STORYMIRROR

MANAS KUMAR KAR

Romance Tragedy Inspirational

4  

MANAS KUMAR KAR

Romance Tragedy Inspirational

କ୍ରୋଧ ମନୁଷ୍ୟର ପ୍ରଥମ ଶତ୍ରୁ

କ୍ରୋଧ ମନୁଷ୍ୟର ପ୍ରଥମ ଶତ୍ରୁ

2 mins
426

ଆଜି ସୋନମ ର ଜନ୍ମଦିନ, ମନ ଭିତରେ ଅନେକ ଆଶା ଅନେକ ଖୁସି କହିଲେ ନସରେ l ଅପେକ୍ଷାରେ ଶୁଭମକୁ ଚାହିଁ ବସିଛି, କାରଣ ଶୁଭମ ପ୍ରତିଶୃତି ଦେଇଥିଲା ସୋନମର ଜନ୍ମଦିନରେ ହୀରାର ମୁଦି ପିନ୍ଦାଇ ତାକୁ ସାରାଜୀବନ ଜୀବନସାଥୀ ରୂପେ ରଖିବ l ଏହି ସବୁକଥା ଭାବିବା ଭିତରେ l ଘରର କବାଟରେ ଶବ୍ଦ ହୁଏ, ସୋନମ ଯାଇ କବାଟ ଖୋଲିକି ଦେଖ,ଜନ୍ମଦିନର ଅଭିନନ୍ଦନ, ବିଳମ୍ବ ପାଇଁ ଦୁଃଖିତ, ମୋତେ କ୍ଷମା କରିଦେବ ସୋନମ l

ଥାଉ ଥାଉ ମୋ ଉପହାର ମୋତେ ଦେଲ l

    ସାଥିରେ ଆଣିଥିବା ଛୋଟ କଣ୍ଡେଇଟିକୁ ଶୁଭମ ସୋନମ ହାତକୁ ବଢ଼ାଇଦେଲେ, କଣ୍ଢେଇଇଟିକୁ ଦେଖି କ୍ରୋଧରେ ମ୍ରିୟମାଣ ହୋଇ ଝରକା ଫାଙ୍କରେ ବାହାରକୁ ଫୋପାଡ଼ି ଦେଇଥିଲେ ସୋନମ l

    ଏହା ଦେଖି ଶୁଭମ ଏକସହ ସିଡ଼ି ଅତିକ୍ରମ କରି ଦୌଡ଼ି ଯାଇଥିଲେ ଆଣିବା ପାଇଁ l

    ରାସ୍ତା ଉପରେ ପଡ଼ିଥିବା କଣ୍ଢେଇକୁ ଉଠାଇବା ବେଳେ, ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ଶକ୍ତ ଧକା ଦେଇଥିଲା l

ସଙ୍ଗେ ସଙ୍ଗେ ଶୁଭମଙ୍କୁ ଡାକ୍ତରଖାନା ନେବା ବେଳେ ଅଧା ରାସ୍ତାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ, କେବଳ ଔପଚାରିକ ଭାବେ ଡାକ୍ତରଙ୍କ ଘୋଷଣା କୁ ସମସ୍ତେ ଅପେକ୍ଷା କରିଥିଲେ l

    ଶୁଭମଙ୍କ ପାଖରେ ବସି ସୋନମ କାନ୍ଦୁଥିବା ବେଳେ, ଶୁଭମଙ୍କ ହାତରେ ଥିବା କଣ୍ଢେଇ ଉପରେ ସୋନମଙ୍କ ନଜର ପଡେ, ଯେଉଁ କଣ୍ଢେଇ ପାଇଁ ଏତେ ବଡ଼ ଦୁର୍ଘଟଣା ଘଟିଗଲା, ସେଇ କଣ୍ଢେଇ ଆଣିଲା ବେଳେ ସାମ୍ନାରେ ଥିବା ବଟମ ରେ ସୋନମଙ୍କ ହାତ ବାଜିଯାଏ, ଅବିକଳ ଶୁଭମଙ୍କ କଣ୍ଟ ସ୍ୱର ହାପି ବାର୍ଥ ଡେ ସୋନମ l

    ଏହା ଶୁଣି ସୋନମ ଆହୁରି କାନ୍ଦିବାକୁ ଲାଗିଲେ ଏବଂ ଧୀରେଷେ କଣ୍ଢେଇର ବଟମ ଖୋଲନ୍ତି ଭିତରେ ଦେଖିବାକୁ ପାଇଲେ ହୀରାର ମୁଦି l ଏହି ସମୟରେ ଶୁଭମଙ୍କ ମୃତ ଶରୀରକୁ ଶ୍ମଶାନ ଅଭିମୁଖେ ନେବାପାଇଁ ସୋନମଙ୍କ ଠାରୁ ଅଲଗା କରନ୍ତି l

    ସେଥିପାଇଁ ବନ୍ଧୁ ରାଗ, କ୍ରୋଧ, ହିଂସା ସବୁକୁ ଭୁଲି ମଣିଷ ରୁପି ଉପହାରକୁ ପ୍ରେମ କରିବା, ଜଣେ ଅନ୍ୟଜଣଙ୍କୁ ବୁଝିବାକୁ ଚେଷ୍ଟା କରିବା l କିଏ ଜାଣେ କେତେବେଳେ ଆଜିର ଜୀବନ କାଲିକି ନାହିଁ ବନ୍ଧୁ, ଚାଲ ହସ, ଖୁସି, ପ୍ରେମରେ ବଞ୍ଚିବା l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance