Rekharani Sahu

Romance

4  

Rekharani Sahu

Romance

ଲହଡ଼ି ବି ଗଢି ପାରେ ସମ୍ପର୍କ

ଲହଡ଼ି ବି ଗଢି ପାରେ ସମ୍ପର୍କ

5 mins
190


ପ୍ରେମ ଏକ ମତୁଆଲା ଫଗୁଣ। ତାର ଅନେକ ଗୁଣ । ଯଦି କେବେ ହୁଅଇ ପ୍ରେମ , ତେବେ ଜୀବନରେ ଉଠେ ରଙ୍ଗ ତରଙ୍ଗ । ଅନେକ ସ୍ବପ୍ନ କୁ ଆଖିରେ ରଖି ସେ ବଞ୍ଚେ ଜୀବନ। ମଧୁରୀମା ଭାରିଯାଏ ଜୀବନରେ । କଷ୍ଟ ବି ଆଶ୍ବସ୍ତ ଲାଗେ । ଖରା ବି ଶୀତ ପରି ବୋଧ ହୁଏ । ବିରହ ଯନ୍ତ୍ରଣା ବି ପ୍ରେମର ପାଉଣା ପରି ଲାଗେ । ସ୍ବପ୍ନ ମୟ ହୋଇଯାଏ ଦୁନିଆଁ । ଅନେକ ଆଶା ଅଭିଳାଷ ଭିତରେ ସେ ଗୀରି ପାହାଡ ପର୍ବତ ବି ଅତିକ୍ରମ କରିବାର ସକ୍ଷମ ରଖେ । ମଦିରା ପାନ କଲେ ନିଶା ହେଇ ନପାରେ ଯଦି ଜଣେ ଅଭ୍ୟସ୍ତ ଥାଏ କିନ୍ତୁ ପ୍ରେମ ନିଶା ମଦିରା ନିଶାଠୁ ଶତ ଗୁଣ ଅଧିକ ବୋଧ ହୁଏ । 


ଆଜି ମଧୁ ଆଉ ମାଧବୀ ଙ୍କ ୨୫ ବର୍ଷ ର ବାହାଘର ପୂର୍ତ୍ତି । ଦୁହେଁ ଦୁହିଁଙ୍କ ସହ ଅତୁଟ ବନ୍ଧନରେ ବାନ୍ଧି ହେଇ ରହିଛନ୍ତି । ଦୁହେଁ ଉଚ୍ଚ ଶିକ୍ଷିତ ସହ ଉଚ୍ଚ ପଦବୀ ର କର୍ମ ଚାରି ମଧ୍ୟ । ମଧୁ ମାଧବ ମିଶ୍ର ଜଣେ ସୁନାମ ଧନ୍ୟ ବିଚାରପତି , ମାଧବୀ ମାଧବୀ ଦାସ ଜଣେ ନାମୀ ଦାମୀ ସରକାରୀ ଓକିଲ । ଆଇନି ର କଳ ପରି ସେମାନଙ୍କ ଜୀବନ ମଧ୍ୟ ଚାଲେ । ହସ ଖୁସି ସୁଖ ଦୁଃଖ ଦୁହେଁ ଦୁହିଁଙ୍କ ସାଥୀ ରେ ରହିଆସିଛନ୍ତି । ପୁଅ ଝିଅ ଦୁଇଟି । ସବୁ ଏବେ ଉଚ୍ଚ ପଦବୀରେ ଚାକିରି କରିଛନ୍ତି । ଝିଅ ସୀମା ଡାକ୍ତରୀ ସାରି ବିବାହ କରି ସାରିଛି । ଆଉ ପୁଅ ସୋନୁ ବ୍ଲକ ରେ ବିଡ଼ିଓ ଅଛି ସେ ବି ବିବାହ କରି ସାରିଛି । ହେଲେ ପୋଷ୍ଟିଂ ଦୂରରେ ଯୋଗୁ ବାପା ମା ଙ୍କ ପାଖେ ରହିପାରେ ନାହିଁ ବ। କିନ୍ତୁ ସବୁ ଏକାଠି ହୁଅନ୍ତି କୌଣସି ପୂଜା ପର୍ବ କିମ୍ବା ମଧୁ ଆଉ ମାଧବୀ ର ବିବାହ ବାର୍ଷିକ ଉତ୍ସବରେ । ସବୁ ବସି ଗପ ମାରୁଥାନ୍ତି। କେକ ସେକ୍ କଟାକଟି ସରି ସବୁ ସତ ଓ ସାହାସ ଖେଳ ଖେଳିଥାନ୍ତି । ତା ଭିତରେ ବି ମଧୁ ମାଧବୀ ବାଦ୍ ପଡ଼ିନଥିଲେ। 

