Er. Suchismita Satpathy

Abstract Children Stories Inspirational

4.0  

Er. Suchismita Satpathy

Abstract Children Stories Inspirational

କୁନି ମୁହଁରେ ତୃତୀୟ ବିଶ୍ୱଯୁଦ୍ଧ

କୁନି ମୁହଁରେ ତୃତୀୟ ବିଶ୍ୱଯୁଦ୍ଧ

4 mins
171


ହଠାତ କୁଟୁ ର ମୁଣ୍ଡଟା ବୁଲେଇ ଦେଲାରୁ ସେ ଚାଲୁଚାଲୁ ତଳେ ପଡିଗଲା।ମାଆ ଓ ବାପା ଦୌଡିଆସି ଧରାଧରି କରି ଉଠେଇ ବସେଇଲେ।ସାରଦା ଦେବୀ (କୁଟୁର ମାଆ) ବିବ୍ରତ ହୋଇ କାନ୍ଦିବାକୁ ଲାଗିଲେ ଓ ବିଳାପ କରିବାକୁ ଲାଗିଲେ।ଏହା ଦେଖି ସୁରେଶ ବାବୁ ବିରକ୍ତ ହୋଇ ଚୁପ୍ ରହିବାକୁ କହିଲେ ଓ ଡାକ୍ତର କୁ ଫୋନ କରି ଆସିବାକୁ କହିଲେ।ଭିତରୁ ରିମା (କୁଟୁର ସାନ ଭଉଣୀ ) ଥାଇ ଡରିଡରି ଭାଇକୁ ଦେଖୁଛି ଓ କାନ୍ଦୁଛି ଭାଇର ଏ ଅବସ୍ଥା ଦେଖି।

କିଛି ସମୟପରେ ଡାକ୍ତର ଆସିଲେ । ତଦାରଖ କରି କହିଲେ କୁଟୁର କିଛି ଅସୁବିଧା ନାହିଁ ,ବୋଧେ କିଛି ଦିନ ହେବ ରାତି ଅନିଦ୍ରା ରହିଛି ତେଣୁ ଦୁର୍ବଳତା ଯୋଗୁଁ ଏପରି ହୋଇଛି।ତାକୁ ଠିକସେ ଖାଇବାକୁ ଦିଅନ୍ତୁ ଓ ଶୋଇବାକୁ ଦିଅନ୍ତୁ।ସେ ଠିକ ହୋଇଯିବ।

ଏହା ଶୁଣିରିମା ମୁହଁରେ ଟିକେ ହସ ଆସିଲା।ଡାକ୍ତର ଗଲାପରେ ସାରଦା ଦେବୀ ଓ ସୁରେଶ ବାବୁ ଭିତରକୁ ଆସିଲା ବେଳକୁ ଦେଖନ୍ତି ତ ରିମା ତା ଭାଇ ପାଖରେ ବସି ତାକୁ ତାଗିଦ୍ କରିବା ଭଙ୍ଗୀ ରେ କହୁଛି,ଦେଖ୍ ଭାଇ ତୁ କଣ ଯୁଦ୍ଧ କରୁଛୁ ଯେ ମୁଁ ବି ଶୋଇନି କି ତୁ ବି ଶୋଇନୁ।ମୁଁ ତ ପଡିଲିନି ,ତୁ କାହିଁକି ପଡିଗଲୁ।ଭଲକି ଖାଉନୁ ବୋଲି ଏମିତି ହେଲା।ଏବେ ଭଲକି ଖାଇ ସୁସ୍ଥ ହେଲାପରେ ଯାଇ ଆମ ଯୁଦ୍ଧ ସରିବ।

ଏକଥା ଶୁଣି ବାପା ମାଆ ଆଶ୍ଚର୍ଯ୍ୟ ହୋଇ ପଚାରିଲେ,କି ଯୁଦ୍ଧ,ପୁଣି ରାତି ଅନିଦ୍ରା।ଡାକ୍ତର ବି ରାତି ଅନିଦ୍ରା କଥା କହୁଥିଲେ।ସତ କଥା କହ କଣ।ନହେଲେ ତୋର ବି ଖାଇବା ବନ୍ଦ କରିଦେବା।ଏକଥା ଶୁଣି ରିମା ଡରି ତା ଭାଇ ହାତକୁ ଜୋରରେ ଧରି ରଖିଲା।ତାର ଡର ଦେଖି କୁଟୁ ଉଠିବସିଲା।

