Sanghamitra Nayak

Drama

4.0  

Sanghamitra Nayak

Drama

ପୁରୁଣା ଚିଠି ଓ ଅଜଣା ନମ୍ବର

ପୁରୁଣା ଚିଠି ଓ ଅଜଣା ନମ୍ବର

9 mins
214


ଅଫିସରୁ ଫେରିଲା ବେଳକୁ ଝିପ ଝିପ୍ ବର୍ଷା ହେଉଥାଏ । ମୁଁ ଛତା ନେଇ ନଥିଲି । ଓଦା ଅବସ୍ଥାରେ ଦେଖି ମାଆଙ୍କର ଗାଳି ଆରମ୍ଭ ହେଇଗଲା ମୋ ଉପରେ । ଡ୍ରେସ୍ ପାଲଟି କି ବାଲକୋନୀକୁ ଆସି ଚେୟାରରେ ବସିଲି । ଆଉ ବସିଲେ ଖାଲି କଣ ହବ କିଛି ଗରମ ଗରମ ବି ଦରକାର ନା... ମାଆଙ୍କୁ କହିଲି ପକୁଡ଼ି ବନେଇବା ପାଇଁ । ମାଆ ପକୁଡ଼ି ଆଣି କି ଦେଲେ । 

ବର୍ଷା ପାଗ ମତେ ଯେତିକି ଭଲ ଲାଗେ ଟା ଠୁ ଅଧିକ ବର୍ଷାର ସେ ଟୋପା ଟୋପା ବୁନ୍ଦା ଦେଖିବାକୁ ଭାରି ଭଲ ଲାଗେ । 

    କାହିଁ କେଜାଣି ମତେ ଭାରି ଇଚ୍ଛା ହେଉଥିଲା ପୁରୁଣା ଫୋଟୋ ଆଲବମକୁ ଦେଖିବା ପାଇଁ । ଉଠିଗଲି ବସିବା ଜାଗାରୁ । ଜେଜେମା ମାଆଙ୍କ ଆଲମାରୀ ଉପରେ ଥୁଆ ହେଇଥିଲା । ଆଲବମ୍କୁ ନେଇ ପୁଣି ଥରେ ଫେରିଗଲି ବାଲକୋନୀକୁ । ପୁରୁଣା ଫୋଟୋ ଆଲବମ୍ରେ କେତେ ସ୍ମୃତି ଫୋଟୋ ହେଇକିରହି ଯାଇଛି । ସବୁ ଫୋଟୋ ତଳେ କିଛି ନା କିଛି ଲେଖା ହୋଇଛି । ସାଙ୍ଗ ମାନଙ୍କ ସହ କେତେ ଫୋଟୋରହିଛି । ପୁରୁଣା ଦିନର ଘଟଣା ସବୁ ମନରେ ଚାଲୁଥିଲା। ଏମିତି ଆଲବମ୍ ଟାକୁ ଖେଳାଉ ଥିବ ବେଳେ ମୋ ହାତ ଅଟକି ଗଲା ଗୋଟେ ପୃଷ୍ଠାରେ । ପୃଷ୍ଠାର ଉପରେ ଲେଖା ହୋଇଥିଲା ' my best days ' ସେ ପୃଷ୍ଠାରେ ଛଅଟି ଫୋଟୋ ଥିଲା । ସେ ଫୋଟୋ ମୋର ଆଉରୁଦ୍ରର ଥିଲା । 

ନବମ ଆଉ ଦଶମ ଟାଇମର ସେ ଫୋଟୋ । 


   ରୁଦ୍ର , ଯାହାକୁ ମୁଁ ସେ ସମୟରେ ବହୁତ୍ ପସନ୍ଦ କରୁଥିଲି ଆଉ ଏବେ ବି । ଅବଶ୍ୟ ଆଗ ଠୁ କମ୍ ହେଇପାରେ ହେଲେ ବି ପସନ୍ଦ ମୋର । ହାଇ ସ୍କୁଲରେ ଆମେ ସାଙ୍ଗ ହେଇକି ପଢ଼ିଥିଲୁ ।

