କ୍ଷଣିକ ସ୍ମୃତି
କ୍ଷଣିକ ସ୍ମୃତି
ସେଦିନ କର୍ମସ୍ଥଳୀରୁ ଫେରିବା ସମୟର କିଛି ମୁହୂର୍ତ୍ତ ଆଜିବି ମୋ ମନରେ ସାଇତା ସ୍ମୃତି ହେଇକି ରହି ଯାଇଛି । ମୁଁ ମୋର ସେଇ କ୍ଷଣିକ ସ୍ମୃତି ଆପଣ ମନଙ୍କ ସହ ବାଣ୍ଟିବା ପାଇଁ ଚାହୁଁଛି ।
ମୁଁ ଅଭିଷେକ ରଥ। କନିଷ୍ଠ ଯନ୍ତ୍ରୀ ଭାବେ ସମ୍ବଲପୁରରେ କାର୍ଯ୍ୟରତ ଯନ୍ତ୍ରୀ । ବହୁତ୍ ଦିନରୁ କାର୍ଯ୍ୟ ବ୍ୟସ୍ତ ହେତୁ ଘରକୁ ଫେରି ପରି ନଥିଲି ।
ମାଆଙ୍କ ଦେହ ଖରାପ ହେବାର ସୂଚନା ବାପାଙ୍କ ଠୁ ପାଇ ଘରକୁ ଯିବା ପାଇଁ ବାହାରିଲି । ଘରକୁ ଯିବ ପାଇଁ ଜଲଦି ମୁଁ ବସ ରେ ଯାତ୍ରା ଆରମ୍ଭ କଲି । ବସ ରେ ବସିବା ଆଗରୁ ଘରକୁ ଜଣାଇ ଦେଇଥିଲି । ବସରେ ସମସ୍ତେ ସିଟ ପୂରଣ ହେଇଯାଇଥିଲା ବାକି ମୋ ପାଖ ସିଟକୁ ଛାଡି ଦେଲେ । ବସ ଚାଲିବାକୁ ଆରମ୍ଭ କଲାଣି ଜଣେ ଯୁବତୀ ଦୌଡ଼ି ଦୌଡ଼ି ଆସିଲେ । କଣ୍ଡକ୍ଟର ତାଙ୍କୁ ଦେଖିକି ବସ ଅଟକାଇବା ପାଇଁ କହିଲେ ।
ସେ ଆସି ମୋ ପାଖରେ ବସି ପଡ଼ିଲେ । ଦେଖିବାକୁ ଶ୍ୟାମଳ ବର୍ଣ୍ଣନା ଥିଲେ ମୁଖ ମଣ୍ଡଳର ଗଢନ ଖୁବ୍ ସୁନ୍ଦର ଥିଲା । ଦେହରେ ପିଆଜି ରଙ୍ଗ ରକୁର୍ତ୍ତି ବେଶ୍ ମାନୁଥିଲେ ଦେହର ରଙ୍ଗ ସହ । ବାହାରେ ଝିପ୍ ଝିପ ବର୍ଷା ହେତୁ ଓଦା ହେଇଯାଇଥିଲେ ।
ବର୍ଷାର ଜଳ କେଶରୁ ଖସି ଓଠ ଓଦା କରି ଦେଉଥିଲା । ମୋ ନଜର ତାଙ୍କ ଉପରେ ହିଁ ଥିଲା । ମୋର ଏମିତି ଚାହିଁବାଟା ଅଭଦ୍ରମି ହେଇପାରେ ବୋଲି ଭାବି ମୁଁ ମୁହଁ ଆଗକୁ ବୁଲେଇ ଦେଲି । କିଛି ସମୟ ଚୁପ୍ ଚାପ୍ ବସି ବା ଭିତରେ ପଚାରିଲେ ତୁମେ କେଉଁଠି କି ଯିବ...? ସ୍ୱର ଖୁବ୍ ମଧୁର ଥିଲା ଯେମିତି କୋଇଲି ମୋ କାନ ପାଖରେ କଣ କହୁଛି । ତାଙ୍କ କଥାରେ ମୁଁ ମୁଗ୍ଧ ଥିଲି । ମୋ ଆଖି ଆଗ ରେ ଚୁଟକି ମାରି କହିଲେ ସାରକୁଆଡେ ହଜିଗଲେ ...? ଅଜଣାତରେ ମୁଁହରୁ ବାହାରିଗଲା ତୁମ ଭିତରେ ...
