The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Sonali Swain

Tragedy

3  

Sonali Swain

Tragedy

ଜହ୍ନ ମାମୁଁ ହ୍ଵାଟ୍ସଆପରେ

ଜହ୍ନ ମାମୁଁ ହ୍ଵାଟ୍ସଆପରେ

2 mins
649


ଜଣଙ୍କ ଅଜବ ପ୍ରକୃତି ହିଁ ବାଧ୍ୟ କରେ ତା' ବିଷୟରେ ପତ୍ତା ଲଗେଇବା ପାଇଁ ସାଧାରଣତଃ ଜହ୍ନକୁ ଦେଖିଲେ ଆମେ ମାନେ ତା' କିରଣ ପାଇଁ ଖୁସି ହେଉ। ତାରା ମାନଙ୍କ ମିଞ୍ଜି ମିଞ୍ଜି ଆଲୋକ ସହ ମଜା କରୁ ।କିନ୍ତୁ କେବେ ସେମାନଙ୍କୁ ଗଣିବାର ବୃଥା ପ୍ରୟାସ କରୁନା । ସୂର୍ଯ୍ୟର ପ୍ରଖର କିରଣ ପାଖରୁ ଆମେ ନିଜେ ନିଜକୁ ଲୁଚାଉ ଆଉ ସମୁଦ୍ରର ଢେଉରେ ଢେର ସାରା ଭିଜୁ । ହେଲେ ସେ ତ ପୁରା ଅଲଗା ଥିଲେ । ଜହ୍ନକୁ ହ୍ଵାଟ୍ସଆପ ରେ ଚାଟ କରିବାକୁ କୁହନ୍ତି । ତାରା ମାନଙ୍କୁ ଗଣି ଗଣି ଖାତା ରେ ଟିପି ରଖନ୍ତି । ସୂର୍ଯ୍ୟଙ୍କ କିରଣ ସବୁକୁ ବୋତଲ ଭିତରେ ଧରି ରଖିବାକୁ ଦିନ ସାରା ଚେଷ୍ଟା କରନ୍ତି ଆଉ ସମୁଦ୍ରର ଢେଉ ସବୁକୁ ଗୋଡ ଉଠାଇ କୁଦି ଚାଲନ୍ତି .....କିଛି ବୁଝା ପଡ଼େନି କ'ଣ ସେ ଏମିତିକା? 


  ପାଖ ଘରକୁ ଏଇ 3 ମାସ ହେବ ଭଡା ରହିବାକୁ ଆସିଛନ୍ତି ଏଇ ପରିବାର । ଦୁଇ ଝିଅ ଆଉ ବାପା ମା' । ହେଲେ,ବଡ ଝିଅର ଏମିତି ରଙ୍ଗ ଢଙ୍ଗ ବାଧ୍ୟ କରଇଥିଲା ତାଙ୍କ ବିଷୟରେ ପତ୍ତା ଲଗେଇବାକୁ । ଯୋଗକୁ ତାଙ୍କ ସାନ ଭଉଣୀ ହିଁ ମୋ ସହ ପଢୁଥିଲା , ଆଉ ସେ ତାଙ୍କ ବାପାଙ୍କ ସହ ଆସିଥିଲେ ଟିଉସନ କଥା ବୁଝିବା ପାଇଁ ମୁଁ ପଢ଼ୁଥିବା ଟିଉସନକୁ ।

   

ମୁଁ ସାଧାରଣତଃ କେବେ କାହା ସହ ଆଗେ କଥା ହୁଏନି କି କାହା ବିଷୟରେ ଜାଣିବାକୁ ଚେଷ୍ଟା କରେନି ହେଲେ ଭଡା ଘର ମଉସାଙ୍କ ଝିଅ ବିଷୟରେ ଜାଣିବାକୁ କାଇଁ କେଜାଣି ଏତେ ଆଗ୍ରହ ମୁଁ ନିଜେ ବି ଜାଣି ନଥିଲି ।ପ୍ରତିଦିନ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ତାଙ୍କ କାମ ସବୁ ଅଦ୍ଭୁତ ଥିଲା । ଏମିତି ଜଣେ କେମିତି ହେଇ ପାରେ ଆଉ ସେ ପୁଣି ଜଣେ ପଚିଶ ବର୍ଷ ର ଝିଅ ଜଣେ କେମିତି ପାଞ୍ଚ ବର୍ଷ ପିଲାଙ୍କ ଠାରୁ ବି ହୀନ ହୋଇପାରେ ।ଧୀରେ ଧୀରେ ନିଜ ମନକୁ ବୁଝେଇଲି , ବୋଧେ ସେ ପାଗେଳି ହେଇଥିବେ ପରେ ପୁଣି ଭାବିଲି ଯଦି ସେ ଜନ୍ମରୁ ପାଗେଳି ତେବେ ତାଙ୍କ ବାପା, ମା' ଏମିତି ପାଗଳାମିକୁ ନେଇ ପଚିଶ ବର୍ଷ ହେଲା କେମିତି ସହି ଆସିଛନ୍ତି । ଏମିତ ବହୁତ କଥା ମୁଣ୍ଡରେ ଘୁରି ଚାଲେ । କ'ଣ ପ୍ରକୃତ ସତ ଆଉ କ'ଣ ହୋଇଥାଇ ପାରେ ପ୍ରକୃତ କାହାଣୀ । କ'ଣ ପ୍ରକୃତ ବାସ୍ତବିକତା । ସବୁ ପ୍ରଶ୍ନର ଉତ୍ତର ପାଇଁ ଖୋଜି ପାଇଲି ଗୋଟିଏ ବାଟ ତାଙ୍କ ସାନ ଭଉଣୀ ସହ ମୋର ବନ୍ଧୁତା ।  ଆଗେ ଯାଇ କଥା ହେଲି... ଏମିତି କଥା ହଉ ହଉ ବହୁତ ବନ୍ଧୁତା ସୃଷ୍ଟି ହେଇଗଲା ଆମ ମାନଙ୍କ ଭିତରେ । ଆଉ ମନେ ମନେ ଭାବିଲି, ଶିଖାକୁ ପଚାରିବିସବୁ କଥା ତା' ବଡ ଭଉଣୀଙ୍କ ବିଷୟରେ ।ହଁ ଆଉ ପଚାରିବି ଦେଲି... ଶିଖା, ତୁମ ଭଉଣୀ କ'ଣ ପିଲା ଦିନ ରୁ ସେମିତି? ଏତିକି ଶୁଣି ଶିଖା ଆଖିରୁ ଲୁହର ସୁଅ ଛୁଟିଲା ।ଆଉ ଉତ୍ତର ଆସିଲା ନାଇଁ । ତାର ନାଇଁ ଶୁଣି ପୁଣି ପ୍ରଶ୍ନ କୋଠରୀରେ ମୁଁ ବନ୍ଦୀ ହେଇଗଲି । ଯଦି ଜନ୍ମରୁ ନୁହେଁ ତାହେଲେ କ'ଣ ପାଇଁ ପଚିଶ ବର୍ଷର ଝିଅ ଆଜି ତାରା ମାନଙ୍କୁ ଗଣିବାର ବୃଥା ପ୍ରୟାସ କରୁଛି?କ'ଣ ପାଇଁ ଜହ୍ନସହ କଥା ହେଇ ହ୍ଵାଟ୍ସଆପ ରେ ଚାଟ କରିବାକୁ କହୁଛି?ଏଇଟା କ'ଣ ଗୋଟେ ସ୍ୱାଭାବିକ କଥା କି? 


ପୁଣି ପଚାରିଲି ତାହେଲେ କ'ଣ ହୋଇଛି ତୁମ ଦିଦିଙ୍କର?... ସେ ଆଜି ଏମିତି କ'ଣ ପାଇଁ?  ଶିଖା ଲୁହ ଛଳ ଛଳ ଆଖି ରେ କହିଲା -ବହୁତ ଲମ୍ବା ଘଟଣା ଶୁଣିବ କି ସବୁ ? ତାହେଲେ ଶୁଣ.. ଦିଦି ମୋର ଗୋଟିଏ ଭଲ କଲେଜ ରେ ଅଧ୍ୟାପିକା ଥିଲା, ସେଇଠି ତାର ପ୍ରଥମ ଭେଟ ହେଇଥିଲା ବିକାଶ ଭାଇଙ୍କ ସହ । ସେ ବି ସେଇ କଲେଜରେ ଗଣିତ ବିଭାଗର ଅଧ୍ୟାପକ ଥିଲେ।ଧିରେ ଧିରେ ଦିଦିର ପ୍ରେମରେ ପଡି ଯାଇଥିଲେ ବିକାଶ ଭାଇ ଆଉ ଦିଦିକୁ କିଛି ନ ଜଣେଇ ଏକା ଥରେ ନିଜ ବାପା,ମା'ଙ୍କ ସହ ପ୍ରସ୍ତାବ ନେଇ ଆସିଥିଲେ ଆମ ଘରକୁ। .ଆଉ ଘରେ ବି ସମସ୍ତେ ରାଜି ଥିଲେ ଆମର । ଖାଲି ଅପେକ୍ଷା ଥିଲା ଦିଦିର ମନ୍ତବ୍ୟ ଶୁଣିବା ପାଇଁ । ଦିଦି ମଧ୍ୟ ମନେ ମନେ ପସନ୍ଦ କରୁଥିଲା ବିକାଶ ଭାଇଙ୍କୁ । ଆଉ ଏକା ଥରେ ଠିକ ହେଇଗଲା ନିର୍ବନ୍ଧ ତାରିଖ । ସମସ୍ତେ ବହୁତ ଖୁସି ଥିଲେ ଏଇ ବାହାଘରକୁ ନେଇ । ଦିଦି ବି ବହୁତ ଖୁସି ଥିଲା । ଖୁସିର ଲହରୀ ଖେଳି ଯାଇଥିଲା ଦୁଇ ପରିବାର ମଧ୍ୟରେ । ହେଲେ,ସବୁ ଖୁସି ସେଇଦିନ ଶେଷ ହେଇଗଲା ଯେଉଁଦିନ ବାହାଘରର ସବୁ ଜିନିଷ କିଣିବା ପାଇଁ ଦିଦି ଆଉ ଭାଇ ଯାଇଥିଲେ ମାର୍କେଟ । ଆସିବା ବାଟରେ ଉଭୟ ଶିକାର ହୋଇଥିଲେ ଏକ ଭୟଙ୍କର ଦୃଘଟଣାର । ଗୋଟେ ବଡ ଟ୍ରକ ଆସି ଧକ୍କା ଦେଇଥିଲା ବିକାଶ ଭାଇଙ୍କ ଗାଡିକୁ ଆଉ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା ବିକାଶ ଭାଇଙ୍କର ଆଉ ଦିଦି ର ମୁଣ୍ଡ ରେ ଲାଗିଥିଲା ଶକ୍ତ ଧକ୍କା ଯାହା ଫଳରେ ସେ ଭୁଲି ଯାଇଥିଲା ସବୁ କଥା ଆଉ ପଚିଶ ବର୍ଷର ଝିଅ ପାଲଟି ଯାଇଥିଲା କୁନି ପିଲାଙ୍କ ଠାରୁ ବି ଆହୁରି କୁନି । ଏତିକି କହି ଶିଖା ଭୋ ଭୋ ହୋଇ କାନ୍ଦି ଚାଲିଥିଲା । ଆଉ କହୁଥିଲା ଦିଦି ମୋର ସେଇଦିନ ଠାରୁ ହିଁ ପାଗେଳି ହେଇ ଯାଇଥିଲା। ସେସବୁକୁ ଭୁଲିବା ପାଇଁ ବାପା ନିଜ ଚାକିରୀ ଛାଡିଦେଲେ ଆଉ ଆମେ ସେଇ ସହର ଛାଡି ଚାଲି ଆସିଲୁ ଏଇ ଦୂର ଯାଗାକୁ । ଏଇ ପାଖରେ କିଛି ଦିନ ହେବଭଡା ଘରେ ରହୁଛୁ ।


ସେଦିନ ପର ଠାରୁ ଦିଦି ମୋର ଏମିତି ହେଇଯାଇଛି। ଯିଏ ଦିନେ ବିକାଶ ଭାଇଙ୍କ ସହ ମିଶି ଜହ୍ନ ଆଲୋକ ରେ ଖେଳୁଥିଲା ଆଜି ସେ ଜହ୍ନକୁ କହୁଛି ହ୍ଵାଟ୍ସଆପକୁ ଆସି ଚାଟ କରିବାକୁ । ଯିଏ ଦିନେ ତାରାର ମିଞ୍ଜି ମିଞ୍ଜି ଆଲୋକରେ ଖୁସି ହେଉଥିଲା,ଆଯି ସେ ବସି ଯାଉଛି ତାରା ଗଣିବାକୁ । ଆଉ ଯିଏ ଦିନେ ସମୁଦ୍ର କୁଳ ଆଉ ସମୁଦ୍ରର ଢେଉକୁ ବହୁତ ଭଲ ପାଉଥିଲା,ଆଜି ସେଇ ଢେଉକୁ ଗୋଡ ବାଡେଇ ଗୋଇଠା ମାରୁଛି ।


ସବୁ ଶୁଣିବା ପରେ ମୋ ଆଖିରୁ ଗଡିଚାଲି ଥିଲା ଲୁହର ଧାର ଆଉ ଶୁଣିବାକୁ ବି ଶକ୍ତି ନଥିଲା ସେ ଦୁଖଃ ଭରା କାହାଣୀକୁ । ଚାଲି ଆସିଥିଲି ସ୍ମୃତି ଦିଦିଙ୍କ ପାଖକୁ ଆଉ ତାଙ୍କ ସହ ମିଶି ଗଣି ଚାଲିଥିଲି ସେଇ ଅସୁମାରି ତାରା ମାନଙ୍କୁ ।


Rate this content
Log in

Similar oriya story from Tragedy