ମୁଁ ଯେତେବେଳ ପ୍ରଥମେ ହାଇ ସ୍କୁଲ ଯାଇଥିଲି ମୋର କେହି ସାଙ୍ଗ ନଥିଲେ । ସେହିଁ ମୋ ପ୍ରଥମ ସାଙ୍ଗ ଥିଲା । ଖୁବ୍ ଭଲ ବନ୍ଧୁତା ଆମ ଭିତରେ ଥିଲା । ଦେଖିବାକୁ ସେତେବେଳେ ବେବି ପଣ୍ଡା ଭଳିଆ ଥିଲା । ହେଲେ ବହୁତ୍ ଭଲ ପିଲାଟେ ଥିଲା । ସବୁ ମାମ୍ ସାର୍ ଆଉ ପିଲାଙ୍କ ପସନ୍ଦ ଥିଲା । ହବ ନି କେମିତି କ୍ଲାସର ଟପର ଥିଲା ଆଉ ଗଣିତରେ ଜିନିଅସ। ମୋର ଗଣିତ ହୁଏନି ହେଲେ ତା ପାଇଁ ମୋର ଭଲ ମାର୍କ ଆସିଥିଲା ଗଣିତରେ । 

ମତେ ସେ ବୁଝାଏ ଗଣିତ ଏଥିରେ ତାର ବି ଫାଇଦା ଆଉ ମୋର ବି । ତାରରିଭାଇସ ହେଇଯାଉଥିଲା ଆଉ ମୋର ଗଣିତ ବୁଝିବା ହେଉଥିଲା । ମୋର ଭଲ ସାହିତ୍ୟ ହୁଏ କିନ୍ତୁ ତାର ନୁହେଁ । ମୁଁ ତାକୁ ସାହିତ୍ୟ ବୁଝେଇ ଦିଅ ଆଉ ମତେ ସେ ଗଣିତ । ଟିଫିନ୍ ଠୁ ହୋମୱର୍କ ସବୁ ସାଙ୍ଗରେ ଆମର। ମୁଁ ତାକୁ ପସନ୍ଦ କରୁଥିଲି ହେଲେ କହି ପାରୁ ନଥିଲି । ପଢା ପିଲା କାଳେ ଯଦିରାଗିବ। ପୁଣି ଏତେ ଭଲ ବନ୍ଧୁତା ବି ଭାଙ୍ଗି ଯାଇ ପରେ । ମୋର ଗୋଟେ ସାଙ୍ଗ ଥିଲା ମାନସୀ । 

ସେ ଯେତେବେଳେ ଜାଣିଲା ମତେ କହିଥିଲା : ତୁ କହି ଦେ ନହେଲେ ତୋ ଆଗରୁ ଯେମିତି ଆଉ କେହି ନ କହି ଦିଅନ୍ତୁ । 

ହ, ସମୟ ହେଲେ କହିବି କହିକି ଆଉ କହି ପାରିଲିନି । 

ଦିନେ ଏମିତି ଲାଇବ୍ରେରୀରେ ମୁଁ ଆଉରୁଦ୍ର ବସିଥାଉ । ମତେ କହିଲା ସୁନୁ (ରୁଦ୍ର ମତେ ଡାକେ) ତୋର କେହି କ୍ରଶ ଅଛନ୍ତି । ମୁଁ ଟିକିଏ ଆଶ୍ଚର୍ଯ୍ୟ ହେଇଯାଇଥିଲି ତା ପ୍ରଶ୍ନରେ । 


ମୁଁ : ହ, ଅଛନ୍ତି । ତୋର କିଏ ..? 


ମୋ ପାଖକୁ ଘୁଞ୍ଚି ଆସି ଧିରେ କହିଲା : ହ , ମୋର ବି ଅଛି। ମୋ ମନ ଦୁଃଖ ହେଇଗଲା ମୋର । ମୁଁ ପଚାରିଲି କିଏ ସେ .. ମତେ କହିନୁ ତ ...ହସି ଦେଇ କହିଲା ତୁ ମୋ ଭଲ ସାଙ୍ଗ ତତେ କହିବି ହେଲେ ତୁ କହ କାହାକୁ କହିବି ନି । 


ନା ମୁଁ କହିବି ନି କହ ତୁ ...


ରୁଦ୍ର : ଆମ ଶ୍ରେଣୀରେ B ବିଭାଗରେ ଯୋଉ ମଧୁ ସେଇ । 


କଣ ସେ ....


ରୁଦ୍ର : ହଁ, ବହୁତ୍ ଭଲ ଝିଅ ଟେ ....ତୁ ଜାଣିନୁ କି 


ହଁ ମୁଁ ଜଣେ ...


ଆଚ୍ଛା ଏବେ କହ ତୋର କ୍ରସ କିଏ ମତେ ଓଲଟା ପ୍ରଶ୍ନ ପଚାରିଲାରୁଦ୍ର । 


ମୋର କେହି ନାହିଁ ଏମିତିରେ କହି ଦେଲି ନା ତତେ । ସେ ବି ବେଶି ପଚାରିଲି ନାହିଁ । ଚୁପ୍ ଚାପ୍ ଘରକୁ ଆସିଲି । ମନ ପୁରା ଭାଙ୍ଗି ଯାଇଥିଲା । ମୁଁ ଯାହାକୁ ପସନ୍ଦ କରେ ସେ ଆଉ କାହାକୁ କରୁଛି । ମାନସୀକୁ କହିଲି ଯେତେବେଳ ସେ କହିଲା ମଧୁ ବି ପସନ୍ଦ କରେରୁଦ୍ରକୁ । ଦୁହେଁ ଯେତେବେଳେ ପସନ୍ଦ କରନ୍ତି ମୁଁ କଣ ପାଇଁ ତାଙ୍କ ଭିତରେ ପଶିବି । ମୋର ଧିରେ ଧୀରେରୁଦ୍ର ସହ ମିଶିବା କମ୍ ହେଇଯାଇଥିଲା । କଥା ବାର୍ତ୍ତା ବି କମ ହେଉଥିଲା ଆମର। ମତେ ସେ ପଚାରିବି ଥିଲା ... କଣ ହେଇଛି ଏମିତି ଚୁପ୍ ଚାପ୍ ...କଣ ବା ତା ପ୍ରଶ୍ନର ଉତ୍ତର ଦେଇ ଥାଆନ୍ତି । କିଛି ନାହିଁ ଖାଲି ଏମିତି ହିଁ କହିଥିଲି । ସେ ବି ମୋ ସହ ଆଗ ଭଳିଆ ମିଶୁ ନଥିଲା । ମଧୁ ସହ ମିଶିଥିଲା । ମତେ ଭାରି କଷ୍ଟ ହୁଏ ହେଲେ କଣ ଆଉ କରିବି । ସ୍କୁଲର ଫେରୱାଲ୍ ଦିନ ବେଶି ସେ ମଧୁ ସହ ମିଶିଥିଲା । ସେଇ ଦିନ ହିଁ ଶେଷ ଥିଲା ଆମର ଦେଖା ସାକ୍ଷାତର । ମୁଁ ତା ପରଠୁ କେବେ ଦେଖିନି ତାକୁ । କି ଜାଣିନି କୋଉଠି ଅଛି ସେ । 

 

    ଫୋଟୋ ଆଲବମ ଥିବା ଫୋଟୋ ସ୍କୁଲ ପ୍ରୋଜେ୍ଟରେ ଆଉ ବାକି ଆନୁଆଲ ଫୁଂସନ..ଆଉ ଏମିତି ଶ୍ରେଣୀରେ ବସିବ ଥିବର । ମାଆଙ୍କ ଡାକରେ ସେ ଫୋଟୋ ଆଲବମ୍କୁରଖି ଦେଇ ଚାଲି ଗଲି ମାଆଙ୍କ ପାଖକୁ । 


ସବୁ ଦିନ ପରି ସବୁ କିଛି ସାମାନ୍ୟ ଥିଲା । ମୁଁ ଅଫିସରେ ବସିଥାଏ ଗୋଟେ ଅଜଣା ନମ୍ବରକୁ କଲ ଆସିଲା। ଉଠେଇଲି ।


ହେଲୋ...କିଏ କହୁଛନ୍ତି ...


ମୁଁ ତୁମ ଫ୍ରେଣ୍ଡ୍ କହୁଛି ... ଫୋନ୍ର ଅପର ପାର୍ଶ୍ଵରୁ ଜଣେ ପୁରୁଷର ସ୍ୱର ଥିଲା । ହେଲେ ମୁଁ ଜାଣି ପାରୁଥିଲି କିଏ ମତେ କଲ କରୁଛି । 


ମୋର କେହି ସାଙ୍ଗ ନାହାନ୍ତି ...ଭୁଲରେ କଲ କରିଛନ୍ତି ।ରଂଗ ନମ୍ବର କହି କାଟି ଦେଲି ପୁଣି ଥରେ କାମରେ ବ୍ୟସ୍ତରହିଲି । ପୁଣି କଲ ଆସିଲା ବିରକ୍ତ ହେଇକି କହିଲି ମୁଁ ବ୍ୟସ୍ତ ଅଛି ଏମିତି କଲ କରି ହଇରାଣ କରିବା ଠିକ୍ ନୁହେଁ । ସେ ପଟରୁ କିଛି ଉତ୍ତର ଆସିବା ଆଗରୁ କଲ କାଟି ଦେଲି । ଅଫିସ୍ରୁ ଫେରିଲି । ଆଜି ଦିନରେ ବହୁତ୍ କାମ ଥିବାରୁ ଥକି ଯାଇଥିଲି । କିଛି ଖାଇକି ଶୋଇପଡ଼ିଲି । ଉଠୁ ଉଠୁ ସନ୍ଧ୍ୟା ଆଠ ଟା ହେଲାଣି । ଦିନରେ ଅନଲାଇନ ଯାଇଥିଲି । ଫୋନ ଧରିକି ବସିଗଲି । ଅନଲାଇନ ଯାଇଛି କି ନାହିଁ ମେସେଜ ଆସିଥିଲା ଅଜଣା ନମ୍ବରରୁ । 


କ୍ଷମା କରିବେ , ଆପଣଙ୍କୁ ହଇରାଣ କରି ଥିବାରୁ । ଭଲ ସେ ମତେ ଜାଣିଛ କିନ୍ତୁ ଜାଣି ପାରିଲା ନାହିଁ। ଆସନ୍ତା କାଲିରବିବାର ଅଛି ସନ୍ଦୀପ କଫିସପରେ ଦେଖା କରିବା ପାଇଁ ଚାହେଁ । ସନ୍ଧ୍ୟା ଛଅ ଟାରେ ଆପଣଙ୍କ ଅପେକ୍ଷାରେ ...


ଆରେ କି ପ୍ରକାର ବାଜେ ଲୋକ ଟା କଲ କଲା ଏବେ ପୁଣି ମେସେଜ । କିଛି ନାହିଁ ସିଧା ଦେଖା କରିବ କହୁଛି । ଇଚ୍ଛା ହେଉଥିଲା ପାଖରେ ଥିଲେ ଚପଲରେ ଦି ଟା ଦେଇ ଥାନ୍ତି ଠିକ୍ ହେଇଥାନ୍ତା । ମାନସୀକୁ ସବୁ କଥା କହିଲି । ସେ କହିଲା ଚିନ୍ତା କର ନାହିଁ । ଯଦି ଦେଖା କରିବାକୁ କହିଛି ଯାଆ ଦେଖି ଆସିବୁ । 

ତୁ , ବି ଏମିତି କହୁଛି ..ଚିଡି ଚିଡି ହେଇ ମାନସୀ କଲ କାଟି ଦେଲି । ପୁଣି କଲ କଲା ମାନସୀ କହିଲା ଖାଲି ତରାଗିଲୁ । ଦେଖି ଆସିଲେ କଣ ହେଇଯାଉଛି । ସେ କୋଉ ନିରୋଳା ଜାଗା କହୁନି । ଗହଳି ଜାଗାରେ। ହଉ ମୋ ମାଆ ମୁଁ ସେ କଥା ଚିନ୍ତା କରିବି ଏବେରହୁଛି । କଲ ଟାକୁ କାଟି ଦେଲି । ମୋ ମନରେ କେତେ କଣ ଚାଲିଥିଲା । କିଏ ସେ .. କଣ ପାଇଁ ଦେଖା କରିବ ...ମତେ କେମିତି ଜାଣିଛି ..ଏମିତି ଅନେକ ପ୍ରଶ୍ନ । 


 ହାଲ୍କା ପିଆଜିରଙ୍ଗରକୁତ୍ତୀ ପିନ୍ଧିଥିଲି । ମୁଁ ଠିକ୍ ଯାଇକି ସନ୍ଦୀପ କଫିସପରେ ପହଞ୍ଚିଲି । ସେଠି କେତେ ଲୋକ ବସିଲେ । କଲ ଆସିଲା ଅଜଣା ନମ୍ବରରୁ ..ଆପଣ କେଉଁଠି...ପ୍ରଶ୍ନ କାଲି ...

 ସେ କହିଲା : ଯୋଉଠି ଛିଡ଼ା ହେଇଛ ତାର ଡାହାଣକୁ ଦେଖ ..ବ୍ଲୁରଙ୍ଗର ସାର୍ଟ ...

ହ , ମୁଁ ଦେଖି ପାରିଲି ..

ମତେ କିଛି ଚିହ୍ନା ଚିହ୍ନା ଜଣା ପଡୁଥିଲା ହେଲେ ଜାଣି ପାରୁ ନଥିଲି କିଏ ସିଏ...

ପାଖକୁ ଗଲି ବସିଲି ...

ମତେ ଜାଣି ପାରୁନୁ ସୁନୁ ...

