ପିଲା ଦିନର ବର୍ଷା ପାଗ
ପିଲା ଦିନର ବର୍ଷା ପାଗ
କୋଉଠି ଥିଲା କେଜାଣି ଏଅଦିନିଆ ବର୍ଷା ଟା ଦାଉ ସାଧିଲା ପରି ଠିକ୍ ବଜାର ବାହାରିଲା ବେଳ କୁ ବରଷି ଗଲା । ମୁଁ ବିଚାର କଣ କରିବି ଦାଣ୍ଡ ଘରେ ଚେୟାର ରେ ବସିଗଲି ଆଉ ଅପେକ୍ଷା କଲି ବର୍ଷା ର ଉତ୍ପାତ କେତେବେଳେ କମିବ । କୁନି ପୁଅ ବର୍ଷା ରେ ଭିଜୁ ଥିବାର ଦେଖି ମୋ ପତ୍ନୀ ସତ୍ୟା ଦୌଡ଼ି ଗଲେ ଦାଣ୍ଡ କୁ । ପଣତ କାନି ରେ ଢାଙ୍କି କୋଳେଇ ଆଣିଲେ ପୁଅ କୁ । ଚିଡି ଚିଡି ହେଇ ସତ୍ୟା କହିଲେ : ଖମ୍ବ ଆଳୁ ଭଳିଆ ବସିଛ ଛୁଆଟା ବର୍ଷା ରେ ଭିଜୁଛି ଦେଖା ହଉନି । ହେଇ ଲୋ ଭୁଲି ଗଲି ବାଡି ପଟେ ଲୁଗା ସୁଖୁଛି କହି ତାଗିଦ୍ କରି ବସେଇ ଦେଲେ ପୁଅ କୁ ମୋ ପାଖେ । ପୁଅ ମୋ ପାଖ ରୁ ଉଠି ଯାଇ ଥାକ ରୁ ଗୋଟେ କାଗଜ ଆଣି ଧରେଇ ଦେଲା ମତେ । କହିଲା ବାପା ଡଙ୍ଗା ତିଆରି କରି ଦିଅ ମୁ ଭସେଇବି । ଡଙ୍ଗା କରି ଦେଲି ଖୁସି ହୋଇ ଚାଲି ଗଲା ଦାଣ୍ଡ ପିଣ୍ଡା କୁ ।
ତା ଖୁସି ଦେଖି ମୋର ମନେ ପଡିଲା ମୋ ପିଲା ଦିନ ର ବର୍ଷା ଦିନ କଥା । ସାଙ୍ଗ ଙ୍କ ସହ ବର୍ଷା ରେ ଭିଜିବା ନଚିବା। ମାଟି ରେ ପ୍ରଥମ ବର୍ଷା ପଡିଲେ ଯୋଉ ବାସ୍ନା ହୁଏ ..ତାକୁ କହିବା ସମ୍ଭବ ନୁହେଁ । ଆଜି କାଲି ର ଅତର କୁ ପଛରେ ପକେଇ ଦବ । ସେ ବାସ୍ନା ରେ ତା ମାଟି ଖାଇବା ପାଇଁ ଇଚ୍ଛା ହୁଏ । ମାଆ ଡାକିଲେ ବି ନ ଶୁଣି କି ବର୍ଷା ରେ ହେବା ଉତ୍ପାତ। ମାଆ ବାଡି ଧରିକି ନ ଆସିଲା ଯାଏ ଘର କୁ ନ ଯିବ । ସବୁ ସେ ମୁହୂର୍ତ୍ତ ମନେ ପଡ଼ି ଯାଉଥିଲା । ଆଜି କାଲି ଭଳିଆ ପକ୍କା ରାସ୍ତା ତ ସେତେବେଳେ ନଥିଲା , ମାଟି କାଦୁଅ ରାସ୍ତା ସହ ମହରମ୍ ର ଚାଦର , ବର୍ଷା ରେ ଭିଜି ଲା ବେଳେ ପୋଷାକ ରେ ସବୁ କାଦୁଅ ମହରମ ର ନାଲି ଛିଟା ପଡ଼ି ସାରିଥିବା । ଦି ଚାରିଟା ଚାପୁଡ଼ା ନ ମାରିବା ଯାଏ ମାଆ ମନ ଶାନ୍ତି ନାହିଁ । କାଦୁଅ ପୋଷାକ ଖେଲି ଧୋଇ ଦେଇ ଆସନ ରେ ବସେଇ ଦିଏ । କଡ଼ା ତାଗିଦ୍ ଥାଏ ମାଆ ର ଆଉ ଟିକିଏ ଓଦା ହବୁ ଯଦି ଆହୁରି ମାଡ଼ ଖାଇବୁ । ହେଲେ କଣ ହବ ମାଆ ର ମନପା । ରାଗ ଥଣ୍ଡା ହେଲା ପରେ ମୁଁ ଯୋଉ ହାଣ୍ଡି ଭଳିଆ ମୁଁହ କରିକି ବସିଥିବି ମତେ କୋଳେଇ ନେଇ ଗେହ୍ଲ କରି ପକେଇବ । ମତେ ମନେଇବା ପାଇଁ ଗରମ ଗରମ ପକୁଡ଼ି ଆଉ ପାମ୍ପଡ଼ ଛାଣି ଦେବ । ପକୁଡ଼ି ଦେଖି ମୋ ରାଗ ତ କୁଡେ ଉଭେଇ ଯାଇଥିବ । ମନ ଖାଲି ପକୁଡ଼ି ଥାଳି ରେ । ମାଆ କୋଳ ରେ ବସିକି ପକୁଡ଼ି ଖାଇ ବର୍ଷା ର ମଜା ନେବା ଅନୁଭୂତି କୋଉଠି ମିଳିବ ନାହିଁ। ଏବେ ସବୁ ଘର କରି ପାଚେରି କରି ଦେଉଛନ୍ତି । ପଡୋଶୀ ସହ ମିଳାମିଶା ବହୁତ୍ କମ୍ ଏବେ । ହେଲେ ସେତେବେଳେ ଘର ପିଣ୍ଡା କୁ ପିଣ୍ଡା ଲାଗିଥାଏ । ମୋ ସାଙ୍ଗ ଆଉ ମୋର କାଗଜ ରେ ଡଙ୍ଗା କରି ହାତ ରେ ଅହୁଲା କରି ଭସେଇ ଦେଇ ଗୀତଗାଉ ' ଯାଆ ରେ ଡଙ୍ଗା ଭାସି ଯା ... । ତା ଭିତରେ ବି ପ୍ରତିଯୋଗିତା ଚାଲି ଥାଏ କାହାର ଡଙ୍ଗା ବେଶି ବାଟ ଗଲା । ସେ ତ କାଗଜ ଡଙ୍ଗା ବର୍ଷା ର ତିନି ଚାରି ଠୋପା ପଡିଲେ ସରିଗଲା । ଚାଳ ରୁ ଯୋଉ ପାଣି ଝରେ ଗ୍ଲାସ୍ ରେ ତାକୁ ଦେଖିଲେ ନାଲି ଚା ଭଳି । ପାଣି ଫୋଟକା କୁ କାଠି ଖେଂଚି ଫଟେଇବା ଆହୁରି ମଜା ଲାଗେ ।
ହେଇଟି ଚଗଲା ବାପା ଶୁଣୁଛ କି ନାହିଁ
ଉଫ କାନ ଟା ଫାଟି ଗଲା ମୋର ସତ୍ୟା ର ସେ ମାଇକି ଭଳିଆ ପାଟିରେ କଣ ହେଲା ନିଆ ଲାଗିଲା ଭଳିଆ ଚିଲଉଛ ।
ସତ୍ୟା ତାନା ମାରିଲା ଭଳିଆ କହିଲା କୋଉ ସୁନ୍ଦରୀ କଥା ରେ ମଜି ଯାଇଥିଲ କି ମୋ ଡାକ ରେ ପଡୋଶୀ ଘର କୁକୁର ବି ଭୋକିଲାଣି ହେଲେ ତମ କୁ ଶୁଭୁନି ।
ହ ତମ ଜାତି ଭାଇ ତମ ପାଟି ଶୁଣି ଭୋକି ବ ନାହିଁ ତ କଣ କରିବ ।ସତ୍ୟା ନାଲି ନାଲି ଆଖି ରେ ଚାହିଁ କହିଲ କଣ କହିଲା ତମେ ବାପ ରେ ସତ୍ୟା ଭିତରେ ଥିବା ସେ କାଳୀ ରୂପ ବାହାରିବା ଆଗରୁ କହିଲି ନାହିଁ ମ ' ମୁଁ କିଛି କହି ନାହିଁ । ତମ କଥା ଟିକିଏ ଭାବୁ ଥିଲି । ବର୍ଷା ଛାଡ଼ିଗଲାଣି ବ୍ୟାଗ୍ ଟା ଆଣ ବଜାର ରୁ ଫେରିବା ବେଳେ ସୋଉଦ ନେଇ ଆସିବି ।
