STORYMIRROR

Sonali Swain

Tragedy

3  

Sonali Swain

Tragedy

ଅବୁଝା ଅତୀତ

ଅବୁଝା ଅତୀତ

3 mins
658

(ସବୁ ଗଳ୍ପ ଖୁସିରେ ଖୁସି ରେ ଶେଷ ହୋଇନଥାଏ,ବେଳେବେଳେ tragedy ଦେଲେ ହିଁ ଗଳ୍ପର ସ୍ୱାଦ ଜାଣିହୁଏ, ଆସନ୍ତୁ ପଢିବା ଏକ ଭିନ୍ନ ସ୍ୱାଦର ଗଳ୍ପ..ଶେଷଯାଏ ପଢିଲେ tragedy ଅଛି..)


"ଗଳ୍ପ -ଅବୁଝା ଅତୀତ "


  ଜୀବନକୁ କଣ ରଙ୍ଗମଞ୍ଚ ସହ ତୁଳନା କରାଯାଇ ପାରେ? ନାୟକ ର ଶେଷ କଥାରେ, ମଞ୍ଚରୁ ଆଲୁଅ ଲିଭିଲେ ସିନା ସରିଯାଏ କାହାଣୀ, ହେଲେ ଜୀବନ ର କାହାଣୀ କୁ ଆଗକୁ ନେବାକୁ ହୁଏ ଶେଷ ନିଃଶ୍ୱାସ- ପ୍ରଶ୍ୱାସ ଚାଲୁଥିବା ଯାଏ, ପ୍ରତିଦିନ ନୂଆନୂଆ ରଙ୍ଗମଞ୍ଚରେ, ନୂଆ ନୂଆ କାହାଣୀ ସହ ଅଭିନୟ କରିବାକୁ ପଡେ ବିଭିନ୍ନ ଚରିତ୍ରରେ.. ଜୀବନରେ ଅଭିନୟର ପଶାପାଲି ର ଖେଳରେ କେତେବେଳେ ଶୁଣିବାକୁ ପଡେ କରତାଳି ସହ ବାଃ ଵାଃ ତ କେତେବେଳେ ଶୁଣିବାକୁ ପଡେ ଅପରିତ୍ୟକ୍ତ ଗାଳି ସବୁ.. କେହି ବି ବୁଝି ପାରନ୍ତିନି ଅଭିନୟ ସହିତ ବାସ୍ତବତା ର କୌଣସି ସମ୍ପର୍କ ନାହିଁ ବୋଲି.. ହେଲେ ଜୀବନକୁ ପ୍ରତିଟି କୋଣରୁ ଅନୁଭବ କରି ସାରିଥିଲା ଇସା.. ବୁଝି ସାରିଥିଲା ଜୀବନ କୁ କିଛି କିଛି


  ଇସା ଓ ଅଜିତ ଗୋଟିଏ ଅଫିସ ରେ ଦୁଇଜଣ ଚାକିରୀ କରନ୍ତି. ଦୁଇ ଜଣ ଦୁଇଜଣଙ୍କର ସମ୍ପୂର୍ଣ୍ଣ ବିପରୀତ

  ଅଜିତ ଥିଲା ବିନ୍ଦାସ ପିଲା, ଗଜଲ ଗାଇ ଅନ୍ୟ ମାନଙ୍କୁ ଖୁସି କରାଇଦେଉଥିବା ପିଲାଟିଏ, ଦୁଃଖର କାଣୀଚାଏ ଛିଟା କେବେ ବି ତା ମୁହଁ ରେ ଉପଲବଧି କରି ହୁଏନି... ସବୁବେଳେ ହସହସ ମୁହଁ ଅନ୍ୟକୁ ନିଜର କରିବାର ଏକ ନିଆରାପଣ

  ଇସା କୁ ସାରା ଦୁନିଆ କୁହେ ଅହଂକାରୀ, ସ୍ୱାର୍ଥପର, ଘମଣ୍ଡି.. ଝିଅଟିକୁ ଦେଖିଲେ ଠିକ ସେଇ ପରି ଲାଗେ ଖୁବ କମ କଥା କୁହେ ଖୁବ କମ ଲୋକଙ୍କ ସହ ମିସେ, ନିଜକୁ କେବେ ଅନ୍ୟ ମାନଙ୍କ ଆଗରେ ବୁଝେଇବାକୁ ଦିଏ ନାହିଁ, ଦୁନିଆ ଯାହା ଭାବୁ ତାର କିଛି ପରବାୱ ନଥାଏ ଶୁଭସକାଳ ର ଶୁଭେଚ୍ଛା ବାର୍ତାରେ ପ୍ରତି ଉତ୍ତର ଟେ ଫେରିଇବା ତ ଦୂରର କଥା, କେବେ ସ୍ମିତ ହସଟିଏ ବି ଦିଏନି ଇସା.. ଭାରି ଅଜବ ଲାଗେ ଝିଅଟି... ମୋର ଭାରି ମନ ହୁଏ ମନ ଭରି ଗାଳି କରିବାକୁ ଝିଅଟିକୁ.. ଇଚ୍ଛା ହୁଏ ପ୍ରଶ୍ନ କରିବାକୁ, ଝିଅ ପିଲା ହେଇ ଏତେ ଅହଙ୍କାରୀ କଣ ଯେ