  ବୃଦ୍ଧା ଅବସ୍ଥାରେ ମନ ଯଦି ଯୌବନ ଭଳି ଅନୁଭୂତ ହୁଏ , ତେବେ ସେ ବୃଦ୍ଧା ବୟସ ପିଲାଳିଆମୀ ପରି ଲାଗେ । ନାତି ନାତୁଣୀ ସହ ବୁଢ଼ା ବୁଢ଼ୀ ପୁରା ମଜଗୁଲ ହୋଇ ଖେଳୁଛନ୍ତି । ବୋତଲ ଧରି ଘୁରା ହୁଏ । ଯାହା ଆଗରେ ବୋତଲ ରହିବ ସିଏ କହିବ କଣ ନେବ , ସତ କି ସାହାସ । ଯାହା ନେବ ସେଇ ଅନୁସାରେ ତାକୁ କରିବାକୁ ପଡ଼ିବ । ଏମିତି କେତେ ସମୟ ପରେ ବୋତଲ ଘୁରି ଘୁରି ଯାଇ ପଡ଼ିଲା ବିଚାରପତି ଙ୍କ ଆଗରେ ମାନେ ମଧୁ ବାବୁ ଙ୍କ ଆଗରେ । ସୋନିଆ ସୀମା ଝିଅ ଅଜା ଆଜି ତୁମେ କୁହ କଣ ନେବ । ଅଜା ମଧୁ ବାବୁ କହିଲେ ସତ । ଆଛା ଠିକ୍ ଅଛି ତେବେ କୁହ ଆଇ ସହ ତୁମର ପ୍ରେମ କେମିତି ହେଇଥିଲା କାରଣ ଆମେ ଯାହା ଶୁଣିଚୁ ଆପଣ ଦୁହେଁ ପ୍ରେମ ବିବାହ କରିଥିଲେ । ମାଧବୀ ଲାଜେଇ ଯାଉଥାଏ । ମଧୁ କହିଲା ଏଇଟା ଗୋଟେ କଥା ସଙ୍ଗେ ସଙ୍ଗେ କହୁଚି ଶୁଣୁ ମାଧବୀ କହନ୍ତି ତମେ ବି ଛୋଟ ପିଲା ହେଇଯାଉଛ । ବୁଢ଼ା ହେଲଣି ହେଲେ ପିଲାଳିଆମି ଗଲାନି । ମଧୁ କହିଲେ ରୁହ ମ ପ୍ରିୟେ ସେଦିନ ର କଥା ମନେ ପଡିଲେ ମତେ ମୋ ଜୀବନ ପୁଣି ବଞ୍ଚିବାକୁ ଇଚ୍ଛା ହୁଏ ସେ ଯୌବନ କୁ । କାସ୍. ହୋଇପାରନ୍ତା କି ସେ ନୀଳ ନୀଳ ଆଖି , ସେ କଳା ମଚମଚ୍ ରେଶମୀ କେଶ , ସେ ନାଲି ଅଧର , ମୁହଁରେ ନିରୀହ ର ଛିଟା ହାଏ.


 ଅଜା ଆଉ ରକ୍ତ ରଞ୍ଜିତ ନକରି କୁହ ଆମେ ଜାଣିଛୁ ତୁମେ ଆଇ କୁ ବହୁତ୍ ଭଲପାଅ । କିନ୍ତୁ ଆମକୁ ତୁମ କାହାଣୀ କୁହ। ମଧୁ ବାବୁ ଆଚ୍ଛା ତେବେ ଶୁଣ ପିଲେ

  

   ଭେଟ ହେଇଥିଲେ ସେ ସମୁଦ୍ର ର ଲହଡ଼ି ଖେଳରେ । ବିଧିର ବିଧାନ ଆଗରେ ଆମେ ସମସ୍ତେ ଦାସ ।


   ସେତିନ ମଧୁ ଜୀବନରେ ମାଧବୀ ର ଆଗମନ ହେଇଥିଲା । ପହିଲି ଦେଖାରେ ଆଖିରେ ଆଖିରେ ହେଇଯାଇଥିଲା ପ୍ରେମ । ଦୁହେଁ ଅଲଗା ଅଲଗା ଯାଗାର । ମାଧବୀ ଭୁବନେଶ୍ୱର ର ସହରୀ ଝିଅ ଆଉ ମଧୁ କୋରାପୁଟ ପଟାଙ୍ଗି ର ଗାଉଁଲି ପୁଅ । କିନ୍ତୁ ସେ ସହରରେ ରହି ପାଠ ପଢିଥିଲା । ସହରର ରଙ୍ଗ ଢଙ୍ଗ ସହ ବେଶ୍ ପରିଚିତ । ଓକିଲାତି ପଢ଼ି ସେ ମଣିଷ ଚିହ୍ନି ସାରିଥିଲା । କିଏ କିପରି ସ୍ୱଭାବର ଜାଣିଥିଲା । ମଧୁ ଯାଇଥିଲା ସାଙ୍ଗ ମାନଙ୍କ ସହ ପୁରୀ ... ଠାକୁର ଦର୍ଶନ ସାରି ସବୁ ଚାଲିଲେ ସମୁଦ୍ର କୂଳକୁ । ଲହଡ଼ି ଭାଙ୍ଗି ଖେଳିବାର ଯୋଉ ମଜା ସତରେ ଆଉ କୋଉଥିରେ ନାହିଁ । ଝିଅ ପଲେ ବି ଆସିଥିଲେ ମିଶିକି ପୁରୀ ମନ୍ଦିର ଦର୍ଶନ ସାରି ସବୁ ସାଗର କୂଳରେ ଲହଡ଼ି ଭାଙ୍ଗୁଥାନ୍ତି । ଟୋକା ପଲ ଝିଅଙ୍କୁ ଦେଖି ଯାହା ହୁଅନ୍ତି ତୁମେ ସବୁ ଜନିଥିବ ଆଉ କହିବି କଣ । ଠିକ୍ ସେମିତି ଆମେ ବି ବାଳୁଙ୍ଗା ଥିଲୁ । ଝିଅ ମାନେ ଯେତେବେଳେ ଲହଡ଼ି ଭାଙ୍ଗି ଖେଳୁଥିଲେ ଆମେ ବି ଦେଖି ହସୁଥିଲୁ କିନ୍ତୁ ଆମ ଖେଳ ଚାଲିଥାଏ । 

   ହଟାତ୍ ଘୋଟି ଆସେ ଘମାଘୋଟ ମେଘ ମେଘ

ଆଉ ତା ସହ ଲହଡ଼ି ଜୋର୍ ଆସେ ସାହାସ ପାଉନଥିଲା ଆଉ ଖେଳିବାକୁ । କିନ୍ତୁ ନିଶା ଲାଗିଚି ଖେଳିବାର । ଝିଅ ମାନେ ବି କମ୍ ନୁହେଁ । ସେମାନେ ବି ସେମିତି ଖେଳୁଥାନ୍ତି । ତାଙ୍କ ଭିତରେ ଗୋଟେ ଝିଅ ଲହଡ଼ି ରେ କିଛି ଦୂର ଭାସିଗଲା । ଝିଅ ମାନେ ଡରି ଚିଲେଇଲେ । ସାହାସ କରି ଯାଇପାରୁ ନଥିଲେ ଭିତରକୁ । ମୁଁ ଅନେଇ ଦେଖିଲି ଯେ ଝିଅ ଟିକୁ ଲହଡ଼ି ଟାଣି ନଉଚି । ମୁଁ ପହରାଳି ଚାମ୍ପିଅନ ଥିଲି । ସଙ୍ଗେ ସଙ୍ଗେ ପହରି କି ଯାଇ ମାଧବୀ କୁ କୂଳକୁ ଆଣିଲି । ସେତେବେଳକୁ ସେ ପାଣି ପି ଦେଇଥାଏ ଆଉ ବେହୋସ୍ ବି ହେଇଥିଲା । ତାକୁ ଓଲଟାଇ ପିଠି ଚିପି ପାଣି ବାହାର କଲୁ । ପାଣି ବାହାରିଲା ହେଲେ ତା ହୋସ ଫେରୁନଥିଲା । ଆଉ କିଛି ଉପାୟ ପାଇଲୁନି । ବର୍ଷା ବି ବର୍ଷିବା ଉପରେ । ବାଧ୍ୟ ହୋଇ ତା କାନ ନାମ ଚାପି ତା କୋମଳ ନାଲି ଅଧରରେ ଚୁମ୍ବନ ଜୋର୍ ରେ ଦେଇଦେଲି । କିଛି କ୍ଷଣ ଓଠକୁ ଓଠ ଲାଗିଥାଏ । କୌଣସି ମନ୍ଦ ଉଦ୍ଦେଶ୍ୟରେ ନୁହେଁ ବାକି ଜଣଙ୍କ ଜୀବନ ବଞ୍ଚାଇବା ପାଇଁ ଏମିତି କରିବାକୁ ପଡିଲା । ମାଧବୀ ଆଖି ଖୋଲିଲେ ତାଙ୍କ ସେ ନୀଳ ନୀଳ ଆଖିରେ ମୋ ଆଖି ମିଶିଗଲା ଅପଲକେ ମୁଁ ତାଙ୍କୁ ଚାହିଁ ରହିଛି ଆଉ ସେ ବି ମତେ ସତେ ଯେମିତି ଯୁଗ ଯୁଗର ସମ୍ପର୍କ ଥିଲା ଆମ ଭିତରେ । ତା ସାଙ୍ଗ ମାନେ କହୁଛନ୍ତି ମାଧବୀ ତତେ ଏଇ ପିଲାଟି ବଞ୍ଚେଇଲା ନହେଲେ ଆଜି କଣ ଯେ ହୋଇଥାନ୍ତା ଜଣା ନାହିଁ । ମାଧବୀ ଧନ୍ୟବାଦ କହି ଉଠିଲେ ।

    ଆମେ ଟୋକା ଦଳ ସବୁ ଗାଧେଇବାକୁ ଗଲୁ ଶୌଚାଳୟ କୁ କାରଣ ସମୁଦ୍ର ର ଲୁଣି ପାଣି ଦେହରେ ଲାଗି କୁଣ୍ଡେଇ ହେଲାଣି ପୁଣି ଫେରିବାକୁ ହେବ ହଷ୍ଟେଲକୁ । ମାଧବୀ ମତେ ସେମିତି କଣେଇ କଣେଇ ଯାଉଥିଲେ । ଶୌଚାଳୟ ରେ ଗାଧୁଆ ପରେ ପୁଣି ଭେତାହେଲେ ମାଧବୀ କିଛି ନଭାବି ସେ ତାଙ୍କ ଘର ଲାଣ୍ଡ ଲାଇନ୍ ନମ୍ବର ଟି ଦେଇଥିଲେ କାଗଜ ରେ ଲେଖିକି । ମୁଁ ବି କିଛି ନଭାବି ପ୍ୟାକେଟ ରେ ପୁରେଇ ଦେଲି ଆଉ ଫେରି ଆସିଲି ହଷ୍ଟେଲ । ତାପରେ ଆରମ୍ଭ ହେଲା ବାର୍ତ୍ତାଳାପ ଫୋନ୍ ମାଧ୍ୟମରେ । କେତେ ଯେ ଟଙ୍କାକିଆ ନସରିଚି ମୋର । ଦୁହେଁ ଆଇନୀ ବିଭାଗର ଜାଣି ଖୁସି ହେଲୁ । ପଢା ସରି ଚାକିରି ହେଲା ବେଳକୁ ୫ବର୍ଷ । ଘରେ ସବୁ ଜାଣି ସାରିଥିଲେ ସେତେବେଳ କୁ ସମସ୍ତେ ବାହାଘରରେ ରାଜି ହୋଇଗଲେ । ଆଉ ଆମେ ବାନ୍ଧି ହୋଇଗଲୁ ଅତୁଟ ବନ୍ଧନରେ ଜନ୍ମ ଜନ୍ମ ପାଇଁ । ସେଇ ଲହଡ଼ି ଗଢି ଦେଇଥିଲା ଆମ ଏ ଅତୁଟ ସମ୍ପର୍କ । ମାଧବୀ ଲାଜେଇ ଯାଇ କହେ ତମର ଯୋଉ କଥା ନା

   ସୀମା କହିଲା ତାହେଲେ ଏମନ୍ତ କଥା" ଲହଡ଼ି ବି ଗଢ଼ିପାରେ ସମ୍ପର୍କ " । ସମସ୍ତେ ମିଶି ଜୋର୍ ରେ ହସିବାକୁ ଲାଗିଲେ । 



Rate this content
Log in

Similar oriya story from Romance