ତମେରୁଦ୍ର ନା ....

ହସି ହସି କହିଲା ବୋକି ଏବେ ଜାଣିଲୁ ମୁଁରୁଦ୍ର ବୋଲି...

ମୁଁ କହିଲି ଏତେ ବଡ଼ ପିଲା ହେଲୁଣି । ଆଉ ଦଶ ଏଗାର ବର୍ଷ ପରେ ଦେଖିଲି। କଲରେ କଣ କହି ପାରୁ ନଥିଲୁ କି...

ରୁଦ୍ର : ତତେ ସରପ୍ରାଇଯ ଦେବା ପାଇଁ ...

ଏତେ ଦିନ ପରେ ମୋ କଥା ମନେ ପଡ଼ିଲା କେମିତି । ଆଉ ମୋ ନମ୍ୱର୍ ପାଇଲୁ କୋଉଠି ....


ରୁଦ୍ର : ଆରେ ଆରେ ଏମତି ଏକା ବେଳେ ଏତେ ପ୍ରଶ୍ନ....ମାନସୀ ସହ ଦେଖା ହେଇଥିଲା ବଜାରରେ ...ସେ ତ ଯୋଉ ଫୁଲେଇ ଥିଲା ଏବେ ବି ଅଛି । ତାରି ପାଖରୁ ନମ୍ବର ଆଣି ଥିଲି । ଆଉ ଏଇ କିଛି ସପ୍ତାହ ହେଲା ଆସିଛି ଏଠିକି । ତତେ କେମତି ଭୁଲିବି ସବୁ ଠୁ ଭଲ ସାଙ୍ଗ ମୋର ତୁ ...


ମୁଁ ଠିକ୍ ବୁଝି ଗଲି କଣ ପାଇଁ ମତେ ସେ କହୁଥିଲା ଦେଖା କରିବାକୁ। ମତେ କହିଲା ନିରୁଦ୍ର ସହ ଦେଖା ହେଇଛି । ଘରକୁ ଯାଏ ତା କଥା ବୁଝୁଛି । ଭଗବାନ୍ କଣ ପାଇଁ ପୁଣି ଥରେ ଦେଖା କଲରୁଦ୍ର ସହ । କଟା ଘାଆରେ ଚୂନ ଦେଉଛନ୍ତି ବୋଧେ ...


ହେଲୋ.. ମ୍ୟାମ...


ଓଃ.. ସରି...


କୋଉଠି ହଜି ଯାଇଥିଲୁ କି ପଚାରିଲା ସେ ...


ତା କଥାକୁ ଏଡାଇ ଦେବ ପାଇଁ କହିଲି ଆରେ ନାହିଁ କିଛି ନାହିଁ...କହ କେମିତି ଅଛୁ ଏବେ କଣ କରୁଛୁ ..?


ରୁଦ୍ର : ଏଇ ପାଖ କଲେଜରେ ଅଛି ମୁଁ ... ଆଉ ତୁ ...


ମୁଁ : ମୁଁ ବି ଏଇ ବ୍ୟାଙ୍କରେ ଅଛି ...


ରୁଦ୍ର : ଭଲ ହେଲା ଏବେ ପାଖା ପାଖି... 


ମୁଁ : ଏମିତି କିଛି ସମୟ କଥା ହେଲା ପରେ ମୁଁ ପଚାରିଲି ମଧୁ ଖବର କଣ ..

ରୁଦ୍ର : କୋଉ ମଧୁ ..? 


ମୁଁ : ସେଇ ଦଶମ ଟାଇମରେ ଯାହାକୁ ଭଲ ପାଉଥିଲୁ ...


ରୁଦ୍ର ମତେ ଟିକିଏ ବିସ୍ମୟ ଭରା ଚାହାଣିରେ ଅନେଇ କହିଲା ଓଃ ସେ ମଧୁ ..ମୁଁ ଜାଣିନି ଫେରୱଲ୍ ପରେ ତା କଥା .. ସେ କଣ ଖାଲି ମତେ ଭଲ ପାଉଥିଲା କି ଆମ ସାଙ୍ଗ ଉମେଶ ଆଉ ଶେଖର ତାଙ୍କୁ ବି ଭଲ ପାଉଥିଲା । ମୁଁ ଜାଣିଲା ପରେ ସେ ସବୁ ଭୁଲି ଗଲି । ଆଉ ତୋ କଥା କହ ଆମ ସାର୍ଙ୍କ ଖବର କଣ ...