 ଯୁକ୍ତ ଚାର୍ଜ କୁ ବିଯୁକ୍ତ ଚାର୍ଜ ଆକର୍ଷଣ କରିବା ଭଳି, ଦୁଇ ଜଣ ବିପରୀତ ପ୍ରକୁତିର ହୋଇବି, ସମ୍ପୂର୍ଣ୍ଣ ରୂପେ ଏକତରଫା ପ୍ରେମରେ ପଡିଯାଇଥିଲା ଅଜିତ.. ହେଲେ ଇସା ଭଳି ଝିଅ ପାଇଁ ପ୍ରେମତ ଦୂରର କଥା, ସେ କେବେ ଅଜିତ ର ମୁହଁକୁ ବି ଚାହେଁନି.. 


ଦିନେ ମୁଁ ପଚାରିଲି ଅଜିତ କୁ

କଣ ମିଳୁଛି ସେ ଝିଅ ପଛରେ ପଡି

ଏତେ ଅହଙ୍କାରୀ ଝିଅ

ତାକୁ ଭଲ ପାଇବା ର ଅର୍ଥ ମରୀଚିକା ପଛରେ ଗୋଡ଼ାଇ ଗୋଡ଼ାଇ ବର୍ତମାନରେ ସବୁ ଖୁସିକୁ ଜାଣିଜାଣି ନଷ୍ଟ କରିବା


ଅଜିତ ପ୍ରଶ୍ନ କଲା ମୋତେ

Have you ever fall in love? 

ବୋଧେ ଭଲପାଇ ନାହାନ୍ତି କେବେ, ଭଲ ପାଇଥିଲେ ଆଜି ହୁଏ ତ ଏଭଳି ପ୍ରଶ୍ନ କେବେ ପଚାରିନଥାନ୍ତେ

ପ୍ରଶ୍ନ ବଦଳରେ ଗାଲରେ ଚାପୁଡ଼ା ଲାଗିବା ଭଳି ଲାଗିଲା ଅଜିତ ର ଉତ୍ତର, ଆଉ କିଛି ଶୁଣାଇଥାନ୍ତା ବୋଧହୁଏ, କିନ୍ତୁ ବସ୍ ଆସିବା ଯୋଗୁ ମୁଁ ପଳାଇ ଆସିଲି


କିଛିଦିନ ପରେ, ଅଫିସରେ ଆଉ ଦେଖା ମିଳେନି ଇସା ର, 

ଅଜିତ ସମ୍ପୂର୍ଣ୍ଣ ରୂପେ ମୁକ

ଆଉ ଶୁଣିବାକୁ ମିଳେନି ତା ପାଖରୁ ଗଜଲ

ତା ମୁହଁରୁ ଲିଭିଯାଇଥିଲା ଖୁସି ର ଛବି

ସବୁ କିଛି ଓଲଟା ପାଲଟା ଲାଗୁଥିଲା

ପରେ ଜାଣିଲି ଅଜିତ ପାଖରୁ, ଇସା ଚାକିରୀ ଛାଡିଦେଇଛି, ନିଜର ଠିକଣା ବଦଳାଇ ଏଇ ସହରରୁ ଇସା ସବୁଦିନ ପାଇଁ ଚାଲିଯାଇଛି ନିଜ ପରିବାର ସହ


ମନେ ମନେ ଭାବିଲି ବୋଧେହୁଏ ଇସାର ବାହାଘର ଠିକ ହେଇଯାଇଛି, ଯଦି ବି କିଛି ଥିଲା କହି କି ଯିବାର ଅସୁବିଧା କଣ ଥିଲା ଥରେ ତ ସମସ୍ତଙ୍କୁ ଜଣାଇ ପାରିଥାନ୍ତା..

ଇସା ନାମ ଶୁଣିବାକୁ ଆଉ ଇଚ୍ଛା ନଥିଲା..ଅଜିତ କୁ ବହୁତ ବୁଝାଇବାକୁ ଚେଷ୍ଟା କଲି, ଇସା ନାମ ପୂର୍ବରୁ ସ୍ୱାର୍ଥପର ପର ଶବ୍ଦ ଯୋଡି ସବୁଦିନ ପାଇଁ ଇସା କୁ ଭୁଲିଯିବା ପାଇଁ କହିଲି..