କୁଟୁକୁ ଦେଖି ରିମାର ସାହସ ବଢିଗଲା ଓ ସେ ଆରମ୍ଭ କଲା।

ନା ମାମା,ଆମେ ନା ଯୁଦ୍ଧ ଖେଳ ଖେଳୁଥିଲୁ।ମାନେ ଆଲେକଜାଣ୍ଡାର ଓ ବାହୁବଲୀ ମଧ୍ୟରେ।

ଏକଥା ଶୁଣି ସୁରେଶ ବାବୁ ଆଶ୍ଚର୍ଯ୍ୟ ହୋଇ କହିଲେ ଏହା କେମିତି ସମ୍ଭବ।ବାହୁବଲୀ ଏକ ଚଳଚ୍ଚିତ୍ର ର କାଳ୍ପନିକ ଚରିତ୍ର ଓ ଆଲେକଜାଣ୍ଡାର ଜଣେ ପ୍ରକୃତ ଚରିତ୍ର।ଦୁହେଁ କିପରି ପୁଣି ଦଶନ୍ଧି ର ପାର୍ଥକ୍ୟ ରେ ଯୁଦ୍ଧ।

ଏହା ଶୁଣି ଏକ ଆଗ୍ରହର ସହ କୁଟୁ ଆରମ୍ଭ କଲା,ହଁ ପାପା ତୁମେ ଜାଣିନ ଆଲେକଜାଣ୍ଡାର ଜଣେ ବହୁତ ବଡ ଯୋଦ୍ଧାଥିଲେ ।ସେ ତାଙ୍କ ସାମ୍ରାଜ୍ୟ କୁ ବହୁତ ବିସ୍ତାର କରିଥିଲେ ଓ ସଦା ସର୍ବଦା ସମସ୍ତ ଙ୍କ ମଧ୍ୟରେ ଏକତା ରକ୍ଷାକରିବାକୁ ଚେଷ୍ଟା କରୁଥିଲେ।ମାନେ ତୁମେ ବୁଝିଲ ନା।ସେ ସବୁବେଳେ ଚାହୁଁ ଥିଲେ ତାଙ୍କ ସାମ୍ରାଜ୍ୟ ର ସବୁ ଲୋକଙ୍କ ମଧ୍ୟରେ ଏକତା ରହୁ।ତାଙ୍କର ବାହୁବଳ ସହ ଲୋକବଳ ବି ବହୁତ ଅଧିକ ଥିଲା।

ମାତ୍ର ବାହୁବଲୀ ଯିଏକି ମହିସ୍ମତିର ସମ୍ରାଟ ହେବା କଥା ମାତ୍ର ତାଙ୍କ ଭାଇଙ୍କ କୁଟଚକ୍ର ଯୋଗୁଁ ସେ ସମ୍ରାଟ ହୋଇପାରିଲେ ନାହିଁ,ତାଙ୍କର ବାହୁବଳ ବହୁତ ଅଧିକ ଥିଲା।ମାତ୍ର ସେତେଟା ଲୋକବଳ ନଥିଲା।

ଏହାକୁ ନେଇ ଭାଇ ଏକ କାର୍ଟୁନ ଚଳଚ୍ଚିତ୍ର ନିଜେ ପ୍ରସ୍ତୁତ କରୁଥିଲା।

ଏହା ଯେ ବାହୁବଲୀ ଓ ଆଲେକଜାଣ୍ଡାର ଙ୍କ ମଧ୍ୟରେ ତୃତୀୟ ବିଶ୍ୱଯୁଦ୍ଧ।

ଏତେ କଥା ଶୁଣିଲା ପରେ ସୁରେଶ ବାବୁ କୁଟୁକୁ ଔଷଧ ଦେଇ ପୁଣି ଆଗ୍ରହର ସହ ଶୁଣିବାକୁ ଦୁଇ ଛୁଆଙ୍କ ପାଖରେ ବସିଗଲେ।