ମୁଁ : କୋଉ ସାର୍ ...


ରୁଦ୍ର : ତୋ ବଏଫ୍ରେଣ୍ଡ୍ ମ..


ମୁଁ : ମୋର କେହି ସେମିତି ନାହାନ୍ତି .. ମୁଁ ଯାହାକୁ ଭଲ ପାଉଥିଲି ସେ ତ ଆଉ କାହାକୁ ଭଲ ପାଉଥିଲା...ମୋର ଏବେ ମୋ ଚିନ୍ତା ...ମତେ ସେ ସବୁରେ ପଶିବା ପାଇଁ ଆଉ ଇଚ୍ଛା ନାହିଁ ...


ରୁଦ୍ର : ଫେରୱଲ୍ ଦିନକୁଆଡେ ପାଲେଇଲୁ କି ..କେତେ ଖୋଜିଛି ତତେ ପାଇଲି ନାହିଁ ... ଯୋଉ ନମ୍ବର ଥିଲା ସେଇଟା ତୋର ଆଉ ଲାଗୁ ନଥିଲା ...ତତେ ମୁଁ ବହୁତ୍ ମନେ ପକାଉଥିଲି ..


ତା କଥା ଶୁଣିକି ମାନେ ମାନେ ଖୁସି ହେଉଥିଲି ମୁଁ ... 


ସେ ପଚରିଲ :ଆଚ୍ଛା ତତେ ଗୋଟେ ଚିଠି ଦେଇଥିଲି ପାଇଥିଲୁ ନା ...

ହଠାତ୍ ଚିଠି କଥା ମୋର ମନେ ପଡୁ ନଥିଲା...

କଣ ହେଲା କହ... ତା କଥାରେ ପ୍ରକୃତିସ୍ଥ ହେଇ କହିଲି ହ, ହ ପାଇଥିଲି ..


ରୁଦ୍ର : ତାହେଲେ ସେ ଚିଠିର ଉତ୍ତର ଦେଲୁ ନାହିଁ ...


ମୋର ତ ମାନେ ହିଁ ପଡୁ ନଥିଲା କି ଚିଠି କଥା କହୁଛି .. ମୁଁ କହିଲି ହ ଯେ କେମିତି ଦେଇଥାନ୍ତି ...


ଠିକ୍ ସମୟରେ ମାଆର କଲ ଆସିଲା ବିରକ୍ତ ହେଇ କହିଲେ ଜଣା ପଡ଼ୁଛି ନା ସମୟ ଆଠ ଟା ହେଲାଣି ଜଲଦି ଆସେ...

ରୁଦ୍ର ସରି ଆଉ କେବେ ଦେଖା କରିବା ମାଆ ବିରକ୍ତ ହେଲେଣି .. ମୁଁ ଯାଉଛି ଏବେ ...

ରୁଦ୍ର : ହଉ ଯାଆ, ଦେଖିକି ଯିବୁ ..


ଜଲଦିରେ ମୁଁ ଘରକୁ ପଳେଇ ଆସିଲି .. ମାଆଙ୍କ ପାଖରୁ ଗାଳି ଶୁଣିବା ତ ନିଶ୍ଚିତ ଥିଲା ହେଲେ ମୋ ମନ ପୁରା ଖୁସି ଥିଲା । 

ଘରକୁ ଆସିଲି ..ଯେମିତି ଭାବୁଥିଲି ସେମିତି ହେଲା ନାହିଁ କିଛି 

ମାଆ ମତେ କିଛି କହିଲେ ନାହିଁ । 


ଜେଜେ ମାଆ ପାଖରେ ବସି ଗଲି । ଟିକିଏ ଗେହ୍ଲ କରି ଦେଲି ତାଙ୍କୁ । ଜେଜେମା କହିଲେ : ମୋରାଣୀ କଣ ଆଜି ଏତେ ଖୁସି କଣ ହେଲା କି ...

ନାହିଁ ମ କିଛି ନାହିଁ... 


ମାନସୀକୁ କଲ କାଲି ...କହିଲି ..ତୁ ଜାଣି ଶୁଣି କହୁଥିଲୁ ନା ...ମତେ ଆଗରୁ କହୁ ନଥିଲୁ କଣ ପାଇଁରୁଦ୍ର ସହ ତୋର ଦେଖା ହେଇଛି ..