କଣ....
ନାଇଁ..ମାନେ ଏମିତି ହିଁ ...ମୁଁ ଭଦ୍ରକ ଯିବି , ଆଉ ତମେ କୋଉଠି କି ଯିବ...?
ଆରେ ଭଲ ହେଲା ତମେ ବି ଯିବ ଭଦ୍ରକ ମୁଁ ବି ଯିବି ..।
ମୋ ମନ ଭିତରେ କଣ ସବୁ ଚାଲି ଥିଲା କେଜାଣି ମୁଁ ମୁଣ୍ଡକୁ ହାତରେ ଆଘାତ କରି ଭାବନା ଦୁନିଆରୁ ଫେରି ଆସିଲି ।
ତୁମ ଘର ନା କୋଉଥି ପାଇଁ ଯାଉଛ ସେ ପଚାରିଲେ ।
ହ ମୋ ଘର ସେଇଠି। ତମ ଘର ବି କଣ ଭଦ୍ରକରେ କି ମୁଁ ତ କେବେ ଦେଖିନି ।
ମୋ ଘର ସମ୍ବଲପୁରରେ ମୋ ସାଙ୍ଗର ବାହାଘର ସେଇଥିପାଇଁ ଭଦ୍ରକ ଯାଉଛି କହିଲେ ।
ମୁଁ ଆଉ କିଛି ନ କହି କି ନୀରବରେ ବସିଗଲି । ପୁଣି ସେ କଥା ଆରମ୍ଭ କଲେ କହିଲେ ତୁମ ନା କଣ କହିବେ ...?
ଅଭିଷେକ ରଥ..ଆଉ ତୁମର ..?
ପ୍ରିୟଙ୍କା....
ଓଃ ପ୍ରିୟଙ୍କା ଚୋପ୍ରା କି ...ମୁଁ ମଜାଳିଆ ଢଙ୍ଗରେ କହିଲି ।
ସେ ହସି ହସି କହିଲେ ଚୋପ୍ରା କି ଚୋପା ନୁହେଁ ପରିଡ଼ା ।
ହଁ ବହୁତ୍ ସୁନ୍ଦର ନାଆ ଟେ । ସେ ହସି କରି କହିଲେ ଆଉ ତୁମର ବି । ପ୍ରିୟଙ୍କା କଥାରୁ ଲାଗୁଥିଲା କଥାକୁହା ଝିଅଟେ ବୋଲି ସେ ।କହିବାକୁ ଗଲେ ମେଳପି ସ୍ୱଭାବର ।
ବସ ଗୋଟେ ଷ୍ଟପେଜ୍ ରେ ପନ୍ଦର ମିନିଟରେ ଅଟକିଲା। ବାହାରେ ବର୍ଷା ପାଗ ପାଇଁ ପରିବେଶ ଟା ଥଣ୍ଡା ଥଣ୍ଡା ଲାଗୁଥିଲା । ମୁଁ କହିଲି
ତୁମେ ଚା'ଆ ପିଅ। ହ ମୁଁ ପିଏ ଏଇ ପାଗକୁ ମିଳିଗଲେ ତ ଖୁସି ଅଲଗା ପ୍ରକାର। ମୁଁ ବସରୁ ଓହ୍ଲେଇ କି ଗଲି ପାଖ ଚା ଦୋକନକୁ । ଦି ଟା ଚା ଆଉ ସିଙ୍ଗଡ଼ା ଧରିକି ଆସିଲି । ତାଙ୍କ ହାତକୁ ବଢେଇ ଦେଇକି ସିଟରେ ବସି ଗଲି ।
ଆଛା ପ୍ରିୟଙ୍କା ତୁମ ବିଷୟରେ କିଛିକୁହ ...