ଏହାଦେଖି ସେମାନଙ୍କ ର ଆଗ୍ରହ ଆହୁରି ବଢିଗଲା।କୁଟୁ ଆରମ୍ଭ କଲା ତାପରେ,ଯୁଦ୍ଧ ଆରମ୍ଭ ହେବା ଦେଖି ବାହୁବଲୀ ର ଭାଇ ଆଲେକଜାଣ୍ଡାର ଙ୍କ ସପକ୍ଷରେ ଯୁଦ୍ଧ ଲଢିବାକୁ ସ୍ଥିର କଲେ।କାରଣ ସେ ଜାଣିଥିଲେ ଯେ ଆଲେକଜାଣ୍ଡାର ଙ୍କର ସୈନ୍ୟ ବଳ ବହୁତ ଅଧିକ ତେଣୁ ସେ ଜିତିବେ।ଏପଟେ ଅନେଅ ରାଜ୍ୟ ଜିତିଲା ପରେ ଆଲେକଜାଣ୍ଡାର ଙ୍କର ନିଜ ଉପରେ ଆସ୍ଥା ଆହୁରି ବଢି ଯାଇଥିଲା।ସେ ନିଶ୍ଚିତ ଥିଲେ ଯେ ସେ ଜିତିବେ।

ଏପଟେ ବାହୁବଲୀ ତାଙ୍କର ପ୍ରାଣପଣେ ଉଦ୍ୟମ ଜାରି ରଖିଥାନ୍ତି ଗାଁ ର ସବୁ ଲୋକଙ୍କୁ ଏକାଠି କରି ତାଙ୍କ ମଧ୍ୟରେ ଏକତା ସୃଷ୍ଟି କରି ଓ ଦେଶୀ ଉପାୟରେ ତାଙ୍କୁ ଯୁଦ୍ଧ ବିଦ୍ୟା ଶିଖାଉଥିଲେ।ଉଭୟଙ୍କ ମତ ସମାନ ଓ ଚିନ୍ତଧାରା ସମାନ ମାତ୍ର ବାହୁବଲୀ ଲୋକଙ୍କ ସହ ଜଣେ ସାଧାରଣ ଜନତା ପରି ବ୍ୟବହାର କରୁଥିଲା ବେଳେ ଆଲେକଜାଣ୍ଡାର ଜନତାଙ୍କ ସହ ରାଜା ପରି ବ୍ୟବହାର କରୁଥିଲେ।

ଅନେକ ଦିନ ଯୁଦ୍ଧ ଚାଲିଲା । ଦିନ ଶେଷ ରାତିରେ ଆହତ ଓ ମୃତ ଯୋଦ୍ଧାଙ୍କୁ ବାହୁବଲୀ ନିଜେ ଦେଖାଶୁଣା କରିବାସହ ଅଶ୍ରୁ ବହିଯାଉଥିଲା ମାତ୍ର ଆଲେକଜାଣ୍ଡାର ଆହତ ମାନଙ୍କୁ ଛାଡିଦେଇ ଆଗକୁ ବଢୁଥିଲେ।ଯେଉଁ ଠିକି ବାହୁବଲୀ ଆଲେକଜାଣ୍ଡାର ଙ୍କ ଆହତ ସୈନ୍ୟ ମାନଙ୍କର ମଧ୍ୟ ଦେଖାଶୁଣା କରୁଥିଲେ।ଏହାଦେଖି ଅନେକ ସୈନ୍ୟ ଙ୍କର ଆଖିରୁ ଲୁହ ଆସିଗଲା।

ବାହୁବଲୀ ଙ୍କର ଏପରି ସ୍ୱଭାବ ଦେଖି ତାଙ୍କର ବିଶ୍ୱଜିତିଲେ ସାରା ବିଶ୍ୱବାସୀ ସବୁଠୁ ବେଶି ଖୁସିରେ ରହିବେ ଭାବି ବାହୁବଲୀ ଙ୍କର ପକ୍ଷ ନେବାପାଇଁ ସ୍ଥିର କଲେ ।

ଏହିପରି ଦିନେ ହଜାର ହଜାର ସଙ୍ଖ୍ୟାରେ ଯୋଦ୍ଧା ଓ ସୈନ୍ୟ ଆସି ବାହୁବଲୀ ଙ୍କର ଶରଣାପନ୍ନ ହେଲୃ।ଏହା ଦେଖି ବାହୁବଲୀ ଆଶ୍ଚର୍ଯ୍ୟ ହେବା ସହ ଏପରି କରିବାର ତାତ୍ପର୍ଯ୍ୟ ଜାଣିବାକୁ ଚାହିଁବାରୁ ସେମାନଙ୍କର ମୁଖ୍ୟ କହିଲେ ଜନତା ର ସେବା ପାଇଁ ଏ ବିଶ୍ୱକୁ ଏକ ଯୋଦ୍ଧାର ଆବଶ୍ୟକତା ଅଛି ଯାହାର ହୃଦୟ ମାଆପରି ହୋଇଥିବ।