ମାନସୀ : ଶାନ୍ତ ହୋ ଲୋ ମାଆ ...ରୁଦ୍ର ମତେ ମନା କରିଥିଲା ସେଥି ପାଇଁ । 


ତମେ ଦି ଜଣ ମିଶିକି ଏମିତି କରିଛ ତାହେଲେ ନୁହେଁ ..ଆଉ କଣ ଗୋଟେ ଚିଠି କଥା କହୁଥିଲା ? ମୁଁ ମାନସୀକୁ କହିଲି ..


ସେ କହିଲା ... ହରୁଦ୍ର ମୋ ହାତରେ ଗୋଟେ ଚିଠି ଦେଇଥିଲା ତ ସେବେ...କାଇ କଣ ହେଲା କି ...


ଏବେ ମୋର ମନେ ପଡ଼ିଲା ମାନସୀ ଦେଇଥିଲା କିନ୍ତୁ ମୁଁରୁଦ୍ର ଉପରେରାଗି ଥିଲି ତ ମୁ ପଢ଼ି ନଥିଲି ଆଉ ଆଜି ଯାଏ ବି ପଢ଼ି ନି ...


ହେଲୋ ହେଲୋ ...


ହ ମତେ ଶୁଭୁଚି ...କହ 


ମାନସୀ : କୋଉ ଚିନ୍ତାରେ ବୁଡି ଗଲୁ କି ...


ହଉ ମୁଁରହୁଛି ପରେ କଥା ହଉଛି କହି ତା କଲ କାଟି ଦେଲି। 

ମୁଁ ସେଇ ଫୋଟୋ ଆଲବମ୍ରେରଖି ଥିଲି ...ବହୁତ୍ ଖୋଜିଲି ପାଇଲି ନାହିଁ... ମନ ଦୁଃଖ ହେଇଗଲା .... ପୁରୁଣା ବହି ଥାକ ପାଖକୁ ଗଲି ସବୁ ବହିର ଗୋଟି ଗୋଟି ପୃଷ୍ଠା ଅଣ୍ଡାଳି ପକେଇଲି। ଶେଷରେ ପାଇ ଗଲି ...ସେ ଚିଠିକୁ ଖୋଲି ଦେଖିଲି ...ଚିଠିରେ ମୋର ଆଉରୁଦ୍ରର ବିଜ୍ଞାନ ପ୍ରୋଜେ୍ଟରେ ବୁଲି ଯାଇଥିବା ବେଳର ଫୋଟୋ ...


ଫୋଟୋ ତଳେ ଲେଖା ଚାରି ପାଞ୍ଚ ଧାଡ଼ି ଲେଖା ହେଇଥିଲା ...

ସୁନୁ,

ମୁଁ ଜଣେ ତୁ ମତେ ପସନ୍ଦ କରୁ ...ମୁଁ ବି କରେ ପସନ୍ଦ କରେ ...ହେଲେ ଆଜି ଯାଏ କହି ପାରିନି ...ମଧୁ କଥା କହିବା ଦିନ ଠୁ ମୋ ସହ ବେଶି ମିଶୁ ନାହୁ ...ମତେ ନ ଦେଖା କରିକୀ ପଳେଇଲୁ...ଯଦି ମତେ ସତରେ ପସନ୍ଦ କରୁଥିବୁ ..ଏଇ ଚିଠିର ଉତ୍ତର ଦବୁ....


ହେ କୃଷ୍ଣ, ମତେରୁଦ୍ର ପସନ୍ଦ କରିଥିଲା ହେଲେ ମୁଁରାଗିକି ତା ଚିଠି ପଢ଼ି ନଥିଲି ... ଦଶ ଏଗାର ବର୍ଷ ହେଇଗଲା ମୁଁ କେମିତି ଏଇ ଚିଠିକୁ ପଢ଼ିନି ..ନିଜ ଉପରେରାଗ ଆସୁଥିଲା । କେତେ ବୋକି ମୁଁ ... 


ମୁଁ ସେ ଚିଠି ତଳେ ମୋ ନାଆ ଲେଖି 


ଲେଖିଲି .. ହ ମୁଁ ପସନ୍ଦ କରେ ଆଉ ଏବେ ବି ...


ରୁଦ୍ରକୁ ମେସେଜ କଲି...କଣ ଆଉ ଥରେ ଦେଖା ହେଇ ପାରିବ ସେଇ କଫିସପ୍ରେ ଆସିଥିବାରବିବାରରେ ... 


ହ, ହେଇ ପାରିବ ...ଉତ୍ତର ଦେଲା ସେ ...