କଣ କହିବି ଯେ ଏଇ ତ କହିଲି ।
ମୁଁ ପଚାରିଲି ତୁମେ ଏବେ ପଢ଼ୁଛ ନା କୋଉଠି ଚାକିରି କରୁଛ ..?
ଏବେ ପିଜି କରୁଛି ତା ସହ କମ୍ପିଟେଟିଭି ପରୀକ୍ଷା ପାଇଁ ପ୍ରସ୍ତୁତି ଚାଲିଛି । ଆଉ ତୁମେ କଣ କରୁଛ ସେ ମତେ ପଚାରିଲେ ..?
ମୁଁ ସମ୍ବଲପୁରରେ ଇଞ୍ଜିିନିୟର ଅଛି । ତୁମକୁ କଣ କରିବକୁ ଭଲ ଲାଗେ ଖାଲି ସମୟରେ ମୁଁ ପଚାରିଲି ...?ମୋର ସେମିତି କିଛି କିନ୍ତୁ ଘର ସଜାଇବା ଆଉ ଚିତ୍ର ଅଙ୍କିବା ବହୁତ୍ ଭଲ ଲାଗେ ।
ତୁମ କଣ ଭଲ ଲାଗେ ...?ମତେ ଗୀତ ଗାଇବା ପାଇଁ ଆଉ ବୁଲିବା ପାଇଁ ବହୁତ୍ ଭଲ ଲାଗେ । ତୁମ ଘରେ କିଏ କିଏ ଅଛନ୍ତି...?ମୁଁ ମାଆ ବଡ଼ ଦେଇ ଆଉ ବାବା , ଜେଜେ ବାପା ଆଉ ଜେଜେ ମାଆ ଅଛନ୍ତି ମୁଁ ଉତ୍ତର ଦେଲି ।
ଆଉ ତମ ଘରେ କିଏ କିଏ ଅଛନ୍ତି ...?ମୁଁ ତାଙ୍କୁ ପଚାରିଲି ।
ମୋ ମାଆ ମୋ ଛୋଟ ଭଉଣୀ ଆଉ ମୁଁ..
ଆଉ ବାପାଙ୍କ କଥା କହିଲାନି ମୁଁ କହିଲି...
ସେ କିଛି କହିଲାନି ଟିକିଏ ଦୁଃଖୀ ହେଲା ଭଳି ଜଣା ପଡୁଥିଲେ।
ମୁଁ କହିଲି ଠିକ୍ ଅଛି ତମେ ଯଦି କହିବକୁ ଚାହୁଁ ନ ।
ମୋ ବାପା ଆଉ ଆମେ ସବୁ ଅଲଗା ରହୁ । ବାପା ଦୂତିୟ ବିବାହ କରିଛନ୍ତି ଆମ ଠୁ ଅଲଗା ରହୁଛନ୍ତି।
ତୁମ ବାପା ଦୂତୀୟ ବିବାହ କଣ ପାଇଁ କଲେ..?
ତାଙ୍କୁ କୂଳ ବଂଶ ବଢେଇବା ପାଇଁ ପୁଅ ଦରକାର ଥିଲା ହେଲେ ମୋ ମାଆଙ୍କ ର ଦୁଇଟା ଝିଅ ହେଲା ସେଥି ପାଇଁ ଆଉ ଜଣଙ୍କୁ ବିବାହ କଲେ । ମୋ ବାପା ଆମକୁ ପସନ୍ଦ କରନ୍ତି ନାହିଁ। ମୋ ମାଆ ଆଉ ଆମେ ତାଙ୍କ ଠୁ ଅଲଗା ରହୁଛୁ । ସେ କହିଲା ବେଳେ ତାଙ୍କ ଆଖି ରୁ ଲୁହ ଠପ୍ ଠପ୍ ହେଇକି ଡ୍ରେସ୍ ରେ ଓଦା କରି ସାରିଥିଲା । ତାଙ୍କ ଲୁହ ଦେଖିକି ମତେ ଭାରି କଷ୍ଟ ହେଉଥିଲା ।
ଆଜି କାଲିକା ଶିକ୍ଷିତ ସମାଜରେ ବି ପୁଅ ଝିଅଙ୍କୁ ନେଇ ପକ୍ଷ ପତିତା କେବେ ଶେଷ ହେଵ କେଜାଣି ଭାବୁଥିଲି ।
ମତେ କ୍ଷମା କରିବ ମୁଁ ଜାଣି ନଥିଲି । ଲୁହ ପୋଛି କହିଲେ ନାହିଁ ଠିକ୍ ଅଛି ।
ଆମ ଭିତରେ ଏମିତି ବହୁତ୍ କଥା ଆଲୋଚନା ଚାଲିଲା। ମତେ ବହୁତ୍ ଭଲ ଲାଗୁଥିଲା ତାଙ୍କ ସହ କଥା ହେବା ପାଇଁ । ତାଙ୍କ କଥା କହିବା ଭଙ୍ଗି ବି ଜଣଙ୍କୁ ଆକର୍ଷିତ କରିବାର ଜାଦୁ ଥିଲା । କେହି ଜଣେ ବି ସହଜ ରେ ଆକର୍ଷିତ ହେଇଯିବେ । ତାଙ୍କ ସହ ଯେତେ କଥା ହଉଥିଲି ମତେ ସେତେ ନିଜ ର ନିଜର ଲାଗୁଥିଲା । ଗୋଟେ ଅଜଣା ଆକର୍ଷଣ ତାଙ୍କ ଆଡକୁ ଟାଣି ନେଉଥିଲା । ବହୁତ୍ କମ୍ ସମୟ ରେ ନିଜର ଲାଗୁଥିଲେ ।
ମୁଁ ତାଙ୍କ କଥା ଭିତରେ ହଜି ଯାଇଥିଲି ଯେ ବସରୁ ସବୁ ପାଲେଇଲେଣି ମୁଁ ସେମିତି ବସିକି ଶୁଣୁ ଛି । ମତେ ହାତରେ ହଲେଇ କି କହିଲେ ଅଭି ତମେ ଘରକୁ ଯିବନି କି।
ଓଃ ଭଦ୍ରକ ହେଇଗଲାଣି କି ....
ହ ମହାରାଜ ହେଇଗଲାଣି ଏବେ ଓଲ୍ହାନ୍ତୁ।
ଏତେ ଲମ୍ବା ଯାତ୍ରା ମତେ ବହୁତ୍ ଛୋଟ ଲାଗୁଥିଲା । ସମୟ ଉପରେ ରାଗ ଲାଗୁଥିଲା ଏତେ ଜଲଦି ପହଞ୍ଚି ଗଲି।
ବସ ଷ୍ଟାଣ୍ଡକୁ ମତେ ନେବା ପାଇଁ ମୋ ସାଙ୍ଗ ଆସିଥିଲା । ମୁଁ ପ୍ରିୟଙ୍କାଙ୍କୁ ପଚାରିଲି ତମେ ଏଇଠୁ କେମିତି ଯିବ ସେ କହିଲେ ମୋ ସାଙ୍ଗର ଭାଇ ଆସିବେ ମୁଁ ପଳେଇବି । ହେଇ ଦେଖ କଥା ହୋଉ ହୋଉ ଭାଇ ଆସିଲେଣି ମୁଁ ଏବେ ଯାଉଛି ।
ମୁଁ ଆଉ କିଛି କହିବା ଆଗରୁ ସଙ୍ଗେ ସଙ୍ଗେ ପଳେଇଲେ । ସେ ପଳେଇଲେ ହେଲେ ମୋ ମନ ବି ତାଙ୍କ ସାଙ୍ଗ ରେ ନେଇକି ପଳେଇଲେ ।
ଅଭି ...ଅଭି ...ଜୋରେ ଚିଲେଇ କି ମୋ ସାଙ୍ଗ ମତେ ଡାକିଲା ।
ହ .. ହ ମତେ ସୁଭୁଛି କାଲା ନୁହେଁ ।
ହ ସେଇଥିପାଇଁ ମୁଁ ଏତେ ଡାକୁଛି ଶୁଣୁ ନୁ । ଆଉ ସେପଟେ କୁଆଡେ ଅନେଇଛୁ କିରେ ....??
ହୁଁ..ତୋ ଭାଉଜକୁ .. ଗୁଣୁ ହେଇକି କହିଲି ...
କଣ କହୁଛୁ ...
ନା... ନାହିଁ କିଛି ନାହିଁ ଚାଲ ଯିବା ଏବେ ଘରକୁ କହିଲି ।
ବହୁତ୍ ସମୟ ରେ ମାନେ ପଡେ ତାଙ୍କ ନିରୀହ ମୁଁହ। ବହୁତ୍ ବୋକା ଟେ ମୁଁ ଏତେ ସମୟ କଥା ହେଲା ହେଲେ ଫୋନ ନମ୍ବର ଟା ମାଗି ପାରିଲିନି । ବେଳେ ବେଳେ ନିଜକୁ ପ୍ରଶ୍ନ କରେ ଇଏ ପ୍ରେମ ନା ଆକର୍ଷଣ । ଜୀବନ ରେ ଏମିତି ବହୁତ୍ ସୁନ୍ଦର ମୁହୁର୍ତ ଅଛି ଯାହା ମନ ଭିତରେ ସବୁ ଦିନ ପାଇଁ ସ୍ମୃତି ହେଇକି ରହି ଯାଏ । କ୍ଷଣିକ ଆକର୍ଷଣ ମନ ଭିତରେ ସୃଷ୍ଟି ହେଇଯାଏ ଅଜଣାତ ରେ ।
ହେଇଟି ଶୁଣୁଛ ନା ନାହିଁ ବା ....ମୋ ଧର୍ମପତ୍ନୀଙ୍କ ଡାକ ରେ ମୋ ଭାବନା ରେ ପୂର୍ଣ୍ଣଛେଦ ପକେଇଲି ।
ତାଙ୍କ ରାଗ ତମ ତମ ମୁହକୁ ଦେଖି ଭାବନାରେ ବୁଡ଼ି ଥିବା ବେଳେ ଯୋଉ ହସ ଟିକେ ଲାଗିଥିଲା ଲିଭି ଗଲା । ପାଖାକୁ ଟାଣି ଆଣି କୋଳ ରେ ବସେଇ ମଥା ରେ ଛୋଟ ଚୁମ୍ବନ ଆଙ୍କି ଦେଇ କହିଲିକୁହନ୍ତୁ ମୋ ରଜାଜେମା କଣ ପାଇଁ ମୁହଁ ଫୁଲେଇଛ...?
ସଙ୍ଗେ ସଙ୍ଗେ ରାଗ ଥଣ୍ଡା ହେଇଗଲା ତାଙ୍କର । ଲାଜେଇ କରି ଚିନି ଡବାକୁ ବଢେଇ ଦେଇ କହିଲେ ଚିନି ସରିଯାଇଛି ।
ଓଃ ଏଇ କଥା ..ମୁଁ ନେଇ ଆସିବି ତମେ ଆଉ ରାଗ ନି ...ତମେ ଜାଣିଛ ତମେ ରଗିଲେ କାଶ୍ମୀର ଅପେଲ ଭଳିଆ ଦେଖା ଯାଅ ପୁରା ରେଡକୁଇନ୍।
ଧେତ୍ ତମ ର ଯୋଉ କଥା ...କହି ଲାଜେଇ ପଳେଇଲେ ରୋଷେଇ ଘରକୁ ।
ମୁଁ ଏବେ ଚାଲିଲି ବଜାର ଚିନି ଆଣିବା ପାଇଁ ନହେଲେ ମହାରାଣୀ ପୁଣି ରାଗି ଯିବେ । ଆଉ ଆପଣ ମାନେ ବିକୁହନ୍ତୁ କଣ ଦରକାର ଯଦି ଆଣି ଦେବି ଆପଣଙ୍କ ପାଇଁ ବି ....।

