shibaram dalai

Abstract

2  

shibaram dalai

Abstract

କରୋନା ଭାଇରସ

କରୋନା ଭାଇରସ

2 mins
226


      ( ୧)

ରାମୁକାକା ତୁମେ ଗଲ କୈଳାସ ଦାଦା ଦୋକାନ ରୁ ଏ ସବୁ ପରିବା ନେଇ ଆସିବ କହି ସାନବାବୁ ଚିଠାଟିକୁ ରାମୁକାକା ହାତକୁ ବଢ଼େଇ ଦେଲେ । ଠିକ ଅଛି ସାନବାବୁ ମୁଁ ଯାଇ ନେଇ ଆସୁଛି । ଏତେ ବଡ଼ ଚିଠା ଦେଖି ରାମୁକାକା ପଚାରିଲେ କଣ ହେବ କି ସାନବାବୁ ଏତେ ସବୁ ପରିବା ? କାଲି କଣ ସୋନୁ ଦେଇ ଙ୍କ କୁଣିଆ ଆସିବେ କି ? ନା କିଛି ଅଲଗା ଭୋଜିର ଆୟୋଜନ ଅଛି ?  

   ସାନବାବୁ ଉତ୍ତର ଦେଇ କହିଲେ ନାହିଁ ଯେ ଏ କରୋନା ଭାଇରସ ପାଇଁ ସରକାର ଆମିଷ ଖାଇବାକୁ ମନା କରିଛନ୍ତି । ଆଗକୁ ପରିବା ଦର କେତେ ବୃଦ୍ଧି ହେବ କେଜାଣି ତେଣୁ ଏ ସବୁ ନେଇଆସ ।


        ( ୨ )

ପାଞ୍ଚ ଖଣ୍ଡି ଗାଁ ରେ ନାମିଦାମୀ ଲୋକଙ୍କ ଭିତରେ ଜଣାଶୁଣା ଚୌଧୁରୀ ପରିବାର ।

   ନନା କଣ କିଆଜି ମାର୍କେଟ ରୁ ଏତେ ସବୁ ଜିନିଷ ଏକ ଦମ ବ୍ୟାଗ ଫୁଲ ପଚାରିଲା ବୁଲୁ । ବବୁଲ ନାନା କହିଲେ ନାହିଁ ମ ଏତେ ସବୁ ଜିନିଷ ଆଉ କଣ ଆଜି ବଜାରରେ କରୋନା ଭାଇରସ ପାଇଁ ଚିକେନ୍ ସବୁ ଶସ୍ତା ହେଇଯାଇଛି । ତେଣୁ ମୁଁ ଗଡ଼ିଆରେ ମାଛ ମାନଙ୍କୁ ଖାଇବାକୁ ଦେବା ପାଇଁ କିଛି ଚିକେନ୍ ନେଉଛି । ପ୍ରକୃତରେ ବବୁଲ ନାନା ଙ୍କ ଗଡ଼ିଆ ଥିଲା ସତ କିନ୍ତୁ ଗଡ଼ିଆରେ ବିନ୍ଦୁ ବିସର୍ଗ ପାଣୀ ନଥିଲା ।


        ( ୩ )

କୁଳିଆ ବୁଢ଼ା ଚାଲିଗଲା ପରେ ତିନିପୁଅ ନିଜ ମାଆ କୁ ଭାଗବାଣ୍ଟ କରି ମାସେ ଲେଖା ଖାଇବାକୁ ଦିଅନ୍ତି । ପ୍ରତି ମାସରେ ବୁଢ଼ୀ ଯେଉଁ ପୁଅ ପାଖରେ ରହେ ସେ ମାସର ଭତ୍ତା ଟଙ୍କା ସେ ପୁଅର ହେଇଯାଏ ।"ଶୁକ୍ଳ ପକ୍ଷ ପରେ ଯେମିତି କୃଷ୍ଣ ପକ୍ଷ, ଦିନ ପରେ ରାତ୍ରି ର କିଟିମିଟିଆ ଅନ୍ଧାର ମାଡ଼ିଆସେ "ସୁଲୋଚନା ବୁଢ଼ୀ ର ଜୀବନରେ ପ୍ରତି ତିନି ମାସରେ ଗୋଟେ ମାସ କୃଷ୍ଣପକ୍ଷ ମାଡ଼ିଆସେ । ଦୁଇ ମାସ ଦୁଇ ପୁଅ ପାଖରେ ବେସ ଭଲରେ ଭଲରେ କଟିଯାଏ । ଆଉ ତୃତୀୟ ମାସଟା ସାନ ପୁଅ ପାଖରେ ଅତି ଦୟନୀୟ ଅବସ୍ଥାରେ କଟିଥାଏ । ସେ ମାସରେ ଦିନକୁ ଓଳିଏ ଖାଇଲେ ଦିଓଳା ଉପାସ ରହିବାକୁ ପଡେ । ପୁରୁଷ ପିଲା ହୋଇ ମାଇକିନିଆ କଥାରେ ଉଠ ବସ ହୁଏ ,ଏ ତ ସହଜେ ବୁଢ଼ୀ ଲୋକ କଣ ବା କହି ପାରିବ ସାନ ବୋହୁ କୁ ।

    ଲୋକେ କୁହନ୍ତି ତା ମୁହଁ ଚାହିଁଲେ ପାଣି ମୁନ୍ଦେ କୁଆଡ଼େ ମିଳେ ନାହିଁ । ସେଥିପାଇଁ ଭଗବାନ ତାକୁ ବୋଧେ ବାଞ୍ଝ କରି ରଖିଛନ୍ତି । ଏ ବାରେ ସେ ଓଷା ସେ ବାରେ ଏ ଓଷା କହି ସେ ମାସ ଯାକ ଆମିଷ ଉଣ୍ଡଳ କରନ୍ତି ନାହିଁ । 

  ଏ ମାସରେ ବୁଢ଼ୀର ପାଳି ସାନ ପୁଅ ଆଡ଼େ ଥିଲା । ଏଥର ପୁଣି ସାନପୁଅ ବୋହୂର ଭାଗ୍ୟ ସାଥ ଦେଲା । ସମାଚାର ରେ କରୋନା ଭାଇରସ ମାଡ଼ି ଆସୁଛି ସମସ୍ତେ ଆମିଷ ଠାରୁ ଦୂରରେ ରହିବାକୁ କହିବାରୁ ଏଥର ପୁଅ ବୋହୂକୁ ଆଉ ବାହାନା କରିବାକୁ ପଡ଼ିଲା ନାହିଁ ।


   


Rate this content
Log in

Similar oriya story from Abstract