ଯିଏକି ରାଜ୍ୟର ଉନ୍ନତି ସହ ତାର ନିଜ ସନ୍ତାନ ପରି ପ୍ରଜାଙ୍କୁ ଦେଖିବ।ଆପଣଙ୍କ ପାଖରେ ଏହା ଦେଖି ଆମେ ସମସ୍ତେ ଆପଣଙ୍କ ଶରଣାପନ୍ନ।ଆସନ୍ତା କାଲିର ସୂର୍ଯ୍ୟ ଏ ବିଶ୍ୱର ଏକ ନୂତନ ସମ୍ରାଟ କୁ ଆଲିଙ୍ଗନ କରିବ। ବାହୁବଲୀ ଙ୍କର ଜୟ କହି ସେଠାରୁ ବାହାରିଗଲେ।

ତାପରଦିନ ଯୁଦ୍ଧ ରେ ଆଲେକଜାଣ୍ଡାର ତାଙ୍କ ସୈନ୍ୟ ସଂଖ୍ୟା ଦେଖି ଆଶ୍ଚର୍ଯ୍ୟ ହେବାସହ ସବୁ ବୁଝିଗଲେ ମାତ୍ର "ଯୋଦ୍ଧାର କର୍ତ୍ତବ୍ୟ ଯୁଦ୍ଧ କରିବା ଓ ଯେ ପର୍ଯ୍ୟନ୍ତ ପ୍ରାଣ ଅଛି ଲଢିବା",ଏହି କଥାକୁ ରଖି ଲଢିଚାଲିଲେ ଓ ଶେଷରେ ମୃତ୍ୟୁ ବରଣ କଲେ ଓ ବାହୁବଲୀ ତୃତୀୟ ବିଶ୍ୱଯୁଦ୍ଧ ର ବିଜୟୀ ସମ୍ରାଟ ହେଲେ।

ଏତେକଥା ଶୁଣିସାରି ସୁରେଶ ବାବୁ କହିଲେ ,ତେବେ ତୁମେମାନେ ଏହାକୁ ଆନିମେସନ ରେ ଚଳଚ୍ଚିତ୍ର ପ୍ରସ୍ତୁତ କରିଛ।ବହୁତ ଭଲ ।ପିଲାମାନଙ୍କର ଏପରି ଚିନ୍ତାଧାରା ଦେଖି ଉଭୟେ ବାପା ମାଆ ନିଜକୁ ଗର୍ବିତ ମନେକଲେ।

ତେବେ ଏଥିରୁ ଜଣାଗଲା ଯଦି ଭବିଷ୍ୟତରେ କେବେ ତୃତୀୟ ବିଶ୍ୱଯୁଦ୍ଧ ହୁଏ ତେବେ ଏଥିରେ ଏକତା,ସ୍ନେହ,ପ୍ରେମ,ଭାଇଚାରା ଇତ୍ୟାଦି ଜିତିବ ଓ ଆତଙ୍କବାଦ ଲୋପ ପାଇବ।ଏହାହିଁ ତୁମ ଚଳଚ୍ଚିତ୍ର ରନିତୀଶିକ୍ଷା।

ଋହା ଶୁଣି ରିମା ଦୌଡିଆସି ମାମାଙ୍କୁ ଆଲିଙ୍ଗନ କରି କହିଲା,ଏବେ ବୁଝିଲ ମାମା ଏହାହିଁ ଭାଇର ଶ୍ରେଣୀରେ ଦେଇଥିବା ବିଷୟବସ୍ତୁ, ଯାହା ଉପରେ ଭାଇ ଚଳଚ୍ଚିତ୍ର ପ୍ରସ୍ତୁତକରିଛି ଓ ଯାହାପାଇଁ ସେ ଦୁଇରାତି ହେଲା ଶୋଇନି କି ମୁଁ ବି ଶୋଇନି।ସାତ ବର୍ଷର ଛୋଟଝିଅ ରିମାପାଟିରୁ ଏପରି କଥାଶୁଣି ଉଭୟ ବାପା ମାଆ ଙ୍କ ଆଖିରୁ ଖୁସିର ଦୁଇଟୋପା ଲୁହ ବହିଗଲା ଓ ମନେ ମପେ ସେମାନେ ଖୁସିହେଲେ ଯେ ପିଲାମାନଙ୍କୁ ଉପଯୁକ୍ତ ଶିକ୍ଷା ଦେବାରେ ସେମାନେ ସଫଳ ହୋଇଛନ୍ତି।


Rate this content
Log in

Similar oriya story from Abstract