STORYMIRROR

Seetaram Dash

Romance

2  

Seetaram Dash

Romance

ଲଘୁ କଥା

ଲଘୁ କଥା

1 min
526


    ରିୟା କଥାରେ କଥାରେ କହି ଉଠିଲା, "କାଲି ଠୁ ସବୁ ବନ୍ଦ। ଗୁପୁଚୁପ ଖିଆ, ଗପସପ ଆଉ ଏ ପାର୍କରେ ବସିବା, ପରୀକ୍ଷା ନ ସରିବା ଯାଏଁ। ପଢା ପଢିରେ ଧ୍ୟାନ ଦେବାକୁ ହେବ"। ରାଜୀବ ସହଜ ଭାବରେ ହଁ ରେ ହଁ ମିଶାଇ ଜଣାଇଲା ହଉ, ତମ ଇଚ୍ଛା।


    ରାଜୀବ ଆଉ ରିୟା ଯୁକ୍ତ ତିନିର ଶେଷ ବର୍ଷର ଛାତ୍ର। ଉଭୟଙ୍କ ମଧ୍ୟରେ ଘନିଷ୍ଟ ବନ୍ଧୁତା। ରାଜୀବ ପଢାପଢିଠୁ ଆରମ୍ଭ କରି ସମସ୍ତ ସୁବିଧା ଅସୁବିଧାରେ ରିୟାକୁ ସାହାଯ୍ୟ କରେ। ପ୍ରତିଦିନ ଅପରାହ୍ନରେ ପାର୍କର ଏକ ସିମେଣ୍ଟ ବେଞ୍ଚରେ ଏମାନେ କିଛି ସମୟ ବସି ବିଭିନ୍ନ ବିଷୟରେ ଆଲୋଚନା କରନ୍ତି। ଆଲୋଚନାରେ ଥାଏ, ଦିଲ୍ଲୀ ଠୁ ପଲ୍ଲୀ ଯାଏଁ ସବୁ କଥା। ଫେରିବା ସମୟରେ ଗୁପୁଚୁପ ଖାଇବା ଏମାନଙ୍କର ନିତିଦିନିଆ ଅଭ୍ୟାସ।


    ସମୟ ଅପରାହ୍ନ ୪.୩୫। ରାଜୀଵର ଫୋନ ବାଜି ଉଠିଲା। ଫୋନ ଉଠାଇବାରୁ ସେପଟୁ ରିୟା କହିଲା, 


--ଏବେ, କୋଉଠି? କଣ କରୁଛ? 


ରାଜୀଵ -ନାଇଁ ଏମିତି ଛାତ ଉପରେ ବସିଥିଲି।


ରିୟା - ମୁଁ ପାର୍କରେ ବସିଛି। 


ରାଜୀଵ--ତମେ ପରା ମନା କରିଥିଲ, ପରୀକ୍ଷା ନ ସରିବା ଯାଏଁ...


ରିୟା-- ହଉ, ଆସ ଜଲଦି।


    ମନେ ମନେ ବହୁତ ହସୁଥିଲା ରାଜୀଵ ଆଉ ଭାବୁଥିଲା ସତରେ କଣ ଝିଅ ମାନଙ୍କର, ନା' ମାନେ, ହଁ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance