଥିଲା

କିଏ ଥିଲା

2 mins
547


କିଏ ଥିଲା?

 ଅନ୍ଧାର ରାତି, ତୁହା କୁ ତୁହା ବର୍ଷାର ନାଦ, ଦୀର୍ଘ ୭୮ କି.ମି. ଯାତ୍ରା କରିବାକୁ ପଡିବ ଅମିତକୁ। କ୍ଲାନ୍ତି ହଟାଇବା ପାଇଁ କାର୍ ରେ ଲାଗିଛି ଅର୍ଜିତ ସିଂ ର ଗାନା ସବୁ। ଗୀତ ସାଙ୍ଗକୁ ତାଳ ଦେଇ ଦେଇ ଅମିତ ଆଗକୁ ଚାଲିଛି।କାର୍ ର କାଚ ବନ୍ଦ, ବର୍ଷା ଗୋଟେ ଠୋପା ବି ଆସି ପାରିବନି ଭିତରକୁ।ଏଇ ନିର୍ଜନ ରାତିରେ କାଇଁ ଆଉ କେଉଁ ଗାଡି ର ଆଲୋକ ଦେଖି ପାରୁ ନଥାଏ ଅମିତ। ସୁମି ମନା କହିଥିଲା ଏଇ ରାସ୍ତା ଦେଇ ଯିବା ପାଇଁ, କୁଆଡେ ଏଇ ରାସ୍ତା ଭଲ ନୁହେଁ, ଆଉ ଏକୁଟିଆ ଯାତ୍ରା କରିବା ତ ଭୟଙ୍କର କଥା । ତଥାପି ସବୁ କଥାକୁ କାଟି ଯାତ୍ରା କରି ଚାଲିଛି ଅମିତ, ଯେମିତି ଆଜି ରାତିରେ ହୋଟେଲରେ ପହଞ୍ଚି କାଲି ମିଟିଙ୍ଗରେ ଉପସ୍ଥିତ ରହିବାକୁ ଅର୍ଡର ଦେଇଛନ୍ତି ବସ୍।


ରାତି ପାଖାପାଖି ୧୦ଟା, ଅମିତ ୪୦ କି.ମି. ଯାତ୍ରା କରି ସାରିଲାଣି ଅର୍ଜିତ ସିଂ ର ଗାନା ଶୁଣି ଶୁଣି, ହଠାତ କେହି ଜଣକୁ ରାସ୍ତା କଡରେ ଛିଡା ହେଇ ଲିଫ୍ଟ ମାଗିବାର ଦେଖି, ଗାଡି କୁ ଟିକେ ସ୍ଲୋ କରି ବ୍ରେକ୍ ମାରିଲା ଅମିତ।ଏଇ ରାସ୍ତା ରେ ପୁଣି ଲୋକ!!ଏତେ ରାତି ରେ!!.... ଲିଫ୍ଟ ଦେବା କୁ ଠିକ ମନେ କଲା ନାହିଁ ଅମିତ। ତଥାପି ବିବେକ ବାଧା ଦେଲା।ବାଧ୍ୟ ହେଇ ଡୋର ଖୋଲି ପଛରେ ବସିବାକୁ ଇସାରା କଲା ଅମିତ। ପଛ ସିଟ ରେ ବସିଥିବା ଲୋକ ଥିଲା ଅଜବ ପ୍ରକୃତି ର।ମୁହଁ ରେ ଟିକେ ହସ ନାହିଁ, କଥା ପଦେ ବି କହିବାର ନାହିଁ,ପୁରା ଚୁପଚାପ।ବାଧ୍ୟ ହେଇ ଅମିତ ପଚାରିଲା କୋଉଠି ଓଲ୍ହାଇବେ ଆପଣ? ପଛରୁ କିଛି ବି ଉତ୍ତର ଆସୁ ନଥିଲା, ପୁଣି ଥରେ ପଚାରିଲା ଅମିତ,, "କେଉଁଠି ଓଲ୍ହାଇବେ ଆପଣ?"ଲୋକ ଟି ଉଁ କି ଚୁଁ କିଛି ପଦେ ବି କହୁନଥିଲା।ଅଜିତ ଆଉ ସେ ସବୁ ରେ ଧ୍ୟାନ ନ ଦେଇ ଅର୍ଜିତ ସିଂ ର ଗାନା ଶୁଣିବାକୁ ଲାଗିଲା । କିଛି ବାଟ ପରେ ପଛ ସିଟ ରେ ବସିଥିବା ଲୋକଟି ଗାଡି ରଖିବାକୁ ହାତ ରେ ଇସାରା ଦେଲା,, ଅମିତ ଗାଡି ରଖିଲା ରାସ୍ତା କଡରେ ଲୋକ ଟି ପଦେ କିଛି ବି ନ କହି ଚାଲିଗଲା ଆଗକୁ ଆଗକୁ । ଅମିତ ମନେ ମନେ ଭାବୁଥିଲା, କେମିତିକା ଦୁନିଆ ରେ, ଏତେ ରାତି ରେ ଜଣେ ଲୋକ ସାହାଯ୍ୟ ପାଇବା ପରେ ବି, ସାଧାରଣ ବିବେକ ଦୃଷ୍ଟି ରୁ ଧନ୍ୟବାଦ ଟିଏ କହିବାକୁ ଉଚିତ ମନେ କଲା ନାହିଁ କେମତି?... 


ଅଜିତ ଗାଡି ଚଳାଇ ଚଳାଇ ନିଜ ଗନ୍ତବ୍ୟ ସ୍ଥଳ ରେ ପହଞ୍ଚିଲା, ହୋଟେଲ ରେ ଖାଇ ପି ଟିକେ ରେଷ୍ଟ ନେଇ ନିଉଜ ଚ୍ୟାନେଲ ଖୋଲି ଦେଖେ ତ, ଚନ୍ଦକା ରୁ ଖଣ୍ଡଗିରି ରାସ୍ତା ରେ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ,ସକାଳୁ ହତ୍ୟା ହେଇଛି ବୋଲି ପୋଲିସ ର ସନ୍ଦେହ। ଅମିତ ଯୁବକର ମୁହଁ ଦେଖି ଚମକି ପଡିଲା, କାଇଁ ନା ସେଇ ମୁହଁର ସମାନତା ଥିଲା ତା ଗାଡି ପଛ ସିଟ ର ବସିଥିବା ଯୁବକ ସହିତ । ଅମିତ ଭାବୁଥିଲା, ଯଦି ଯୁବକ ର ମୃତ୍ୟୁ ସକାଳୁ ହେଇ ସାରିଛି, ରାତି ୧୦ଟା ରେ ଲିଫ୍ଟ ନେଇଥିବା ଯୁବକ କିଏ ଥିଲା?? ଭୟ ରେ ଅମିତ ଥରିବାକୁ ଲାଗିଲା, ସାଙ୍ଗେ ସାଙ୍ଗେ ଟିଭି ଅଫ କରି ସୁମି ପାଖକୁ କଲ ଲଗାଇଲା ଅମିତ।


Rate this content
Log in

Similar oriya story from Horror