STORYMIRROR

Krupasindhu Mishra

Classics

2  

Krupasindhu Mishra

Classics

ଲାଖ ବିନ୍ଧା

ଲାଖ ବିନ୍ଧା

2 mins
14.1K


  ମହାଭାରତ(୩୮)   

ପାଞ୍ଚାଳ ଦେଶ  ରାଜଧାନୀରେ ପହଞ୍ଚି ପାଣ୍ଡବମାନେ ଦେଖିଲେ ଯେ ଅଧିକାଂଶ ରାଜା ଆସିଗଲେଣି. ଚାରିଆଡେ ଏକ ଉତ୍ସବମୟ ପରିବେଶ . ଉଦ୍ଦିଷ୍ଟ ରାଜାମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ରହିବା ବ୍ୟବସ୍ଥା ହୋଇଛି. ଭୀମ ଖାଲି ଥିବା ଗୋଟିଏ ଆସ୍ଥାନ ଓ ଗୃହ ବାଛି ଯୁଧିଷ୍ଠିରଙ୍କୁ କହିଲେ ଯେ ସେଇଟାରେ ଆମେ ରହିଯିବା. ସମ୍ଭବତଃ ସେଇଟା ଆମ ପାଇଁ ଖାଲି ରଖା ହୋଇଛି. ଯୁଧିଷ୍ଠିର ହସି ହସି କହିଲେ "ଆମେ ଜୀବିତ ଥିବା କାହାକୁ ଜଣା ନାହିଁ, ଆମପାଇଁ କିଏ ରହିବା ବ୍ୟବସ୍ଥା କାହିଁକି କରିବ? .ବରଂ ଗୋଟାଏ ନିକାଞ୍ଚନ ସ୍ଥାନ ଦେଖ, ଯେମିତି ବେଶୀ ଲୋକ ଆମକୁ ଦେଖି ନ ପାରିବେ .ନ ହେଲେ ଆମେ ଧରା ପଡିଯିବାର ସମ୍ଭାବନା ଅଛି”  ନଗର  ବାହାରେ  ଏକ  କୁମ୍ଭାରଶାଳ  ଥିଲା . ସେତେବେଳେ ମାଘମାସ. ସେଇଠି ଶୀତ ଲାଗିବାର ନାହିଁ. ସେଇଠି ସମସ୍ତେ ରହିଗଲେ. ସମସ୍ତେ ବ୍ରାହ୍ମଣ ବେଶ ଧାରଣ କରି ବ୍ରାହ୍ମଣଙ୍କ ମେଳରେ ବୁଲିବାକୁ ଗଲେ. ତା ପରଦିନ ସ୍ଵୟମ୍ବର ହେବାର ଥାଏ. ରାଜାମାନଙ୍କ ପରି ବ୍ରାହ୍ମଣମାନଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ଆସନ ପଡିଥାଏ. ଏମାନେ ଯାଇ ବ୍ରାହ୍ମଣଙ୍କ ମେଳରେ ବସିଗଲେ. ସମସ୍ତ ରାଜାମାନଙ୍କୁ ଯଥାରୀତି ଅଭ୍ୟର୍ଥନା କରି ଧୃଷ୍ଟଦ୍ୟୁମ୍ନ ଓ ଶିଖଣ୍ଡୀ ବସାଉଥାନ୍ତି. ସମସ୍ତେ ଆସନ ଗ୍ରହଣ କରିବା ପରେ ରାଜା ଦ୍ରୁପଦ ସଭା ମଧ୍ୟକୁ ଆସି ସମସ୍ତ ରାଜାଙ୍କୁ ନମସ୍କାର କରି ସ୍ଵୟଂବରର ବିଧି ଘୋଷଣା କଲେ. ସେ କହିଲେ, "ମାନ୍ୟବର ରାଜନ୍ୟ ମଣ୍ଡଳୀ , ଯଜ୍ଞରୁ ଜାତ ମୋର କନ୍ୟା ଦ୍ରୌପଦୀ ପାଇଁ ଯଦି ଓ ମୁଁ ୟେ ସ୍ଵୟଂବରର ବ୍ୟବସ୍ଥା କରିଛି, ଏହା କନ୍ୟାର ଇଚ୍ଛା ବରଣ ନୁହେଁ. ଏଠାରେ ମୁଁ ଏକ ଲାଖ ବିନ୍ଧାର ଆୟୋଜନ କରିଛି, ଯିଏ ସେ ଲାଖ ବିନ୍ଧିବ ସେ ମୋ ପୁତ୍ରୀର ସ୍ୱାମୀ ହେବ. ଅନ୍ୟମାନେ କୌଣସି ପ୍ରତିବାଦ କରିବେ ନାହିଁ. ଯଦି ଏ ସର୍ତ୍ତରେ ସମସ୍ତେ ସମ୍ମତ ହେବେ ତେବେ ମୁଁ ଲାଖବିନ୍ଧା ପ୍ରତିଯୋଗିତା ଆରମ୍ଭ କରିବି " ଏ ପ୍ରସ୍ତାବରେ  ଜରାସନ୍ଧ ସମେତ ସମସ୍ତ ରାଜା ଏକମତ ହେଲେ ଏବଂ ଯିଏ କୌଣସି ବିଘ୍ନ ସୃଷ୍ଟି କରିବ, ସମସ୍ତେ ମିଳି ତାକୁ ଦଣ୍ଡ ଦେବେ ବୋଲି କହିଲେ. (.କ୍ରମଶଃ)


Rate this content
Log in

Similar oriya story from Classics