ଗୋଟେ ସପ୍ତାହ ଗୋଟେ ଯୁଗ ଭଳିଆ ଲାଗୁଥିଲା । ଖୁସି ଥିଲି ମୁଁ ବହୁତ୍ କିନ୍ତୁ ପୁଣି ମନ୍ରେ ଭାବନା ଆସୁଥିଲା ଯଦି ସେ ଆଉ କାହାକୁ ...ନା ..ନା .. ସେ ଯାହା ହଉ ମୁ ତା ଚିଠି ଦେଇ ଦେବି...

ସେ ପ୍ରତିକ୍ଷିତ ମୁହୂର୍ତ୍ତ ଆସିଲା । ଆମର ପୁଣି ଦେଖା ହେଲା..

କେମିତି କହିବି ମୁଁ ଜାଣି ପାରୁ ନଥିଲି । କିଛି ସମୟ କଥା ହେଲା ପରେ ବ୍ୟାଗ୍ରୁ ସେଇ ଚିଠି ଖୋଲି ଦେଇ ତାକୁ ଦେଲି । ମତେ କହିଲା ତୁରଖି ଥିଲୁ ଏତେ ଦିନ ଯାଏ ...


ହ,ରଖି ଥିଲି ... ନେଇଯାଆ ତୋ ଚିଠି ...


ସିଏ ଖୋଲିବାକୁ ଯାଉଥିଲା ମୁ କହିଲି ଘରେ ଦେଖିବୁ ଏବେ ନୁହେଁ ...


କଣ ପାଇଁ ମୁଁ ଟିକେ ଦେଖେ ମୋ ପୁରୁଣା ଚିଠିକୁ ..


କହିଲି ନା ତତେ , ହଉ ଠିକ୍ ଅଛି ମୁଁ ଗଲା ପରେ ଦେଖିବୁ ...


ରୁଦ୍ର ..ଆଜ୍ଞା ମ୍ୟାମ୍..


ଠିକ୍ ଅଛି ମୁଁ ଆସୁଛି , ମାଆ କହିଥିଲେ ଜଲ୍ଦୀ ଘରକୁ ଯିବା ପାଇଁ...


ଠିକ୍ ଅଛି ...


ରାତି ପ୍ରାୟ ଏଗାରଟା ହେବ ମତେ ନିଦ ଆସୁ ନଥିଲି , ଝର୍କାରୁ ଆକାଶର ଜନ୍ହକୁ ଦେଖୁଥିଲି ... ଫୋନର ନୋଟିଫିକେଶନରେ ଆକାଶର ଜନ୍ହରୁ ନଜର ହଟାଇ ଦେଖେ ତରୁଦ୍ରର ମେସେଜ ..


ମୁଁ ଜଣେ ତୁ ପଢ଼ି ନ ଥିଲୁ ... ସେ ମଧୁ ପାଇଁ ଦୂରେଇ କିରହୁଥିଲୁ ମୋ ପାଖରୁ .. ମାନସୀ ମତେ କହି ଥିଲା କେବେ ଠୁ ତୁ ମତେ ପସନ୍ଦ କରୁ ବୋଲି ... ମୋ ପାଖାରେ ତୋର କିଛି ଠିକଣା ନଥିଲା କେମିତି ଦେଖା କରିଥାନ୍ତି । ମୁଁ ବି ତତେ ପସନ୍ଦ କରୁଥିଲି ଆଉ ଏବେ ଭଲ ପାଇଯାଇଛି । ଭଗବାନ୍ ପୁଣି ଥରେ ଏତେ ଦିନ ପରେ ଆମକୁ ଭେଟ କରେଇଲେ । I love you sunu ...


ମୋ ଛାତି ଧକ୍ ଧକ ହଉଥିଲା ତା ମେସେଜ ପଢିକି...ମୁଁ ଆଉ ସ୍ବପ୍ନ ଦେଖୁ ନାହିଁ ତ ... ଚିମୁଡ଼ି ଦେଲି ହାତକୁ ...ଏଇଟା ସତ୍ ଥିଲା । 


ଭଗବାନ୍ଙ୍କୁ ଅଶେଷ ଧନ୍ୟବାଦ୍ ଜଣାଉଥିଲି । ଏତେ ଦିନର ପ୍ରେମ ମୋର ସାର୍ଥକ ହେଲା । 


 ଆଶା କରେ ମୋ କାହାଣୀ ପସନ୍ଦ କରିବେ ... ଏହା ମୋର ପ୍ରଥମ ଲେଖା କୌଣସି ପ୍ରକାର ଭୁଲ ଥିଲେ କ୍ଷମା କରିବେ ...।





Rate this content
Log in

Similar oriya story from Drama