Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Sonali Swain

Inspirational

3  

Sonali Swain

Inspirational

ରାକ୍ଷୀ ସ୍ପେସିଆଲ ଗଳ୍ପ

ରାକ୍ଷୀ ସ୍ପେସିଆଲ ଗଳ୍ପ

2 mins
464


[୧]

ସେ କେବେ ମୋତେ ମୋ ନାଁ ଧରି ଡ଼ାକେନି, ତା ପାଇଁ ମୁଁ ଥିଲି ମାଙ୍କେଡ଼ି, ବିଲେଇ ଆଉ ମୋଟୀ । ଖାଇବା ବେଳେ ଖାଇବା ଥାଳିରେ ଗାର ଟାଣି କୁହେ, ଶୁଣୁ ମୋଟି ସେ ପାଖ ତୋର ଆଉ ଏ ପାଖ ମୋର ।  ସବୁବେଳେ ବାଡ଼ିଆ ପିଟା, ମରାମରି ଘରେ । ଆଉ ବିଚରା ରିମୋଟକୁ ଶହୀଦ ହେବା ପାଇଁ ପଡେ । ମୋତେ ଲାଗେ ସେ ମୋତେ ନ ଚିଡ଼ାଇଲେ ତାର ଭାତ ହଜମ ହୁଏନି!

ଯେବେ ମୁଁ ପ୍ରଥମ ଥର ପାଇଁ ତା ପାଖରୁ ଅଲଗା ହୋଇ ହଷ୍ଟେଲ ଆସିଲି, ଭାଇ ମୋର ବହୁତ କାନ୍ଦିଥିଲା । ଦୁଇ-ତିନି ଦିନ ଖାଇବା ଖାଇ ନଥିଲା । ଆଉ ତାକୁ ବହୁତ ଜ୍ୱର ବି ହେଇ ଯାଇଥିଲା । ହଷ୍ଟେଲ ଆସିବା ପରେ ବୁଝିପାରିଲି ସେ ମାଙ୍କଡର ଭଲ ପାଇବା ମୋ ପାଇଁ !!

[୨]

ରିମା ୪ବର୍ଷର କୁନି ଝିଅ । କାନ୍ଦି କାନ୍ଦି କୁହେ -

-ପାପା.. ପାପା.. ମୋର କାଇଁ ଭାଇ ନାହିଁ? ମୁଁ ରାକ୍ଷୀ ପୂର୍ଣ୍ଣିମାରେ କାହା ହାତରେ ରାକ୍ଷୀ ବାନ୍ଧିବି ଯେ? ମୋତେ ଗୋଟେ ଭାଇ ଆଣି ଦିଅନା ପ୍ଲିଜ଼ ପାପା !

-ଚୁପ ରୁହନ୍ତି ମିଷ୍ଟର ଦାସ । କ'ଣ ବା ଉତ୍ତର ଦେବେ କୁନି ଝିଅକୁ !

କିଛିଦିନ ପରେ ମିଷ୍ଟର ଦାସ ଘରକୁ ଆଣିଲେ ଗୋଟେ କଳା କୁକୁର ଖୁବ ସୁନ୍ଦର ଦେଖିବାକୁ । ତା’ର ନାଁ ଦେଲେ କାଳୁ । ତା’ ପର ରିମା ଆଉ କେବେ ଭାଇ ପାଇଁ ଜିଦି କରେନି । କାଳୁକୁ କାଳୁ ଭାଇ ବୋଲି ଡାକେ ! ତା’ର ଖାଇବା ପିଇବାରେ ଯତ୍ନ ନିଏ । ଆଉ ରାକ୍ଷୀ ଆସିଲେ ମନ ଦୁଃଖ କରେନି ଟିକେ ବି, କାଳୁକୁ ଖୁସିରେ ଖୁସିରେ ବଜ଼ାରରୁ ଆଣିଥିବା ନୂଆ ରାଖୀକୁ ବାନ୍ଧି ଦିଏ ଆଉ ମିଠା ନିଜେ ଖାଇଦିଏ ।

[୩]

ଆଜି ସିପିର ଜନ୍ମ ଦିନ । ଭାଇ..ଭାଇ..ମୋ ଜନ୍ମ ଦିନର ସ୍ପେସିଆଲ କ'ଣ କହିଲୁ ଟିକେ ?

-ଭାଇ ହସି ହସି...ଜିଭ ଦେଖାଇ କହିଲା,"ଆଜି ଭଳି ଏକ ପବିତ୍ର ଦିନରେ, ତୋ ଭଳି ଏକ ପାଗେଳୀକୁ, ମୋ ବାପା ନଦୀରେ ହାଣ୍ଡିରେ ପଶି ଭାସି ଯାଉଥିବା ସମୟରେ କୋଳେଇ ଆଣି, ମୋ ମାମାକୁ ଦେଇଥିଲେ ଝିଅ କରି ରଖିବା ପାଇଁ ।"

ସିପି ରାଗରେ ଚିମୁଡୀ ପକାଇଲା ଭାଇ ହାତକୁ । ଆଉ କାନ୍ଦି କାନ୍ଦି କହୁଥାଏ..

-ମାମା.. ମା’...ମା’... ଦେଖିଲ ଭାଇ ମୋତେ କେମତି ଚିଡାଉଛି ।

[୪]

ଦିନେ ମୋତେ ସେ ହ୍ଵାଟସପ୍ ରେ ମେସେଜ୍ କଲା । ଦିଦି ତୋ ଡିପି କାଇଁ କିରେ ହ୍ଵାଟସପ୍ ରେ?

ମୁଁ କହିଲି, ମାଙ୍କଡ ଦିଶୁନି ତତେ, କେତେ ସୁନ୍ଦର ଫୋଟୋ ମୋର ଡିପିରେ ଅଛି ପୁଣି ପଚାରୁଛୁ ଡିପି କାଇଁ?

ସେପଟୁ ରିପ୍ଲେ ଆସିଲା ତାର, ଏକଚୋଲି କଥା କ’ଣ କି ଦିଦି ଆମର ଏପଟ କରେଣ୍ଟ ନାହିଁ, ପୁରା ଅନ୍ଧାର ସବୁ ଆଉ ତୁ ଏତେ କାଳି ଯେ ତୋ ମୁହଁ ଅନ୍ଧାରରେ ଦିଶୁନି ।

ରାଗ ଚିଡ଼ାଇ ଦେଲା ମୋର, ବ୍ଲକ କରିଦେଲି ୫ ମିନିଟ ପାଇଁ । ପୁଣି କଲ କରି ମୋତେ ସରି କହିଲା ।

[୫]

ଭାଇ ଜାଣିଛ, ମୁଁ ତମ ପାଇଁ ଗୋଟେ ନାଁ ବାଛିଛି । ତମେ ସବୁ ବିପଦରେ ମୋ ପାଖରେ ଛିଡା ହୁଅ, ସବୁ ସମୟରେ ମୋତେ ହସାଇବାକୁ ଚେଷ୍ଟା କର ।

ଆଚ୍ଛା ! କ'ଣ ନାଁ ବାଛିଛୁ କହ ତ ?

" ବୀର୍ "କେମତି ଲାଗୁଛି ?

ଭାଇ ଆଖିରେ ଭାସି ଆସୁଥିଲା ପୁରୁଣ ସ୍ମୃତି ସବୁ, ତିଥିର ପିଲାବେଳେ "ଧରମବୀର୍" ସିରିଏଲ ପ୍ରିୟ ଥିଲା ବୀର୍ ଚରିତ୍ର !


Rate this content
Log in