କେଜାଣି ତା ପରେ ଅଜିତ ର ମନରେ କଣ ଥିଲା ଆଉ ବୁଝିବାକୁ ଚେଷ୍ଟା କରିନି


ତା ପରେ ବିତିଯାଇଛି 7ଟି ଫଗୁଣ, ମୁଁ ବି କିଛି ବର୍ଷ ପରେ ସେ ଅଫିସରୁ ଚାକିରୀ ଛାଡି ଅନ୍ୟ ଏକ ଅଫିସରେ ଯୋଗ ଦେଇଛି.. ଟିକେ ଅଧିକ ସାଲାରୀ ଆଶା ରେ.. , ଅଜିତ ବି ଇସା କୁ ଭୁଲିଯାଇ ବିବାହକରି ସଂସାରୀ ହୋଇସାରିଲିଣି..ସବୁ କିଛି ଠିକଠାକ ଚାଲୁଥିବା ବେଳେ ଯେବେ ବି ସେ ଝିଅ ମନ କୁ ଚାଲି ଆସେ ବହୁତ ଗାଳି କରେ ତାକୁ ମନେ ମନେ... ସ୍ୱାର୍ଥପର କହି ମନ ରୁ କାଢିଦିଅ ତା ନାମକୁ.. ଦିନେ ହଠାତ ଏହି ସହରରେ ଇସାର ବାପାଙ୍କୁ ଦେଖି ଚମକି ପଡିଲି ମୁଁ...... ଇସାର ବାପା ପୁଣି ଏଇ ସହରରେ କେଜାଣି କଣ ପାଇଁ ଇଚ୍ଛା ହେଲା ସେଇ ଅହଙ୍କାରୀ ଝିଅ ଇସା ବିଷୟରେ


"ମଉସା ନମସ୍କାର... "

 ଆପଣ କେମିତି ଅଛନ୍ତି? 

  ମୁଁ ଇସା ର ଅଫିସ ଷ୍ଟାଫ....... ଇସା ବାହାଘର ପରେ କେମିତି ଅଛି

  ଏତିକି ଶୁଣି ମଉସାଙ୍କ ଆଖି ଲୁହ ରେ ଛଳ ଛଳ

  ମଉସା କହିଲେ "ମା ରେ ଇସା ଆଉ ଏ ଦୁନିଆରେ ନାହିଁ...... ସେ ତ କେବେଠୁ ଆମ ସମସ୍ତଙ୍କୁ ପର କରି ଚାଲି ଯାଇଛି

  କୁଆଡେ ଯାଇଛି

  ଲୁହ ଭିଜା ଆଖି କୋହ ଭରା ହୃଦୟ ରେ ମଉସା ଉତ୍ତର ଦେଲେ.........ଇସା କୁ ହେଇଥିଲା blood cancer......ଦୁନିଆ ପାଇଁ ଥିଲା ସେ କିଛି ଦିନର ଅତିଥି........ ଚାକିରୀ ଛାଡିବାର ତିନି ମାସ ପରେ ସେ ଚାଲି ଯାଇଛି ସଂସାରରୁ


୮ ବର୍ଷ ପରେ ଆଜି ଇସାର ମୁହଁ ଟି ମତେ ଆଜି ସ୍ପଷ୍ଟ ଦିଶୁଥିଲା, ସ୍ୱାର୍ଥପର ଶବ୍ଦ ମୋତେ ଜିଭ ଦେଖେଇ ଚିଡ଼ଉଥିଲା, ଆଜି ବୁଝା ପଡିଥିଲା ବାସ୍ତବରେ ଇସା ସ୍ୱାର୍ଥପର ନଥିଲା, ଅନ୍ୟମାନଙ୍କ ଖୁସି ପାଇଁ ନିଜର ବର୍ତମାନ ର ଖୁସିକୁ ସେ ଭୁଲି ଯାଇଥିଲା..ବାସ୍ତବରେ ଇସା ଅହଙ୍କାରୀ ନଥିଲା, ଭବିଷ୍ୟତ ରେ ସେ ଛାଡି ଚାଲିଯିବା ପରେ, ତା ସ୍ମୃତି ରେ ଅନ୍ୟ ମାନେ କେହି କଷ୍ଟ ନପାଇବା ପାଇ ସେ ଜାଣି ଜାଣି ଚୁପଚାପ ପାଲଟିଯାଇଥିଲା...ସେ ଘମଣ୍ଡି ନଥିଲା ତାକୁ ପରିସ୍ଥିତି ବାଧ୍ୟ କରିଥିଲା... ନିଜ ଦୁଃଖ କାହାକୁ କିଛି ନକହି ଚୁପଚାପ ସହି ଯାଇଥିଲା ଝିଅଟି....


ପ୍ରଶ୍ନ କରୁଥିଲି ମୁଁ ନିଜେ ନିଜ କୁ?? 

କିଏ ଇସା କୁ ବୁଝି ପାରିଥିଲା? ମୁଁ ? ନା ଏ ଦୁନିଆ ? ନା ତାକୁ ବହୁତ ଭଲ ପାଉଥିବା ଅଜିତ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy