ପ୍ରିୟ ଗୁରୁମା
ପ୍ରିୟ ଗୁରୁମା
ଅସହ୍ୟ ଗରମ ମୋର ମୁଣ୍ଡଟା କଣ ହେଇଗଲାଣି । ମୋର ସାଧାରଣ ଭୁଲ ପାଇଁ ବସଟା ଠିକ୍ ସମୟରେ ପାଇ ପାରିଲି ନାହିଁ । ବସ ଷ୍ଟାଣ୍ଡରେ ବସିବା ଛଡା ଆଉ ଉପାୟ ହିଁ ନାହିଁ । ବ୍ୟାଗ୍ କୁ ସାଇଡିରେ ରଖି ବୋତଲ ଖୋଲି ପାଣି ପିଇଗଲି ।
ଏଇ ଗରମ ଯୋଗୁ ପାଣି ବି ପୁରା ଗରମ ହେଇଯାଇଥିଲା । ସେ ପାଣି ଆଉ ପିଇ ହେଲା ନାହିଁ । ପାଖରେ ଥିବା ନଳକୂପରୁ ପାଣି ଆଣି ପିଇଲି। ବସ ଆସିବାକୁ ଆହୁରି କୋଡ଼ିଏ ମିନିଟ ବାକି ଥାଏ । କଣ ଆଉ କରିବି ଚୁପ୍ ଚାପ୍ ବସିଗଲି।
ରାସ୍ତାର ଅପର ପାର୍ଶ୍ଵରୁ ଜଣେ ବୃଦ୍ଧା ମହିଳା ଧୀରେ ଧୀରେ ଆସୁଥିଲେ । ଗୋଲାପୀ ଶାଢ଼ୀ ପିନ୍ଧି ଥିଲେ , ଆଖି ରେ ଚଷମା ଗୋଟେ ହାତରେ ବ୍ୟାଗ ଆଉ ଗୋଟେ ହାତରେ ଛାତ ଧରିଥିଲେ । ମତେ ତାଙ୍କୁ ଦେଖି କି ଚିହ୍ନିଲା ଚିହ୍ନିଲା ଭଳିଲାଗିଲା ହେଲେ ଛାତ ଆଗରେ ରହି ଯିବାରୁ ମୁଁ ଠିକ୍ ସେ ଜାଣି ପାରୁ ନଥିଲି । ମୋ ପାଖା ପାଖି ହୋଇଯିବାରୁ ମୁଁ ଜାଣି ପାରିଲି । ସେ ବୃଦ୍ଧା ଜଣକ ମୋ ପ୍ରାୟିମେରୀ ସ୍କୁଲର ହେଡ ଦିଦି ଥିଲେ । ତାଙ୍କ ପାଖକୁ ଯାଇ ଚପଲ ଖୋଲି ପ୍ରଣାମ କାଲି , ହେଲେ ସେ ମୋତେ ହଠାତ୍ ଜାଣି ପାରିଲେ ନାହିଁ, ପଚାରିଲେ ବାବାରେ ତମେ କିଏ ....??
ମୁଁ ଅଂଶୁ ଯିଏ ସବୁବେଳେ କିଛି ନା କିଛି ଭୁଲ କରି ସ୍କୁଲ ଅଫିସରେ ବସିଥାଏ ।
ଟିକିଏ ଚଷମାକୁ ତଳକୁ କରି ଅନେଇ ଲେ , ହସି କରି କହିଲେ ଆରେ ତୁ ସେଇ ଚଗଲାଟା। ଏତେ ବଡ଼ ହେଇଗଲଣି ମୁଁ ଆଉ ଜାଣି ପାରୁଛି ନା, ବୟସ ହେଲାଣି ଆଖି କି ଆଉ ଠିକ୍ ସେ ଦେଖା ହଉନି ପୁଣି ଇଏ ଯୋଉ ଖରା ହଉଛି ଆଖିକୁ ସବୁ ଯାଲି ଯାଲି ଦେଖା ଯାଉଛି ।
ଯାହା ହଉ ଗୁରୁମା ମତେ ଜାଣି ପାରିଲେ ମନ ଭିତରଟା ଥଣ୍ଡା ପଡ଼ିଗଲା ଭଳି ଲାଗିଲା । ବ୍ୟାଗ୍ କୁ ଉଠେଇ କହିଲି ଗୁରୁମା ଏଇଠି ବସନ୍ତୁ। ଛାତକୁ ରଖି ଦେଇ ବସିଗଲେ । କହିଲେ ଟିକିଏ ପାଣି ଆଣି ଦେ ନି ବାବା । ମୁଁ ପାଣି ଆଣି ଦେଲି ତାଙ୍କୁ । ପାଣି ପିଇ ସାରିକି ପଚାରିଲେ - ଏବେ କଣ କରୁଛୁ ...? ଆଉ ଆଗଭଳି ଦୁଷ୍ଟ ଅଛୁ ନା ଭଲ ପିଲା ହେଲୁଣି ।
ନାଇଁ ଗୁରୁମା ମୁଁ ଭଲ ପିଲା ହେଇଗଲିଣି । ମୁଁ ଏଇ ଗାଆଁକୁ ଆସିଥିଲି ସରକାରଙ୍କ ତରଫରୁ ଗୋଟେ ସର୍ଭେ ଚାଲିଛି ।
ମୁଁ ପଚାରିଲି ଗରୁମା ଆପଣ ଏଇଠି କେମିତି ଆପଣ ତ ପଞ୍ଚିହାର ସ୍କୁଲରେ ଥିଲେ ।
କଣ ଆଉ ହବ ଏଇ ମୋର ଅବସର ମସେ ପରେ ହବ ଦୁଇ ବର୍ଷ ହେଇଯିବ ଏଇ ଗାଆଁ ସ୍କୁଲ୍ କୁ ବଦଳି ହେଇକି ଆସିଛି ।
ଆପଣଙ୍କ ଦେହ କେମିତି ଅଛି ..?
ବୟସ ହେଲାଣି ଆଉ କଣ ଦେହ ଭଲ ରହିବ , ଆଖି କି ତ ଦେଖା ହଉନି ଠିକ୍ ପଢେଇ ହଉନି । ସେ ଛୁଆଙ୍କୁ ବହିକୁ ଦୂରେଇ ଦେଖିକି ପଢ଼ାଉଛି । ଆଣ୍ଠୁ ଗଣ୍ଠି କଥା କହ ନା ଟିକିଏ ଥଣ୍ଡା ହେଲେ ଧରୁଛି ଯେ ଚାଲି ପାରୁନି ଏଇ ଶୁଭମ୍ ତା ବାବା ନେବା ଆଣିବା କରନ୍ତି ଆଜି କହିଲେ ତୁମେ ନିଜେ ଚାଲି ଆସ ମୋର କାମ ଅଛି ..ଶୁଭମ୍ ତ ଘରେ ନାହିଁ ସେଇଥି ପାଇଁ ଏଇ ଆସିଛି ବସ ରେ ଯିବି ।
ତମ ଘରେ ସବୁ କେମିତି ଅଛନ୍ତି ..ଆଉ ତୋ ଜେଜେମା କେମିତି ଅଛନ୍ତି ଚାଲବୁଲ କରି ପାରୁଛନ୍ତି ନା...?? ସେ ଭାରି ସ୍ନେହୀ ମଣିଷ ।
ହ ଘରେ ସବୁ ଭଲ ଅଛନ୍ତି , ଜେଜେମାଙ୍କ ତିନି ମାସ ହବ ଦେହାନ୍ତ ହେଇଗଲାଣି - ମୁଁ ତାଙ୍କୁ ଉତ୍ତର ଦେଲି ।
ଚାଲି ଗଲେଣି ..! ତତେ ଭାରି ଭଲ ପାଆନ୍ତି, ଛୋଟଟେ ହେଉଥିଲୁ ସ୍କୁଲକୁ ଯେତେବେଳେ ନୂଆ ନୂଆ ଆସିଥିଲୁ।
ଜାମା ବି ରାଜି ହେଉନା ଆସିବା ପାଇଁ କାଖେଇ କାଖେଇ କି ବୁଢୀ ମଣିଷ ତତେ ଧରିକି ଆସନ୍ତି ପୁଣି ଛୁଟି ଯାଏ ସେମିତି ବସିଥାନ୍ତି ।
ହ ଭଲ ହେଇଛି ଚାଲି ଯାଇଛନ୍ତି , ଭାରି କଷ୍ଟ ପାଉଥିଲେ ତୋ ମାଆ ବି ଏକୁଟିଆ ଲୋକ କେତେ କଣ କରିବ ।
ହିଁ....
ଶୁଭମ୍ ଭାଇ କେମିତି ଅଛନ୍ତି ...?
କହ ନା କହ ନା ସେ ଟୋକା କଥା ଏଇ ଥର ଗୋଟେ କଲେଜରେ ପୋଷ୍ଟିଂ ପାଇଛି । ଭାବୁଛି ଆର ବର୍ଷ ବାହାଘରଟା କରି ଦେବି ମୁଁ ତ କୋଉ କାମ ଆଉ କରି ପାରୁନି ବୁଢୀ ହେଲିଣି ।
ଆଗ ରେ ଗୋଟେ ଟ୍ୟାକ୍ସି ଆସୁଥିବାର ଦେଖିକି କହିଲେ ବାବା ସେଇ ଗଡି ଟାକୁ ରଖ ମୁଁ ପଳେଇବି ବାସ ବସରେ ଭାରି ଭିଡ଼ ହବ ମୁଁ ଯାଇ ପାରିବି ନାହିଁ ।
ମୁଁ ହାତ ଦେଖାଇ ସେଇ ଟ୍ୟାକ୍ସିକୁ ଅଟକେଇଲି । ପୁଣି ଥରେ ପ୍ରଣାମ କାଲି । ଗୁରୂମା ମୁଣ୍ଡରେ ହାତ ଥୋଇ କହିଲେ ସବୁବେଳେ ଭଲ ହଉ ଭଲ ରେ ରହ। କେତେ କୁଆଡେ ଛୁଆ ପଢ଼ିକି ଗଲେଣି ଦେଖିଲେ ଜାଣି ପାରୁ ନାହାଁନ୍ତି ତୁ ଯାହା ହଉ ଜାଣି ପାରିଲୁ । ଭଗବାନ ମଙ୍ଗଳ କରନ୍ତୁ । ଆହୁରି କେତେ କଣ ଆଶୀର୍ବାଦ ଦେଲେ । ଡ୍ରାଇଭରକୁ ପଇସା ବଢେଇ ଦେଇ କହିଲି ଆଉ ତାଙ୍କୁ ପଇସା ମାଗିବ ନାହିଁ ଭଲରେ ଭଲରେ ଘରେ ଛାଡ଼ିବା ।
ଠିକ୍ ସେହି ସମୟରେ ବସ ଆସିଲା । ବସରେ ଆସିବା ବେଳେ ମୁଁ ମୋ ସ୍କୁଲ ସମୟର କଥା ମନେ ପକାଉଥିଲି। ଜୀବନର ସବୁ ଠାରୁ ସୁନ୍ଦର ମୁହୂର୍ତ୍ତ ମୋ ପାଇଁ। ଏତେ ଦିନ ପରେ ମୋ ପ୍ରିୟର ଗୂରୁମାଙ୍କ ସହ ଦେଖା ହେଲା।
