କଷ୍ଟଭିତରେବିଖୁସି
କଷ୍ଟଭିତରେବିଖୁସି
ଜୀବନରରେ ଏମିତି ଅନେକ ଘଟଣା ଘଟେ ଯାହା କୌଣସି ପରି ରାଇଜର ଗପ ଠାରୁ କମ୍ ଆକର୍ଷଣ ହେଇ ନ ଥାଏ । କାହାଣୀ କାହା ପାଇଁ ଦୁଃଖ ହେଇଥାଇ ପାରେ ହେଲେ ମୋ ପାଇଁ ନୁହେଁ । ଏହା ଭିତରେ ଦୁଇବର୍ଷ କଟିଗଲାଣି ତଥାପି ସେ ଦିନର ସକାଳ ଆଜି ମନେ ଅଛି । କଷ୍ଟରେ ଚ୍ଥଟପଟ ହଉଥିଲି ମାତ୍ର ମୁଁ ଠିକ୍ ଅଛିର ଅଭିନୟ କରୁଥିଲି । ଅସୁସ୍ଥ ଥିବା ଯୋଗୁଁ ନିଜ ହାତରେ ପାଣି ଗ୍ଳାଶ୍ ଉଠାଇ ପାରୁ ନ ଥାଏ ପିଇବା ପାଇଁ । ବାବାଙ୍କ ଆଗରେ ଦେଖେଇ ହଉଥାଏ ମୁଁ ଠିକ୍ ଅଛି । ନିଜକାମ ନିଜେ କରି ପାରିବି ବୋଲି । ବାବାଙ୍କ ସହିତ ଖୁସିରେ କଥା ହଉଥିଲି ଭାରତୀୟ ରାଜନୀତି କୁ ନେଇ। କଥାର ଦିଗ ସେତେବେଳେ ବଦଳିଗଲା ଯେତେବେଳେ ବାବା ମୋତେ ଗ୍ଲାଶ୍ କୁ ତଳେ ରହି ପୁଣି ଉଠାଇବାକୁ କହିଲେ। ମୁଁ ବି ବଡ ମହାନ ଦେଖାଉଥିଲି ତାଙ୍କ ଆଗରେ । ହାତ ବହୁତ ଜୋରରେ ଥରୁ ଥିଲା । କୌଣସି ଭାରକୁ ଉଠାଇବା ପାଇଁ ସକ୍ଷମ ହଉ ନ ଥିଲା । ଦ୍ବିତୀୟ ଥର ବି ମୁଁ ଅଭିନୟ କରୁଥାଏ । କହୁଥାଏ , ମୋର କିଚ୍ଥି ହେଇନି । ମୁଁ ପାଣି ଗ୍ଲାଶ୍ ଉଠାଇ ପାରିବି ଏଇ ଦେଖ । ଫୁଟାଣି ମାରୁଥିଲି । ମୋତେ ସତରେ ବହୁତ କଷ୍ଟ ହଉଥିଲା । ସତକଥା ହେଲା, ମୋତେ କଷ୍ଟ ହଉଚ୍ଥି କହି ମୁଁ ବାବାକୁ ଦୁଃଖି କରିବାକୁ ଚାହୁଁ ନ ଥିଲି । ଏଇ ଘଟଣାର ଦୁଇ ଦିନ ପରେ ମୁଁ ହସ୍ପିଟଲ୍ ରେ ଜଇନ୍ ହେଇଥିଲି । ଟାଇଫଡ ଯୋଗୁଁ । ସେ ସମୟ, ମୁଁ ହସ୍ପିଟଲ୍ ରେ ରହିବି ନାହିଁ କହି କାନ୍ଦିଲେ ; ବାବା କହିବାର ମୁଁ ଅଚ୍ଥି ପରା ।
ଦେଖିବାକୁ ଗଲେ ଏହା ସାଧାରଣ କଥା । ମୁଁ କେବେ ପଚାରି ନ ପାରେ । ତଥାପି ସେ ଦିନ ମୋତେ ଆଶ୍ଚର୍ଯ୍ଯ ଲାଗିଥିଲା । ମୋତେ ବହୁତ କଷ୍ଟ ହଉଚ୍ଥି ଆଉ ମୁଁ ନିଜ ହାତରେ ଗ୍ଲାଶ୍ ଉଠାଇ ପାରୁନି ବୋଲି ସେ ଜାଣିଲେ କେମିତି?? ମୁଁ ତାଙ୍କ ସହିତ କଥା ହେବାରେ ଏତେ ବ୍ଯସ୍ତ ଥିଲି ଯେ ; ମୋ ନିଜ କଷ୍ଟ ମୋତେ ଜଣା ପଡୁ ନ ଥିଲା । ଯାହା ସେ ଦେଖି; ମୁଁ ନ କହିଲେ ବି ବୁଝି ପାରୁଥିଲେ ।
ଖାଇବା ପାଇଁ ନ ମିଳିଲେ ମଣିଷ ବୋଧହୁଏ ଦୁଇ ତିନିଦିନ ଉପବାସରେ ରହି ପାରିବ କିନ୍ତୁ ସ୍ନେହ ଆଦର ଭରା ପରିବାର ଟେ ନ ଥିଲେ ବଞ୍ଚି ପାରିବ ନାହିଁ ।